ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭିଜିବ ରାଜ୍ୟର ୧୮ ଜିଲ୍ଲା। ଅାସନ୍ତା ଦୁଇ ଦିନ ଧରି ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷିବ ବର୍ଷା। ୯ଟି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂପୁର ଏବଂ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଅନୁଗୁଳ, କେନ୍ଦ୍ରାପଡ଼ା, […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମା’ ଓ ପୁଅ ଟିଭି ଦେଖିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ମା’ ସହିତ ମିଶି କୁନି ପୁଅଟି ଫ୍ରୁଟି ପିଇ ଟିଭି ଦେଖୁଛି। ଟିଭି ଦେଖିବା ସମୟରେ କୁନି ପୁଅଟି ଟିଭିରୁ ଏଭଳି ଏକ ଦୃଶ୍ୟ ଦେଖିଛୁ। ପରେ କାନ୍ଦିବାକୁ ଲାଗୁଛି। ଏହି ଭିଡିଓକୁ @caitlinfladager ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓରେ ଶିଶୁର […]
ନୂଆଦିଲ୍ଲୀ: ପୂର୍ବତନ ସିପିଏମ୍ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ବହୁ ପ୍ରମୁଖ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମନାଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପଶ୍ଚିମବଂଗ ତଥା ଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତ ଘଟିଛି ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋମନାଥଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସୋମନାଥ ଭାରତୀୟ ରାଜନୀତିର ଜଣେ ବଳିଷ୍ଠ ନେତୃତ୍ୱ ଥିଲେ ବୋଲି କହିଛନ୍ତି […]
ଥିରୁବନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ସୁରକ୍ଷାକର୍ମୀଙ୍କ ସହ କୋଷ୍ଟଗାର୍ଡ ଓ ଏନ୍ଡିଆରଏଫ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ରାସ୍ତା ପୂରା ଧୋଇ ଯାଇଥିବାରୁ କେତେକ ଅଞ୍ଚଳ […]
ମୁମ୍ବାଇ: ଆଜି ହେଉଛି ସୈଫ୍ ଅଲ୍ଲୀ ଖାଁ ଓ ଅମୃତାସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍ଙ୍କ ଜନ୍ମଦିନ। ସେ ତାଙ୍କ ପରିବାର ସହ ଜନ୍ମ ଦିନ ମନାଇଛନ୍ତି। ତାଙ୍କର ଫିଲ୍ମ ରିଲିଜ୍ ନ ହେଉଣୁ ସୋଶାଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଫ୍ୟାନ୍ଙ୍କ ସେନ୍ସେସନ୍ ପାଲଟିଛନ୍ତି ସାରା ଅଲ୍ଲୀ ଖାନ୍। ସୁଶାନ୍ତ ସିଂ ରାଜପୁତଙ୍କ ସହ ସାରାଙ୍କ ଫିଲ୍ମ ‘କେଦାରନାଥ’ ନଭେମ୍ବର ୧୮ରେ ରିଲିଜ୍ ହେବ। ସେହିପରି ଡିସମ୍ବର ୨୮ରେ ରିଲିଜ୍ ହେବାକୁ ଯାଉଛି ତାଙ୍କର ଦ୍ୱିତୀୟ […]
କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ପରେଲାକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇତିଲା। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ସୋମନାଥଙ୍କୁ ଶନିବାରଠାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିଲେ ସୋମନାଥ। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ ମସିହାରେ ସେ ସିପିଏମ୍ରେ ଯୋଗ […]
ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦ୍ରୁତ ଗତିରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ସେଠାକାର ରାଜ୍ୟ ସରକାର ପ୍ରତି ରବିବାର ଦିନ ଲକ୍ଡାଉନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ ତାରିଖରୁ ପ୍ରତି ରବିବାର ଲକ୍ଡାଉନ୍ କରାଯିବ। ପରବର୍ତ୍ତୀ ଅର୍ଡ଼ର ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଲକଡାଉନ୍ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ରେ ହେବାକୁ ଥିବା ଲକ୍ଡାଉନ୍ରେ ଦୋକାନ […]
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍ ଜଗତର ତାରକାମାନେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ନିଆର କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ […]
ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍ ପରଠାରୁ ଲକ୍ଡାଉନ୍ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମଲ୍ଗୁଡିକ SOP(Standard Operating Procedures)ର ନିୟମଗୁଡିକୁ ଅନୁସରଣ କରି ସପିଂ ମଲ୍ଗୁଡିକ ଖୋଲିବେ। କିନ୍ତୁ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ। ଏହା ସହିତ ଏନ୍ସିଆର ଅଞ୍ଚଳ ଗୁରୁଗ୍ରାମର କଣ୍ଟେନମେଣ୍ଟ ଜୋନ୍ ପାଇଁ […]
ଭୁବନେଶ୍ୱର : ଝଡ଼ତୋଫାନ, ବଜ୍ରପାତ ଓ ବର୍ଷାର ସତର୍କ ସୂଚନା ଜାରି। ରାତି ୧୨ଟା ଯାଏ ୧୦ଟି ଜିଲ୍ଲାକୁ ସାବଧାନ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର ,ଢେଙ୍କାନାଳ, ଅନୁଗୁଳ , ବାଲେଶ୍ୱର, ମଯୂରଭଞ୍ଜ,ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଯାଜପୁର ଓ ନୂଆପଡ଼ାକୁ ସତର୍କ ସୂଚନା ଦିଆଯାଇଛି। ବର୍ଷା ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସୂଚନା ରହିଛି।
ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଲୋକଙ୍କୁ ପିଟିପିଟି ହତ୍ୟା କରାଯାଉଥିବାରୁ ଏହାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ପ୍ରସଙ୍ଗରେ ବହୁ ଦିନ ଧରି ଚୁପ୍ ରହିବା ପରେ ସେ ମୁହଁ ଖୋଲିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ମୋଦି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଯେକୌଣସି କାରଣରୁ ହେଉନା କାହିଁକି, କାହାକୁ ପିଟି ପିଟି ମାରିଦେବା, ବେଅାଇନ ଅଟେ। ଅାଇନ ଶୃଙ୍ଖଳା ବଜାୟ ରଖି ଦେଶର ପ୍ରତ୍ୟେକ […]
ନୂଆଦିଲ୍ଲୀ: ଇଣ୍ଡଷ୍ଟ୍ରିରେ ଏବେ ନେପୋଟିଜିମ୍କୁ ନେଇ ବିବାଦ ଜାରି ରହିଛି। ଏନେଇ ସୋନୁ ନିଗମ ମ୍ୟୁଜିକ୍ କମ୍ପାନୀଗୁଡିକ ଦ୍ୱାରା କରାଯାଉଥିବା ମନଇଛା ରାଜନୀତିକୁ ଖୁଲାସା କରିଛନ୍ତି। ସୋନୁ ଇଣ୍ଡଷ୍ଟ୍ରିର ବଡ଼ ମ୍ୟୁଜିକ୍ କମ୍ପାନୀଗୁଡ଼ିକ ନାଁରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସେମାନେ ପ୍ରତ୍ୟେକ ଥର ସେମାନଙ୍କର ପ୍ରିୟ କଳାକାରମାନଙ୍କୁ ସୁଯୋଗ ଦେଉଛନ୍ତି। ସୋନୁଙ୍କ ଏଭଳି ବୟାନକୁ କେତେକ ସମର୍ଥନ କରୁଥିବାବେଳେ ଅନ୍ୟକେତେକ ବିରୋଧ ମଧ୍ୟ କରିଥିଲେ। କିନ୍ତୁ ଏବେ ସୋନୁ ନିଗମଙ୍କୁ ସମର୍ଥନ କରିଛନ୍ତି ଜଣାଶୁଣା […]
କେରଳ : କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଅାଜି ପୁଣି ବର୍ଷା ହେବାରୁ ଉଦ୍ଧାର ଓ ରିଲିଫ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଥିବା ବେଳେ ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ୧୪ ହଜାରରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ୭ଟି ଜିଲ୍ଲାରେ ଅାଲର୍ଟ ଜାରି ହୋଇଥିବା ବେଳେ ଏର୍ନାକୁଲମ ଓ ତ୍ରିଶୁର ଜିଲ୍ଲାରେ ରେଡ୍ ଅାଲର୍ଟ ଜାରି ହୋଇଛି। […]
ନାଗପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏନେଇ ସୁଶାନ୍ତଙ୍କର ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ଅନୁଯାୟୀ, ଆତ୍ମହତ୍ୟା କରିଥିବା ୧୪ବର୍ଷର ବାଳକ ନାଗପୁର ସ୍ଥିତ ଜରିପଟକା ଅଞ୍ଚଳର ବାସିନ୍ଦା। ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ଦୁଃଖରେ ଭାଙ୍ଗି ପଡ଼ିଥିଲା। ଆମେମାନେ ସର୍ବଦା ତା’ର ମନରୁ ସୁଶାନ୍ତଙ୍କ କଥାକୁ ଦୂରେଇବା ପାଇଁ ଚେଷ୍ଟା କରୁଥିଲୁ। ପୋଲିସର […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ବିୟୋଗକୁ ପ୍ରଶଂସକମାନ ସହଜରେ ଗ୍ରହଣ କରିପାରୁନଥିବା ବେଳେ ପୁଣି ଏବେ ଆଉ ଏକ ଆତ୍ମହତ୍ୟାର ମାମଲା ସାମ୍ନାକୁ ଆସିଛି। ସୋସିଆଲ ମିଡିଆର ଟିକ୍ଟକ୍ କୁଇନ୍ ସିୟା କକ୍କର(୧୬) ଆତ୍ମହତ୍ୟା କରିଛନ୍ତି। ସିୟା ଟିକ୍ଟକ୍ର ଜଣେ ଲୋକପ୍ରିୟ ସେଲିବ୍ରିଟି ଥିଲେ। ଏ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। View this […]
ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗ ପରଠାରୁ ତାଙ୍କର ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଦେଖିବାକୁ ପ୍ରଶଂସକମାନେ ଆଗ୍ରହୀ ଥିଲେ। ପୂର୍ବରୁ ଖବର ଥିଲା ଯେ ଏହି ଫିଲ୍ମଟି ଓଟିଟି(OTT) ଫ୍ଲାଟଫର୍ମରେ ମୁକ୍ତିଲାଭ କରାଯିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଫିଲ୍ମଟି ଆସନ୍ତା ଜୁଲାଇ ୨୪ରେ ରିଲିଜ୍ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମ‘ଦିଲ୍ ବେଚାରା’କୁ ଡିଜନି ପ୍ଲସ୍ ହଟଷ୍ଟାର୍ରେ ରିଲିଜ୍ କରାଯିବ। ସୁଶାନ୍ତଙ୍କ ଶେଷ ଫିଲ୍ମକୁ ନେଇ ଡିଜନି […]
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇପଡିଛି। ରାଜଧାନୀରେ ପ୍ରବଳ ବର୍ଷା ହେବା ପରେ ଇସ୍କନ ସହ ନୂଅାପଲ୍ଲୀର ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମି ରହିଛି। ଗଣ୍ଡମୁଣ୍ଡା ଅଞ୍ଚଳରେ ମଧ୍ୟ ବର୍ଷା ପାଣି ଜମି ରହିଥିଲା। ଅନେକ ସ୍ଥାନରେ ଅାଣ୍ଠୁଏ ଉଚ୍ଚର ପାଣି ଚାଲିଛି। ସେହିପରି ଜୟଦେବ ବିହାର, ଓଲଡ୍ ଟାଉନ୍, କଳ୍ପନା, ଶାସ୍ତ୍ରୀ ନଗର ଅଞ୍ଚଳର ଅଧିକାଂଶ ସ୍ଥାନ ପାଣି ଘେରରେ ରହିଛି। ଅାଜିଠାରୁ ରାଜ୍ୟରେ ବଢିପାରେ ବର୍ଷାର […]
କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ୮୯ ବର୍ଷୀୟ ସୋମନାଥ ଚାଟାର୍ଜୀଙ୍କୁ ଶନିବାର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିବା ସୋମନାଥ ଚାଟାର୍ଜୀ ବର୍ତ୍ତମାନ କୌଣସି ଦଳରେ ନାହାନ୍ତି। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ଙ୍କ ବିୟୋଗରେ ତାଙ୍କ ପରିବାର ସଦସ୍ୟ ସ୍ତବ୍ଧ ହୋଇଯାଇଛନ୍ତି। ସହଜରେ ସୁଶାନ୍ତଙ୍କ ବିୟୋଗକୁ ଗ୍ରହଣ କରିପାରୁନାହାନ୍ତି। ସୁଶାନ୍ତଙ୍କ ନିଷ୍ଠାପର କାର୍ଯ୍ୟ ଓ ନିଆରା ଷ୍ଟାଇଲ୍ ଯୋଗୁ ଲୋକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ସୁଶାନ୍ତଙ୍କ ପ୍ରଶଂସକମାନେ ସର୍ବଦା ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି। ଏହି ସମୟରେ ସୁଶାନ୍ତଙ୍କ ପ୍ରାର୍ଥନା ସଭା ସହ ଜଡ଼ିତ ଏକ ଫଟୋ ଯାହା ସୋସିଆଲ ମିଡିଆରେ ଖୁବ୍ […]
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ନୋବେଲ ବିଜେତା ସାହିତ୍ୟକ ଭି.ଏସ୍. ନାଇପଲ୍ଙ୍କ ପରଲୋକ। ଗତକାଲି ଲଣ୍ଡନସ୍ଥିତ ବାସଭବନରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ନାଇପଲ୍ଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଏକ ବିବୃତିରେ ନାଇପଲଙ୍କ ପରଲୋକ ସଂପର୍କରେ ପରିବାର ଲୋକେ ଘୋଷଣା କରିଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। A House of Mr Biswas, A Bend in the River, In a Free State, An Area of Darkness, […]
ରାୟପୁର: ଯେମିତି ସ୍ୱୟମ୍ବରରେ ଦେବୀ ସୀତା ପ୍ରଭୁ ରାମଚନ୍ଦ୍ରଙ୍କୁ ବାଛିଥିଲେ, ଠିକ୍ ସେମିତି ସ୍ୱୟମ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କିଏ ହେବ ବଛାଯିବ। କଥାଟା ଶୁଣିକି ଟିକେ ଖଟ୍କା ଲାଗୁଥିଲେ ମଧ୍ୟ ଏହା ସତ। ଏକଥା ଆମେ କହୁନୁ ଏହା କହିଛନ୍ତି ଛତିଶଗଡ଼ର ବିରୋଧୀ ଦଳ ନେତା ଟି.ଏସ୍. ସିଂ ଦେଓ। ସେ କହିଛନ୍ତି ଦେବୀ ସୀତା ଯେପରି ସ୍ୱୟମ୍ବରରେ ଭଗବାନ ରାମଙ୍କୁ ବାଛିଥିଲେ, ଠିକ୍ ସେହିଭଳି ବିଧାନସଭା ନିର୍ବାଚନ ପରେ ‘ସ୍ୱୟମ୍ବର’ ମାଧ୍ୟମରେ କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ […]
ଅନୁଗୁଳ: ଅନୁଗୁଳରେ ଟ୍ରାଫିକ୍ କନଷ୍ଟେବଲଙ୍କ ଦାଦାଗିରି। ଚେକିଂ ବେଳେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ। ସହରର ଥାନା ଛକରେ ଏଭଳି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ହେଲମେଟ୍ ଚେକିଂ ଚାଲୁଥିବାବେଳେ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଇଏନ୍ଟି ବିଭାଗରେ କାର୍ଯ୍ୟରତ ଡାକ୍ତର କମଳକାନ୍ତ ଜେନାଙ୍କୁ ଟ୍ରାଫିକ୍ ପୋଲିସ ଅଟାକାଇଥିଲା। ହେଲମେଟ୍ ପିନ୍ଧି ନଥିବାରୁ ଡାକ୍ତରଙ୍କୁ ଧରିଥିଲେ ୨ ଜଣ କନଷ୍ଟେବଲ। ତେବେ ଡାକ୍ତରଙ୍କ କହିବା ଅନୁଯାୟୀ ଫାଇନ୍ ଦେବାକୁ ସେ ରାଜି ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ବି କିଛି […]
ବାଲେଶ୍ୱର: ବାଳାଶ୍ରମରେ ଶିଶୁ ନିର୍ଯାତନା ଅଭିଯୋଗ। ନିର୍ଯାତନା ସହି ନପାରି ବାଳାଶ୍ରମରୁ ନାବାଳକ ପଲାଇ ଗଲା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି। ଏପରି କିଛି ଘଟଣା ଘଟିଛି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଞ୍ଚଳରେ। ଏଠାରେ ଥିବା ଉତ୍କଳ ବାଳାଶ୍ରମରୁ ୮ ବର୍ଷର ଶିଶୁ ପାଚେରୀ ଡେଇଁ ପଳାଇ ଅାସିଥିଲେ। ତେବେ ତାଙ୍କୁ ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡ୍ରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ସହଦେବଖୁଣ୍ଟା ପୁଲିସ୍ ନିକଟରେ ଜିମା ଦେଇଥିଲେ ଲୋକେ। ବାଳାଶ୍ରମରେ ନାବାଳକଙ୍କ ସହ ମାରପିଟ୍ କରାଯାଉଥିବା ଅଭିଯୋଗ […]