• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

tru
ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌ :  ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି।  ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]

  • Monday, 19 July 2021
father
ନିର୍ଦ୍ଦୟ ବାପା : ଝିଅକୁ କୂଅରେ ଫୋପାଡି ମାରିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକୁ କୂଅରେ ପକାଇ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଦୁଃଶାସନ ସାହୁକୁ ଗିରଫ କରିଛି। ଗତ ୬ ତାରିଖରେ ଦୁଃଶାସନଙ୍କ ୧୩ଦିନର ଶିଶୁ ହଠାତ ନିଖୋଜ ହୋଇଯାଇଥିଲା। ପ୍ରଥମେ ଶିଶୁଟିକୁ କୁକୁର ନେଇଯାଇଥିବା ଖବର ପ୍ରଚାର ହୋଇଥିଲା। ତେବେ ପରଦିନ ଘର ପାଖ କୂଅରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ଖୋଳତାଡ ପରେ ପୋଲିସ ଦୁଃଶାସନକୁ ନେଇ ପଚରାଉଚୁରା କରିଥିଲା। ତେବେ ତଦନ୍ତ ସମୟରେ ଶିଶୁକୁ […]

  • Monday, 19 July 2021
protest
କଟକରେ ଚାଷୀ ଆନ୍ଦୋଳନ

କଟକ : ଚାଷୀଙ୍କ ବିଭିନ୍ନ  ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମଣ କୃଷକ ସଙ୍ଗଠନ। ଆଜି କଟକରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି।  ସହରର ଖାନ୍‌ ନଗର  ଟ୍ରାଫିକ ଛକ ଠାରୁ ଏକ ରାଲି ବାହାରି ଶୋଭାଯାତ୍ରା କରାଯାଇଥିଲା । ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ। ଚାଷୀଙ୍କୁ ସମ୍ମାନ,  ଉତ୍ପାଦିତ ଦ୍ରବ୍ୟର ଉଚିତ  ମୂଲ୍ୟ, ୨୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଭତ୍ତା ଆଦି ଦାବିରେ ରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

  • Monday, 19 July 2021
van3
ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର : ସମ୍ବଲପୁରରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ଜେସିବିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ଅମ୍ବିରାନାଗରରେ ରାସ୍ତାରେ ରଖାଯାଇଥିବା ଜେସିବି ସହ ଧକ୍କା ହୋଇ ଭ୍ୟାନରେ ଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲା ଏକ ଘରୋଇ ସ୍କୁଲର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମ୍ବଲପୁରର ଭାଲୁପାଲି, ଅମ୍ବିରାନଗର ଅଞ୍ଚଳରେ ରହୁଥିବା ଏକ ଘରୋଇ ସ୍କୁଲର […]

  • Monday, 19 July 2021
strike
ପୁନଃ ନିଯୁକ୍ତି ଦାବିରେ ଅଡ଼ି ବସିଛନ୍ତି ଶ୍ରମିକ

ପାରାଦୀପ : ପୂର୍ବତନ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ପାରାଦୀପରେ ଶ୍ରମିକ ଅଶାନ୍ତି। ଏକ ଘରୋଇ କଂପାନୀ ଆଗରେ ଶ୍ରମିକଙ୍କ ଆନ୍ଦୋଳନ। ଅଭିଯୋଗ ଅନୁସାରେ ୨୦୦୪ ମସିହାରେ ପାରାଦୀପରେ କାର୍ଗିଲ ଖାଇବା ତେଲ କଂପାନୀ ପ୍ରତିଷ୍ଠା ହୋଇଥିଲା। ଏଥିରେ ଶହଶହ ଶ୍ରମିକ କାମ କରୁଥିବାବେଳେ ପରିବହନ ସମସ୍ୟାକୁ ନେଇ ୨୦୧୬ ମସିହାରେ କଂପାନୀ ବନ୍ଦ ହୋଇଯାଇଥିଲା। ଗତ କିଛି ମାସ ହେବ କଂପାନୀକୁ ଏକ ନୂତନ କଂପାନୀ କିଣିଥିବାବେଳେ, ପୁରୁଣା କର୍ମଚାରୀଙ୍କୁ କଂପାନୀ ନିଯୁକ୍ତି ଦେଉନଥିବା ଅଭିଯୋଗ ହୋଇଛି। […]

  • Monday, 19 July 2021
train
ମୁମ୍ବାଇରେ ଜାରି ରହିଛି ବର୍ଷା

ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି।  କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ ଘର ଭିତରେ ପାଣି ପଶିଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ଚାରୋଟିବ୍ରିଜ୍ ନିକଟରେ ବର୍ଷାରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ […]

  • Monday, 19 July 2021
seed
ବିହନ ଯୋଗାଣରେ ମହାଘୋଟାଲା

ବାଲେଶ୍ୱର : ବାଲେଶ୍ୱରରେ ବିହନ ଯୋଗାଣରେ ମହାଘୋଟାଲା। ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ନକଲି ପ୍ରୋସେସିଂ ପ୍ଲାଣ୍ଟରେ ତିଆରି ହୋଇ ଯୋଗାଇ ଦିଆଯାଇଥିଲା। ବସ୍ତା ବ୍ଲକର ରାଜଘାଟଠାରେ ଥିବା ଓଡିଶା ସିଡ୍ସ ନାମକ ଏକ ବିହନ ପ୍ରୋସେସିଂ ପ୍ଲାଣ୍ଟରେ ବଳକା ହୋଇପଡିଥିବା ବିହନ ଚାଷୀଙ୍କୁ ଫେରାଇବା ବଦଳରେ ଏଠାରେ ପ୍ରୋସେସିଂ କରାଯାଇ ପୁଣି ବ୍ୟାଗରେ ପ୍ୟାକିଂ କରାଯାଇ ଚାଷୀଙ୍କୁ ବିକ୍ରି କରାଯାଉଥିଲା। ଯେଉଁ ବିହନ ଚାଷୀ ବୁଣିବା ପରେ ସେଥିରୁ ଗଜା ବାହାରୁନଥିବା ଚାଷୀ ଅଭିଯୋଗ କରିଥିଲେ। […]

  • Monday, 19 July 2021
brahmani
କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ କୁମ୍ଭୀର ଭୟ। ପୂର୍ବରୁ ବନ୍ୟାରେ ଘରଡିହ ହରାଇଛନ୍ତି ଲୋକେ। ଆଡିବନ୍ଧ  ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କିଛି ଉତ୍ତର ମିଳିନାହିଁ। କିନ୍ତୁ ଏଥର […]

  • Monday, 19 July 2021
puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପନ ହେବ ଖଳିପ୍ରସାଦ

ପୁରୀ : ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଘଣାଲାଗି ଗୁପ୍ତ ସେବା କରାଯାଉଛି। ଏହି ବିଶେଷ ନୀତିରେ ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶରୀରରେ ଦିବ୍ୟଲେପନ କରିବେ। ଚନ୍ଦନ, କର୍ପୁର, କସ୍ତୁରୀ ମିଶ୍ରିତ ଖଳିକୁ ସୁଦୁସୁଆର ସେବାୟତଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ବିଧିବିଧାନ ରହିଛି। ଶ୍ରୀମନ୍ଦିରରୁ ଆସିଥିବା କାହାଳୀ ବାଜିବା ସହ ପାଟପଟୁଆରରେ ଏହି ପବିତ୍ର ଖଳିପ୍ରସାଦ ବିଜେ କରାଯାଇଥାଏ।

  • Monday, 19 July 2021
Iran-General-Daughter-550
'ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ'

ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି। ଏହି ସମାରୋହରେ […]

  • Monday, 19 July 2021
ranking
ଏକାଦଶରୁ ଚତୁର୍ଦ୍ଦଶ ସ୍ଥାନକୁ ଖସିଲା ଓଡ଼ିଶା 

ନୂଆଦିଲ୍ଲୀ : ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ରାଙ୍କିଂରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ର ପ୍ରଦେଶ ଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ତେଲେଙ୍ଗାନା।  ୨୦୧୫ ମସିହାରେ ଓଡ଼ିଶା ୫୨ ପ୍ରତିଶତ ସ୍କୋର୍ ସହ ସପ୍ତମ ସ୍ଥାନରେ ଥିବା ବେଳେ ୨୦୧୬ରେ […]

  • Monday, 19 July 2021
brown sugar
ଓଟିଭିର ପ୍ରଭାବ : ଡ୍ରଗସ୍ ସେବନ ଘଟଣାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଓଟିଭି ପ୍ରଭାବ। ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ରାଉନସୁଗର ସେବନ ଓ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଦ୍ୱାରା ମାଫିଆଙ୍କ ସହିତ ମୂଲଚାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଭାଗୀୟ କନ୍‌ଷ୍ଟେବଲ ବିଶ୍ୱମ୍ଭର ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱର ଏଡିଏମ୍ ମାନସ ରଂଜନ ସାମଲ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଖୋର୍ଦ୍ଧାର ଅବକାରୀ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି। ଅବକାରୀ ଅଫିସରେ ଡ୍ରଗ୍ସ ସେବନର ଖବର ଓଟିଭିରେ ପ୍ରସାରଣ ହେବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଆଉ […]

  • Monday, 19 July 2021
rain
ଲଗାଣ ବର୍ଷାରେ ବେହାଲ୍ ମୁମ୍ବାଇ

ମୁମ୍ବାଇ : ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଲଗାତର ଚତୁର୍ଥ ଦିନ ପାଇଁ ବର୍ଷା ଜାରି ରହିଥିବାବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଚାରିଆଡେ ପାଣି ହିଁ ପାଣି। ରାସ୍ତା ଘାଟ, ଜାତୀୟ ରଜାପଥ, ଟ୍ରେନ ଲାଇନ୍ ସବୁଠି ସମାନ ଅବସ୍ଥା । କେଉଁଠି ପାଣି ଯୋଗୁଁ ବିଚ୍ ରାସ୍ତାରେ ଗାଡି ମଟର ଅଟକି ରହିଛି ତ କେଉଁଠି ଅଣ୍ଟେ ପାଣିରେ ଲୋକେ ପାର ହେଉଛନ୍ତି। ଲଗାତର ଚାରିଦିନର ଲଗାଣ ବର୍ଷା ପରେ ଦାଦର, […]

  • Monday, 19 July 2021
thai-3
କାଳ ଗୁମ୍ଫାରୁ ମୁକୁଳିଲେ ସମସ୍ତ ଖେଳାଳି

ବ୍ୟାଙ୍କକ୍‌ : ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ୧୨ କିଶୋର ଫୁଟବଲ ଖେଳାଳି  ଏବଂ  କୋଚ୍‌ ଉଦ୍ଧାର। ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କଲେ ଉଦ୍ଧାରକାରୀ  ଟିମ୍‌। ସୂଚନା ଯେ, ଗତ ୨୩ ତାରିଖରେ ଉତ୍ତର ଥାଇଲାଣ୍ଡର ୧୨ ଜଣ ଫୁଟବଲ ଖେଳାଳି ସେମାନଙ୍କ କୋଚ୍‌ଙ୍କ ସହ ଉତ୍ସୁକତାର ସହ ଗୁମ୍ଫାରେ ପଶିଥିଲେ। ତେବେ ପ୍ରବଳ ବର୍ଷାରେ ଗୁମ୍ଫାରେ ପାଣି ପଶିଯିବାରୁ ଏହି ଖେଳାଳିମାନେ ବାଟ ଭୁଲି ତା ଭିତରେ ଫସି ଯାଇଥିଲେ। ପରେ ଏମାନଙ୍କୁ ବହୁ […]

  • Monday, 19 July 2021
lokayut
ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ସତ୍ୟପାଠ ଦାଖଲ

ଭୁବନେଶ୍ୱର : ଲୋକାୟୁକ୍ତ ନିଯୁକ୍ତି ନେଇ ଓଡ଼ିଶାକୁ ୨ ମାସ ସମୟ ଦେଲେ ସୁପ୍ରିମକୋର୍ଟ ।  ଆଜି ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଲୋକାୟୁକ୍ତ ନେଇ ଗେଜେଟ ନୋଟିଫିକେସନ ବିଷୟ ଜଣାଇଲେ। ତେବେ ସତ୍ୟପାଠ ଦାଖଲ ପରେ ଓଡ଼ିଶାକୁ ସମୟ ଦେଲେ କୋର୍ଟ । ୨ ମାସ ମଧ୍ୟରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କିଛି ଦିନ ତଳେ ସର୍ଚ୍ଚ କମିଟି ଗଠନ ନେଇ ଏକ […]

  • Monday, 19 July 2021
cricket
ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ରେ ବର୍ଷା ବାଧକ

ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ବର୍ଷା ବନ୍ଦ ହେବା ସତ୍ତ୍ୱେ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବା କାରଣରୁ ଅମ୍ପାୟାର ଶେଷରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି […]

  • Monday, 19 July 2021
jnu
JNU ପରିସରରେ ଉତ୍ତେଜନା, ହଷ୍ଟେଲରେ ପଶି ଭଙ୍ଗାରୁଜା

ନୂଆଦିଲ୍ଲୀ: ଆଜି ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବାମପନ୍ଥୀ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ପରସ୍ପରକୁ ପ୍ରଥମେ ଆକ୍ରମଣ କରିଥିବା ଦୋଷ ଦେଇଛନ୍ତି। ଏହି ଘଟଣାରେ ଜେଏନ୍‌ୟୁଏସ୍‌ୟୁ ସଭାପତି ଆଇଶି ଘୋଷ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଉପରେ କରାଯାଇଥିବା ଆକ୍ରମଣ ପଛରେ ଏବିଭିପି ଅଛି ବୋଲି ବାମପନ୍ଥୀ ଛାତ୍ରଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଘୋଷଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି। ଏହି […]

  • Monday, 19 July 2021