• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sashi tharoor
ମାନସିକ ଭାରସାମ୍ୟ ହରାଇଛନ୍ତି ଥରୁର, ଚିକିତ୍ସା ଦରକାର : ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ :ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ରଖିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । ଥରୁରଙ୍କ ଚିକିତ୍ସା ଦରକାର, ଏମିତିକି ଦରକାର ପଡିଲେ ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ଦରକାର ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢେ, ତାହେଲେ ଆମ ଦେଶ ଭାରତ, ହିନ୍ଦୁ ପାକିସ୍ତାନ ହୋଇଯିବ ବୋଲି କହିଥିଲେ ଥରୁର। ଏହାପରେ ଥରୁରଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଆକ୍ଷେପ […]

  • Monday, 19 July 2021
SC
ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟରେ ବିତର୍କ

ନୂଆଦିଲ୍ଲୀ : ଧାରା ୩୭୭କୁ ନେଇ ସୁପ୍ରିମ୍‌କୋର୍ଟରେ ବିତର୍କ । ୩୭୭କୁ ବଦଳାଇବାକୁ ରାଜି ହୋଇଛନ୍ତି ସବୋର୍ଚ୍ଚ ଅଦାଲତ । ୩୭୭ ଧାରା ବଳରେ ଦେଶର ନାଗରିକଙ୍କ ମଧ୍ୟରେ ଭେଦଭାବ ରହୁଛି । ନାଗରିକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହେବା ସଙ୍ଗୀନ ବ୍ୟାପାର ବୋଲି ଦର୍ଶାଇଛନ୍ତି କୋର୍ଟ । ସମଲିଙ୍ଗୀ ସମ୍ପର୍କର ଗୁରୁତ୍ୱକୁ ଅନୁଭବ କରିଛନ୍ତି ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା । ନିଜ ଇଚ୍ଛା ସତ୍ତ୍ୱେ ସମାଜର ଚାପ ପ୍ରଭାବିତ କରେ। ଯାହା ମାନସିକ ଏବଂ ଶାରୀରିକ […]

  • Monday, 19 July 2021
nitish-kumar-and-amit-shah
ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଭେଟିଲେ ଅମିତ୍‌ ଶାହ, ନିର୍ବାଚନ ପାଇଁ ହୋଇପାରେ ବୁଝାମଣା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ପାଟନାରେ ପହଞ୍ଚି ଶାହ ନୀତୀଶଙ୍କ ସହ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ଏହାପରେ ପୁଣି ଥରେ ଉଭୟ ନେତାଙ୍କ ମଧ୍ୟରେ ଆଜି ହେବ ଡିନର୍ ମିଟିଂ। ରାତ୍ରି ଭୋଜନରେ ଦୁଇ ନେତାଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବିଜେପି ଏବଂ ଜେଡିୟୁ ମଧ୍ୟରେ ପୁନଃ ମେଣ୍ଟ […]

  • Monday, 19 July 2021
thailand
କାଳ ଗୁମ୍ଫାରୁ ଖେଳାଳି ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍ ଫିଲ୍ମ

ଲସ୍‌ ଏଞ୍ଜଲ୍‌ସ : ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କ ଉଦ୍ଧାର ଘଟଣା ଉପରେ ନିର୍ମାଣ ହେବ ହଲିଉଡ୍‌ ଫିଲ୍ମ । ମଙ୍ଗଳବାର ପ୍ୟୁର୍‌ ଫ୍ଲିକ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି । ସଂସ୍ଥାର ସିଇଓ ମାଇକେଲ ସ୍କଟ୍‌ ଫେସ୍‌ବୁକ୍‌ରେ ଏହା ଘୋଷଣା କରିବା ସହ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ହଲିଉଡ୍ ରିପୋର୍ଟରେ ପ୍ରକାଶିତ ଖବର ଅନୁଯାୟୀ,  କାଓସ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ଓ ପ୍ୟୁର୍‌ ଫ୍ଲିକ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ମିଳିତ ଭାବେ […]

  • Monday, 19 July 2021
taj mahal
ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ତାଜମହଲର ସୁରକ୍ଷା ଓ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।  ତାଜମହଲର ସଂରକ୍ଷଣକୁ ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦେଇଥିବା ରିପୋର୍ଟକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ଜୁଲାଇ ୩୧ରୁ ପ୍ରତିଦିନ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଦୂଷଣ ଦ୍ୱାରା ତାଜମହଲ ନଷ୍ଟ ହେଉଥିବାରୁ ଏଥିପାଇଁ ଏକ କମିଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ପ୍ରଦୂଷଣର କାରଣ ଓ ଏହାର ସମାଧାନ ପାଇଁ […]

  • Monday, 19 July 2021
indian_economy_3
ବିଶ୍ୱବ୍ୟାଙ୍କ ରିପୋର୍ଟ: ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଫ୍ରାନ୍ସ ଭଳି ବିକଶିତ ଦେଶକୁ ପଛରେ ପକାଇ ଦେଇଛି ଭାରତର ଅର୍ଥ ବ୍ୟବସ୍ଥା। ସଦ୍ୟ ପ୍ରକାଶିତ ବିଶ୍ୱବ୍ୟାଙ୍କର ୨୦୧୭ ବର୍ଷର ସୂଚୀରେ ଭାରତ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ପଛକୁ ରହିଛି ଫ୍ରାନ୍ସ।  ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁସାରେ ଭାରତର ଜିଡିପିରେ ବ୍ୟାପକ ଅଭିବୃଦ୍ଧି ହୋଇଛି। ଗତ ବର୍ଷ ଭାରତର ଜିଡିପି ୨ ଦଶମିକ ୫୯୭ ଟ୍ରିଲିୟନ ଡଲାର ରହିଛି। ଅପରପକ୍ଷେ ଫ୍ରାନ୍ସର ରହିଛି ୨ ଦଶମିକ ୫୮୨ ଟ୍ରିଲିୟନ୍‌ ଡଲାର। ଗତ ବର୍ଷ ଜୁଲାଇ […]

  • Monday, 19 July 2021
gulab
ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା; ଶିଖ୍‌ ପୁଲିସ ଅଫିସରଙ୍କୁ ଘରୁ ତଡ଼ିଦେଲା

ଇସ୍‌ଲାମାବାଦ: ପୁଣି ପଦାକୁ ଆସିଲା ପାକିସ୍ତାନରେ ସଂଖ୍ୟାଲଘୁଙ୍କୁ ନିର୍ଯାତନାର ଆଉ ଏକ ନମୁନା । ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟର ଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଚାଲିଛି ପାକ୍। ପାକିସ୍ତାନର ପ୍ରଥମ ଶିଖ୍‌ ପୁଲିସ ଅଫିସର ଗୁଲାବ ସିଂହଙ୍କୁ ଘରୁ ତଡ଼ି ଦେଇଛି ସ୍ଥାନୀୟ ପ୍ରଶାସନ। ତାଙ୍କ ସହ ଧସ୍ତାଧସ୍ତି କରିବା ସହ ତାଙ୍କ ପଗଡ଼ି ଖୋଲିଦିଆଯାଇଥିବା ଅଭିଯୋଗ କରିଛନ୍ତି ଗୁଲାବ ସିଂହ। ଘର ଭିତରେ ସବୁ ଜିନିଷକୁ ତାଲା ପକାଇ ତାଙ୍କ ପରିବାରକୁ ବାହାର କରିଦିଆଯାଇଥିବା ଅଭିଯୋଗରେ […]

  • Monday, 19 July 2021
vlcsnap-error026
ରଥଯାତ୍ରାରେ ନିୟୋଜିତ ହେବେ ୧୪୦ ପ୍ଲାଟୁନ୍ ଫୋର୍ସ

ପୁରୀ: ପୁରୀରେ ଡିଜିପିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ନେଇ ସମୀକ୍ଷା ବୈଠକ ହୋଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ୧୪୦ ପ୍ଲାଟୁନ ଫୋର୍ସ ଓ ୧ ହଜାର ଅଫିସର ନିୟୋଜିତ ହେବେ। ସ୍ଥଳ, ଜଳ ଓ ଆକାଶ ମାର୍ଗ ପାଇଁ ସୁରକ୍ଷା କଡ଼ାକଡ଼ି ହେବ। ସାମୁଦ୍ରିକ ମାର୍ଗ ସୁରକ୍ଷା ପାଇଁ କୋଷ୍ଟ୍‌ଗାର୍ଡ ମୁତୟନ ହୋଇଛନ୍ତି। ବଡ଼ଦାଣ୍ଡକୁ ନୋ ଫ୍ଲାଇଂ ଜୋନ୍ କରିବାକୁ ମନ୍ତ୍ରାଳୟକୁ ଚିଠି ଲେଖାଯିବ ବୋଲି ସମୀକ୍ଷା ପରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା […]

  • Monday, 19 July 2021
tru
ସଂଯମତା ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍‌ :  ବର୍ତ୍ତମାନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଟଳି ଯାଇଛି।  ଆମେରିକା-ଇରାନ ଯୁଦ୍ଧ ହେବାର ଆଶଙ୍କା କମ୍ । କାରଣ ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଆମେରିକା ଉତ୍ତେଜନାକୁ ବୃଦ୍ଧି କରିବାକୁ ଚାହୁଁନାହିଁ କିମ୍ବା ଆଉ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ । ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଦରକାର । ଇରାନର ହିଂସା ଯୋଗୁଁ ମଧ୍ୟପ୍ରାଚ୍ୟରେ ଶାନ୍ତି ଆସିବନି । ତେଣୁ ଏହି ଦେଶକୁ ଏକଘରିକିଆ […]

  • Monday, 19 July 2021
father
ନିର୍ଦ୍ଦୟ ବାପା : ଝିଅକୁ କୂଅରେ ଫୋପାଡି ମାରିଲା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛାଞ୍ଚୁଣିଆରେ ୧୩ଦିନର ଶିଶୁକୁ କୂଅରେ ପକାଇ ମାରିବା ଘଟଣାରେ ପୋଲିସ ଅଭିଯୁକ୍ତ ବାପା ଦୁଃଶାସନ ସାହୁକୁ ଗିରଫ କରିଛି। ଗତ ୬ ତାରିଖରେ ଦୁଃଶାସନଙ୍କ ୧୩ଦିନର ଶିଶୁ ହଠାତ ନିଖୋଜ ହୋଇଯାଇଥିଲା। ପ୍ରଥମେ ଶିଶୁଟିକୁ କୁକୁର ନେଇଯାଇଥିବା ଖବର ପ୍ରଚାର ହୋଇଥିଲା। ତେବେ ପରଦିନ ଘର ପାଖ କୂଅରୁ ଝିଅର ମୃତଦେହ ଉଦ୍ଧାର କରାଯାଇଥିଲା। ଏନେଇ ଖୋଳତାଡ ପରେ ପୋଲିସ ଦୁଃଶାସନକୁ ନେଇ ପଚରାଉଚୁରା କରିଥିଲା। ତେବେ ତଦନ୍ତ ସମୟରେ ଶିଶୁକୁ […]

  • Monday, 19 July 2021
protest
କଟକରେ ଚାଷୀ ଆନ୍ଦୋଳନ

କଟକ : ଚାଷୀଙ୍କ ବିଭିନ୍ନ  ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମଣ କୃଷକ ସଙ୍ଗଠନ। ଆଜି କଟକରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି।  ସହରର ଖାନ୍‌ ନଗର  ଟ୍ରାଫିକ ଛକ ଠାରୁ ଏକ ରାଲି ବାହାରି ଶୋଭାଯାତ୍ରା କରାଯାଇଥିଲା । ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ। ଚାଷୀଙ୍କୁ ସମ୍ମାନ,  ଉତ୍ପାଦିତ ଦ୍ରବ୍ୟର ଉଚିତ  ମୂଲ୍ୟ, ୨୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଭତ୍ତା ଆଦି ଦାବିରେ ରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଙ୍ଗଠନ।

  • Monday, 19 July 2021
van3
ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର : ସମ୍ବଲପୁରରେ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ। ଜେସିବିକୁ ପଛରୁ ପିଟିଲା ସ୍କୁଲ ଭ୍ୟାନ୍ । ଅମ୍ବିରାନାଗରରେ ରାସ୍ତାରେ ରଖାଯାଇଥିବା ଜେସିବି ସହ ଧକ୍କା ହୋଇ ଭ୍ୟାନରେ ଥିବା ୮ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ପିଲା ଏକ ଘରୋଇ ସ୍କୁଲର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ସମ୍ବଲପୁରର ଭାଲୁପାଲି, ଅମ୍ବିରାନଗର ଅଞ୍ଚଳରେ ରହୁଥିବା ଏକ ଘରୋଇ ସ୍କୁଲର […]

  • Monday, 19 July 2021
strike
ପୁନଃ ନିଯୁକ୍ତି ଦାବିରେ ଅଡ଼ି ବସିଛନ୍ତି ଶ୍ରମିକ

ପାରାଦୀପ : ପୂର୍ବତନ କର୍ମଚାରୀଙ୍କ ନିଯୁକ୍ତିକୁ ନେଇ ପାରାଦୀପରେ ଶ୍ରମିକ ଅଶାନ୍ତି। ଏକ ଘରୋଇ କଂପାନୀ ଆଗରେ ଶ୍ରମିକଙ୍କ ଆନ୍ଦୋଳନ। ଅଭିଯୋଗ ଅନୁସାରେ ୨୦୦୪ ମସିହାରେ ପାରାଦୀପରେ କାର୍ଗିଲ ଖାଇବା ତେଲ କଂପାନୀ ପ୍ରତିଷ୍ଠା ହୋଇଥିଲା। ଏଥିରେ ଶହଶହ ଶ୍ରମିକ କାମ କରୁଥିବାବେଳେ ପରିବହନ ସମସ୍ୟାକୁ ନେଇ ୨୦୧୬ ମସିହାରେ କଂପାନୀ ବନ୍ଦ ହୋଇଯାଇଥିଲା। ଗତ କିଛି ମାସ ହେବ କଂପାନୀକୁ ଏକ ନୂତନ କଂପାନୀ କିଣିଥିବାବେଳେ, ପୁରୁଣା କର୍ମଚାରୀଙ୍କୁ କଂପାନୀ ନିଯୁକ୍ତି ଦେଉନଥିବା ଅଭିଯୋଗ ହୋଇଛି। […]

  • Monday, 19 July 2021
train
ମୁମ୍ବାଇରେ ଜାରି ରହିଛି ବର୍ଷା

ମୁମ୍ୱାଇ : ଲଗାଣ ବର୍ଷାରେ ବେହାଲ୍ ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇ । ଲଗାତାର ପଞ୍ଚମ ଦିନ ପାଇଁ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରୁ ତଳିଆ ଅଞ୍ଚଳରେ ପାଣି ଭରି ଯାଇଛି।  କଲିନା, ଚେମ୍ବୁର ଓ ମାଙ୍କୁଡ୍ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହି ଅଞ୍ଚଳର ଶତାଧିକ ଘର ଭିତରେ ପାଣି ପଶିଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମହାରାଷ୍ଟ୍ରର ଚାରୋଟିବ୍ରିଜ୍ ନିକଟରେ ବର୍ଷାରେ ନିୟନ୍ତ୍ରଣ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ […]

  • Monday, 19 July 2021
seed
ବିହନ ଯୋଗାଣରେ ମହାଘୋଟାଲା

ବାଲେଶ୍ୱର : ବାଲେଶ୍ୱରରେ ବିହନ ଯୋଗାଣରେ ମହାଘୋଟାଲା। ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ନକଲି ପ୍ରୋସେସିଂ ପ୍ଲାଣ୍ଟରେ ତିଆରି ହୋଇ ଯୋଗାଇ ଦିଆଯାଇଥିଲା। ବସ୍ତା ବ୍ଲକର ରାଜଘାଟଠାରେ ଥିବା ଓଡିଶା ସିଡ୍ସ ନାମକ ଏକ ବିହନ ପ୍ରୋସେସିଂ ପ୍ଲାଣ୍ଟରେ ବଳକା ହୋଇପଡିଥିବା ବିହନ ଚାଷୀଙ୍କୁ ଫେରାଇବା ବଦଳରେ ଏଠାରେ ପ୍ରୋସେସିଂ କରାଯାଇ ପୁଣି ବ୍ୟାଗରେ ପ୍ୟାକିଂ କରାଯାଇ ଚାଷୀଙ୍କୁ ବିକ୍ରି କରାଯାଉଥିଲା। ଯେଉଁ ବିହନ ଚାଷୀ ବୁଣିବା ପରେ ସେଥିରୁ ଗଜା ବାହାରୁନଥିବା ଚାଷୀ ଅଭିଯୋଗ କରିଥିଲେ। […]

  • Monday, 19 July 2021
brahmani
କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ରାଜନଗରରେ କୂଳ ଲଂଘୁଛି ବ୍ରାହ୍ମଣୀ। ବାରମ୍ବାର ଅତଡା ଖାଇ ଗାଁକୁ ଛୁଇଁଲାଣି। ଗୋବର୍ଦ୍ଧନପୁର, ଜୁନଗଡି, କ୍ଷୀରକୋଟ ଓ ରାଜଗଡ ବ୍ରାହ୍ମଣୀର ସୁଅରେ ଲୀନ ହୋଇଯିବା ଆଶଙ୍କା। ବର୍ଷା ଆରମ୍ଭରୁ ଏଭଳି ସ୍ଥିତି ନଇ କୂଳିଆବାସୀଙ୍କୁ ଆତଙ୍କିତ କରିଛି। ସେପଟେ ପ୍ରତିବର୍ଷ ଭଳି ଏଥର ମଧ୍ୟ କୁମ୍ଭୀର ଭୟ। ପୂର୍ବରୁ ବନ୍ୟାରେ ଘରଡିହ ହରାଇଛନ୍ତି ଲୋକେ। ଆଡିବନ୍ଧ  ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରି କରିଛନ୍ତି, ହେଲେ କିଛି ଉତ୍ତର ମିଳିନାହିଁ। କିନ୍ତୁ ଏଥର […]

  • Monday, 19 July 2021
puri
ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲେପନ ହେବ ଖଳିପ୍ରସାଦ

ପୁରୀ : ଆଜି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କର ଘଣାଲାଗି ଗୁପ୍ତ ସେବା କରାଯାଉଛି। ଏହି ବିଶେଷ ନୀତିରେ ସୁଦୁ ସୁଆରଙ୍କ ଘରେ ପ୍ରସ୍ତୁତ କରାଯାଇଥିବା ଖଳିପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଶରୀରରେ ଦିବ୍ୟଲେପନ କରିବେ। ଚନ୍ଦନ, କର୍ପୁର, କସ୍ତୁରୀ ମିଶ୍ରିତ ଖଳିକୁ ସୁଦୁସୁଆର ସେବାୟତଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ବିଧିବିଧାନ ରହିଛି। ଶ୍ରୀମନ୍ଦିରରୁ ଆସିଥିବା କାହାଳୀ ବାଜିବା ସହ ପାଟପଟୁଆରରେ ଏହି ପବିତ୍ର ଖଳିପ୍ରସାଦ ବିଜେ କରାଯାଇଥାଏ।

  • Monday, 19 July 2021
Iran-General-Daughter-550
'ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ'

ତେହରିନ: ପାଗଳ ଟ୍ରମ୍ପ ଇରାନର ହିରୋ କାସିମ ସୁଲେମାନୀଙ୍କୁ ମାରି ଭାବନି ଯେ, ସବୁ କିଛି ଶେଷ ହୋଇଗଲା। ଏବେ ଠୁ ଆରମ୍ଭ ହେଲା ଆମେରିକାର କଳା ଦିନ। ଇରାନର ମେଜର ଜେନେରାଲ କାସିମ ସୁଲେମାନୀଙ୍କୁ ରବିବାର କବର ଦେବା ପରେ ଆଜି ଇରାନବାସୀ ଏକାଠି ଆମେରିକାକୁ ଏଭଳି ବାର୍ତ୍ତା ଦେଇଛନ୍ତି। ସୁଲେମାନୀଙ୍କ ଝିଅ ଜେଇନବ ସୁଲେମାନୀ ନିଜ ବାପାଙ୍କ ମୃତ୍ୟୁ ଅବସରରେ ଏକାଠି ହୋଇଥିବା ଇରାନବାସୀଙ୍କୁ ଉଦବୋଧନ ଦେବାକୁ ଯାଇ ଏହା କହିଛନ୍ତି। ଏହି ସମାରୋହରେ […]

  • Monday, 19 July 2021