• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

BMC-650x430
ଆସନ୍ତାକାଲି BMC  କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର : ଆସନ୍ତାକାଲି BMC  କର୍ମଚାରୀଙ୍କ ଛୁଟି ବାତିଲ୍‌ । ପ୍ରବଳ ବର୍ଷାର ସମ୍ଭାବନା ଦୃଷ୍ଟିରୁ BMC  କର୍ମଚାରୀଙ୍କ ଛୁଟି ବାତିଲ୍‌  କରିଛନ୍ତି BMC କର୍ତ୍ତୃପକ୍ଷ। ଆସନ୍ତା କାଲି ରବିବାର ଥିବାରୁ ସମସ୍ତଙ୍କର ଛୁଟିଦିନ ଥିଲା , ହେଲେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଛୁଟି ବାତିଲ୍‌ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆଜି ରାତିରେ ମଧ୍ୟ ପ୍ରବଳ ମାତ୍ରାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି ।

  • Tuesday, 20 July 2021
shotting
ମସଜିଦରେ ଆକ୍ରମଣ:  ୪୦ ମୃତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ସିଟିର ହେଗଲେ ପାର୍କ ନିକଟ ଏକ ମସଜିଦରେ ଜଣେ ଯୁବକ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌ ମୃତୟନ କରାଯାଇଥିବା ବେଳେ ସଂପୃକ୍ତ ଅଞ୍ଚଳକୁ କର୍ଡନ କରି ଦିଆଯାଇଛି। ଏହାସହ ଆଖପାଖର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ […]

  • Tuesday, 20 July 2021
mubai
ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ମୁମ୍ୱାଇ: ମୁମ୍ବାଇରେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଅଛନ୍ତି। ଏହାସହ ୩୩ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସେଣ୍ଟ ଜର୍ଜ ମେଡିକାଲରେ ଭର୍ତ୍ତି କରାଯାଇଛି। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ CSMT ଷ୍ଟେସନ ନିକଟରେ ଥିବା ବ୍ରିଜ୍‌ଟି ଗତକାଲି ସକାଳେ ମରାମତି ହୋଇଥିଲା। ତେବେ ସହରର ଏହି ବ୍ୟସ୍ତ ବହୁଳ ଷ୍ଟେସନର ଫୁଟ୍‌ ଓଭର ବ୍ରିଜ୍‌ରେ ଗତକାଲି ସନ୍ଧ୍ୟାରେ […]

  • Tuesday, 20 July 2021
plane
ଏହି ବିମାନକୁ ବ୍ୟାନ୍‌ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋଇଂ 737-MAXକୁ ଆମେରିକା ବ୍ୟାନ୍‌ କରିଛି। ପୂର୍ବରୁ ବୋଇଂ 737-MAX ବିମାନକୁ ବନ୍ଦ ନକରିବା ପାଇଁ ଯୁକ୍ତି ବାଢୁଥିବା ଆମେରିକା ଶେଷରେ ବ୍ୟାନ କରିଛି। ଫଳରେ ଆମେରିକାରେ ନିର୍ମାଣ ହେଉଥିବା ଏହି ବିମାନ ଏକ ପ୍ରକାର ବିଶ୍ୱବ୍ୟାପୀ ବନ୍ଦ ହୋଇଯାଇଛି। କିଛି ନୂଆ ତଥ୍ୟ ଅନୁସାରେ ଇଥିଓପିଆ ଏୟାରଲାଇନ୍ସ ଏବଂ ଅକ୍ଟୋବରରେ ଇଣ୍ଡୋନେସିଆରେ ହୋଇଥିବା ଦୁର୍ଘଟଣା ମଧ୍ୟରେ କିଛି ସାମଞ୍ଜସ୍ୟ ରହିଥିବା ଆମେରିକା କର୍ତ୍ତୃପକ୍ଷ କହିଛନ୍ତି। ଏନେଇ […]

  • Tuesday, 20 July 2021
BJP
ଶାନ୍ତି ଚାହୁଁଥିବା ଇମ୍ରାନ୍‌ ମସୁଦ ଆଝାରଙ୍କୁ ଭାରତକୁ ଦେଇ ଦିଅନ୍ତୁ: ସୁଷମା

ନୂଆଦିଲ୍ଲୀ: ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି କଥାବାର୍ତ୍ତା ଚାହୁଁଛନ୍ତି। ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ପାକିସ୍ତାନରେ ଅଛି। ଇମ୍ରାନ୍ ଖାନ୍ ଶାନ୍ତିର କଥା କହୁଛନ୍ତି, ସେ ବହୁତ ଉଦାର ବୋଲି ଲୋକେ କହୁଛନ୍ତି। ତେବେ ସେ ମସୁଦଙ୍କୁ ଭାରତକୁ ଦେଇ ଦିଅନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସୁଷମା ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ସେ ଆହୁରି […]

  • Tuesday, 20 July 2021
rain alert
୧୨ ଜିଲ୍ଲାରେ ପ୍ରବଳ ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ବର୍ଷା , ଝଡ଼ତୋଫାନ ଓ ବଜ୍ରପାତ ନେଇ  ୧୨ଟି ଜିଲ୍ଲାକୁ ସତର୍କ ସୂଚନା । ରାତି ୧୨ଟା ୧୫ଯାଏ ସତର୍କ ରହିବାକୁ  ପାଣିପାଗ  ବିଭାଗର ପରାମର୍ଶ। ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ , ଅନୁଗୁଳ , କେନ୍ଦୁଝର , ମୟୁରଭଞ୍ଜ, ବାଲେଶ୍ୱର , କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ  ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘରୁ ବାହାରକୁ ନଯିବାକୁ ସୂଚିତ କରାଯାଇଛି।

  • Tuesday, 20 July 2021
congress
ଅାଗାମୀ ନିର୍ବାଚନରେ ରାଫେଲ ଡିଲ୍‌କୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ

ଭୁବନେଶ୍ୱର: ଅାଗାମୀ ନିର୍ବାଚନରେ ରାଫେଲ୍ ଡିଲ୍‌କୁ ମୁଖ୍ୟ ପ୍ରସଙ୍ଗ କରାଯିବ। ଅାଜି ଦିଲ୍ଲୀରେ ବସିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜୀତେନ୍ଦ୍ର ସିଂ। ରାଫେଲ୍ ଡିଲ୍ ପାଇଁ ବେକାର ନିଯୁକ୍ତି ପାଇଲେ ନାହିଁ। ଓଡିଶାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡରେ ଜେଟ୍ ତିଅାରି ହୋଇଥିଲେ ନିଯୁକ୍ତି ସୃଷ୍ଟି ହୋଇଥାନ୍ତା ବୋଲି ଜୀତେନ୍ଦ୍ର ସିଂ କହିଛନ୍ତି। ଏଥିପାଇଁ  ଏହି ପ୍ରସଙ୍ଗରେ ରାଜ୍ୟରେ କଂଗ୍ରେସ ସ୍ୱତନ୍ତ୍ର ଭାବେ ଅାନ୍ଦୋଳନ କରିବ। ସେହିପରି କାଲିଠାରୁ ପ୍ରଦେଶ […]

  • Tuesday, 20 July 2021