• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

death
୧୩ ଦିନିଆ ବିଚାର ବିଭାଗୀୟ ହାଜତରେ ଅଭିଯୁକ୍ତ ପ୍ରଶିକ୍ଷକ

ତାମିଲନାଡୁ  : ତାମିଲନାଡୁ କୋଇମ୍ବାଟୁରର ମକ୍‌ଡ୍ରିଲ୍ ବେଳେ ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ପ୍ରଶିକ୍ଷକଙ୍କୁ ୧୩ଦିନିଆ ବିଚାର ବିଭାଗ ହାଜତକୁ ନିଆଯାଇଛି। ଗତକାଲି କୋଏମ୍ବାଟୁରର କଲାଇ ମଗଲ୍ କଲେଜ୍‌ରେ ମକ୍‌ଡ୍ରିଲ୍ ଚାଲିଥିବା ବେଳେ ଦ୍ୱିତୀୟ ମହଲା ସନ୍‌ସେଡ୍‌ରୁ ଖସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତଛାତ୍ରୀ ଜଣକ ହେଲେ ବିବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଲୋକେଶ୍ୱରୀ। କଲେଜ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ଲୋକେଶ୍ୱରୀ ଛାତରୁ ଡେଇଁବାକୁ ରାଜି ହେଉନଥିବାରୁ ପ୍ରଶିକ୍ଷକ ଜଣକ ତାଙ୍କୁ ତଳକୁ ଠେଲି ଦେବା […]

  • Monday, 19 July 2021
rain 1
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଫଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅାରମ୍ଭ ହୋଇଛି ବର୍ଷା । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ଏହାସହ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଅନୁଗୁଳ, ଦେଓଗଡ଼, କେନ୍ଦୁଝର, କନ୍ଧମାଳ, ଢେଙ୍କାନାଳ ଏବଂ କଳାହାଣ୍ଡିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା  ସମ୍ଭାବନା ରହିଛି । ତେବେ ଏହି ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ […]

  • Monday, 19 July 2021
rs-ok
ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଓ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ ରାଜ୍ୟସଭାକୁ ମନୋନୀତ

ନୂଆଦିଲ୍ଲୀ: ରାଜ୍ୟସଭାକୁ ଯିବେ ଓଡ଼ିଶାର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ମନୋନୀତ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯାଇଛି। ରାଜ୍ୟସଭା ପାଇଁ ରାଷ୍ଟ୍ରପତି ୪ ଜଣ ବିଶିଷ୍ଟ ବ୍ୟକ୍ତିକୁ ମନୋନୀତ କରିଛନ୍ତି। ସେମାନେ ହେଲେ ରଘୁନାଥ ମହାପାତ୍ର, ବିଶିଷ୍ଟ ନୃତ୍ୟାଙ୍ଗନା ସୋନାଲ୍ ମାନସିଂହ, କୃଷକ ନେତା ରାମ୍‌ ସାକାଲ ଓ ସ୍ତମ୍ଭକାର ରାକେଶ ସିହ୍ନା। ପୁରୀ ଜିଲ୍ଲାରେ ଜନ୍ମିତ ପଦ୍ମବିଭୂଷଣ ରଘୁନାଥ […]

  • Monday, 19 July 2021
china image
ଜଳିଯାଇଥା’ନ୍ତା ପେଟ୍ରୋଲ ପମ୍ପ୍‌, ବୁଦ୍ଧି ପ୍ରୟୋଗ କରି ବଂଚାଇଦେଲେ କର୍ମଚାରୀ

ଜିଆଙ୍ଗଜି:  ଚୀନ୍‌ର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଏକ ଗ୍ୟାସ୍‌ ଷ୍ଟେସନ୍‌ରେ ଏକ ତିନି ଚକିଆ ଗାଡ଼ିରେ ନିଆଁ ଲାଗିଛି । ପେଟ୍ରୋଲ୍ ମେସିନ୍‌ର ଅଳ୍ପ ଦୂରରେ ଉକ୍ତ ଗାଡ଼ିଟି ଥିଲା । ଗାଡ଼ିରେ ନିଆଁ ଲାଗିବା ମାତ୍ରେ ଗାଡ଼ିରୁ ଡ୍ରାଇଭର ଓହ୍ଲାଇ ପ୍ରାଣ ବିକଳରେ ପଳାଇଯାଇଛି । ଅନ୍ୟମାନେ ମଧ୍ୟ ଭୟରେ ଉକ୍ତ ସ୍ଥାନରୁ ଦୂରେଇ ଯାଇଥିଲେ। କିନ୍ତୁ ଗ୍ୟାସ୍‌ ଷ୍ଟେସନ୍‌ର କର୍ମଚାରୀ ତୁରନ୍ତ ସାହସିକତା ପ୍ରଦର୍ଶନ […]

  • Monday, 19 July 2021
PM Modi
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି।  ପ୍ରଧାନମନ୍ତ୍ରୀ ମୋଦି ରଥଯାତ୍ରା ଅବସରରରେ ଦେଶବାସୀଙ୍କ ସୁଖସମୃଦ୍ଧି କାମନା କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ମୋଦି ୧ ମିନିଟ୍ ୨୬ ସେକେଣ୍ଡର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାତ୍ମ୍ୟ ସଂପର୍କରେ ମୋଦି କହିଛନ୍ତି। ଭିଡିଓରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ଦୃଶ୍ୟ ମଧ୍ୟ ରହିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

  • Monday, 19 July 2021
pakistan-blast
ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲା, ୧୩୩ ଜଣଙ୍କ ମୃତ୍ୟୁ

ବଲୁଚିସ୍ତାନ: ପାକିସ୍ତାନ ବଲୁଚିସ୍ତାନରେ ଦୁଇଟି ଅାତ୍ମଘାତୀ ହମ୍‌ଲାରେ ୧୩୩ ଜଣଙ୍କ ମୃତ୍ୟୁ। ଗତକାଲି ବଲୁଚିସ୍ତାନ ସ୍ଥିତ ମାସ୍ତୁଙ୍ଗ ସହରରେ ଏକ ନିର୍ବାଚନ ପ୍ରଚାର ରାଲି ଚାଲିଥିବା ବେଳେ ଅାତ୍ମଘାତୀ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବଲୁଚିସ୍ତାନର ପ୍ରମୁଖ ରାଜନୈତିକ ଦଳ ବିଏପି ନେତା ସିରାଜ ରାଇସାନି ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ୨୦୦ରୁ ଅଧିକ ଲୋକ ଅାହତ ହୋଇଥିଲେ। ପରେ ପରେ ମୃତ୍ୟୁ ସଂଖ୍ୟା ବଢ଼ି ୧୨୮ରେ ପହଂଚିଛି। ରାଇସାନିଙ୍କ ପ୍ରଚାର ରାଲିକୁ […]

  • Monday, 19 July 2021
vlcsnap-error620
ଆଜି ପବିତ୍ର ଘୋଷଯାତ୍ରା: ଧିରେ ଧିରେ ଲୋକାରଣ୍ୟ ହେଉଛି ବଡ଼ଦାଣ୍ଡ

ପୁରୀ: ଆଜି ପବିତ୍ର ଘୋଷଯାତ୍ରା। ଧୀରେ ଧୀରେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଉ ମାତ୍ର ଘଣ୍ଟାକର ଅପେକ୍ଷା । ରତ୍ନସିଂହାସନରୁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ କାଳିଅା ଠାକୁର । ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତ ଉତ୍କଣ୍ଠାରେ ଚାହିଁ ରହିଛନ୍ତି। ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ସର୍ବଶ୍ରେଷ୍ଠ ଯାତ୍ରା ହେଉଛି […]

  • Monday, 19 July 2021
Nawaz-Maryam arrested
ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ଝିଅ ମରିୟମ୍‌

ଲାହୋର:  ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଓ ତାଙ୍କ ଝିଅ ମରିୟମ୍। ସେମାନେ ଆଜି ରାତିରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ବାପ ଝିଅଙ୍କୁ ଗିରଫ କରାଯାଇଥିଲା।  ଏଥିପାଇଁ ପ୍ରାୟ ୧୦ହଜାର ପୋଲିସ ଅଧିକାରୀଙ୍କୁ ଲାହୋରରେ ମୁତୟନ କରାଯାଇଥିଲା। ଦିନ ୩ଟାରୁ ସହରରେ ମୋବାଇଲ୍ ଫୋନ ସେବା ବନ୍ଦ ରଖାଯାଇଥିଲା। ସୂଚନା ଅନୁସାରେ, ସରିଫ୍ ଓ ମରିୟମଙ୍କୁ ଲାହୋର ବିମାନବନ୍ଦରରୁ ଗିରଫ କରାଯିବା ପରେ ହେଲିକପଟରରେ ଇସଲାମାବାଦ ନିଅାଯିବ। ସେଠାରୁ ସେମାନଙ୍କୁ ରାଓଲପିଣ୍ଡିର ଅାଦିଅାଲା […]

  • Monday, 19 July 2021
mufti-modi image
ମୋଦି ସରକାରକୁ ମେହବୁବା ମୁଫ୍‌ତିଙ୍କ ଚେତାବନୀ

ଶ୍ରୀନଗର: ମୋଦି ସରକାରକୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଚେତାବନୀ। ମେହବୁବା କହିଛନ୍ତି ଯେ, କେନ୍ଦ୍ର ସରକାର ପିଡିପିରେ ବିଭାଜନ ପାଇଁ ଉଦ୍ୟମ କରୁଛନ୍ତି। ଯଦି ଏଭଳି କରନ୍ତି ତା’ହେଲେ କାଶ୍ମୀରରେ ସ୍ଥିତି ସଙ୍ଗୀନ ହେବ ଏବଂ ସଲାଉଦ୍ଦିନ ଭଳି ଅାହୁରି ଅାତଙ୍କୀ ସୃଷ୍ଟି ହେବେ। ମେଣ୍ଟ ସରକାର ଭାଙ୍ଗିବାର କିଛି ଦିନ ଭିତରେ ବିଜେପିକୁ ଏହି ଚେତାବନୀ ଶୁଣାଇଛନ୍ତି ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା […]

  • Monday, 19 July 2021
trump
ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ: ଅାସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହୋଇପାରନ୍ତି ଅାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗତ ଏପ୍ରିଲ୍‌ରେ ଭାରତ ସରକାର ଏଥିପାଇଁ ଟ୍ରମ୍ପଙ୍କୁ ନିମନ୍ତ୍ରଣ ପ୍ରସ୍ତାବ ପଠାଇଛନ୍ତି। ଯଦି ଟ୍ରମ୍ପ୍‌ ଏହାକୁ ସ୍ୱୀକାର କରନ୍ତି, ତେବେ ମୋଦି ସରକାର ପାଇଁ ଏହା ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯିବ। ଅାମେରିକା ସରକାର ମଧ୍ୟ ଏଦିଗରେ ସକରାତ୍ମକ ଭାବେ ଚିନ୍ତା କରୁଛି ବୋଲି ଜଣାପଡ଼ିଛି। ତେବେ ଅାମେରିକା […]

  • Monday, 19 July 2021
sasi tharoor
କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ମାମଲା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିବାଦୀୟ ମନ୍ତବ୍ୟ ‘ହିନ୍ଦୁ ପାକିସ୍ତାନ’ କୁ ନେଇ ମାମଲା ରୁଜୁ ହୋଇଛି। ଥରୁରଙ୍କ ନାଁରେ ଉତ୍ତର ପ୍ରଦଶର ଗୋମତି ନଗର ଥାନାରେ ଏତଲା ଦେଇଛନ୍ତି ରିଜ୍ଓ୍ୱାନ ଅହମ୍ମଦ। ଶଶି ଥରୁରଙ୍କ ମନ୍ତବ୍ୟ ଦେଶର ବିଭାଜନ ସୃଷ୍ଟି କରୁଛି ବୋଲି ଅଭିଯୋଗ କରି ସେ ଏତଲା ଦେଇଛନ୍ତି। ଗତକାଲି କଂଗ୍ରେସ ନେତା ଶିଶି ଥରୁର କହିଥିଲେ ୨୦୧୯ ସାଧାରଣ ନିର୍ବାଚନରେ ଯଦି ବିଜେପି ସରକାର ଗଢ଼େ, ତା’ ହେଲେ ଭାରତ, […]

  • Monday, 19 July 2021
maobadi
ମାଓବାଦୀ କ୍ୟାମ୍ପ ଠାବ

ରାଉରକେଲା : ରାଉରକେଲା ଚାନ୍ଦିପୋଷ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ ଠାବ। ଏଥିସହ କ୍ୟାମ୍ପରୁ ବିପୁଳ ପରିମାଣର ଗୁଳି, ବୋମା ଓ ମାଓ ସାମଗ୍ରୀ ଜବତ ହୋଇଛି। ଆଜି ଭୋରୁ ରାଉରକେଲା ପୋଲିସ ଓ ସିଆରପିଏଫ ମିଳିତ ଭାବେ ଚାନ୍ଦିପୋଷ ଥାନା ଚମ୍ପାଝରନ ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢାଉ କରିଥିଲେ। ଏହି କ୍ୟାମ୍ପରେ ୨୦ରୁ ୨୫ ମାଓବାଦୀଙ୍କ ସହ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ମାଓ ଡିଭିଜନର ଏରିଆ କମାଣ୍ଡର ଅନମୋଲ ଉପସ୍ଥିତ ଥିଲେ। ଚଢାଉ ପୂର୍ବରୁ ମାଓବାଦୀମାନେ […]

  • Monday, 19 July 2021
husband
ଯୌତୁକ ପାଇଁ ବଧୂ ହତ୍ୟା ମାମଲା : ସ୍ୱାମୀ ଦେବାଶିଷ ବାରିକ ଗିରଫ

ଖୋର୍ଦ୍ଧା: ବେଗୁନିଆ ଯୌତୁକ ପାଇଁ ବଧୂ ହତ୍ୟା ମାମଲାରେ ପୀଡ଼ିତାଙ୍କ ସ୍ୱାମୀ ଗିରଫ ହୋଇଛନ୍ତି। ମୃତକ ଚନ୍ଦ୍ରକାନ୍ତିଙ୍କ ସ୍ୱାମୀ ଦେବାଶିଷ ବାରିକକୁ ଗିରଫ କରିଛି ପୋଲିସ। ଚନ୍ଦ୍ରକାନ୍ତିଙ୍କ ମୃତ୍ୟୁ ପରେ ବାପା ଓ ମାଆଙ୍କ ସହିତ ଦେବାଶିଷ ଫେରାର ଥିଲେ। ଯୌତୁକ ପାଇଁ ସେମାନେ ଚନ୍ଦ୍ରକାନ୍ତିଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ଗତକାଲି ମୃତ୍ୟୁ ପୂର୍ବରୁ ପୀଡ଼ିତା ବୟାନ ଦେଇଥିଲେ। ସେ କହିଥିଲେ କିପରି ସ୍ୱାମୀ, ଶାଶୂ ଓ […]

  • Monday, 19 July 2021
venkeya
ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା

ନୂଆଦିଲ୍ଲୀ : ସାନ୍ତାଳୀ ଭାଷାକୁ ମିଳିଲା ରାଜ୍ୟସଭାର ମାନ୍ୟତା । ଏହା ସହିତ ଆଉ ୪ଟି ଭାଷାକୁ ବି ମାନ୍ୟତା ମିଳିଛି। ସେଗୁଡ଼ିକ ହେଲା ଡୋଗ୍ରୀ, କାଶ୍ମୀରି, କୋଙ୍କଣୀ ଓ ସିନ୍ଧି। ରାଜ୍ୟସଭାରେ ଆଲୋଚନା ବେଳେ ଏହି ନୂଆ ୫ଟି ଭାଷା ବ୍ୟବହାର କରିପାରିବେ ସାଂସଦମାନେ। ଆଲୋଚନା ବେଳେ ଏହି ୫ଟି ଭାଷାର ସାଙ୍ଗେ ସାଙ୍ଗେ ଅନୁବାଦ କରିବାକୁ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଆସନ୍ତା ମୌସୁମୀ ଅଧିବେଶନଠାରୁ ସାଂସଦମାନେ ସମ୍ବିଧାନର ଅଷ୍ଟମ ସିଡ୍ୟୁଲରେ ଥିବା […]

  • Monday, 19 July 2021
fish
ଆନ୍ଧ୍ରରୁ ଆସୁଥିବା ମାଛକୁ ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହି ଖବର ପ୍ରକାଶ ପରେ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଲୋକ ମାଛ କିଣିବା ବେଳେ ଆଶାଆଶଙ୍କାରେ ରହୁଛନ୍ତି। ମାଛରେ କ୍ୟାନସର ସୃଷ୍ଟିକାରୀ ଫର୍ମାଲିନ ମିଶା ଯାଉଥିବା ଅଭିଯୋଗ ପରେ ଏହାର ଯାଞ୍ଚ ଲାଗି ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ। ବଜାରକୁ କି ପ୍ରକାର ମାଛ ଆସୁଛି, […]

  • Monday, 19 July 2021
camel
୫ ହଜାର ଓଟଙ୍କୁ ମାରିଲା ଅଷ୍ଟ୍ରେଲିଆ !

ଅଷ୍ଟ୍ରେଲିଆ : ମରୁଡ଼ିଗ୍ରସ୍ତ ଦକ୍ଷିଣ ଅଷ୍ଟ୍ରେଲିଆରେ ୫ ହଜାର ଓଟକୁ ଗୁଳି କରି ହତ୍ୟା କରାଯାଇଛି।  ସେମାନଙ୍କ ଉପରକୁ ଆକାଶ ମାର୍ଗରୁ ଗୁଳି କରାଯାଇଥିବା ଜଣାପଡ଼ିଛି । ପାଣିର ଅଭାବ ଓ ଲୋକଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି । ଆଗରୁ ୧୦ ହଜାର ଓଟଙ୍କୁ ମାରିବାକୁ ଯୋଜନା କରାଯାଇଥିଲା । ଅଷ୍ଟ୍ରେଲିଆ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏତେ ସଂଖ୍ୟକ ଓଟ ମାତ୍ରାଧିକ […]

  • Monday, 19 July 2021