ନୂଆଦିଲ୍ଲୀ: ଏମ୍ସରେ ସଂକଟାପନ୍ନ ସ୍ଥିତିରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଦେଶବ୍ୟାପୀ ଉତ୍ସୁକତା ପ୍ରକାଶ ପାଇଛି। ଦଳ ମତ ନିର୍ବିଶେଷରେ ବହୁ ବରିଷ୍ଠ ରାଜନୀତିକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏମ୍ସର ବୁଲେଟିନ ଅନୁଯାୟୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ। ତାଙ୍କୁ ଏବେ ବି ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ତାଙ୍କ ଅବସ୍ଥା ଅତି ଗମ୍ଭୀର ରହିଥିବା […]
ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ବିବାଦର ସମାଧାନ ମଧ୍ୟସ୍ଥିଙ୍କ ଜରିଆରେ ହେବ କି ନାହିଁ, ତା’ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇ ପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇପାରନ୍ତି। ବୁଧବାର ଶୁଣାଣି ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହାସହ ମଧ୍ୟସ୍ଥି ପାଇଁ ନାଁ ଦେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୁଣାଣି ବେଳେ […]
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍ ଓ୍ୱାଡେକରଙ୍କ ୭୭ ବର୍ଷ ବୟସରେ ମୁମ୍ବାଇର ଜସ୍ଲୋକ୍ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଜିତ୍ ଓ୍ୱାଡେକର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅଧିନାୟକ। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, “ଭାରତୀୟ କ୍ରିକେଟ୍ରେ ଅଜିତ୍ ୱାଡେକରଙ୍କ ଅବଦାନକୁ ସବୁଦିନ ମନେ ପକାଯିବ। ସେ ଜଣେ […]
ବାଙ୍କୀ: ମାଟି କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୪ ଜଣ ଆହତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁଁ ତାଳବସ୍ତ ପଞ୍ଚାୟତର ଭିଜିପୁଟ ଗାଁରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକ ଶୋଇଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତର ୩ ଜଣଙ୍କୁ ବାଙ୍କି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁପୁତ୍ର ଥିବା ସୂଚନା ମିଳିଛି।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୪୨ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ରିକ୍ସା ଚାଳକ, ଉଠା ଦୋକାନୀ, ଦିନ ମଜୁରିଆ, ଇଟାଭାଟି ଶ୍ରମିକ, ମୋଚି, ଅଖା ସିଲେଇ କରୁଥିବା ଶ୍ରମିକ ଭଳି ଅଣସଙ୍ଗଠିତ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହେବେ। ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ପନ୍ସେନ୍ ମିଳିବା […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ତାଙ୍କୁ ଜୀବନରକ୍ଷକ ବା ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ଏନେଇ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ଏମ୍ସ ପକ୍ଷରୁ ଆନୁଷ୍ଠାନିକ ସୂଚନା ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ ଧରି ଚିକିତ୍ସିତ ହେଉଛନ୍ତି। କିନ୍ତୁ ଗତ ୨୪ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଏ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପୁଣି ରାଗିଂ ଅଭିଯୋଗ। ସଂସ୍କୃତ ବିଭାଗ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କୁ ଜଣେ ଏମ୍ବିଏ ଦ୍ୱିତୀୟ ବର୍ଷର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ସଂପୃକ୍ତ ଛାତ୍ରଙ୍କ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଅାଯାଇଛି। ଅଭିଯୋଗ ଅନୁସାରେ ଏକ ନିର୍ଦ୍ଧିଷ୍ଟ ଦଳର ପ୍ରଚାର ପାଇଁ ଜଣେ ସିନିୟର ଛାତ୍ର ସୋଶାଲ୍ ମିଡିଆରେ ପୋଷ୍ଟ କରିଥିଲେ। ତେବେ ଏହାକୁ ସଂପୃକ୍ତ ଛାତ୍ର ସୋଶାଲ୍ ମିଡିଅାରେ ବିରୋଧ କରିଥିଲେ। ଘଟଣାକୁ ନେଇ […]
ଶ୍ରୀନଗର: କଶ୍ମୀର ଉପତ୍ୟକାରୁ ଆତଙ୍କବାଦୀ ସଫେଇ କରିବା ପାଇଁ ସେନା ପକ୍ଷରୁ ଅପରେସନ ଅଲଆଉଟ୍ ଜାରି ରହିଛି। ଆଜି ଜମ୍ମୁ ଓ କଶ୍ମୀରର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୁରକ୍ଷାକର୍ମୀ ତ୍ରାଲ ଅଞ୍ଚଳରେ ଭୋରରୁ ସର୍ଚ୍ଚ ଅପରେସନ୍ କରିଥିଲେ। ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସେନା, ସିଆରପିଏଫ୍ ଓ ରାଜ୍ୟ ପୁଲିସ୍ର ମିଳିତ ଟିମ୍ ସେଠାକୁ ଯାଇ ଅପରେସନ୍ କରିଛନ୍ତି। […]
ଲକ୍ଷ୍ନୌ: ଚଳିତବର୍ଷର ଅର୍ଦ୍ଧକୁମ୍ଭ ମେଳା ଉଦ୍ଯାପିତ ହୋଇଛି। ତୀର୍ଥକ୍ଷେତ୍ର ପ୍ରୟାଗରାଜରେ ଜାନୁଆରୀ ୧୪ରୁ ଆରମ୍ଭ ହୋଇଥିବା ବୁଡ଼ ଗତକାଲି ମହାଶିବରାତ୍ରୀରେ ଶେଷ ହୋଇଛି। କୁମ୍ଭମେଳାରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ସାଧୁ, ସନ୍ଥ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ବିଶ୍ୱାସର ଏହି ବୁଡ଼ ପକାଇବା ପାଇଁ କାହିଁ କେତେ ବାଟରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥିଲା। ଏଥରର କୁମ୍ଭମେଳା ବିଭିନ୍ନ କ୍ଷେତ୍ରରେ ରେକର୍ଡର ଅଧିକାରୀ ହୋଇଛି। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ବିଶ୍ୱର ସବୁଠାରୁ […]
କର୍ଣ୍ଣାଟକ : ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ କର୍ଣ୍ଣାଟକ। କର୍ଣ୍ଣାଟକରେ ଉପକୂଳ ଜିଲ୍ଲା ସହ ଦକ୍ଷିଣାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି। ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ, ହାସାନ, ଶିଭମୋଗା ଅାଦି ଅଞ୍ଚଳରେ ଅାଗାମୀ ୨୪ ଘଣ୍ଟା ମଧ୍ୟରେ ଅାହୁରି ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଫଳରେ ଲୋକେ ଏକପ୍ରକାର ଅାତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି। ସକଲେଶପୁର ସହ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଫଳରେ […]