ରାଉରକେଲା: ପରସ୍ପରକୁ ଭଲ ପାଉଥିଲେ, ହେଲେ ବାହାଘର କଥା ଉଠିବା ପରେ ସବୁ ଓଲଟପାଲଟ ହୋଇଗଲା। ଭୋରୁ ଭୋରୁ ପ୍ରେମିକର ଘର ସାମ୍ନାରେ ଜୀଅନ୍ତା ଜଳିଗଲେ ପ୍ରେମିକା। ରାଉରକେଲା ବନ୍ଧମୁଣ୍ଡା ଥାନା ସେକ୍ଟର B ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସେକ୍ଟର B ରେ ରହୁଥିବା ଅମିତ୍ ନାମକ ଯୁବକ ଓ ଉକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ତେବେ ବିବାହ ପାଇଁ ଯୁବକ ଜଣକ ମନା କରିଥିଲେ ବୋଲି […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ଅଟଳ ବିହାରୀ ବାଜପେୟୀ ମୋ ପାଇଁ ପିତୃତୁଲ୍ୟ ଥିଲେ ଓ ତାଙ୍କର ବିୟୋଗ ବ୍ୟକ୍ତିଗତ ଭାବେ ମୋତେ କ୍ଷତି ପହଞ୍ଚାଇଛି। ସେ ମୋତେ ସଂଗଠନ ଓ ଶାସନ ଭଭୟର ମହତ୍ୱ ସମ୍ପର୍କରେ ବୁଝାଇଥିଲେ। ଏହି ୨ଟିରେ କେମିତି ସଫଳତାର ସହ କାର୍ଯ୍ୟ କରାଯିବ ସେ ମୋତେ ଶକ୍ତି ଓ ସାହସ ଦେଇଥିଲେ । […]
ଖୋର୍ଦ୍ଧା : ଖୋର୍ଦ୍ଧାରେ ପୁଲିସ୍ ଏନ୍କାଉଣ୍ଟର। ନିରାକାରପୁର ଅଞ୍ଚଳରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଖାନ୍ ଆହତ ହୋଇଛି। ତାର ବାମ ଆଣ୍ଠୁ ଓ ପାଦରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଏନ୍କାଉଣ୍ଟର ହୋଇଥିଲା। ଫିରୋଜ ନାଁରେ ପାଖାପାଖି ୪୦ଟି ଅପରାଧିକ ମାମଲା ରହିଛି।
ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶେଷକୃତ୍ୟ ସଂପନ୍ନ ହେବ। ସକାଳ ୭ଟା ୩୦ରୁ -୮ଟା ୩୦ ପର୍ଯ୍ୟନ୍ତ ୧ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ପାର୍ଥିବ ଶରୀର ଦିଲ୍ଲୀ ସ୍ଥିତ ବାସଭବନରେ ରଖାଯିବ। ଏଠାରେ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବେ। ଏହା ପରେ ସକାଳ ୯ଟାରେ ପାର୍ଥିବ ଶରୀରକୁ ବିଜେପି ମୁଖ୍ୟାଳୟକୁ ଅଣାଯିବ। ଦଳୀୟ କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଠାରେ ବାଜପେୟୀଙ୍କୁ ଶେଷ ଦର୍ଶନ କରିବେ। ଦିନ ୧ଟାରୁ ଅନ୍ତିମ […]
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ରେ ଲେଖିଛନ୍ତି, ପ୍ରକୃତରେ ଭାରତର ଜଣେ ରାଷ୍ଟ୍ରନାୟକ ଥିଲେ ବାଜପେୟୀ। It was Atal Ji’s exemplary leadership that set the foundations for a strong, prosperous and inclusive India in the 21st century. His futuristic policies across various […]
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍ , କଲେଜ୍ ଛୁଟି ରହିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବିୟୋଗରେ ରାଜ୍ୟ ସରକାର ଆସନ୍ତାକାଲି ତା ୧୭.୦୮.୨୦୨୮ରେ ସରକାରୀ ଛୁଟି ଘୋଷଣା କରିଛନ୍ତି। ଏହାସହ ଆଜିଠାରୁ ୭ଦିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି। ଏହି ୭ଦିନ ଧରି ରାଜ୍ୟର ସମସ୍ତ ସରକାରୀ କୋଠାବାଡିରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହିତ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ। ନିଷ୍ପତ୍ତି ଅନୁଯାୟୀ […]
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଜଣେ ରାଜନେତା ଭାବେ ଯେତିକି ଲୋକପ୍ରିୟ, ଜଣେ କବି ଭାବେ ମଧ୍ୟ ସେତିକି ପ୍ରସିଦ୍ଧ। ସେ ଲେଖିଥିବା କବିତାଗୁଡିକୁ ଅନେକ ପ୍ରଶଂସା ମିଳିଛି। ତାଙ୍କର କବିତାରୁ ତାଙ୍କର ବ୍ୟକ୍ତିତ୍ୱର ପରିଚୟ ମିଳିଥାଏ। ଜୀବନକୁ ସେ କେତେ ପାଖରୁ ଦେଖିଛନ୍ତି ଏହା ସେ କବିତା ମାଧ୍ୟମରେ ଦୁନିଆକୁ ଦେଖେଇଥିଲେ। ନିଜସ୍ୱ କବିତାକୁ ଆବୃତ୍ତି କଲାବେଳେ ସେ ପରିବେଶରେ ଏକ ଭିନ୍ନ ଦାମ୍ଭିକତା ଭରିଦେଉଥିଲେ। ନିରୁତ୍ସାହିତ ଲୋକ ବି ତାଙ୍କ କବିତା ଶୁଣି […]
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିର କିମ୍ବଦନ୍ତୀ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଆଜି ପରଲୋକ ଘଟିଛି। ଗତକାଲିଠୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା। ବାଜପେୟୀଙ୍କ ପରଲୋକ ନେଇ ଏମ୍ସ ପକ୍ଷରୁ ହେଲ୍ଥ ବୁଲେଟିନ୍ ଜାରି କରାଯାଇଛି। ୯୩ ବର୍ଷୀୟ ବାଜପେୟୀ ଦୀର୍ଘ ୯ ସପ୍ତାହ ଧରି ଚିକିତ୍ସିତ ହେଉଥିଲେ। କିନ୍ତୁ ଗତ ୨୪ ଘଣ୍ଟା ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ହୋଇପଡ଼ିଥିଲା। ଆଜି ଅପରାହ୍ନ ୫ଟା ୦୫ରେ ତାଙ୍କର ପରଲୋକ ଘଟିଛି। […]