ଭୁବନେଶ୍ୱର: ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ରେ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କର ନାୟକଙ୍କ ନାଁରେ ପୁଣି ଏକ ମାମଲା। ଜଣେ ମହିଳାଙ୍କୁ ଅସଦାଚରଣ ସହ ଉକ୍ତ ମହିଳାଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଶୁଭଙ୍କରଙ୍କୁ ଖାରବେଳନଗର ଥାନା ପୋଲିସ ଉଠାଇ ନେଇ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡ଼ିଛି। […]
ଭୁବନେଶ୍ୱର: ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏଣିକି ଆଉ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ନାହିଁ। ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ଅବସର ପରେ ଗତ ୪ ବର୍ଷ ଧରି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଖୁବ୍ଶୀଘ୍ର ଛଟେଇ କରାଯିବ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିବା ଦ୍ୱାରା ନୂତନ ନିଯୁକ୍ତି ହାର କମି ଯାଉଛି। ଏହାକୁ ଦୃଷ୍ଟିରେ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍କ୍ଷିପ୍ତ ହୋଇ ଇଭିଏମ୍ କଚାଡ଼ି ଦେଇଥିଲେ। ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ସେ ଗୁଣ୍ଟକଲ ବିଧାସଭା ଆସନର ଜନସେନା ପ୍ରାର୍ଥୀ। ଭୋଟ୍ ଦେବାକୁ ଆସିଥିବା ମଧୁସୂଦନ ଇଭିଏମ୍ରେ କ’ଣ ପାଇଁ ନିର୍ବାଚନମଣ୍ଡଳୀର ନାଁ ନାହିଁ, ସେନେଇ ପୋଲିଂ ଅଫିସରଙ୍କ […]
ଇସ୍ଲାମାବାଦ୍: ଇମ୍ରାନ ସରକାରକୁ ଅାମେରିକାର ଝଟ୍କା। ଅାତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚେତାବନୀ ପରେ ଅାମେରିକା ନେଇଛି କଡା ପଦକ୍ଷେପ। ଅାମେରିକା ପାଖାପାଖି ୩୦୦ ମିଲିୟନ ଡଲାରର ଅାର୍ଥିକ ସହାୟତା ବନ୍ଦ କରିଦେଇଛି। ଅାତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ବିଫଳତା ପରେ ଟ୍ରମ୍ପ ପ୍ରଶାସନ ନେଇଛି ଏଭଳି ଚରମ ନିଷ୍ପତ୍ତି। ଏଥିସହ ଅାଫଗାନିସ୍ତାନରେ ଦୀର୍ଘ ୧୭ ବର୍ଷର ଯୁଦ୍ଧ ପାଇଁ ପାକିସ୍ତାନକୁ ଦାୟୀ କରିଛି ଅାମେରିକା। ସେପଟେ ପାକିସ୍ତାନର ନୂଅା ସରକାର ଅାମେରିକାର ଅଭିଯୋଗକୁ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଆଗୁୱା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରୀ ଘାଟିରେ ସେନାର ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏଥିସହ ଯବାନମାନଙ୍କ ସହ ଅାଲୋଚନା କରିଛନ୍ତି। ଗତ କିଛି ଦିନ ହେଲା ସେନା ଓ ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅାତଙ୍କବାଦୀମାନେ ଟାର୍ଗେଟ କରିଥିବାରୁ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତର ଅନେକ ଗୁରୁତ୍ୱ ରହିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଅାଲୋଚନା କରିଥିଲେ। […]
ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ଏଥର ମଧ୍ୟ ଟିଡିପି ବିଜୟ ହୋଇ ସରକାର ଗଠନ କରିବ ବୋଲି ଲୋକେଶ ଆଶା ପ୍ରକାଶ କରିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ପୁଲିବେନ୍ଦୁଲା ଆସନରୁ ଲଢୁଥିବା […]