• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

evm machine
ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାରେ ପହଞ୍ଚିଲା EVM। ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୩୦ ହଜାରରୁ ଉର୍ଦ୍ଧ୍ୱ EVM ଝାରସୁଗୁଡ଼ାରେ ପହଞ୍ଚିଛି। ଝାରସୁଗୁଡ଼ା, କଟକ, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଜିଲ୍ଲା କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା, ଗଞ୍ଜାମ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ଲାଗି ମୋଟ ୭୦ଟି କଣ୍ଟେନର୍‌ରେ ଏହି  EVM ଆସିଛି। ଆସନ୍ତା ୧୭ ତାରିଖ ମଧ୍ୟରେ ଏହି ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନଗୁଡ଼ିକୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବ।

  • Monday, 19 July 2021
jahid
ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ

ଶ୍ରୀନଗର: ଜାମୁ ଓ କାଶ୍ମୀରିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଏନ୍‌କାଉଣ୍ଟରରେ ନିହତ ହୋଇଛନ୍ତି ୨ଆତଙ୍କୀ। ଆଜି ସକାଳୁ ଅନନ୍ତନାଗ ଠାରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ୨ଆତଙ୍କୀ ନିହତ ହୋଇଥିବାବେଳେ ସେଠାରେ ଥିବା ତୃତୀୟ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଯାଇଛି। ଖବର ଅନୁଯାୟୀ, ତୃତୀୟ ଆତଙ୍କବାଦୀ ହେଉଛନ୍ତି ଜାହିଦ ଡାସ, ଯିଏକ ଗତ ସପ୍ତାହରେ ଅନନ୍ତନାଗ ଉପରେ ଆକ୍ରମଣ କରି ସୁରକ୍ଷାବଳକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌(CRPF) ଯବାନ […]

  • Monday, 19 July 2021
dr
କରୋନାରେ ମୃତ ଡାକ୍ତରଙ୍କୁ ଏମିତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତର ଅସୀମ ଗୁପ୍ତାଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନିଲ ବୈଜଲ (LG Anil Baijal) ଦୁଃଖ ପ୍ରକାଶ କରିଛନ୍ତି। ଡାକ୍ତର ଗୁପ୍ତା ଦିଲ୍ଲୀ ସରକାରଙ୍କ ସବୁଠୁ ବଡ଼ ହସ୍ପିଟାଲ ଏଲ୍‌ଏନ୍‌ଜିପି (LNGP)ର ଆନାସ୍ଥାସିଆ ବିଭାଗର ଜଣେ ବରିଷ୍ଠ ଡାକ୍ତର ଥିଲେ। ଗତକାଲି ତାଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ଦିଲ୍ଲୀର ଉପ-ରାଜ୍ୟପାଳ ଓ ସିଏମ୍‌ ଆଜି ଡକ୍ଟର ଗୁପ୍ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ […]

  • Monday, 19 July 2021
Aravind_Kejriwal_PTI
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚରଣ ଘଟଣାରେ ପୁଲିସ୍‌ ସେମାନଙ୍କ ନାଁରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏଥିସହ ଘଟଣାଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପସ୍ଥିତ ଥିବା ଅନ୍ୟ ୧୧ଜଣ ମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ଏହାକୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଓ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ମୁହାଁମୁହିଁ ହେବାର ସମ୍ଭାବନା ଦେଖାଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ […]

  • Monday, 19 July 2021
BMC-650x430
ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌

ଭୁବନେଶ୍ୱର: ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ବିଏମ୍‌ସି କର୍ମଚାରୀଙ୍କ ଛୁଟି ବାତିଲ୍‌ ହୋଇଛି। ଭାରତୀୟ ପାଣିପାଗ  ବିଭାଗର ସତର୍କତା ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖ ଠାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବର୍ଷା ବିତ୍ପାତ ଯୋଗୁଁ  ସୃଷ୍ଟି ହେବାକୁ ଥିବା  ଅପାତ୍ତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ  ଭୁବନେଶ୍ୱର  ମହାନଗର ନିଗମ(BMC)ର ସମସ୍ତ  ଅଧିକାରୀ/ କର୍ମଚାରୀ/କ୍ଷେତ୍ର କର୍ମଚାରୀ […]

  • Monday, 19 July 2021
parad2
୭୨ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : ୭୨ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି। ଏନେଇ ଅାଜି ଦିଲ୍ଲୀର ରାଜପଥରେ ସ୍ୱାଧୀନତା ଦିବସ ପାଇଁ ଫୁଲ୍‌ ଡ୍ରେସ୍‌ରେ ରିହାରସାଲ ହୋଇଛି। ଏଥିରେ ସ୍ଥଳ ସେନା, ବାୟୁସେନା ଓ ନୌସେନାର ଯବାନ ମାନେ ପରେଡ ପ୍ରଦର୍ଶନ କରିଥିଲେ। ଏଥିସହିତ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଓ ଏନସିସି କ୍ୟାଡେଟ ମାନେ ସାମିଲ ହୋଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରଜ୍ଞାପନ ମେଢ଼ ମଧ୍ୟ ଏଥିରେ ଶୋଭା ପାଇଥିଲା। ଦିଲ୍ଲୀର ବିଜୟ ଚୌକରୁ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ […]

  • Monday, 19 July 2021
rain
ଅାଜିଠୁ ୧୮ ଜିଲ୍ଲାରେ ଲଘୁଚାପ ବର୍ଷା

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାରେ ଭିଜିବ ରାଜ୍ୟର ୧୮ ଜିଲ୍ଲା। ଅାସନ୍ତା ଦୁଇ ଦିନ ଧରି ଅର୍ଥାତ ୧୫ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷିବ ବର୍ଷା। ୯ଟି ଜିଲ୍ଲାରେ ପ୍ରବଳ ଏବଂ ଅନ୍ୟ ୯ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଂଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର, ବୌଦ୍ଧ, ଜଗତସିଂପୁର ଏବଂ କଟକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଅନୁଗୁଳ, କେନ୍ଦ୍ରାପଡ଼ା, […]

  • Monday, 19 July 2021
son
ପିଲାମାନେ ବଡ ହେବା ପରେ ନିଜ ମା’ ସହିତ ରୁହନ୍ତି ନାହିଁ, ଏକଥା ଶୁଣି ପୁଅ...

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମା’ ଓ ପୁଅ ଟିଭି ଦେଖିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି। ଭିଡିଓରେ ମା’ ସହିତ ମିଶି କୁନି ପୁଅଟି ଫ୍ରୁଟି ପିଇ ଟିଭି ଦେଖୁଛି। ଟିଭି ଦେଖିବା ସମୟରେ କୁନି ପୁଅଟି ଟିଭିରୁ ଏଭଳି ଏକ ଦୃଶ୍ୟ ଦେଖିଛୁ। ପରେ କାନ୍ଦିବାକୁ ଲାଗୁଛି। ଏହି ଭିଡିଓକୁ @caitlinfladager ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଏହି ଭିଡିଓରେ  ଶିଶୁର […]

  • Monday, 19 July 2021
somanath1
ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ବହୁ ପ୍ରମୁଖ ବ୍ୟକ୍ତିଙ୍କ ଶୋକପ୍ରକାଶ

ନୂଆଦିଲ୍ଲୀ: ପୂର୍ବତନ ସିପିଏମ୍ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକରେ ବହୁ ପ୍ରମୁଖ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମନାଥଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ପଶ୍ଚିମବଂଗ ତଥା ଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ଅନ୍ତ ଘଟିଛି ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସୋମନାଥଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ସୋମନାଥ ଭାରତୀୟ ରାଜନୀତିର ଜଣେ ବଳିଷ୍ଠ ନେତୃତ୍ୱ ଥିଲେ ବୋଲି କହିଛନ୍ତି […]

  • Monday, 19 July 2021
kerala
କେରଳରେ ବନ୍ୟାର ତାଣ୍ଡବ; ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି, ୮୩୧୬ କୋଟିର କ୍ଷୟକ୍ଷତି

ଥିରୁବନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର ତାଣ୍ଡବ। ଆଜି ବି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏଥିଯୋଗୁଁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ୬୦ ହଜାରରୁ ଅଧିକ ଲୋକଙ୍କୁ ୫ ଶହ ରିଲିଫ କେନ୍ଦ୍ରରେ ରଖାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ ସେନାର ସୁରକ୍ଷାକର୍ମୀଙ୍କ ସହ କୋଷ୍ଟଗାର୍ଡ ଓ ଏନ୍‌ଡିଆରଏଫ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ରାସ୍ତା ପୂରା ଧୋଇ ଯାଇଥିବାରୁ କେତେକ ଅଞ୍ଚଳ […]

  • Monday, 19 July 2021
sara
ଆଜି ସାରା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ

ମୁମ୍ବାଇ: ଆଜି ହେଉଛି ସୈଫ୍ ଅଲ୍ଲୀ ଖାଁ ଓ ଅମୃତାସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ। ସେ ତାଙ୍କ ପରିବାର ସହ ଜନ୍ମ ଦିନ ମନାଇଛନ୍ତି। ତାଙ୍କର ଫିଲ୍ମ ରିଲିଜ୍ ନ ହେଉଣୁ ସୋଶାଲ ମିଡିଆରେ ଏବେ ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ସେନ୍ସେସନ୍‌ ପାଲଟିଛନ୍ତି ସାରା ଅଲ୍ଲୀ ଖାନ୍।  ସୁଶାନ୍ତ ସିଂ ରାଜପୁତଙ୍କ ସହ ସାରାଙ୍କ ଫିଲ୍ମ ‘କେଦାରନାଥ’ ନଭେମ୍ବର ୧୮ରେ ରିଲିଜ୍ ହେବ। ସେହିପରି ଡିସମ୍ବର ୨୮ରେ ରିଲିଜ୍ ହେବାକୁ ଯାଉଛି ତାଙ୍କର ଦ୍ୱିତୀୟ […]

  • Monday, 19 July 2021
somanath
ସୋମନାଥ ଚାଟାର୍ଜୀଙ୍କ ପରେଲାକ

କୋଲକାତା: ପୂର୍ବତନ ଲୋକସଭା ବାଚସ୍ପତି ତଥା ସିପିଏମ୍‌ର ବରିଷ୍ଠ ନେତା ସୋମନାଥ ଚାଟାର୍ଜୀଙ୍କ ପରେଲାକ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇତିଲା। କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ସୋମନାଥଙ୍କୁ ଶନିବାରଠାରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ସାଂସଦ ଭାବେ ୧୦ଥର ଲୋକସଭାକୁ ନିବାର୍ଚିତ ହୋଇଥିଲେ ସୋମନାଥ। ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୬୮ ମସିହାରେ ସେ ସିପିଏମ୍‌ରେ ଯୋଗ […]

  • Monday, 19 July 2021
luckdown
ଏହି ରାଜ୍ୟରେ ଜୁଲାଇ ୫ରୁ ହେବ ଲକ୍‌ଡାଉନ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦ୍ରୁତ ଗତିରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ସେଠାକାର ରାଜ୍ୟ ସରକାର ପ୍ରତି ରବିବାର ଦିନ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରୁପ୍ପାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ ତାରିଖରୁ ପ୍ରତି ରବିବାର ଲକ୍‌ଡାଉନ୍‌ କରାଯିବ। ପରବର୍ତ୍ତୀ ଅର୍ଡ଼ର ଆସିବା ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଏହି ଲକଡାଉନ୍ ଜାରି ରହିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ ଜୁଲାଇ ୫ରେ ହେବାକୁ ଥିବା ଲକ୍‌ଡାଉନ୍‌ରେ ଦୋକାନ […]

  • Monday, 19 July 2021
dhoni
କ୍ଷେତରେ ଚାଷ କରୁଛନ୍ତି ଧୋନି, ଦେଖନ୍ତୁ ଭିଡିଓ‌

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ଯୋଗୁ କ୍ରିକେଟ୍‌ ଓ ତା’ସହ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି। ଏପରିକି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ଜଗତର ତାରକାମାନେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ‌ ଧୋନି ନିଆର କାମ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ […]

  • Monday, 19 July 2021
shoppin
ଆସନ୍ତା ସପ୍ତାହରେ ଖୋଲିବ ମଲ୍‌, ଜାଣନ୍ତୁ କେଉଁଠି

ଗୁରୁଗ୍ରାମ: କରୋନା ଭାଇରସ ଯୋଗୁ ସବୁଠି ସପିଂ ମଲ୍‌ ଗୁଡିକ ବନ୍ଦ ରହିଛି। କିନ୍ତୁ ଅନଲକ୍‌ ପରଠାରୁ ଲକ୍‌ଡାଉନ୍‌ର ନିୟମ ଗୁଡିକୁ କିଛିଟା କୋହଳ କରାଯାଇଛି। ଏନେଇ ଆସନ୍ତା ସପ୍ତାହରୁ ହରିୟାଣାର ଗୁରୁଗ୍ରାମରେ ଥିବା ସପିଂ ମଲ୍‌ଗୁଡିକ ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ମଲ୍‌ଗୁଡିକ SOP(Standard Operating Procedures)ର ନିୟମଗୁଡିକୁ ଅନୁସରଣ କରି ସପିଂ ମଲ୍‌ଗୁଡିକ ଖୋଲିବେ। କିନ୍ତୁ ଧାର୍ମିକ ସ୍ଥାନଗୁଡିକ ବନ୍ଦ ରହିବ। ଏହା ସହିତ ଏନ୍‌ସିଆର ଅଞ୍ଚଳ ଗୁରୁଗ୍ରାମର କଣ୍ଟେନମେଣ୍ଟ ଜୋନ୍‌ ପାଇଁ […]

  • Monday, 19 July 2021
rain--
୧୦ଟି ଜିଲାକୁ ବଜ୍ରପାତ ଓ ବର୍ଷାର ସତର୍କ ସୂଚନା

ଭୁବନେଶ୍ୱର :  ଝଡ଼ତୋଫାନ, ବଜ୍ରପାତ ଓ ବର୍ଷାର ସତର୍କ ସୂଚନା ଜାରି। ରାତି ୧୨ଟା ଯାଏ ୧୦ଟି ଜିଲ୍ଲାକୁ ସାବଧାନ ରହିବାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର ,ଢେଙ୍କାନାଳ, ଅନୁଗୁଳ , ବାଲେଶ୍ୱର, ମଯୂରଭଞ୍ଜ,ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଯାଜପୁର ଓ ନୂଆପଡ଼ାକୁ ସତର୍କ ସୂଚନା ଦିଆଯାଇଛି। ବର୍ଷା ସମୟରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବାର ସୂଚନା ରହିଛି।  

  • Monday, 19 July 2021