ନୂଆଦିଲ୍ଲୀ: ଖ୍ୟାତିସମ୍ପନ୍ନ ଏହି ବୈଜ୍ଞାନିକଙ୍କ ୯୦ବର୍ଷର ପୁରୁଣା ଚିଠି ୧୨ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଏଥିପାଇଁ ନିଲାମର ପ୍ରକିୟା ମଧ୍ୟ ଆରମ୍ଭ ହୋଇ ସାରିଛି। ଜର୍ମାନୀର ପଦାର୍ଥ ବିଜ୍ଞାନୀ ଆଲବର୍ଟ ଆଇନ୍ଷ୍ଟାଇନ୍ ତାଙ୍କ ସହଯୋଗୀଙ୍କ ଚା’ ପିଇବାକୁ ଏହି ଚିଠିରେ ଆମନ୍ତ୍ରଣ କରିଛନ୍ତି। ଅନ୍ଲାଇନ୍ରେ ନିଲାମ କରିବାକୁ ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୋଲି ଲଗାଇ ପାରିବେ। ଚିଠିରେ ଆଇନ୍ଷ୍ଟାଇନ୍ଙ୍କ ନିଜର ହସ୍ତାକ୍ଷର ରହିଛି। ସୂଚନା ମୁତାବକ, ସେହି ଚିଠିରେ ସେ ରିସାଇନ୍ବାଚ ଆଉ […]
ନରସିଂହପୁର: ଗଞ୍ଜେଇ ବେପାରକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକାଶ ସାହୁ। ଆହତ ଇନ୍ଦ୍ରମଣି ସିଠଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୂଆପାଟଣାରେ ଗଞ୍ଜେଇ ବେପାର କରୁଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମାଣିଆବନ୍ଧରେ ମୁହାଁମୁହିଁ […]
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଗାଡ଼ି ଉପରକୁ ଆକ୍ରମଣ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସିଦ୍ଧି ଜିଲ୍ଲାର ଚୁରହାଟ୍ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ କଳାପତାକା ଦେଖାଇଥିଲେ। ତେବେ ଏହି ଘଟଣାରେ ତାଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଆକ୍ରମଣ ପରେ ଶିବରାଜ ସିଂ ବିରୋଧୀ ଦଳ ନେତା ଅଜୟ ସିଂଙ୍କୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି। ସେପଟେ କଂଗ୍ରେସକୁ ବଦ୍ନାମ କରିବା ପାଇଁ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ସ୍ମୃତି ୩ ବର୍ଷିୟା ଡିଗ୍ରୀ ହାସଲ କରି ନାହାନ୍ତି ବୋଲି ନିଜ ନାମାଙ୍କନପତ୍ର ଦାଖଲ ବେଳେ ସତ୍ୟପାଠରେ ଦର୍ଶାଇଛନ୍ତି। ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ, ସ୍ମୃତି ଇରାନୀଙ୍କୁ କଟାକ୍ଷ କରି କହିଛନ୍ତି, ନିର୍ବାଚନ ସମୟରେ ଦାଖଲ କରୁଥିବା ସତ୍ୟପାଠରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ସବୁବେଳେ ଭୁଲ୍ ତଥ୍ୟ ପ୍ରଦାନ କରୁଛନ୍ତି। ଏଭଳିକି ବିଜେପି ସରକାରରେ ସବୁ କିଛି ସମ୍ଭବ ବୋଲି […]
ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ ପୂର୍ବରୁ ଶ୍ୱଶୁର ଘର ବିଷୟରେ ଏମିତି କିଛି କଥା ଶୁଣିବାକୁ ମିଳିଛି, ଯାହା ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଶୁଣିବାକୁ ମିଳୁଛି ଯେ, ପ୍ରିୟଙ୍କାଙ୍କ ଶ୍ୱଶୁର ଅର୍ଥାତ୍ ନିକ୍ ଜୋନ୍ସଙ୍କ ବାପା ପଲ୍ ଜୋନ୍ସ କରଜରେ ବୁଡ଼ିଛନ୍ତି। ପଲ୍ଙ୍କ କମ୍ପାନୀ ଉପରେ ପାଖାପାଖି ୭ କୋଟି ୧୦ ଲକ୍ଷ ଟଙ୍କାର କରଜ ଅଛି। ଫଳରେ ସେ ନିଜ କମ୍ପାନୀକୁ ଦେବାଳିଆ ଘୋଷଣା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଓ ବନ୍ୟାରେ ଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଶାହାଜାହାନ୍ପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହୋଇଛନ୍ତି। ସରକାରୀ ତଥ୍ୟ ଅନୁସାରେ, ସୀତାପୁର ଜିଲ୍ଲାରେ ୩ ଜଣ, ଅମେଥି ଓ ଓରୈୟା ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୬୧ଟି ଘର ଭାଙ୍ଗି […]
ଭୁବନେଶ୍ୱର: ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ରେ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କର ନାୟକଙ୍କ ନାଁରେ ପୁଣି ଏକ ମାମଲା। ଜଣେ ମହିଳାଙ୍କୁ ଅସଦାଚରଣ ସହ ଉକ୍ତ ମହିଳାଙ୍କ ପୁଅକୁ ମାଡ଼ ମାରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି। ଏନେଇ ଗତକାଲି ରାତିରେ ଉକ୍ତ ମହିଳାଙ୍କ ସହ ତାଙ୍କ ପୁଅ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଶୁଭଙ୍କରଙ୍କୁ ଖାରବେଳନଗର ଥାନା ପୋଲିସ ଉଠାଇ ନେଇ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡ଼ିଛି। […]
ଭୁବନେଶ୍ୱର: ଛଟେଇ ହେବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଏଣିକି ଆଉ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯିବ ନାହିଁ। ରାଜ୍ୟର ବିଭିନ୍ନ ବିଭାଗରେ କାମ କରୁଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ଅବସର ପରେ ଗତ ୪ ବର୍ଷ ଧରି ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଖୁବ୍ଶୀଘ୍ର ଛଟେଇ କରାଯିବ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ମିଳିବା ଦ୍ୱାରା ନୂତନ ନିଯୁକ୍ତି ହାର କମି ଯାଉଛି। ଏହାକୁ ଦୃଷ୍ଟିରେ […]
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍କ୍ଷିପ୍ତ ହୋଇ ଇଭିଏମ୍ କଚାଡ଼ି ଦେଇଥିଲେ। ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ସେ ଗୁଣ୍ଟକଲ ବିଧାସଭା ଆସନର ଜନସେନା ପ୍ରାର୍ଥୀ। ଭୋଟ୍ ଦେବାକୁ ଆସିଥିବା ମଧୁସୂଦନ ଇଭିଏମ୍ରେ କ’ଣ ପାଇଁ ନିର୍ବାଚନମଣ୍ଡଳୀର ନାଁ ନାହିଁ, ସେନେଇ ପୋଲିଂ ଅଫିସରଙ୍କ […]