ହାଇଦ୍ରାବାଦ: ହାଇଦ୍ରାବାଦ ନିଜାମ୍ ମ୍ୟୁଜିଅମ୍ରୁ ଚୋରି। ହାଇଦ୍ରାବଦ ପୁରୁଣା ହାଭେଲି ସ୍ଥିତ ଏହି ମ୍ୟୁଜିଅମ୍ରୁ ସୁନା ଟିଫିନ୍ ବାକ୍ସ (ଯାହାର ଓଜନ ୨ କି.ଗ୍ରା.), ହୀରା ଖଚିତ କପ୍, ପ୍ଲେଟ୍ ଓ ଚାମଚ୍ ସମେତ ଅନେକ କଳାକୃତି ଯାହାକି ନିଜାମ୍ ଯୁଗର ବୋଲି କୁହାଯାଉଛି ସବୁ ଚୋରି ହୋଇଯାଇଛି। ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଆକଳନ କରାଯାଉଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ମ୍ୟୁଜିୟମ୍ର […]
ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଯୁବତୀ ଜଣକ ଦେବେନ୍ଦ୍ର ଓ ତାଙ୍କର ଡ୍ରାଇଭର ରିଙ୍କୁ ସାହୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ରିଙ୍କୁ ସଦର ଥାନା ଅନ୍ତର୍ଗତ ଗୌଡପଡ଼ାରେ ଯୁବତୀଙ୍କ ଘରେ ପହଞ୍ଚି ତାଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ମାଆଙ୍କୁ ମାର୍ପିଟ୍ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ମାଆଙ୍କ କହିବା ଅନୁସାରେ, ‘ଦେବେନ୍ଦ୍ର ତାଙ୍କ […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ। ଛତିଶଗଡ଼ ବିଳାସପୁର ଜେଲ୍ରେ ସଜା କାଟୁଥିବା ଜଣେ କଏଦୀର ଏମିତି ଏକ ଧମକପୂର୍ଣ୍ଣ ଚିଠିକୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ସମ୍ବାଦ ସରବରାହ ସଂସ୍ଥା PTI ପକ୍ଷରୁ ମଧ୍ୟ ଏହି ସୂଚନା ମିଳିଛି। ଏକ ଚିଠିରେ ଜେଲରେ ସଜା କାଟୁଥିବା ପୁଷ୍ପେନ୍ଦ୍ର ନାଥ ଚୌହାନ (୪୦) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ୫୦ କୋଟି ଟଙ୍କା ଦାବି କରିଥିଲେ। ଏନେଇ ବିଳାସପୁର ଏସ୍ପି ଅରିଫ୍ ଶେଖ୍ […]
ଖୋର୍ଦ୍ଧା : ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅାଇଅାଇସି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା IIC ସଞ୍ଜୀବ ମହାନ୍ତି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ , ଆଜି ସନ୍ଧ୍ୟାରେ ସ୍ଥାନୀୟ କୁଦିଆରୀ ଗ୍ରାମର ଜଣେ ଯୁବକଙ୍କୁ ଏକ ଜମିଜମା ମାମଲା ସମାଧାନ ଆଳରେ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ଯୁବକ ତାଙ୍କୁ ଏହି ଟଙ୍କା ଦେବା […]
ହାଇଦ୍ରାବାଦ: କୁହାଯାଏ କର୍ମ ହିଁ ଭଗବାନ। କର୍ତ୍ତବ୍ୟ ଆଗରେ ସମ୍ପର୍କ ବି ସଜ୍ଞା ହୀନ ହୋଇପଡ଼େ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାର ଏକ ସାଧାରଣ ସଭାସ୍ଥଳରେ। ଗୋଟିଏ ବିଭାଗରେ ବାପା କନିଷ୍ଠ ଅଫିସର ଥିବାବେଳେ ସେହି ବିଭାଗରେ ତାଙ୍କ ଝିଅ ଉଚ୍ଚ ଅଫିସରେ ଭାବେ ଡ୍ୟୁଟି କରୁଥିଲେ। ଘଟଣା ଅନୁଯାୟୀ ସଂଯୋଗବଶତଃ ତେଲେଙ୍ଗାନାର ଏକ ସାଧାରଣ ସଭାରେ ଉଭୟଙ୍କ ଭେଟ ହୋଇଯାଇଥିଲା। ଏଠାରେ ବାପା ଜଣଙ୍କ ନିଜ କର୍ତ୍ତବ୍ୟକୁ ଭୁଲିନଯାଇ ପ୍ରୋଟୋକଲ ଦୃଷ୍ଟିରୁ ଝିଅକୁ ସାଲ୍ୟୁଟ୍ କରିଥିଲେ। […]
ଭୁବନେଶ୍ୱର : ଅାସନ୍ତା ୫ ତାରିଖରୁ ରାଜ୍ୟରେ ପୁଣି ବଢିବ ବର୍ଷାର ପରିମାଣ। ଏଭଳି ପୂର୍ବନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉତ୍ତର ଓଡିଶା ଓ ଉତ୍ତର ଅାଭ୍ୟନ୍ତରୀଣରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ ଅାସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ଅଧିକାଂଶ […]
ନୂଆଦିଲ୍ଲୀ : ଦାବି ପୂରଣ ପାଇଁ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଅାମରଣ ଅନଶନ ନବମ ଦିନରେ ପହଞ୍ଚିଛି। ମେଡିକାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ଯାଇଥିଲେ ମଧ୍ୟ ସେଥିପାଇଁ ସେ ଅନୁମତି ଦେଇ ନଥିଲେ। ଏପରିକି ଅନଶନ ଯୋଗୁଁ ତାଙ୍କର ମୃତ୍ୟୁ ହେବାର ଅାଶଙ୍କା କରି ସେ ଇଚ୍ଛାପତ୍ର ଘୋଷଣା କରିଛନ୍ତି। ଏଥିରେ ତାଙ୍କର ବାପା, ମାଆ ଓ ୧୪ ଜଣ ପଟିଦାର ଯୁବକଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିଛନ୍ତି। ତିନି ବର୍ଷ ତଳେ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଏସ.ଡୁଣ୍ଡୁରିବାଡ଼ି ନିକଟ ଡିହପଦର ଗାଁରେ ହତ୍ୟାକାଣ୍ଡ। ମୃତକ ହେଉଛନ୍ତି ବାଞ୍ଛାନିଧି ଗୌଡ଼। ଛେଳି ଚୋରିକୁ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ବାଞ୍ଚାନିଧିଙ୍କୁ ସେହି ଗ୍ରାମର ଗଙ୍ଗା ସେଠୀ ଓ ଅଙ୍ଗାର ମଳିକ ହତ୍ୟା କରିଥିବା ନେଇ ସୋରଡ଼ା ଥାନାରେ ମାମଲା ରୁଜୁ ହୋଇଛି। ଏକ ଧାରୁଅା ଅସ୍ତ୍ରରେ ବାଞ୍ଛାନିଧିକୁ ହତ୍ୟା କରି ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ […]
ନୂଆଦିଲ୍ଲୀ: ପ୍ରଥମେ ବାଇକ୍ ତା’ ପରେ କାର୍, ଆଉ ଏବେ ଏହା ସିଧା ଯାଇ ପହଞ୍ଚିଛି ଉଡ଼ାଜାହାଜରେ। ନିକଟରେ ସାରା ବିଶ୍ୱର ନିଦ ହଜାଇଦେଇଥିବା କିକି ଚ୍ୟାଲେଞ୍ଜ କବଳରୁ ରକ୍ଷା ପାଇପାରୁନାହାନ୍ତି ଯୁବପିଢ଼ି। ଏଥିରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ବି ନିଆଯାଉଛି। କିନ୍ତୁ ଲୋକମାନଙ୍କର ଏହି ପାଗଳାମୀ ରୋକି ହେଉନାହିଁ। ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଦେଖିଲେ ଆପଣଙ୍କର ହୋସ୍ ଉଡ଼ିଯିବ। ଏଥର ଜଣେ ପାଇଲଟ୍ ଏହି ଚ୍ୟାଲେଞ୍ଜକୁ […]
ଢେଙ୍କାନାଳ : ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ସହରରେ। ଢେଙ୍କାନାଳ ସହର ମୀନାବଜାରରେ ମଣ୍ଟୁ ପାତ୍ର ନାମକ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି। ମଣ୍ଟୁ ଏକ ସୁନା ଦୋକାନ କରିଥିଲେ। ଘରେ ଶୋଇଥିବା ବେଳେ ତାଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଥିବା ଜଣାପଡ଼ିଛି। ତେବେ କିଏ ଓ କଣ ପାଇଁ ତାଙ୍କୁ ହତ୍ୟା କଲା, ଏହା କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ […]
ବାଲେଶ୍ୱର: ବାଲେଶ୍ୱରରେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଉଦ୍ଘାଟନୀ ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା, ଭଦ୍ରକ ସାଂସଦ ଅର୍ଜୁନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୪ମସିହା ଅକ୍ଟୋବର ୨୮ ତାରିଖରେ ଏହି ମେଡିକାଲ୍ କଲେଜ ପାଇଁ ଶିଳ୍ୟାନାସ କରାଯାଇଥିଲା। ସୂଚନାଥାଉ କି, ଗତବର୍ଷ […]
ୱେଲିଂଟନ୍ (ନିଉଜିଲାଣ୍ଡ୍): କୁକୁର ଓ ବିଲେଇ ହେଉଛନ୍ତି ଗୃହପାଳିତ ପଶୁ। ଏମାନଙ୍କୁ ଆମେ ଘରେ ରଖିବାକୁ ପସନ୍ଦ କରିଥାଉ। କିନ୍ତୁ ନ୍ୟୁଜିଲାଣ୍ଡରେ ଏକ ଅଞ୍ଚଳ ଅଛି ଯେଉଁଠାରେ ବିଲେଇ ବ୍ୟାନ୍ ହେବାକୁ ଯାଉଛନ୍ତି। ଏହା ପଛର କାରଣ ଜାଣି ମଧ୍ୟ ଆପଣ ଚକିତ ହୋଇଯିବେ। ନ୍ୟୁଜିଲାଣ୍ଡର ଓମାଉଇ ଅଞ୍ଚଳରେ ବିଲେଇମାନଙ୍କୁ ବ୍ୟାନ୍ କରିବା ପାଇଁ ଯୋଜନା କରାଯାଉଛି। ଯେଉଁମାନଙ୍କ ପାଖରେ ବିଲେଇ ରହିଛି ସେହିମାନଙ୍କ ପାଖରେ ବିଲେଇ ରହିବ। କିନ୍ତୁ ସେମାନେ ମରିବା ପରେ ନୂଆ ବିଲେଇ […]