ମୁମ୍ବାଇ: ଦେଶର ବିଭିନ୍ନ ସ୍ଥାନରେ ଧୁମ୍ଧାମ୍ରେ ଗଣେଶ ପୂଜା ପାଳିତ ହୋଇଛି। ବିଜ୍ନେସ୍ ସେଣ୍ଟର କହୁଯାଉଥିବା ମୁମ୍ବାଇ ସହରରେ ମଧ୍ୟ ଗଣେଶ ପୂଜା ପାଳିତ ହୋଇଛି। ମହାରାଷ୍ଟ୍ରରେ ଗଣେଶ ପୂଜାର ସ୍ୱତନ୍ତ୍ରତା ସବୁଠାରୁ ଅଲଗା। ଚଳିତ ବର୍ଷ ଗଣେଶ ପୂଜା ଅବସରରେ ମୁମ୍ବାଇର ସିଅନ୍ ଇଷ୍ଟ୍ ସ୍ଥିତ ଗଣେଶଙ୍କ ମୂର୍ତ୍ତି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଜିଏସ୍ବି ସେବା ମଣ୍ଡଲ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ୭୦ କି.ଗ୍ରା.ରୁ ଅଧିକ ସୁନାରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇଥିବା […]
ନୂଆଦିଲ୍ଲୀ: ଅଭିନେତାଙ୍କ ପରେ ଏବେ ରାଜନେତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ବରିଷ୍ଠ ସାମ୍ବାଦିକ ତଥା ବର୍ତ୍ତମାନ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ.ଜେ.ଆକବରଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଜଣେ ମହିଳା ସାମ୍ବାଦିକା ବହୁ ବର୍ଷ ତଳେ ହୋଇଥିବା ଏକ ଘଟଣା ସମ୍ପର୍କରେ ଟ୍ୱିଟ୍ରରେ ଉଲ୍ଲେଖ କରିଛନ୍ତି। ଟ୍ୱିଟର୍ରେ ଅସଦାଚରଣର ଶିକାର ହୋଇଥିବା କଥା ଉଲ୍ଲେଖ ପରେ ବିଭିନ୍ନ ମହଲରୁ ଆକବରଙ୍କୁ ନିନ୍ଦା କରାଯାଇଛି। ସାକ୍ଷାତକାର ନେବା ବାହାନାରେ ତାଙ୍କୁ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା […]
ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ଚୀନକୁ ଟପିଯିବ। ଏପରିକି ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧି ହାର ଭାରତର ହେବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆକଳନ କରିଛି। ଭାରତର ଅଭିବୃଦ୍ଧି ହାର ଚଳିତ ବର୍ଷ ୭.୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଆଗାମୀ ବର୍ଷ ଭାରତର ଅଭିବୃଦ୍ଧି ହାର ୭.୪ ରହିବ। ଅନ୍ୟପକ୍ଷରେ ଚଳିତବର୍ଷ ଚୀନର ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିବ। ୨୦୧୯ରେ ଏହା ଆହୁରି ହ୍ରାସ ହୋଇ ୬.୨ ପ୍ରତିଶତ ହେବ ବୋଲି […]
ଜୟପୁର: ରାଜସ୍ଥାନରେ ଜିକା ଭୁତାଣୁ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ଜୟପୁର ସହରର ୨୯ଜଣ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ଗର୍ଭବତୀ ଅଛନ୍ତି। ସେମାନଙ୍କୁ ଜୟପୁରର ଏସ୍ଏମ୍ଏସ୍ ହସପିଟାଲ୍ର ଏକ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ମଗାଯାଇଛି। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରାଳୟର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜୟପୁର ଯାଇଛନ୍ତି। ଅନ୍ୟପଟେ ଜୟପୁରର ଜିକା ଭାଇରସ୍ ଆକ୍ରାନ୍ତ ଜଣେ ବ୍ୟକ୍ତି ବିହାର ଯାଇଥିବାରୁ […]
ଜମ୍ମୁ : ଜାମ୍ମୁ ଓ କାଶ୍ମୀରର ରିଅାସି ଜିଲ୍ଲାରେ ଏନକାଉଣ୍ଟର। ଗୁଳି ବିନିମୟରେ ତିନି ଜଣ ଜୈସି ଇ ମହମ୍ମଦ ଅାତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ରିଅାସି ଜିଲ୍ଲାର ଏକ ଘରେ ଅାତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସର୍ଚ୍ଚ ଅପରେସନ ଅାରମ୍ଭ ହୋଇଥିଲା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ଡ୍ରୋନ ଓ ଚପରର ସହାୟତା ନିଅାଯାଇଥିଲା। ଗୁଳିମାଡରେ ନିହତ ହୋଇଥିବା ଅାତଙ୍କବାଦୀଙ୍କ ବୟସ ୧୮ରୁ ୨୨ବର୍ଷ ବୟସ […]
ନୂଆଦିଲ୍ଲୀ : ପଳାତକ ବିଜୟ ମାଲ୍ୟାଙ୍କ ମନ୍ତବ୍ୟ ପରେ ଏବେ ରାଜନୈତିକ ଝଡ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ବିଜୟ ମାଲ୍ୟାଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି। ସେମାନଙ୍କ ଭିତିରି ବୁଝାମଣାରେ ହିଁ ବିଜୟ ମାଲ୍ୟା ଫେରାର ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ବ୍ଲଗରେ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରୁଥିଲେ ବି ମାଲ୍ୟାଙ୍କ ସହ ଅାଲୋଚନା ସମ୍ପର୍କରେ ପଦୁଟିଏ ବି ଲେଖି ନାହାନ୍ତି। ତେଣୁ ସେମାନଙ୍କ ଭିତରେ କିଛି ବୁଝାମଣା […]
ରାୟପୁର: ଛତିଶଗଡ଼ ଦୁର୍ଗ ଜିଲ୍ଲା ସ୍ଥିତ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ପ୍ଲାଣ୍ଟର ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଯିବାରୁ ଏହି ବିସ୍ଫୋରଣ ହୋଇଛି। ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି ସକାଳେ ଏହି ଅଘଟଣ ଘଟିଥିଲା। ପୁଲିସ୍ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଷ୍ଟିଲ୍ […]
ଚଣ୍ଡିଗଡ଼: ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ୍ ରାମ ରହିମ୍ଙ୍କୁ ଜାମିନ୍ ମିଳିଛି। ହରିୟାଣା ପଞ୍ଚକୁଳା କୋର୍ଟ ରାମ ରହିମଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ଜୋରଜବରଦସ୍ତ ଭାବେ ଲୋକଙ୍କୁ ନିଜ ଅନୁଗାମୀ ବନାଉଥିବା ଅଭିଯୋଗ ମାମଲାରେ କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି। ତେବେ ସେ ବର୍ତ୍ତମାନ ପାଇଁ ଜେଲ୍ରେ ହିଁ ରହିବେ। ତାଙ୍କ ଉପରେ ଥିବା ଦୁଷ୍କର୍ମ ମାମଲା ବିଚାରଧୀନ ଥିବାରୁ ସେ ଏବେ ମୁକୁଳି ପାରିବେ ନାହିଁ ବୋଲି ସୂଚନା […]
ନୂଆଦିଲ୍ଲୀ: ସୀମା ଓ ଗୁରୁତ୍ୱପୂର୍ଣ୍ଣ ସହର ଓ ପ୍ରତିଷ୍ଠାନକୁ ସୁରକ୍ଷିତ ରଖିବା ଲାଗି ଋଷଠାରୁ ରକ୍ଷା କବଚ ପାଇଲା ଭାରତ। ପାରମ୍ପରିକ ମିତ୍ର ଋଷିଆ ସହ ଭାରତ ବୃହତ ପ୍ରତିରକ୍ଷା ଚୁକ୍ତି କରିଛି। ଶକ୍ତିଶାଳୀ ଅତ୍ୟାଧୁନିକ S-400 ଏୟାର୍ ଡିଫେନ୍ସ ସିଷ୍ଟମ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନଙ୍କ ଉପସ୍ଥିତିରେ ରାଜିନାମା ସ୍ୱାକ୍ଷର ହୋଇଛି। ଭୁପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ବିଶ୍ୱର ଏହି ଶ୍ରେଷ୍ଠ ଘାତକ କ୍ଷେପଣାସ୍ତ୍ର ପ୍ରଣାଳୀ ୪ଶହ କିଲୋମିଟର୍ ପରିଧି […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁରୀରେ ହିଂସାକାଣ୍ଡ ଘଟଣାରେ ୧୫ଟି ମାମଲା ଦାଏର ହୋଇଛି। ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ୯ ଓ ଟାଉନ୍ ଥାନାରେ ୬ଟି ଏତଲା ଦିଆଯାଇଛି। ସରକାରୀ ସମ୍ପତ୍ତି ପୋଡ଼ାଜଳା ଓ ଭଙ୍ଗାରୁଜାରେ ଯେଉଁମାନେ ସାମିଲ୍ ଥିଲେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ୍। ତେବେ ଏହି ଘଟଣାରେ ଗତକାଲି ଟାଉନ୍ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ […]
ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି। ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ସହରରେ ବଡ଼ ବଡ଼ ପୂଜାମେଢ଼ ପ୍ରସ୍ତୁତ ହୋଇଛି। ରାଜଧାନୀ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସହରରେ ଧୁମଧାମର ସହ ଗଣେଶ ପୂଜା […]
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣିଥରେ ହ୍ରାସ ପାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି। କିଛି ଦିନ ହେଲା ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ପାଉଥିବାବେଳେ ଆଜି ଏହା ସର୍ବନିମ୍ନ ସ୍ତର ୭୪ଟଙ୍କା ୨୦ ପଇସାକୁ ଛୁଇଁଛି। ଅନ୍ୟପଟେ ଆରବିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରେପୋ ରେଟ୍ ଏବେ ୬.୫ ପ୍ରତିଶତ ରହିଛି। ତୈଳ ଦର ଲଗାତର ବୃଦ୍ଧି ଏବଂ ଡଲାର ତୁଳନାରେ […]
ଷ୍ଟକ୍ହୋମ୍: ଇରାକର ନାଦିଆ ମୁରାଦ ଓ କଙ୍ଗୋର ଡାକ୍ତର ଡେନିସ୍ ମୁକୱେଗିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯିବ। ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଧାର, ଥଇଥାନ ଓ ସେଭଳି ଘଟଣାକୁ ରୋକିବା ପାଇଁ ଉଲ୍ଳେଖନୀୟ ପଦକ୍ଷେପ ନେଇଥିବାରୁ ଏମାନଙ୍କୁ ସମ୍ମାନିତ କରାଯିବ ବୋଲି ନୋବେଲ୍ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ନାଦିଆ ମୁରାଦ ମାତ୍ର ୨୫ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ୨୦୧୪ ମସିହାରେ ନାଦିଆଙ୍କ ସହ ତାଙ୍କ ପରିବାର ଲୋକମାନଙ୍କୁ ଆଇଏସ୍ଆଇଏସ୍ ପକ୍ଷରୁ ଅପହରଣ କରି ନିଆଯାଇଥିଲା। […]
ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେଇ ଓଡ଼ିଶାରେ ପୁଂଜି ନିବେଶ କରିବାକୁ ଉଦ୍ୟୋଗପତିଙ୍କୁ ଅାହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଂଜି ବିନିଯୋଗର ବହୁତ ସୁଯୋଗ ଅଛି। ପୂର୍ବ ଭାରତରେ ଏହା ମାନୁଫ୍ୟାକଚରିଂ ହବ୍ ଭାବେ ଧୀରେ ଧୀରେ ଉଭା ହେଉଛି। ବିଜ୍ନେସ୍ ବୃଦ୍ଧି ପାଇଁ ସବୁ ପ୍ରକାର ସୁଯୋଗ […]
ଜାକର୍ତ୍ତା: ଇଣ୍ଡୋନେସିଆରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ବିଲ୍ଡିଂ ଭାଙ୍ଗିପଡ଼ିବା ସହ ଲୋକେ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଇଣ୍ଡୋନେସିଆର ପାଲୁ […]