ଗୁରୁଗ୍ରାମ: ଗତକାଲି ହରିଆଣା ଗୁରୁଗ୍ରାମ ଅଞ୍ଚଳର ଆର୍କାଡିଆ ମାର୍କେଟ୍ ସେକ୍ଟର୍ ୪୯ରେ ବିଚାରପତିଙ୍କ ପରିବାରକୁ ଗୁଳିମାଡ଼ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବିଚାରପତିଙ୍କ ୩୮ ବର୍ଷିୟା ପତ୍ନୀ ରିତୁ। ପୁଅ ଧ୍ରୁବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତକାଲି ଅତିରିକ୍ତ ସେସନ୍ସ ଜଜ୍ କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅ ଧ୍ରୁବ ସପିଂ ପାଇଁ ବଜାର ଆସିଥିଲେ। ଏହି ସମୟରେ କୃଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତାଙ୍କ ସ୍ତ୍ରୀ […]
ନୁଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛତା ଅଭିଯାନରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟରେ ଆଲୋଚନା କରିଛନ୍ତି। ଦେଶର ୧୮ଟି ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସଂସ୍ଥାମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଅଭିନେତା ଅମିତାଭ୍ ବଚ୍ଚନ, ଶିଳ୍ପପତି ରତନ ଟାଟାଙ୍କ ଭଳି ବ୍ୟକ୍ତି ବିଶେଷ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, […]
ମୁମ୍ବାଇ: ଗୁମର ଖୋଲୁଛି ‘ମି ଟୁ’ ଅଭିଯାନ। ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ ଉଦ୍ଦେଶ୍ୟରେ ଚାଲିଥିବା ଏହି ଅଭିଯାନ ଖୋଲୁଛି ନୂଆ ନୂଆ ଗୁମର। ଅଭିଯୋଗ ତାଲିକାରେ ଏବେ ଉଠିଛି ବଲିଉଡ୍ର ଶୋ ମ୍ୟାନ୍ ଭାବେ ପରିଚିତ ସୁବାସ ଘାଇଙ୍କ ନାଁ। ତେବେ ସୁବାସ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁବାସଙ୍କ ବିରୋଧରେ ଏହି ‘ମି ଟୁ’ ଅଭିଯାନରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ। ନିଜ ପରିଚୟ ଗୋପନ ରଖି ଜଣେ ଯୁବତୀ ସୁବାସଙ୍କ […]
ନୂଆଦିଲ୍ଲୀ: ବାତ୍ୟା ‘ତିତ୍ଲି’କୁ ନେଇ ସମ୍ବେଦନା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବାତ୍ୟା ପ୍ରଭାବିତ ପରିବାରଙ୍କ ପାଇଁ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି। ବିଶେଷ କରି ସେ ଛୋଟ ପିଲାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳର ପ୍ରଶାସନ ଲୋକଙ୍କୁ ସାହାଯ୍ୟ କରିବା ସହ ତତ୍ପରତା ପ୍ରକାଶ କରିବାକୁ କହିଛନ୍ତି। ସେହିପରି ପୂରା ଦେଶ ପ୍ରଭାବିତଙ୍କ ସହ ଥିବା କଥା ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି କୋବିନ୍ଦ।
ଭୁବନେଶ୍ୱର: ବାତ୍ୟା ‘ତିତ୍ଲି’ର ମୁକାବିଲା ପାଇଁ ସରକାରୀ ସ୍ତରରେ ଜୋରଦାର୍ ପ୍ରସ୍ତୁତ ଚାଲିଛି। ଜିରୋ କାଜୁଆଲ୍ଟିକୁ ଫୋକସ୍ରେ ରଖି ସଜାଗ ରହିବାକୁ ସରକାର, ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧନଜୀବନ ଯେମିତି କ୍ଷତି ନ ହେବ ସେଥିପାଇଁ ୫ଟି ଜିଲ୍ଲାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କର ନିର୍ଦ୍ଦେଶକ୍ରମେ ପ୍ରକ୍ରିୟା ଆରମ୍ଭ ହୋଇଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ଖୀପ୍ର ଗତିରେ ବଢୁଛି ପବନର ବେଗ। ସ୍ଥଳଭାଗ ଛୁଇଁ ନଥିଲେ ବି […]