ନୂଆଦିଲ୍ଲୀ: ସୀମା ଓ ଗୁରୁତ୍ୱପୂର୍ଣ୍ଣ ସହର ଓ ପ୍ରତିଷ୍ଠାନକୁ ସୁରକ୍ଷିତ ରଖିବା ଲାଗି ଋଷଠାରୁ ରକ୍ଷା କବଚ ପାଇଲା ଭାରତ। ପାରମ୍ପରିକ ମିତ୍ର ଋଷିଆ ସହ ଭାରତ ବୃହତ ପ୍ରତିରକ୍ଷା ଚୁକ୍ତି କରିଛି। ଶକ୍ତିଶାଳୀ ଅତ୍ୟାଧୁନିକ S-400 ଏୟାର୍ ଡିଫେନ୍ସ ସିଷ୍ଟମ୍ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁତିନଙ୍କ ଉପସ୍ଥିତିରେ ରାଜିନାମା ସ୍ୱାକ୍ଷର ହୋଇଛି। ଭୁପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ବିଶ୍ୱର ଏହି ଶ୍ରେଷ୍ଠ ଘାତକ କ୍ଷେପଣାସ୍ତ୍ର ପ୍ରଣାଳୀ ୪ଶହ କିଲୋମିଟର୍ ପରିଧି […]
ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ପୁରୀରେ ହିଂସାକାଣ୍ଡ ଘଟଣାରେ ୧୫ଟି ମାମଲା ଦାଏର ହୋଇଛି। ପ୍ରଶାସନ ଏବଂ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସିଂହଦ୍ୱାର ଥାନାରେ ୯ ଓ ଟାଉନ୍ ଥାନାରେ ୬ଟି ଏତଲା ଦିଆଯାଇଛି। ସରକାରୀ ସମ୍ପତ୍ତି ପୋଡ଼ାଜଳା ଓ ଭଙ୍ଗାରୁଜାରେ ଯେଉଁମାନେ ସାମିଲ୍ ଥିଲେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ୍। ତେବେ ଏହି ଘଟଣାରେ ଗତକାଲି ଟାଉନ୍ ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ […]
ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି। ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ରାଜ୍ୟର ପ୍ରମୁଖ ସହରରେ ବଡ଼ ବଡ଼ ପୂଜାମେଢ଼ ପ୍ରସ୍ତୁତ ହୋଇଛି। ରାଜଧାନୀ ଭୁବନେଶ୍ୱର, କଟକ ଭଳି ପ୍ରମୁଖ ସହରରେ ଧୁମଧାମର ସହ ଗଣେଶ ପୂଜା […]
ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପୁଣିଥରେ ହ୍ରାସ ପାଇଛି। ଆଜି ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କାରେ ପହଞ୍ଚିଛି। କିଛି ଦିନ ହେଲା ଟଙ୍କାର ବିନିମୟ ମୂଲ୍ୟ ଲଗାତର ହ୍ରାସ ପାଉଥିବାବେଳେ ଆଜି ଏହା ସର୍ବନିମ୍ନ ସ୍ତର ୭୪ଟଙ୍କା ୨୦ ପଇସାକୁ ଛୁଇଁଛି। ଅନ୍ୟପଟେ ଆରବିଆଇ ପକ୍ଷରୁ ଆଜି ଘୋଷଣା କରାଯାଇଥିବା ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ରେପୋ ରେଟ୍ ଏବେ ୬.୫ ପ୍ରତିଶତ ରହିଛି। ତୈଳ ଦର ଲଗାତର ବୃଦ୍ଧି ଏବଂ ଡଲାର ତୁଳନାରେ […]
ଷ୍ଟକ୍ହୋମ୍: ଇରାକର ନାଦିଆ ମୁରାଦ ଓ କଙ୍ଗୋର ଡାକ୍ତର ଡେନିସ୍ ମୁକୱେଗିଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯିବ। ଦୁଷ୍କର୍ମ ପୀଡ଼ିତାଙ୍କ ଉଦ୍ଧାର, ଥଇଥାନ ଓ ସେଭଳି ଘଟଣାକୁ ରୋକିବା ପାଇଁ ଉଲ୍ଳେଖନୀୟ ପଦକ୍ଷେପ ନେଇଥିବାରୁ ଏମାନଙ୍କୁ ସମ୍ମାନିତ କରାଯିବ ବୋଲି ନୋବେଲ୍ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି। ନାଦିଆ ମୁରାଦ ମାତ୍ର ୨୫ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି। ୨୦୧୪ ମସିହାରେ ନାଦିଆଙ୍କ ସହ ତାଙ୍କ ପରିବାର ଲୋକମାନଙ୍କୁ ଆଇଏସ୍ଆଇଏସ୍ ପକ୍ଷରୁ ଅପହରଣ କରି ନିଆଯାଇଥିଲା। […]
ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍। ଏଥିରେ ଯୋଗ ଦେଇ ଓଡ଼ିଶାରେ ପୁଂଜି ନିବେଶ କରିବାକୁ ଉଦ୍ୟୋଗପତିଙ୍କୁ ଅାହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭରେ ଯୋଗ ଦେବାକୁ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଂଜି ବିନିଯୋଗର ବହୁତ ସୁଯୋଗ ଅଛି। ପୂର୍ବ ଭାରତରେ ଏହା ମାନୁଫ୍ୟାକଚରିଂ ହବ୍ ଭାବେ ଧୀରେ ଧୀରେ ଉଭା ହେଉଛି। ବିଜ୍ନେସ୍ ବୃଦ୍ଧି ପାଇଁ ସବୁ ପ୍ରକାର ସୁଯୋଗ […]
ଜାକର୍ତ୍ତା: ଇଣ୍ଡୋନେସିଆରେ ଆସିଥିବା ସୁନାମୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ବିଲ୍ଡିଂ ଭାଙ୍ଗିପଡ଼ିବା ସହ ଲୋକେ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଇଣ୍ଡୋନେସିଆର ପାଲୁ […]
ପ୍ରଳୟଙ୍କରୀ ସୁନାମୀରେ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି ଇଣ୍ଡୋନେସିଆ। ଭଗ୍ନସ୍ତୁପରେ ପରିଣତ ହୋଇଛି ସୁଲାୱେସି ଦ୍ୱୀପର ପାଲୁ ସହର। ଭୂକମ୍ପ ପରେ ଆସିଥିବା ସୁନାମୀରେ ସବୁ କିଛି ଛାରଖାର ହୋଇଯାଇଛି। ପାଲୁ ସହର ନିକଟ ବେଳାଭୂମି ଅଞ୍ଚଳକୁ ଯେମିତି ନିଜ ଜିଭରେ ଚାଟି ନେଇଛି ସମୁଦ୍ର। ଭୂକମ୍ପ ଓ ସୁନାମୀରେ ପାଖାପାଖି ୪୦୦ ଲୋକଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଅପରାହ୍ନରେ ହଠାତ୍ ମାଡ଼ି ଆସିଥିଲା ୧୦ ଫୁଟ୍ ଉଚ୍ଚତାରେ ଜୁଆର। କେହି କିଛି ଭାବିବା ପୂର୍ବରୁ ସବୁ କିଛି ହୋଇ […]
ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଭାରତ ଓ ପଶ୍ଚିମବଙ୍ଗରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି। ତେବେ ଭୂମିକମ୍ପର କେନ୍ଦ୍ରସ୍ଥଳ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନଥିଲେ ମଧ୍ୟ ଏହା ଆସାମ ବୋଲି ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା। ଭୂମିକମ୍ପ ବହୁତ ଶକ୍ତିଶାଳୀ ଥିଲା। ତାହା ଏତେ ଭୟଙ୍କର ଥିଲା ଯେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ବିହାର, ଆସାମ, ନାଗାଲାଣ୍ଡରେ ମଧ୍ୟ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି। ଏହା […]
ଭଦ୍ରକ: ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ବନ୍ତ ସ୍ଥିତ ଡିଆରଡିଏ ନିକଟରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଦୀନବନ୍ଧୁ ନାୟକ (୩୬) ଭଦ୍ରକ କଚେରି ରୋଡ୍ରେ ଥିବା ଏକ ମଦ ଦୋକାନରେ କାମ କରନ୍ତି। ସବୁଦିନ ଭଳି ଗତକାଲି ମଧ୍ୟ ସେ ରାତି ପ୍ରାୟ ୧୧ଟା ସମୟରେ ଦୋକାନ ବନ୍ଦ କରିସାରିବା ପରେ ଟଙ୍କା ଧରି ବାଇକ୍ରେ ଡଗମୁଣ୍ଡା ସ୍ଥିତ ତାଙ୍କ ଘରକୁ ଯାଉଥିଲେ। ସେହି […]
ମୁମ୍ବାଇ: ଅନେକ ଦିନରୁ ନଜର ଆସୁନଥିବା କମେଡି କିଙ୍ଗ୍ କପିଲ୍ ଶର୍ମା ପୁଣିଥରେ ଫେରୁଛନ୍ତି। କିନ୍ତୁ କୌଣସି ଟିଭି ଶୋ’ କାର୍ଯ୍ୟକ୍ରମରେ ନୁହେଁ। ଯଦିଓ ସୁସ୍ଥ ହେବା ପରେ କପିଲ୍ ତାଙ୍କର ନୂଆ ଶୋ’ ‘ଫ୍ୟାମିଲି ଟାଇମ୍ ୱିଥ୍ କପିଲ ଶର୍ମା’କୁ ଫେରିଥିଲେ, ତଥାପି ତାଙ୍କର କଷ୍ଟ କମ୍ ହୋଇପାରିନଥିଲା। କାହିଁକି ନା ଏହି ଶୋ’ ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରିନଥିଲା। ଏହା ପରେ କପିଲ୍ କିଛି ଦିନ ପାଇଁ ଗାଏବ୍ ହୋଇଯାଥିଲେ। ତାଙ୍କୁ ଆଉ କୌଣସି […]
ଶ୍ରୀନଗର: ଏଲ୍ଓସିରେ ପୁଣି ଥରେ ଅନୁପ୍ରବେଶ ଉଦ୍ୟମ ହୋଇଛି। ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଏହି ଉଦ୍ୟମକୁ ଭାରତୀୟ ଯବାନ ବିଫଳ କରିଛନ୍ତି। ଗତକାଲି ରାତିରେ କିଛି ଆତଙ୍କବାଦୀ ପଡ଼ୋଶୀ ପାକିସ୍ତାନ ପଟୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଏ ନେଇ ସେନା ପକ୍ଷରୁ ଚେତାବନୀ ଦିଆଯାଇଥିଲା। ହେଲେ ଅନୁପ୍ରବେଶ ଉଦ୍ୟମ ବାରମ୍ବାର ହେବା ପରେ ଗୁଳି ଚଲାଇବାକୁ ବାଧ୍ୟ ହୋଇଥିଲା ସେନା। ଯେଉଁଥିରେ ୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ସହିଦ […]