ରାୟପୁର: ଛତିଶଗଡ଼ରେ ମାଓ ହମଲା ଆଇଇଡି ବିସ୍ଫୋରଣରେ ୪ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି। ଓଡ଼ିଆ ଯବାନ ଜଣକ ହେଲେ ବି. ଏମ୍. ବେହେରା। ସେ ସିଆରପିଏଫ୍ ୧୬୮ ବାଟାଲିୟନରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ ଯବାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଏବଂ ପଶ୍ଚିମବଙ୍ଗର ଜଣେ ଅଛନ୍ତି। ଆଇଇଡି ବିସ୍ଫୋରଣରେ ଅନ୍ୟ ୨ ଯବାନ ଗୁରୁତର ଅଛନ୍ତି। ସେମାନଙ୍କୁ ହେଲିକପ୍ଟର୍ରେ ଉଦ୍ଧାର କରାଯାଇ […]
ପୁରୀ: ପୁରୀ ପୁଲିସ୍ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଇମ୍ପାକୁ ଦିଆଯାଇଥିବା ସମନରେ ଉଡାଣ ସମୟ ବଦଳିଛି। ଗତ ୧୫ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍ରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ଏଫ୍ଆଇଆରରେ କୁହାଯାଇଥିବା ବେଳେ ସମନରେ ରହିଛି ଆଉ ଗୋଟିଏ ସମୟ। ୧୫ ତାରିଖ ସକାଳ ୯ ଟା ୩୦ ମିନିଟରେ ଇମ୍ଫାର ହେଲିକପ୍ଟର ଚିଲିକାରେ ଉଡୁଥିବା ଦେଖାଯାଇଥିଲା ବୋଲି ଇମ୍ପାକୁ ଦିଆଯାଇଥିବା ସମନରେ ଉଲ୍ଲେଖ ରହିଛି। ଫଳରେ ପୁଲିସ୍ର ଦେଇଥିବା ତଥ୍ୟକୁ […]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ଅସଦାଚାରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍ଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଓ ୧୧ଜଣ ବିଧାୟକଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମଙ୍ଗବାର ସମନ୍ ଜାରି କରିଛନ୍ତି। ଆସନ୍ତା ଅକ୍ଟୋବର ୨୫ ତାରିଖରେ ସମସ୍ତେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଦିଲ୍ଲୀ ପୁଲିସ୍ କୋର୍ଟଙ୍କ ନିକଟରେ ଚାର୍ଜସିଟ୍ ଦାଖଲ କରିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍ଙ୍କ ସହ ୧୧ଜଣ ବିଧାୟକଙ୍କୁ ଦାୟୀ କରାଯାଇଛି। ୩୦୦୦ପୃଷ୍ଟାର ଚାର୍ଜସିଟ୍ରେ […]
ଜଗତସିଂହପୁର: ଜଗତସିଂହପୁର ସଦର ଥାନା ହାଜତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ଜଗତ୍ସିଂହପୁର ଏସ୍ପି। ନିଲମ୍ବିତ ୨ ପୁଲିସ୍ କର୍ମଚାରୀ ହେଲେ ASI ରବି ନାରାୟଣ ସେନାପତି ଓ କନ୍ଷ୍ଟେବଲ ଶିବ ଜାନି। ସୂଚନାଥାଉ କି, ଗତ ୧୨ ତାରିଖରେ ଏକ ମାମଲାରେ ଓଡ଼ିଶୋ ଗାଁର ଲିଙ୍ଗରାଜ ଦାସଙ୍କୁ ଥାନାକୁ ଅାଣିଥିଲା ପୁଲିସ। ତାଙ୍କୁ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ ପରେ ଏସ୍ପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ହେବା ଘଟଣା ପରେ ବିରୋଧୀ ଦଳ ନେତାଙ୍କ ସମେତ ଅନେକ ବରିଷ୍ଠ ନେତା ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କ'ଣ କହିଲେ ଶୁଣନ୍ତୁ #Odisha pic.twitter.com/9kcLffZa7M — ଓଟିଭି (@otvkhabar) 18 September 2018 ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ବିଜେପି ନେତା କେଭି ସିଂଦେଓ କ'ଣ କହିଲେ ଶୁଣନ୍ତୁ #Odisha […]
ସମ୍ବଲପୁର: ସମ୍ବଲପୁରରେ ସିଭିଲ କନଷ୍ଟେବଲ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଚୂଡାନ୍ତ ଯୋଗ୍ୟ ତାଲିକାରେ ନାଁ ଥାଇ ମଧ୍ୟ ନିଯୁକ୍ତିରୁ ବାଦ୍ ପଡ଼ିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ଛାତ୍ରଛାତ୍ରୀମାନେ ସମ୍ବଲପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ନିଯୁକ୍ତି ପାଇଁ ଶାରୀରିକି ଓ ଲିଖିତ ପରୀକ୍ଷା ହୋଇଥିଲା। ଏଥିରେ ଉପକୃତ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ଛାତ୍ରଛାତ୍ରୀଙ୍କ ନାଁ ବାହାରିଥିଲା। ତେବେ ନିଯୁକ୍ତି ପୂର୍ବରୁ ପୁଣି ଥରେ ସଂଶୋଧିତ ତାଲିକା ବାହାର […]
ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ଜବତ ଘଟଣାରେ ସାମ୍ନାକୁ ଆସିଲା ନୂଆ ଟ୍ୱିଷ୍ଟ୍। ଯେଉଁ ଅଭିଯୋଗ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଆସିଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସେଇଆ କରିଥିଲେ। ଏକ ହୋଟେଲ୍ ଉଦ୍ଘାଟନ ପାଇଁ କିଛି ମାସ ତଳେ ଚିଲିକା ଉପରେ ହେଲିକପ୍ଟରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁ ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ହ୍ୟାଙ୍ଗର ଜବତ କରାଗଲା, ତାହା ଯଦି ବୈଜୟନ୍ତଙ୍କ ପାଇଁ ଲାଗୁ, ନବୀନଙ୍କ ପାଇଁ କାହିଁକି ନୁହେଁ ବୋଲି ଜଣେ ଟ୍ୱିଟ୍ର ୟୁଜର […]