ଅମୃତସର: ପଞ୍ଜାବ ଅମୃତସରରେ ରାବଣ ପୋଡ଼ି ସମୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ରାବଣପୋଡ଼ି ଦେଖିବାକୁ ଆସିଥିବା ଲୋକଙ୍କୁ ଉପରେ ଟ୍ରେନ୍ ମାଡ଼ିଯିବାରୁ ୫୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଅମୃତସର ଚୌଢ଼ା ବଜାର ନିକଟରେ ରାବଣପୋଡ଼ି ଉତ୍ସବ ଚାଲିଥିଲା। ରାବଣ ପୋଡ଼ିଯିବା ପରେ ପଡ଼ିଯିବାରୁ ଲୋକେ ଏପଟେ ସେପଟେ ଦୌଡ଼ିଥିଲେ। ରେଳ ଧାରଣା ଉପରେ ଲୋକେ ଦୌଡ଼ିଥିବା ସମୟରେ ହଠାତ୍ ସେମାନଙ୍କୁ ଉପରେ ଟ୍ରେନ୍ ମାଡ଼ି ଯାଇଥିଲା।
ନୂଆଦିଲ୍ଲୀ : ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଜନତା ଦଳ ୟୁନାଇଟେଡରେ ଯୋଗ ଦେଇଛନ୍ତି। ପାଟନାରେ ଅାୟୋଜିତ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ସେ ସାମିଲ ହୋଇଛନ୍ତି। ପ୍ରଶାନ୍ତଙ୍କ ଦଳରେ ଯୋଗଦାନ ଜେଡିୟୁକୁ ମଜବୁତ କରିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି। ୨୦୧୨ରେ ପ୍ରଶାନ୍ତ କିଶୋର ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ସହ କାମ ଅାରମ୍ଭ କରିଥିଲେ। ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ପାଇଁ କାର୍ଯ୍ୟ କରିଥିଲେ। […]
ବିହାର : ମହଙ୍ଗା ପଡିଲା ନର୍ସଙ୍କୁ ଅସଦାଚରଣ। ଏନେଇ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡିଛି। ବିହାର କଟିହାରର ଏକ ହସପିଟାଲରେ ଏଭଳି ଘଟଣା ନଜରକୁ ଅାସିଛି। ମେଡିକାଲ ପରିସରରେ ଜଣେ ମହିଳା ସହକର୍ମୀଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଅନ୍ୟ ନର୍ସମାନେ ତାଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଡାକ୍ତର ଜଣଙ୍କ କୌଣସି ଭୁଲ କରି ନଥିବା ବାରମ୍ବାର କହୁଥିଲେ ମଧ୍ୟ ନର୍ସମାନେ ଶୁଣି ନଥିଲେ । ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଅଡି […]
ନୂଆଦିଲ୍ଲୀ: ଚୀନରେ ମାଟି ଅତଡ଼ା ଖସି କୃତ୍ରିମ ହ୍ରଦ ସୃଷ୍ଟି ହୋଇଛି। ଏଥିଯୋଗୁ ପ୍ରାୟ ୬ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଛି। ବୁଧବାର ସୃଷ୍ଟି ହୋଇଥିବା ଏହି ଭୂସ୍ଖଳନରେ ବ୍ରହ୍ମପୁତ୍ରର ଉପରମୁଣ୍ଡରେ ଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଜଳସ୍ରୋତ ଅଟକି ଯାଇଛି। ଏଥିଯୋଗୁ ଦୁଇ ଦିନ ଭିତରେ ନଦୀର ଜଳସ୍ତର ପ୍ରାୟ ୪୦ମିଟର୍ ବୃଦ୍ଧି ପାଇଛି। ଚୀନ ପକ୍ଷରୁ ନଦୀର ନିକଟବର୍ତ୍ତୀ ଅଞ୍ଚଳକୁ ନ ଯିବା ପାଇଁ ସତର୍କ କରି ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା […]
ସୁରଟ: ନବରାତ୍ର ଅବସରରେ ଗୁଜରାଟ ସୁରଟର ଅମିୟା ଧାମ ମନ୍ଦିରରେ ମହାଆରତି ହୋଇଛି। ମହାଷ୍ଟମୀ ତିଥିରେ ଶ୍ରଦ୍ଧାଳୁମାନେ ଏହି ମହାଆରତି କରିଛନ୍ତି। ପ୍ରାୟ ୩୫ ହଜାର ଶ୍ରଦ୍ଧାଳୁ ଏକାସାଙ୍ଗେ ଦୀପ ଜାଳି ଆରତି କରିଛନ୍ତି। ଏହି ମସୟରେ ମହାଆରତିର ଦୃଶ୍ୟ, ସମସ୍ତଙ୍କୁ ବିମୋହିତ କରିବା ସହ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ସ୍ୱଚ୍ଛତା ଓ ଏକତାର ଆହ୍ୱାନ ଦେଇ ଶ୍ରଦ୍ଧାଳୁମାନେ ଏହି ମହା ଆରତିର ଆୟୋଜନ କରିଥିଲେ। ମହାଆରତି ଦର୍ଶନ ପାଇଁ ବିଦେଶୀମାନେ ବି ଉପସ୍ଥିତ ଥିଲେ। […]
ପୁନେ: ସାରା ଦେଶରେ ଗଣେଶ ପୂଜା ଧୁମ୍ଧାମ୍ରେ ପାଳିତ ହୋଇଛି। କେଉଁଠି ଧାନରେ ଗଣେଶ ତ କେଉଁଠି ତିଳ ବା ବିରି ଚାଉଳରେ ଗଣେଶ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମୂର୍ତ୍ତି ସାଙ୍ଗକୁ ତୋରଣ ମଧ୍ୟ ନିର୍ମାଣ କରାଯାଇଛି। ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। ଇକୋ ଫ୍ରେଣ୍ଡଲି ଥିମ୍କୁ ନେଇ ଗୁପ୍ଚୁପ୍ରେ ଏହି ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିଟି ୧୦ ହଜାର ଗୁପ୍ଚୁପ୍ ଓ ବାଉଁଶ କାଠିକୁ ନେଇ […]
ନୂଆଦିଲ୍ଲୀ: ରାଜଧାନୀରେ ପ୍ରଦୂଷଣ ଚିନ୍ତା। ପୁଣି ଥରେ ଚଳିତ ବର୍ଷ ରାଜଧାନୀ ଦିଲ୍ଲୀ ଗ୍ୟାସ୍ ଚ୍ୟାମ୍ବରେ ପରିଣତ ହେବାକୁ ଯାଉଛି। ତେବେ ପ୍ରଥମ ଥର ଆଜି ଦିଲ୍ଲୀରେ ଏୟାର୍ କ୍ୱାଲିଟି ବହୁତ ଖରାପ ସ୍ତରରେ ପହଞ୍ଚିଛି। ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ବଢ଼ି ବହୁତ ଖରାପ ସ୍ତରରେ ପହଞ୍ଚିଛି। ଯାନବାହାନ ଚଳାଚଳ, କାରଖାନା ଏବଂ ବିଭିନ୍ନ ନିର୍ମାଣାଧିନ କାର୍ଯ୍ୟ ଚାଲୁଥିବାରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛନ୍ତି। […]
ନୂଆଦିଲ୍ଲୀ: ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିବା ବିଏସ୍ପିର ପୂର୍ବତନ ସାଂସଦଙ୍କ ପୁଅ ଆଶିଷ ପାଣ୍ଡେ ଦିଲ୍ଲୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଦିଲ୍ଲୀ ପଞ୍ଚତାରକା ହୋଟେଲ୍ ବାହାରେ ବିଏସ୍ପି ସାଂସଦଙ୍କ ପୁଅ ଜଣେ ଯୁବତୀଙ୍କୁ ଧମକ ଦେଇଥିଲେ। ମାୟାବତୀଙ୍କ ବିଏସ୍ପିର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅଙ୍କ ଏଭଳି ଆଚରଣକୁ ନେଇ ଦିଲ୍ଲୀ ପୁଲିସ୍ ନିଜଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ରବିବାର ଦିନ ଏକ ହୋଟେଲ୍ରେ ମହିଳାଙ୍କ ଶୌଚାଳୟ ଭିତରକୁ ଆଶିଷ ପ୍ରବେଶ […]
ନାଗପୁର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସଂସଦରେ ଆଇନ ପ୍ରଣୟନ କରିବାକୁ ଆହ୍ୱାନ ଦେଇଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ବିଜୟା ଦଶମୀ ଅବସରରେ ସଂଘର ମୁଖ୍ୟାଳୟ ନାଗପୁରରେ ସେ ଦେଇଥିବା ଅଭିଭାଷଣରେ ଏହି କଥା କହିଛନ୍ତି। ସେ କହିଛନ୍ତି, ଉପଯୁକ୍ତ ଆଇନ ପ୍ରଣୟନ କରି ରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣର ରାସ୍ତା ସରକାର ପରିଷ୍କାର କରିବା ଉଚିତ। ସ୍ୱାଭିମାନ ଦୃଷ୍ଟିରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଜରୁରି। ସେଠାରେ ଆଗରୁ ମନ୍ଦିର ଥିବାର […]
ମାନିଲା (ଫିଲିପାଇନ୍ସ): ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍ର ତାଣ୍ଡବ। ମାଙ୍ଗଖୁଟ୍ର ପ୍ରଭାବରେ ୨୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ମାଙ୍ଗଖୁଟ୍ ଯୋଗୁ ଅନେକ ଲୋକ ପ୍ରଭାବିତ ହେବାସହ ଅନେକ ବାସଗୃହ ମଧ୍ୟ ଭାଙ୍ଗି ଯାଇଛି। ଗତକାଲି ଲୁଜୋନ୍ ଦ୍ୱୀପରେ ସ୍ଥଳ ଭାଗ ଛୁଇଁଥିବା ମାଙ୍ଗଖୁଟ୍ର ପ୍ରଭାବରେ ଫିଲିଫାଇନ୍ସରେ ଅନେକ କ୍ଷୟକ୍ଷତି ହୋଇଛି। ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ, […]
କୋଲକାତା: କୋଲକାତା କ୍ୟାନିଙ୍ଗ୍ ଷ୍ଟ୍ରିଟ୍ ଅନ୍ତର୍ଗତ ବାଗ୍ରି ମାର୍କେଟ୍ର ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାଖାପାଖି ୩୦ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିଲ୍ଡିଂରେ ନିଆଁ ଲାଗିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ ବୋଲି ଜଣାପଡ଼ିଛି। କୋଲକାତାର ମେୟର ସୋଭନ୍ ଚାଟାର୍ଜୀ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗତକାଲି […]
ନୂଆଦିଲ୍ଲୀ: ବିଦେଶ ଗସ୍ତରୁ ଫେରିବା ପରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍ ଜେ ଆକବର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିନା ତଥ୍ୟ ପ୍ରମାଣ ଆଧାରରେ ଏଭଳି ଅଭିଯୋଗ ଅଣାଯାଉଛି। ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି। ଏଥିସହିତ ସରକାରୀ ଗସ୍ତରେ ଥିବାରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନଥିବା ସେ ଜଣାଇଛନ୍ତି। ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ କାହିଁକି ଏପରି ଅଭିଯୋଗ ଆସୁଛି […]
ନୂଆଦିଲ୍ଲୀ: ଅସୁସ୍ଥ ଗୋଅା ମୁଖ୍ୟମନ୍ତ୍ରୀ ମନୋହର ପାରିକର। ଦିଲ୍ଲୀ ଏମ୍ସରେ ଭର୍ତ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହ, ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଅାଗାମୀ ଦିନରେ ଅାଉ ଗୋଅା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପାରିକର, ଶାହଙ୍କୁ ଜଣାଇଥିବାସୂଚନା ମିଳିଛି । ସେପଟେ ପାରିକରଙ୍କ ହାତରେ ଥିବା ବିଭିନ୍ନ ବିଭାଗ ଅନ୍ୟମନ୍ତ୍ରୀଙ୍କୁ […]
ଗୁରୁଗ୍ରାମ: ଗତକାଲି ହରିଆଣା ଗୁରୁଗ୍ରାମ ଅଞ୍ଚଳର ଆର୍କାଡିଆ ମାର୍କେଟ୍ ସେକ୍ଟର୍ ୪୯ରେ ବିଚାରପତିଙ୍କ ପରିବାରକୁ ଗୁଳିମାଡ଼ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବିଚାରପତିଙ୍କ ୩୮ ବର୍ଷିୟା ପତ୍ନୀ ରିତୁ। ପୁଅ ଧ୍ରୁବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତକାଲି ଅତିରିକ୍ତ ସେସନ୍ସ ଜଜ୍ କୃଷ୍ଣକାନ୍ତ ଶର୍ମାଙ୍କ ପତ୍ନୀ ଓ ପୁଅ ଧ୍ରୁବ ସପିଂ ପାଇଁ ବଜାର ଆସିଥିଲେ। ଏହି ସମୟରେ କୃଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ତାଙ୍କ ସ୍ତ୍ରୀ […]
ନୁଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସ୍ୱଚ୍ଛତା ଅଭିଯାନରେ ସାମିଲ ଥିବା ବ୍ୟକ୍ତି ବିଶେଷଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟରେ ଆଲୋଚନା କରିଛନ୍ତି। ଦେଶର ୧୮ଟି ଭିନ୍ନ ଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏବଂ ସଂସ୍ଥାମାନଙ୍କ ସହ ମୋଦି ଆଲୋଚନା କରିଛନ୍ତି। ଅଭିନେତା ଅମିତାଭ୍ ବଚ୍ଚନ, ଶିଳ୍ପପତି ରତନ ଟାଟାଙ୍କ ଭଳି ବ୍ୟକ୍ତି ବିଶେଷ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, […]
ମୁମ୍ବାଇ: ଗୁମର ଖୋଲୁଛି ‘ମି ଟୁ’ ଅଭିଯାନ। ଯୌନ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ ଉଦ୍ଦେଶ୍ୟରେ ଚାଲିଥିବା ଏହି ଅଭିଯାନ ଖୋଲୁଛି ନୂଆ ନୂଆ ଗୁମର। ଅଭିଯୋଗ ତାଲିକାରେ ଏବେ ଉଠିଛି ବଲିଉଡ୍ର ଶୋ ମ୍ୟାନ୍ ଭାବେ ପରିଚିତ ସୁବାସ ଘାଇଙ୍କ ନାଁ। ତେବେ ସୁବାସ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସୁବାସଙ୍କ ବିରୋଧରେ ଏହି ‘ମି ଟୁ’ ଅଭିଯାନରେ ଆସିଛି ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ। ନିଜ ପରିଚୟ ଗୋପନ ରଖି ଜଣେ ଯୁବତୀ ସୁବାସଙ୍କ […]