ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ବେଳେ ଏବେ ଏଲ୍ପିଜି ସିଲିଣ୍ଡର ବି ମହଙ୍ଗା ହୋଇଛି। ଏଣିକି ଗ୍ରାହକଙ୍କୁ ସବ୍ସିଡ଼ି ଏଲ୍ପିଜି ସିଲିଣ୍ଡର ପିଛା ୨ ଟଙ୍କା ୮୯ ପଇସା ଅଧିକ ଦେବାକୁ ପଡ଼ିବ। ଫଳରେ ସବ୍ସିଡି ଏଲ୍ପିଜି ଦର ସିଲିଣ୍ଡର ଫିଛା ୫୦୨ଟଙ୍କା ୪ ପଇସା ହୋଇଛି। ସେହିପରି ଦିଲ୍ଲୀରେ ଅଣ ସବ୍ସିଡ଼ି ଏଲ୍ପିଜି ସିଲିଣ୍ଡର ପିଛା ୫୯ ଟଙ୍କା ବୃଦ୍ଧି ପାଇଛି। ତେବେ ଗ୍ରାହକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯାଉଥିବା ସବ୍ସିଡି […]
ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟରେ ସାମିଲ୍ ହୋଇପାରନ୍ତି ଏନ୍ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହ। ଏନେଇ ସୂଚନା ଦେଇଛନ୍ତି ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି RJD(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ୱୀ ଯାଦବ। ଆଜି ଦିଲ୍ଲୀରେ ବସୁଥିବା ବୈଠକରେ ଏନ୍ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହଙ୍କୁ ନିମନ୍ତ୍ରଣ କରାଯାଇଛି। ମହାଗଠବନ୍ଧନରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି ତେଜସ୍ୱୀ ଯାଦବ। ସମସ୍ତ ଆଞ୍ଚଳିକ […]
ନୂଆଦିଲ୍ଲୀ : ଧରାପଡ଼ିଛି ପାକିସ୍ତାନର ମିଛ । ସାରା ବିଶ୍ୱ ସମ୍ମୁଖରେ ମିଛି କହିଛନ୍ତି ପାକିସ୍ତାନ ବୈଦେଶିକ ବ୍ୟାପର ମନ୍ତ୍ରୀ ଶାହା ମେହେମୁଦ୍ କୁରେଶୀ । ୨୦୧୪ ପେଶାୱର୍ ହମଲା ପଛରେ ଥିବା ଅାତଙ୍କବାଦୀଙ୍କୁ ପ୍ରୋତ୍ସାହନ ଭାରତ ଯୋଗାଇ ଥିବା ଭଳି ସାଂଘାତିକ ମିଛି କହିଛନ୍ତି ପାକ୍ ମନ୍ତ୍ରୀ । ଯାହାକୁ ରାଇଟ୍ ଟୁ ରିପ୍ଲାଏ ଜରିଅାରେ କଡ଼ା ଜବାବ ରଖିଛି ଭାରତ । ପାକିସ୍ତାନ ମନ୍ତ୍ରୀଙ୍କ ଏପରି ବୟାନ ଅାଦୌ ଶୋଭନୀୟ ନୁହଁ । ପାକ୍ର […]
ଜୟପୁର: ଡିସେମ୍ବର ୭ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଜାରି କରାଯାଇଛି। କୃଷିଋଣ ଛାଡ଼, ମହିଳାଙ୍କୁ ମାଗଣା ଶିକ୍ଷା ଓ ଯୁବକଙ୍କୁ ଚାକିରୀର ଭରସା ଦେଇଛି କଂଗ୍ରେସ। ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ୍, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଇସ୍ତାହାର କମିଟିର ଅଧ୍ୟକ୍ଷ ହରୀଶ ଚୌଧୁରୀ ଇସ୍ତାହାର ପ୍ରକାଶ କରିଛନ୍ତି। ଲୋକଙ୍କ ପରାମର୍ଶରେ ଇସ୍ତାହାର କରାଯିବା ସହ ସାଧାରଣ ଲୋକଙ୍କ ଦାବିକୁ ଏଥିରେ ଗୁରୁତ୍ୱ […]
ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ରାତି ଅଧିଆ ଛୁଟିରେ ପଠାଯିବାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ବର୍ମାଙ୍କ ଓକିଲ ଫଲି ଏସ ନରିମନ କହିଛନ୍ତି ଯେ, ନିଯୁକ୍ତି କମିଟିର ବିନା ଅନୁମତିରେ କାର୍ଯ୍ୟାକାଳରେ ଥିବାବେଳେ କେନ୍ଦ୍ର ସରକାର ସିବିଆଇ ନିର୍ଦ୍ଦେଶକଙ୍କୁ ଛୁଟିରେ ପଠାଇ ପାରିବେ ନାହିଁ। ଏହାସହ କୋର୍ଟରେ ନିଜର ଯୁକ୍ତି ଉପସ୍ଥାପନ କରି ନରିମନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏ ପଦକ୍ଷେପ ସଂପୂର୍ଣ୍ଣ ବେଆଇନ ଓ ଏହାଦ୍ୱାରା ସିବିଆଇର […]
ହାଇଦ୍ରାବାଦ: ତେଲେଙ୍ଗାନା ବିଜେପି ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଦଳ କ୍ଷମତାକୁ ଆସିଲେ ଚାଷୀଙ୍କର ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରିବ ବୋଲି ଇସ୍ତାହାରରେ କୁହାଯାଇଛି। ଏହାସହ ଚାଷୀଙ୍କୁ ମାଗଣାରେ ବୋରେୱେଲ୍ କିମ୍ବା ପମ୍ପ ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ସେହିପରି ଗ୍ରାଜୁଏଟଙ୍କୁ ଲାପ୍ଟପ୍, ବେରୋଜଗାରୀ ଯୁବକଙ୍କୁ ମାସିକିଆ ଷ୍ଟାଇପେଣ୍ଡ, ସପ୍ତମରୁ ଦଶମ ପଢ଼ୁଥିବା ଛାତ୍ରୀଙ୍କୁ ସାଇକେଲ୍ ଓ କଲେଜ ପଢୁଆ ଝିଅଙ୍କୁ ରିହାତିରେ ସ୍କୁଟି ଦେବାକୁ ବିଜେପି ପ୍ରତିଶ୍ରୁତି […]
ଶ୍ରୀହରିକୋଟା: ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା ମିଳିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଅତ୍ୟାଧୁନିକ ମହାକାଶ ଯାନ PSLV C-43 ଉତ୍କ୍ଷେପଣ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ କିର୍ତ୍ତୀ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ ଗବେଷଣା ସଂସ୍ଥାରୁ ସକାଳ ୯ଟା ୫୮ରେ ଉତ୍କ୍ଷେପଣ ହୋଇଥିବା PSLV C-43 ନିର୍ଦ୍ଦିଷ୍ଟ ସମୟରେ କକ୍ଷପଥରେ ଅବସ୍ଥାନ କରିଛି। ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିବା ଲାଗି […]
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହାର ୧୮ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର ୧୮ ଟଙ୍କିଆ ଟାରିଫ୍ ଭାଉଚର୍ ଘୋଷଣା କରିଛି। ଏହି ସ୍ୱତନ୍ତ୍ର ପ୍ଲାନ୍ରେ BSNL ଗ୍ରାହକ ୨ ଦିନ ପାଇଁ ଅନ୍ଲିମିଟେଡ୍ ଭଏସ୍ କଲ୍, ଅନ୍ଲିମିଟେଡ୍ ଭିଡିଓ କଲ୍ ଏବଂ ଅନ୍ଲିମିଟେଡ୍ ଡାଟା ଉପଲବ୍ଧ ପାଇପାରିବେ। ପ୍ରିମିୟମ୍ ରିଚାର୍ଜ ବିକଳ୍ପ ବାବଦରେ ମଧ୍ୟ ବିଏସ୍ଏନ୍ଏଲ୍ ଘୋଷଣା କରିଛି। ଯେଉଁଥିରେ ୧୮ ପ୍ରତିଶତ ଅତିରିକ୍ତ ଟକ୍ଟାଇମ୍ ମିଳିବ। ସେହିପରି ୧୮୦୧ଟଙ୍କାର ରିଚାର୍ଜ କଲେ ୨୧୨୫ […]
ନୂଆଦିଲ୍ଲୀ : ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନର ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଭାରତ-ପାକ୍ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢିପାରୁନି। ପାକିସ୍ତାନର ବ୍ୟବହାରରେ ପରିବର୍ତ୍ତନ ହେଉନଥିବାରୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଅାଗକୁ ବଢି ପାରୁନଥିବା କହିଛନ୍ତି ସୁଷମା। ଅାମ ପଡୋଶୀ ଦେଶ ପାକିସ୍ତାନ ଅାତଙ୍କବାଦକୁ ବନ୍ଦ କରିବା ବଦଳରେ ଅାତଙ୍କବାଦୀଙ୍କୁ ତାଙ୍କ ଭୂମିରେ ତାଲିମ ଦେଉଛି। ଅାତଙ୍କବାଦୀଙ୍କ ପାଇଁ ପାକିସ୍ତାନ ହୋଇଛି ସ୍ୱର୍ଗ। ଜଳବାୟୁ ପରିବର୍ତ୍ତନ ସହ ଅାତଙ୍କବାଦ ବର୍ତ୍ତମାନ […]
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା। ପୁଲିସ ଗୁଳିରେ ଜଣେ ୩୮ ବର୍ଷିୟ ଇଂଜିନିୟରଙ୍କ ମୃତ୍ୟୁ। ଏଭଳି ଅଭିଯୋଗ ଅାସିଛି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରରେ। ଗାଡ଼ିରେ ଯାଉଥିବା ବେଳେ ପୁଲିସ ଗୁଳିରେ ଅାହତ ହୋଇ ମେଡିକାଲରେ ଜଣେ ଯୁବ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ବିବେକ ତିଓ୍ୱାରୀ। ସେ ଏକ ଅନ୍ତରାଷ୍ଟ୍ରୀୟ ମୋବାଇଲ ସଂସ୍ଥାରେ ଏରିଅା ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁସାରେ ଗତକାଲି ରାତିରେ ବିବେକ ନିଜ ବନ୍ଧୁଙ୍କ ସହ ଗାଡିରେ […]
ନୂଆଦିଲ୍ଲୀ : ଜ୍ଞାନ ଏବଂ ଶିକ୍ଷାକୁ କେବଳ ବହି ଭିତରେ ସୀମିତ ରଖାଯିବା କଥା ନୁହେଁ । ଭାରତର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଉଚ୍ଚକୁ ନେବାକୁ ପ୍ରୟାସ କରାଯିବ। ବର୍ତ୍ତମାନ ସମୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଅାସିଥିବା ବେଳେ ଏହାକୁ ଅାହୁରି ଅାଗକୁ ନେବାକୁ ପଡିବ। ଦେଶ ବାହାରେ କିଭଳି ଅାମ ଦେଶ ଶିକ୍ଷାକ୍ଷେତ୍ରରେ ଏକ ମାଇଲଖୁଣ୍ଟ ହୋଇପାରିବ ସେନେଇ ଭିତ୍ତି ଭୂମିର ବିକାଶ କରାଯିବ। ଦିଲ୍ଲୀ ବିଜ୍ଞାନ ଭବନରେ ଅାୟୋଜିତ ଏକ ଶିକ୍ଷା ସମ୍ପର୍କିତ ସମ୍ମିଳନୀକୁ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଶେଷ ହୋଇଛି। ଏହି ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇଛି। ମଧ୍ୟପ୍ରଦେଶରେ ୨୩୦ ଆସନ ପାଇଁ ଭୋଟ ନିଆଯାଇଥିଲା। ଏଠାରେ ୭୪.୬ ପ୍ରତିଶତ ମତଦାନ ହୋଇଛି। ଏଠାରେ ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। କିଛି ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ କଂଗ୍ରେସର କମଳନାଥ,ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ […]