ସବରିମାଳା: କେରଳର ପ୍ରସିଦ୍ଧ ସବରିମାଳା ଆୟାପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ପ୍ରଥମ ଥର ପାଇଁ ଆଜି ସଂଧ୍ୟାରେ ମନ୍ଦିର ଖୋଲିଥିଲା। ତେବେ ଆନ୍ଦୋଳନକାରୀମାନେ ୧୦ରୁ ୫୦ ବର୍ଷ ମଧ୍ୟରେ ବୟସର କୌଣସି ମହିଳାଙ୍କୁ ମନ୍ଦିର ନିକଟକୁ ଛାଡି ନଥିଲେ। ମହିଳା ଭକ୍ତଙ୍କୁ ଆନ୍ଦୋଳନକାରୀ ଜୋରଦାର୍ ବିରୋଧ କରିଥିବା ବେଳେ ଗଣମାଧ୍ୟମର କିଛି ମହିଳା ରିପୋର୍ଟରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, […]
ନୂଆଦିଲ୍ଲୀ: #Me Too ଅଭିଯାନ ଫାଶରେ ପଡ଼ି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ. ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁଇ ଦିନ ହେଲା ଇସ୍ତଫା ଦେବେନାହିଁ ବୋଲି କହୁଥିବା ଆକବରଙ୍କୁ ଶେଷରେ ପଦ ଛାଡ଼ିବାକୁ ପଡ଼ିଛି। ପଦ ଛାଡ଼ିବା ପରେ ସେ କହିଛନ୍ତି, “ମୋ ବିରୋଧରେ ଆସିଥିବା ଅଭିଯୋଗକୁ ମୁଁ ଏକାକୀ ସାମ୍ନା କରିବି। ତେଣୁ ଏହି ସମୟରେ ସାମ୍ବିଧାନିକ ପଦରେ ରହିବା ଠିକ୍ ହେବ ନାହିଁ।” ଦୁଇ ଦୁଇଟି ଗଣମାଧ୍ୟମ ସଂସ୍ଥାରେ ସଂପାଦକ […]
ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ମିଶ୍ରଣ ହେବ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ବିଜୟା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଦେନା ବ୍ୟାଙ୍କର ମିଶ୍ରଣ ନେଇ ଆଜି ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ରେ ଅର୍ଥନୈତିକ ବ୍ୟାପାର କମିଟିରେ ନିଷ୍ପତ୍ତି ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ତିନି ବ୍ୟାଙ୍କର ମିଶ୍ରଣ ପରେ ଏହା ଦେଶର ତୃତୀୟ ବୃହତ ବ୍ୟାଙ୍କ ହେବ। ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର […]
ନୂଆଦିଲ୍ଲୀ: ଜେଡିୟୁର ପୂର୍ବତନ ବିଧାୟକ ରାଜୁ ସିଂହ ଗିରଫ ହୋଇଛନ୍ତି। ଦିଲ୍ଲୀ ବସନ୍ତ କୁଞ୍ଜ ଫାର୍ମ ହାଉସ୍ରୁ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍। ନୂଆବର୍ଷ ସେଲିବ୍ରେସନ୍ ବେଳେ ରାଜୁ ନିଜ ବନ୍ଧୁକରୁ ଫାଙ୍କା ଗୁଳି ଚଲାଇଥିଲେ। ଏହି ଗୁଳିଟି ନିକଟରେ ଥିବା ଜଣେ ମହିଳାଙ୍କ ଦେହରେ ବାଜିଥିଲା। ମହିଳା ଜଣଙ୍କ ଗଭୀର ଭାବେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆହତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ରାଜୁ […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଏନ୍କାଉଣ୍ଟରରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଫତେହ କଦଲ୍ ଅଞ୍ଚଳର ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ ଉକ୍ତ ଘରକୁ ଘେରାଉ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଯାହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳି ଚାଳନା କରାଯାଇଥିଲେ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀଙ୍କ […]
ଭୋପାଳ: ମଧ୍ୟପ୍ରଦେଶ ସଚିବାଳୟରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ବିବାଦ ଦେଖାଦେଇଛି। ସଚିବାଳୟରେ ମାସର ପ୍ରଥମ ଦିନ ‘ବନ୍ଦେ ମାତରମ୍’ ଗାନ୍ ଉପରେ ରୋକ ଲାଗିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ। ବନ୍ଦେ ମାତରମ୍କୁ ଏକ ନୂଆ ରୂପରେ ବ୍ୟବହାର କରାଯିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ଖୁବ୍ କମ ଦିନରେ ସେ ଘୋଷଣା କରିବେ ବୋଲି କମଲନାଥ କହିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ବିଜେପି ବିଧାୟକଙ୍କ ପକ୍ଷରୁ ଆଜି ଭୋପାଳ ସଚିବାଳୟ […]
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛି ଭିଏଚ୍ପି (ବିଶ୍ୱ ହିନ୍ଦୁ ପରିଷଦ)। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବୟାନକୁ ବଦଳାଇବା ଜରୁରୀ ବୋଲି ଭିଏଚ୍ପିର କାର୍ଯ୍ୟକାରୀ ସଭାପତି ଆଲୋକ ବର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି। ତେଣୁ ଏନେଇ ଅଧ୍ୟାଦେଶ ଯଥାଶୀଘ୍ର ଆଣିବା ଆବଶ୍ୟକ। ୬୯ ବର୍ଷରୁ ରାମ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିଛନ୍ତି ଲୋକେ। ଅକ୍ଟୋବରରେ ରାମ ମନ୍ଦିର ମାମଲା […]
ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ ସେୟାରିଂ ୱେବ୍ସାଇଟ୍ ୟୁଟ୍ୟୁବ୍ ଆଜି ସକାଳେ କିଛି ସମୟ ପାଇଁ ଅଚାନକ ବନ୍ଦ ହୋଇଯାଇଥିଲା। ୟୁଜର୍ସ ମାନେ ଲଗ୍ଇନ୍, ଅପଲୋଡ୍ କରିବା ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା। ଏପରିକି ୟୁଜର୍ସ କୌଣସି ଭିଡିଓକୁ ଦେଖି ପାରୁନଥିଲେ କି ସେୟାର ମଧ୍ୟ କରି ପାରୁନଥିଲେ। ଏନେଇ ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି। ୟୁଟ୍ୟୁବ୍ର ସ୍କ୍ରିନ୍ ଉପରେ ‘500 Internal Server Error’ ଦେଖିବାକୁ ମିଳିଥିଲା। ଏହି ସମସ୍ୟା ପ୍ରାୟ ପାଖାପାଖି ୪୫ ମିନିଟ୍ […]
ନୂଆଦିଲ୍ଲୀ: ଗୃହରେ ହଟ୍ଟଗୋଳ କରିବା ସାସଂଦଙ୍କୁ ମହଙ୍ଗା ପଡ଼ିଛି । ଲୋକସଭା କାର୍ଯ୍ୟରେ ବାରମ୍ବାର ବ୍ୟାଘାତ ଓ ହଟ୍ଟଗୋଳ ଅଭିଯୋଗରେ ଏଆଇଏଡିଏମ୍କେ (ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କାଝାଗମ)ର ୨୬ଜଣ ସାଂସଦଙ୍କୁ ବାଚସ୍ପତି ସୁମିତ୍ରା ମହାଜନ ସସ୍ପେଣ୍ଡ କରିଛନ୍ତି। ସେମାନଙ୍କୁ ୫ ଦିନ ଯାଏ ଗୃହ କାର୍ଯ୍ୟରୁ ସସ୍ପେଣ୍ଡ କରାଯାଇଛି। ଆଜି ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ କାବେରୀ ନଦୀ ଜଳ ବିବାଦକୁ ନେଇ ଏଆଇଏଡିଏମ୍କେ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ବିରୋଧ କରିଥିଲେ। […]
ନୂଆଦିଲ୍ଲୀ: ଲୋକସଭାରେ ରାଫେଲ୍ ତାତି ଦେଖିବାକୁ ମିଳିଛି। ରାଫେଲ୍ ଡିଲ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସଂସଦରେ ରାଫେଲ୍ ଡିଲ୍ ନେଇ ଉତ୍ତର ଦେବାର ସାହସ ପ୍ରଧାନମନ୍ତ୍ରୀଙ୍କ ନାହିଁ ବୋଲି ରାହୁଲ କହିଛନ୍ତି। କେବଳ ତାହା ନୁହେଁ ଏହି ପ୍ରସଙ୍ଗରେ ପୂରା ଦେଶ ପିଏମ୍ଙ୍କୁ ପ୍ରଶ୍ନ କରୁଛି ବୋଲି କହିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜ ଉତ୍ତର ରଖୁନଥିବା ସେ ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୮ର ଅନ୍ତିମ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ପ୍ରସଙ୍ଗ ଉଠାଇ ଭାରତର ପ୍ରଦର୍ଶନ କୁ ପ୍ରଶଂସା ମଧ୍ୟ କରିଛନ୍ତି। ମୋଦି ମକର ସଂକ୍ରାନ୍ତିର ଶୁଭକାମନା ଜଣାଇବା ସହିତ ୨୦୧୯ ନୂଆ […]
ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍ ବିଲ୍। ପୂର୍ବରୁ ଲୋକସଭାରେ ଏହି ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜ ହେବ। କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲ୍ର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ କରିବାରୁ ପ୍ରସ୍ତୁତ ହେଉଛି। ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ବି ୧୦ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୃଷ୍ଟିକୋଣରୁ ରାଜ୍ୟସଭାରେ ବି ବିରୋଧୀ […]