ଶ୍ରୀନଗର: ଉତ୍ତର ଭାରତରେ ଶୀତର ରାଜୁତି ସହ ତୁଷାରପାତ ଚିନ୍ତା ବଢ଼ାଇଛି। ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରୁଥିଲେ ବି ଯାତାୟତରେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ଗତ କିଛି ଦିନ ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଅଞ୍ଚଳରେ ତୁଷାରପାତ ବଢ଼ିବା ସହ ପାରଦ ହ୍ରାସ ଘଟୁଛି। ରାସ୍ତାରେ ବରଫ ଜମା ହୋଇ ରହିଥିବାରୁ ଅଧାବାଟରେ ଶହ ଶହ ଟ୍ରକ ଅଟକି ରହିଛି। ମନାଲୀରେ ଚାରିଆଡ଼େ ବରଫର ଆସ୍ତରଣ। ରାସ୍ତା ଘାଟ ସହିତ କୋଠାବାଡ଼ି ବି […]
ନୂଆଦିଲ୍ଲୀ: ବିଜେପି ଜାତୀୟ ପରିଷଦର ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିବେଶନରେ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ବିଜେପି ହିଁ କେବଳ ଦେଶକୁ ଶିଖରରେ ପହଞ୍ଚାଇ ପାରିବ। ସମସ୍ତଙ୍କ ସହ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ। ସେହିପରି ସଂରକ୍ଷଣକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି। ସଂରକ୍ଷଣ ଯୋଗୁ କାହାର ଅଧିକାରକୁ ବଞ୍ଚିତ କରାଯିବ ନାହିଁ ବୋଲି ମୋଦି କହିଛନ୍ତି। ବିଜେପି ଜାତୀୟ ପରିଷଦ ଅଧିବେଶନର ଶେଷ ଦିନରେ କଂଗ୍ରେସ ଉପରେ […]
ଅଧିବେଶନର ୨ୟ ଦିନରେ ଆଜି ପେଗାସସ୍ ପ୍ରସଙ୍ଗକୁ ନେଇ ହଙ୍ଗାମା ଜାରି ରହିଛି। ହଟ୍ଟଗୋଳକୁ ଦେଖି ଉଭୟ ରାଜ୍ୟ ସଭା ଓ ଲୋକ ସଭାକୁ ଆରମ୍ଭ ହେବାର ମାତ୍ର ୫ ମିନିଟ ପରେ ମୁଲତବି ରଖିବାକୁ ପଡ଼ିଥିଲା। ଲୋକସଭା ୨ଟା ପର୍ଯ୍ୟନ୍ତ ଏବଂ ରାଜ୍ୟ ସଭାକୁ ୧୧ଟା ପର୍ଯ୍ୟନ୍ତ ମୁଲତବି କରାଯାଇଥିଲା।
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ଲାଗି ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ମତଦାନ ଶେଷ ହେବ। ୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୯ ହଜାର ୨୯୬ଟି ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୧୦୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। […]
କୋଲକାତା: ଆନ୍ଧ୍ରପ୍ରଦେଶ ପରେ ପଶ୍ଚିମବଙ୍ଗରେ ସିବିଆଇକୁ ନା। ଏଣିକି ପଶ୍ଚିମବଙ୍ଗରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ପଶ୍ଚିମବଙ୍ଗ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ଅବାଧରେ ସମ୍ପୃକ୍ତ ରାଜ୍ୟରେ କୌଣସି ମାମଲାରେ ତଦନ୍ତ କରିପାରିବେ କିମ୍ବା ଚଢ଼ଉ କରିପାରିବେ। ଆନ୍ଧ୍ରପ୍ରଦେଶରେ ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ସରକାର ଥିବାବେଳେ ପଶ୍ଚିମବଙ୍ଗରେ ମମତା […]
କଟକ: ବିଲ ମଝିରେ ଅସୁସ୍ଥ ଏକ ଦନ୍ତାହାତୀକୁ ଠାବ କରାଯାଇଛି। କଟକ ବନଖଣ୍ଡ ଡାଳିଯୋଡ଼ା ରେଞ୍ଜ ହଳଦୀବସନ୍ତ ଗାଁ ବିଲରେ ଦନ୍ତା ହାତୀଟି ଅସୁସ୍ଥ ହୋଇ ପଡି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ହାତୀଟି ଅସୁସ୍ଥ ଥିବାରୁ ଉଠି ନ ପାରି ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣାପଡ଼ିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ ମଧ୍ୟ ଏଯାଏ ଡାକ୍ତରୀ ଟିମ୍ ପହଞ୍ଚି ନାହାନ୍ତି। ଗତକାଲି ହାତୀଟି ବିଲ ମଝିରେ […]
ହାଇଦ୍ରାବାଦ: ସିବିଆଇକୁ ଆନ୍ଧ୍ର ପ୍ରଦେଶ ମନା। ଏଣିକି ସରକାରୀ କାମରେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିବା ପାଇଁ ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ହେବ। କାରଣ ଏଥିପାଇଁ ଦିଆଯାଇଥିବା ‘ଜେନେରାଲ୍ କନ୍ସେଣ୍ଟ୍’ ବା ‘ସାଧାରଣ ସହମତି’କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରତ୍ୟାହାର କରି ନେଇଛନ୍ତି। ଏହି ସହମତି ବଳରେ ସିବିଆଇ ଅଧିକାରୀମାନେ ସରକାରଙ୍କ ଅନୁମତି ବିନା ଯେକୌଣସି ସମୟରେ ରାଜ୍ୟକୁ ଆସି ଖୋଜାଖୋଜି ଓ ଅପରେସନ୍ କରିଥାଆନ୍ତି। ଏନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି […]
ଚେନ୍ନାଇ: ଘୂର୍ଣ୍ଣିଝଡ଼ ‘ଗଜ’ ଆଜି ଭୋର ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍ରେ ଉପକୂଳ ଛୁଇଁଛି। ଉପକୂଳ ଛୁଇଁବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୨୦ କି.ମି ଥିଲା। ଗଜକୁ ଦୃଷ୍ଟିରେ ରଖି ତାମିଲନାଡୁ ଉପକୂଳର ୭୬ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥିସହ ତାମିଲନାଡୁର ୬ଟି ଜିଲ୍ଲାରେ ୩୦୦ରୁ ଅଧିକ ରିଲିଫ୍ କେନ୍ଦ୍ର ଖୋଲା ଯାଇଛି। ଗଜ ଉପକୂଳ ଛୁଇଁବା ସମୟରେ ତାମିଲନାଡୁର ନାଗାପାଟ୍ଟିନମ୍, ଥାଞ୍ଜଭୁର୍ ଓ ତିରୁଭାରୁର୍ ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା […]
ଅନୁଗୁଳ: ଅନୁଗୁଳ ସାତକୋଶିଆରେ ମହାବଳ ବାଘର ମୃତ୍ୟୁ। ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ବାଘର ମୃତଦେହ ସାତକୋଶିଆର କୋର୍ ଅଞ୍ଚଳରୁ ଉଦ୍ଧାର ହୋଇଛି। ଏ ନେଇ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୪ ତାରିଖ ଦିନ ଗୋଟାଏ ବେଳେ ଏହି ମହାବଳ ବାଘର ମୃତ୍ୟୁ ସଂପର୍କରେ ଜଣା ପଡ଼ିଥିଲା। ରାଇଗୋଡ଼ାରୁ ନୂଆଗଡ଼ା ରାସ୍ତାର ୫ ଶହ ମିଟର ଦୂରରେ ବାଘର ମୃତଦେହ ପଡ଼ିଥିଲା। ପ୍ରାଥମିକ ତଦନ୍ତରୁ […]
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ଗଜ ଆଜି ରାତିରେ ଦକ୍ଷିଣ ତାମିଲନାଡୁ ନିକଟ ନାଗାପାଟ୍ଟିନମ୍ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ଓ ପୁଡୁଚେରୀରେ ୫ଟି ଜିଲ୍ଲାର ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ନୌସେନାକୁ ହାଇ ଆଲର୍ଟ କରାଯାଇଛି। ସେହିପରି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା […]
ଲସ୍ଏଞ୍ଜେଲ୍ସ: ମନୋରଞ୍ଜନର ଖୋରାକ୍ ଯୋଗାଇବା ପାଇଁ ବିଭିନ୍ନ ସୁପରହିରୋ ଓ କମିକ୍ ଚରିତ୍ରଙ୍କୁ ତିଆରି କରିଥିବା ଷ୍ଟାନ୍ ଲିଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ସେ ମାର୍ଭଲ କମିକ୍ସ୍ର ବର୍ଷୀୟାନ ଲେଖକ, ସମ୍ପାଦକ ଓ ପ୍ରକାଶକ ଥିଲେ। ସ୍ପାଇଡର୍ ମ୍ୟାନ୍, ଆଇରନ୍ ମ୍ୟାନ୍, ଏକ୍ସ-ମେନ୍, ଦ ଫାଣ୍ଟାଷ୍ଟିକ୍ ଫୋର୍, ଦ ଏଭେଞ୍ଜର୍ସ, ଦ ହଲ୍କ ଓ ଅନ୍ୟାନ୍ୟ ସୁପରହିରୋ ଫିଲ୍ମର ପରିକଳ୍ପନା କରି କଳ୍ପିତ ଚରିତ୍ରକୁ ସେ ଲୋକଙ୍କ ସମ୍ମୁଖକୁ ଆଣିଥିଲେ। ତାଙ୍କ କଳ୍ପନାରୁ […]
ଚେନ୍ନାଇ: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ଗାଜା’ ନଭେମ୍ବର ୧୫ରେ ତାମିଲନାଡୁ ଉପକୂଳର କଡ୍ଡାଲୋର୍ ଓ ପାମ୍ବନ ମଝିରେ ଛୁଇଁବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ପରିସ୍ଥିତିର ମୁକାବିଲା ପାଇଁ ତାମିଲନାଡୁ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖା ଯାଇଛି। ପୁଡୁଚେରୀରେ ବାତ୍ୟା ଗାଜାକୁ ନେଇ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି। ଗାଜା ଗତକାଲି ଉତ୍ତରପୂର୍ବ […]
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ନକ୍ସଲମାନେ ହିଂସାକାଣ୍ଡ ଘଟାଇବାକୁ ଚେଷ୍ଟା କରିଛନ୍ତି। ଛତିଶଗଡ଼ ଦାନ୍ତେୱାଡ଼ାରେ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣରେ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନକ୍ସଲମାନେ ସିରିଜ୍ ଲ୍ୟାଣ୍ଡମାଇନ୍ ବିଛାଇଥିବା ଜଣାପଡ଼ିଛି। ହେଲେ ଏହାକୁ ଏବେ ନିଷ୍କ୍ରିୟ କରିବା ପାଇଁ ଯବାନମାନେ ଲାଗି ପଡ଼ିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍ରମାନେ ବୁଥ୍ ଆଗରେ ଧାଡ଼ି ଲଗାଇଛନ୍ତି। ୯୦ଟି ଆସନରୁ ୧୮ଟି ଆସନରେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ଲାଗି ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ଏଥିସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲା ଗୁଡ଼ିକରେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଇଛି। ସମ୍ବେଦନଶୀଳ […]
ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ପରଲୋକ। ବେଶ୍ କିଛି ଦିନ ଧରି ଅସୁସ୍ଥ ଥିବା ଅନନ୍ତ କୁମାରଙ୍କ ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏକ ହସ୍ପିଟାଲ୍ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ କ୍ୟାନ୍ସର୍ରେ ପୀଡ଼ିତ ଥିଲେ। ଗତ ମାସରେ ନ୍ୟୁୟର୍କ ସ୍ଥିତ ଏକ କ୍ୟାନ୍ସର୍ ଇନ୍ଷ୍ଟିଚ୍ୟୁଟ୍ରେ ଚିକିତ୍ସା ସାରି ଭାରତ ଫେରିଥିଲେ। ଅନନ୍ତ କୁମାରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍ ଗୋଟିଏ ଦିନ ପୂର୍ବରୁ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଏହି ଗୁଳିବିନିମୟ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏସ୍ଟିଏଫ୍ ଟିମ୍ର ନକ୍ସଲ ବିରୋଧୀ ଅପରେସନ୍ ବେଳେ ବେଦ୍ରେ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଛି। ପ୍ରଥମେ ସୁରକ୍ଷାକର୍ମୀଙ୍କୁ ନକ୍ସଲ ମାନେ ଆକ୍ରମଣ କରିବା ପରେ ଏହାର କଡ଼ା […]
ରାୟପୁର: ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପ୍ରଥମ ପର୍ଯ୍ୟାୟରେ ଦକ୍ଷିଣ ଛତିଶଗଡ଼ର ନକ୍ସଲ ପ୍ରବଣ ସୁକ୍ମା, କାଙ୍କେର, ରାଜନନ୍ଦଗାଓଁ, ବସ୍ତର, ଦାନ୍ତେୱାଡ଼ା, ବିଜାପୁର, କୋଣ୍ଡାଗାଁଓ ଏବଂ ନାରାୟଣପୁର ଜିଲ୍ଲାର ୧୮ଟି ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୯୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଛତିଶଗଡ଼ର ସମୁଦାୟ ୯୦ ଆସନରୁ ବାକି ୭୨ଟି ଆସନ ଲାଗି ନଭେମ୍ବର ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ସେପଟେ […]
ଭୁବନେଶ୍ୱର: ଓଡ଼ିଶାରେ ନିଯୁକ୍ତି ସୃଷ୍ଟିକାରୀଙ୍କୁ ହତାଶ କରା ନ ଯାଉ ବୋଲି ଅପିଲ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। କାମଧନ୍ଦା ଆଶାରେ ବାହାର ଦେଶକୁ ଯାଇ ଭାରତୀୟଙ୍କ ମୃତ୍ୟୁ ଖବର ପ୍ରସଙ୍ଗରେ ଟ୍ୱିଟର ଯୋଗେ କ୍ଷୋଭ ପ୍ରକାଶ ଅବସରରେ ସେ ଏଭଳି ଅପିଲ୍ କରିଛନ୍ତି। ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରୁ ପ୍ରାୟ ୪୦ ଲକ୍ଷ ଲୋକ ଦେଶ ବାହାରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ନିର୍ଯାତିତ ଶତାଧିକ ଯୁବକଙ୍କୁ ମୁଁ ଘରକୁ ଫେରାଇ […]
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ବିଜେଡି ବିକ୍ଷୋଭ କରିଛି। ଆଜି ନାଲ୍କୋ, ଆଇଓସିଲ, ଏମ୍ସିଏଲ ଓ ରେଲ ସଦନ ଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଗରେ ଦଳ ବିକ୍ଷୋଭ କରୁଛି। ବିଜେଡିର ଅଭିଯୋଗ, ରାଷ୍ଟ୍ରାୟତ୍ତ କମ୍ପାନୀ ଓଡିଶାରେ ନିଜ ରାଜସ୍ୱ ବୃଦ୍ଧି କରୁଥିଲେ ବି ଓଡ଼ିଆଙ୍କୁ ନିଯୁକ୍ତି ଦେଉ ନାହାନ୍ତି। ପ୍ରତିବର୍ଷ ୨ କୋଟି ବେକାରଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଆଧାରରେ ୫ ବର୍ଷରେ କେନ୍ଦ୍ର ଓଡ଼ିଶାର ୩୬ ଲକ୍ଷ ବେକାରଙ୍କୁ ନିଯୁକ୍ତି ଦେବାକୁ କହିଥିଲେ […]
ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପରେ ଭୟଙ୍କର ପ୍ରଦୂଷଣ ସହ ବାୟୁର ମାନ ସର୍ବାଧିକ ସ୍ତରରେ ପହଞ୍ଚିଛି। ଦିଲ୍ଲୀର ଆନନ୍ଦବିହାର ଓ ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମ ଅଞ୍ଚଳରେ ପ୍ରଦୂଷଣ ସ୍ତର ସର୍ବାଧିକ ୯୯୯ ରେକର୍ଡ କରାଯାଇଛି। ଗତକାଲି ରାତି ୯ଟା ପରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଥିଲା। ପ୍ରଦୂଷଣ ଯୋଗୁ ନିଶ୍ୱାସ ନେବା କଷ୍ଟକର ହୋଇଯାଇଛି। ଦୀପାବଳିରେ ବାଣଫୁଟା ପାଇଁ ସୁପ୍ରିମକୋର୍ଟଙ୍କ କଟକଣା ରହିଥିଲେ ମଧ୍ୟ ଏହାର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ଏଥିଯୋଗୁ […]
ରାୟପୁର: ନିର୍ବାଚନର ଠିକ୍ ପୂର୍ବରୁ ପୁଣି ଥରିଲା ଛତିଶଗଡ଼ର ଦନ୍ତେୱାଡ଼ା। ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୪ ଜଣ ପ୍ରାଣ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଯବାନ ଓ ୩ ଜଣ ସାଧାରଣ ଲୋକ ଅଛନ୍ତି। ଦନ୍ତେୱାଡ଼ାର ଏନ୍ଏମ୍ଡିସି ପ୍ଲାଣ୍ଟ ନିକଟରେ ଏହି ଆକ୍ରମଣ ହୋଇଛି। ଲାଲବାହିନୀ ବିସ୍ଫୋରଣ କରି ଏକ ଗାଡ଼ି ମଧ୍ୟ ଉଡ଼ାଇ ଦେଇଛନ୍ତି। ସ୍ୱତନ୍ତ୍ର ଗୁଇନ୍ଦା ଶାଖାର ଏସ୍ପି ଡି. ରବି ଶଙ୍କରଙ୍କ କହିବା ଅନୁସାରେ, ଏକ ମିନି ବସ୍ରେ ଜଣେ ଯବାନଙ୍କ ସମେତ […]
ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ଆଉଟ୍ଡୋର୍ ନିକଟସ୍ଥ ଆଶା ଗୃହରେ ନିଆଁ ଲାଗିଯାଇଥିଲା। ମେଡିକାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଥିଲା। ସର୍ଟ ସର୍କିଟ୍ ଯୋଗୁ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ଏଥିରେ କେହି ହତାହତ ହୋଇନାହାନ୍ତି। ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ବିଜେପିର ରାଷ୍ଟ୍ରୀୟ ଅଧିବେଶନର ଆଜି ଶେଷ ଦିନ। ଆଜି ଅଧିବେଶନରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମୋଦି ନିଜର କର୍ମକର୍ତ୍ତାମାନଙ୍କୁ ଆଜି କେଉଁ ଗୁରୁମନ୍ତ୍ର ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ ସାଧାରଣ ନିର୍ବାଚନ ପାଇଁ ଏହି ଅଧିବେଶନରେ ରଣନୀତି ପ୍ରସ୍ତୁତ କରାଯାଉଛି। ତେଣୁ ଏହି ବୈଠକ ବିଜେପି ପାଇଁ ବହୁ ଗୁରୁତ୍ୱବହନ କରୁଛି। ଏହି ଅଧିବେଶନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ ଫଳାଫଳ ନେଇ […]
ନୂଆଦିଲ୍ଲୀ: ଶ୍ରୀନଗରର ଜଣେ ନିଖୋଜ ଛାତ୍ର ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିବା ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଅହତେଶାମ୍ ବିଲାଲ୍ ସୋଫି, ଗତ ସପ୍ତାହରୁ ଗ୍ରେଟର୍ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରୁ ନିଖୋଜ ହେବାପରେ ଏହି ଘଟଣା ସାମ୍ନାକୁ ଆସିଛି। ଶ୍ରୀନଗରରେ ରହୁଥିବା ୧୭ ବର୍ଷୀୟ ଅହତେଶାମ୍ ବିଲାଲ୍ ସୋଫି ଗ୍ରାଜୁଏସନ୍ ପ୍ରଥମ ବର୍ଷର ଛାତ୍ର। ସେ ଗ୍ରେଟର୍ ନୋଇଡା ସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଗତ ଅକ୍ଟୋବର ୨୮ ରୁ ସେ […]