ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଧିନ୍ଙ୍କ ପୁତୁରାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିହାର ରାଜଧାନୀ ପାଟନାରୁ ୧୬୨ କିଲୋମିଟର ଦୂର ସିୱାନରେ ଏହି ଘଟଣା ଘଟିଛି। ଶାହାବୁଦ୍ଧିନ୍ଙ୍କ ପୁତୁରା ମହମ୍ମଦ ୟୁସୁଫ୍ଙ୍କୁ କିଛି ଅଜଣା ବ୍ୟକ୍ତି ସିୱାନର ପ୍ରତାପ୍ପୁର ଗାଁରେ ଶୁକ୍ରବାର ଗୁଳିମାଡ଼ କରିଥିଲେ ବୋଲି ପୁଲିସ୍ କହିଛି। ଏଥିରେ ୟୁସୁଫ୍ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ […]
ନୂଆଦିଲ୍ଲୀ: କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କର ଏହା ଶେଷ ବଜେଟ୍ ହୋଇଥିବାରୁ, ଏହା ଉପରେ ସାରା ଦେଶର ନଜର ଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ମୋଦି ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କ’ଣ ବଡ଼ ଘୋଷଣା କରୁଛନ୍ତି, ବିଶେଷ କରି ଚାଷୀଙ୍କ ପାଇଁ କ’ଣ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ତେବେ ଆଜିର ବଜେଟ୍ ରାଡାର୍ରେ […]
ନୂଆଦିଲ୍ଲୀ: ମାତ୍ର ୫୯ ମିନିଟ୍ରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିପାରିବ ବୋଲି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ଲୋକସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୀୟୂଷ ଗୋଏଲ୍ କହିଛନ୍ତି। ତେବେ ଋଣ ଖିଲାପକାରୀ କେବେବି ସରକାରଙ୍କ ଠାରୁ ବଞ୍ଚି ପାରିବେ ନାହିଁ ବୋଲି ବଜେଟ୍ ଉପସ୍ଥାପନ ବେଳେ ସେ କହିଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ବର୍ଷକୁ ଚାଷୀଙ୍କୁ […]
ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରୁଛନ୍ତି। ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବା ପରେ ଶ୍ରମିକଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ହାତ ଖୋଲିଛନ୍ତି। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବୟସ୍କ ଶ୍ରମିକ ମାନଙ୍କ ପାଇଁ ବଜେଟ୍ରେ ଏକ ପେନ୍ସନ୍ ଯୋଜନା ଘୋଷଣା କରାଯାଇଛି। ଏହାର ନାଁ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶ୍ରମିକ […]
ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ‘ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍କୁ ଫେରିଛି, ଆର୍ଥିକ କ୍ଷେତ୍ରରେ ଏକ ବିରାଟ ଶକ୍ତି ଭାବେ ଉଭା ହୋଇପାରିଛି’ ବୋଲି ବଜେଟ୍ ଉପସ୍ଥାପନ ଅବସରରେ ପୀୟୂଷ ଗୋଏଲ୍ କହିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଘୋଷଣା’ କରାଯାଇଛି। ଏହି ଯୋଜନାରେ […]
ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହେବ ମଧ୍ୟବର୍ତ୍ତୀକାଳୀନ ବଜେଟ। କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଏହି ବଜେଟ ଉପସ୍ଥାପନ କରିବେ। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ବଜେଟ। ତେଣୁ ସାରାଦେଶର ଲୋକଙ୍କ ନଜର ଏହି ବଜେଟ ଉପରେ ରହିଛି। ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କିଛି ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଥିବା ବେଳେ ଖାସ୍ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗରିବଙ୍କ ଲାଗି ସୁନିଶ୍ଚିତ ସର୍ବନିମ୍ନ ଆୟର ଘୋଷଣା […]
ନୂଆଦିଲ୍ଲୀ: ଆଜିଠୁ କେବୁଲ୍ ଓ DTH ସେବାର ନୂଆ ଟାରିଫ୍ ନୀତି ଲାଗୁ ହୋଇଛି। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ନୀତି ଅନୁସାରେ ଏଣିକି ଉପଭୋକ୍ତା ଯେଉଁ ଚ୍ୟାନେଲ୍ ଦେଖିବେ କେବଳ ସେହି ଚ୍ୟାନେଲ୍ ପାଇଁ ଟଙ୍କା ଦେବେ। କେବୁଲ୍ ଓ DTH ଉପଭୋକ୍ତା ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚ୍ୟାନେଲ୍କୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚ୍ୟାନେଲ୍ ଯୋଗାଇବାକୁ ବାଧ୍ୟ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି […]
ରାଞ୍ଚି: ଝାଡ଼ଖଣ୍ଡରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଆଜି ଗୁଳି ବିନିମୟ ହୋଇଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି AK-47 ରାଇଫଲ୍, ଗୋଟିଏ ରାଇଫଲ୍ ଓ ୫ଟି ପିସ୍ତଲ ଜବତ କରାଯାଇଛି। ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ। ଝାଡ଼ଖଣ୍ଡର ଖୁଣ୍ଟି ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ସୀମାନ୍ତରେ ଥିବା ରୋତ୍କାଟୋଲି ଗାଁ ନିକଟସ୍ଥ ଏକ ଜଙ୍ଗଲରେ ସିଆର୍ପିଏଫ୍ ଓ […]
ନୂଆଦିଲ୍ଲୀ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍ଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ଜର୍ଜ ଫର୍ଣ୍ଣାଣ୍ଡେଜ୍ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ୧୯୩୦ ମସିହାରେ ସେ ମାଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ଫର୍ଣ୍ଣାଣ୍ଡେଜ୍ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ୧୯୯୮ରୁ ୨୦୦୪ ମସିହା ମଧ୍ୟରେ ସେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ଏଥିସହ କମ୍ୟୁନିକେସନ୍, ଇଣ୍ଡଷ୍ଟ୍ରି ଓ […]
ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଥମିବାର ନାଁ ଧରୁନି। ମଙ୍ଗଳବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ପୁଞ୍ଚ ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ପୁଣିଥରେ ପାକ୍ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ ଚକର ମାରୁଥିବା ଦେଖିବାକୁ ମିଳିଛି। ସମ୍ଭବତଃ ଏହି ଯୁଦ୍ଧ ବିମାନ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏମାନଙ୍କ ଗତିପଥ ଉପରେ ନଜର ରଖିବାରୁ ଏହି ଦୁଇଟି […]
ବେଜିଂ: କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାରେ ବିଫଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଜାତିସଂଘ ସୁରକ୍ଷା ପରିଷଦର ପ୍ରାୟ ସମସ୍ତ ରାଷ୍ଟ୍ର ମାସୁଦକୁ ଆତଙ୍କବାଦୀ ଘୋଷଣା ପାଇଁ ଏକମତ ହୋଇଥିବା ବେଳେ ଚୀନ୍ କିନ୍ତୁ ଏ ସଂକ୍ରାନ୍ତ ଭୋଟ୍ ପୂର୍ବରୁ ଏକ ନୂଆ ଚାଲ ଚଳାଇଛି। ପାକିସ୍ତାନର ବନ୍ଧୁ ଭାବେ ପରିଚିତ ଚୀନ୍ ମାସୁଦ ବିରୋଧରେ ପ୍ରମାଣ ଦେବାକୁ ପୁଣିଥରେ ଦାବି […]
ନୂଆଦିଲ୍ଲୀ: ଦୀର୍ଘଦିନ ଧରି ମରାଥନ ବୈଠକ ଓ ଆଲୋଚନା ପରେ ଶେଷରେ କଂଗ୍ରେସ ଓ ଜେଡିଏସ୍ କର୍ଣ୍ଣାଟକାରେ ଏକାଠି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି। ଲୋକସଭା ନିର୍ବାଚନ ପାଇଁ ୨୮ ଆସନରୁ କଂଗ୍ରେସ ୨୦ଟି ସିଟ୍ରେ ନିର୍ବାଚନ ଲଢ଼ିବ, ଓ ଜେଡିଏସ୍ ୮ଟିରେ ନିର୍ବାଚନ ଲଢ଼ିବା ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଛି। ଖବର ଅନୁସାରେ, ଆଜି ସଂନ୍ଧ୍ୟାରେ କୋଚିଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଜେଡିଏସ୍ ମହାସଚିବ ଦାନିଶ ଅଲୀଙ୍କ ମଧ୍ୟରେ ହୋଇଥିବା […]
ଦିଲ୍ଲୀ ସମେତ ଦେଶର ଅନେକ ମେଟ୍ରୋ ସହରରେ ଆକ୍ରମଣ କରିବାକୁ ଯୋଜନା କରୁଛି ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ । ଆତଙ୍କବାଦୀମାନେ ମାନବ ବୋମା ତିଆରି କରି କିମ୍ବା ଟାର୍ଗେଟ କିଲିଂ ଜରିଆରେ ଆକ୍ରମଣ କରିବାର ସମ୍ଭାବନା ରହିଛି । ଦେଶର ଗୁପ୍ତଚର ବିଭାଗ ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲକୁ ଏଭଳି ସୂଚନା ମିଳିଛି
ନୂଆଦିଲ୍ଲୀ: ଦେଶର ସମସ୍ତ ଘରୋଇ ବିମାନ ସେବା କମ୍ପାନୀ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ଶେଷ ହେବା ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଭିଲ୍ ଏଭିଏସନ ସଚିବ କହିଛନ୍ତି, ବୋଇଂ ବିମାନ ଉଡ଼ାଣ ରଦ୍ଦ କରାଯାଇଛି। ଏହାର ପ୍ରଭାବ ଯେମିତି ଯାତ୍ରୀଙ୍କ ଅନ୍ୟ ବିମାନ ଦର ଉପରେ ନ ପଡ଼େ ସେଥିପ୍ରତି ବିମାନ ସେବା କମ୍ପାନୀ ଗୁରୁତ୍ୱ ଦେବେ ବୋଲି ସଚିବ କହିଛନ୍ତି। ଏହି ପ୍ରସ୍ତାବରେ ସମସ୍ତେ […]
ନୂଆଦିଲ୍ଲୀ: ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କର ଫଟୋ ଥିବା ପୋଷ୍ଟର୍ ସେୟାର କରି ବିବାଦ ଘେରକୁ ଆସିବା ପରେ ଦିଲ୍ଲୀ ବିଜେପି ନେତା ଓପି ଶର୍ମାଙ୍କୁ ନୋଟିସ୍ କରିଥିଲା ଇସି। ଏହାପରେ ନିଜ ପକ୍ଷ ରଖିଛନ୍ତି ଓପି ଶର୍ମା। ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସେ ଏହି ଫଟୋ ପୋଷ୍ଟ କରିଥିବା ଶ୍ରୀ ଶର୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକସଭା ନିର୍ବାଚନ ଚାରିଖ ଘୋଷଣା ପୂର୍ବରୁ ସେ ଏହି ପୋଷ୍ଟ କରିଥିଲେ ମଧ୍ୟ […]
ନୂଆଦିଲ୍ଲୀ: ପୁଲିସ୍ ଡିଜି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଅବସର ସମୟ ୬ ମାସରୁ କମ୍ ଥିଲେ ଜଣେ ଆଇପିଏସ୍ ଡିଜିପି ହୋଇପାରିବେନି ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡିଜିପି ହେବା ପାଇଁ ତାଙ୍କ କାର୍ଯ୍ୟକାଳ ଅତି କମ୍ରେ ୬ ମାସରୁ ଅଧିକ ଥିବା ଦରକାର ବୋଲି କୋର୍ଟ କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, […]
ନୂଆଦିଲ୍ଲୀ: ନିର୍ବାଚନ ବେଳେ ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ରାଜ୍ୟ ଭାବେ ଘୋଷଣା କରିବାକୁ ବିଜେପି ଦାବି କରିଛି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି। ଏଥିସହିତ ପଶ୍ଚିମବଙ୍ଗର ପ୍ରତି ବୁଥ୍ରେ କେନ୍ଦ୍ରୀୟ ସୁରକ୍ଷା କର୍ମୀ ନିୟୋଜନ ପାଇଁ ମଧ୍ୟ ଦାବି କରିଛି ବିଜେପି। ନିର୍ବାଚନ କମିଶନଙ୍କୁ ଭେଟି ଫେରିବା ପରେ ବିଜେପି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ଅବାଧ ଓ ନିରପେକ୍ଷ […]