କୋହିମା: ଏକା ସାଙ୍ଗରେ ୫ ହଜାର ନୃତ୍ୟ ଶିଳ୍ପୀ ଏକାଠି ହୋଇ ଖୋଲା ମଇଦାନରେ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ବିଶ୍ୱରେ ଏକ ରେକର୍ଡ ସୃଷ୍ଟି କରିଛି। ଏପରି କିଛି ନିଆରା ଏବଂ ଅଦ୍ଭୂତ ଦୃର୍ଶ ଦେଖିବାକୁ ମିଳିଛି ନାଗାଲାଣ୍ଡରେ। ରାଜ୍ୟର ରାଜଧାନୀ କୋହିମାର ମୋନ୍ ଟାଉନ୍ରେ ଏକାସଙ୍ଗେ ନୃତ୍ୟ ପରିବେଷଣ କରିଛନ୍ତି ୫ ହଜାର ମହିଳା। ହର୍ଣ୍ଣବିଲ୍ ଯାତ୍ରାରେ ୫ ହଜାର ମହିଳା କୋନିଆକ୍ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ଏବେ ଗିନିଜ୍ ବୁକ୍ ଅଫ୍ […]
ଭୁବନେଶ୍ୱର: କିଛି ଦିନ ପୂର୍ବେ ବାରିପଦାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ନେଇ ରାଜନୀତି ଜୋର ଧରିଛି। ଉକ୍ତ ସଭାରେ ଧର୍ମେନ୍ଦ୍ର ଅପମାନସୂଚକ ମନ୍ତବ୍ୟ ରଖିଥିବା ଅଭିଯୋଗ ଆଣିଛନ୍ତି ହାଁସଦା। ଧର୍ମେନ୍ଦ୍ର ଅପମାନଜନକ ମନ୍ତବ୍ୟ ଦେଇଥିବା ନେଇ ହାଁସଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏନେଇ କୋର୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଧର୍ମେନ୍ଦ୍ର ଜଣେ ପ୍ରଭାବଶାଳୀ ଲୋକ। ଏଥିଯୋଗୁ ମାମଲା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ହୋଟେଲ୍ରେ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ୍ ଦିଲ୍ଲୀ କରୋଲ ବାଗ୍ ସ୍ଥିତ ହୋଟେଲ୍ ଅର୍ପିତ ପ୍ୟାଲେସ୍ରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୬ଟି ଦମକଳ ବାହିନୀ ସାମିଲ ହୋଇଥିଲେ। ପ୍ରାୟ ସକାଳ ୭ଟା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ୨୫ ଜଣଙ୍କୁ ସୁରକ୍ଷିତ ଭାବରେ ହୋଟେଲ୍ ଭିତରୁ […]
ବେଙ୍ଗାଲୁର : କର୍ଣ୍ଣାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ ବିଧାୟକଙ୍କୁ କିଣିବା ଲାଗି ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା ପ୍ରୟାସ କରୁଥିବା ଘଟଣାର ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏସଆଇଟି ଗଠନ କରିଛନ୍ତି । ୟେଦିୟୁରପ୍ପା ଓ ଜେଡିଏସ୍ ବିଧାୟକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ କ୍ଲିପ୍ର ତଦନ୍ତ କରାଯିବ। ଶୁକ୍ରବାର କୁମାରସ୍ୱାମୀ ଅଭିଯୋଗ କରିଥିଲେ ଯେ, ୟେଦିୟୁରପ୍ପା ତାଙ୍କ ବିଧାୟକ କେ. ନାଗନାଗୌଡ଼ାଙ୍କୁ କିଣିବା […]
ଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି। ଏହି ଦାବି ପୂରଣ ନିମନ୍ତେ ଦିଲ୍ଲୀରେ ଦିନିକିଆ ଅନଶନରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୮ଟା ଯାଏଁ ଚାଲିବ। ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନାଇଡୁ ଏକ ଦାବିପତ୍ର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନଶନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଲୋକାୟୁକ୍ତ ଚୟନ କରିବେ। ଏଥିସହ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମ୍କୋର୍ଟରେ ଏଭଳି ଏକ ସତ୍ୟପାଠ ଦାଖଲ କରିଛନ୍ତି। ୨୦୧୪ ମସିହା ଫେବୃଆରୀ ୧୪ ତାରିଖରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲୋକାୟୁକ୍ତ ବିଲ୍ ପାସ୍ କରିଥିଲେ। ହେଲେ ଆଇନ୍ ପ୍ରଣୟନର ୫ […]
କୋଲକାତା : ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ଆଜି ମଧ୍ୟ ସିବିଆଇ ଜେରା କରୁଛି।ଗତକାଲି ମେଘାଳୟର ଶିଲଂରେ ରାଜୀବଙ୍କୁ ସିବିଆଇ ଜେରା କରିଥିଲା । ଶାରଦା ଚିଟ୍ଫଣ୍ଡର ତଦନ୍ତ କରୁଥିବା SIT ମୁଖ୍ୟ ଥିଲେ ରାଜୀବ କୁମାର। କିନ୍ତୁ ସେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଥିଲା ସିବିଆଇ। ତାଙ୍କ ଘରକୁ ସିବିଆଇ ଟିମ୍ ଯାଇଥିବାବେଳେ କୋଲକାତା ପୁଲିସ୍ ସହିତ ଗତ ରବିବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ଏହାର […]
ନୂଆଦିଲ୍ଲୀ: ଆଜି ହିନ୍ଦୁ ନବବର୍ଷ। ଏହା ସାରା ବିଶ୍ୱବାରେ ହିନ୍ଦୁ ନବବର୍ଷର ସ୍ୱତନ୍ତ୍ରତା ରହିଛି। ଚୈତ୍ର ମାସର ପ୍ରଥମ ଦିନରେ ମହାରାଷ୍ଟ୍ର, ଗୋଆ ଓ ଦକ୍ଷିଣ ଭାରତରେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପାଳନ ହୋଇଛି ହିନ୍ଦୁ ନବ ବର୍ଷ। ଆନନ୍ଦ ଓ ଉତ୍ସାହର ସହ ଏହାକୁ ପାଳନ କରିବା ସହ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ। ମହାରାଷ୍ଟ୍ରର ମରାଠାମାନେ ଏହାକୁ ଗୁଡ଼ି ପଡଓ୍ୱା ପର୍ବ ଭାବେ ପାଳନ କରିଛନ୍ତି। ସବୁଥର ଭଳି ଚଳିତ ବର୍ଷ ମଧ୍ୟ […]
ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ବା ବିଜେପିର ୩୯ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠୁ ବଡ଼ ରାଜନୈତକ ଦଳ ବିଜେପିର କର୍ମକର୍ତ୍ତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୮୦ ଏପ୍ରିଲ୍ ମାସ ଆଜିର ତାରିଖରେ ଭାରତୀୟ ଜନତା ପାର୍ଟିର ଗଠନ କରାଯାଇଥିଲା। ନିଜ ଟ୍ୱିଟର ପେଜ୍ରେ ଏକ ଭିଡିଓ ସେୟାର କରିବା ସହ ଦଳର ତୁଙ୍ଗ ନେତାଙ୍କ ବଳିଦାନ ଓ ଯୋଗଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନୂଆଦିଲ୍ଲୀ: ନିର୍ବାଚନୀ ପ୍ରଚାର ମଇଦାନରେ ହେବିୱେଟ୍। ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ମାତ୍ର ୫ ଦିନ ବାକି ରହିଥିବା ବେଳେ ସବୁ ଦଳର ହେବିୱେଟଙ୍କ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରୁଛନ୍ତି। ଆଜି ଗୁଜରାଟର ଅହମଦାବାଦରେ ବିଜେପି ସଭାପତି ଅମିତ ଶାହ ରାଲି କରି ପ୍ରଚାର କରିଛନ୍ତି। ସେହିଭଳି ପ୍ରିୟଙ୍କା ଗାନ୍ଧି ପ୍ରଚାର ମଇଦାନରେ ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି […]
କୋଲକାତା/ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆନ୍ଦୋଳନ ଜାରି ରହିବ କି ନାହିଁ ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରି ନାହାନ୍ତି। ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏପରିକି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି । ନବୀନ ପଟ୍ଟନାୟକ ତାଙ୍କୁ ଏ ପ୍ରସଙ୍ଗରେ ସମର୍ଥନ କରିଛନ୍ତି। ତେଣୁ ସମସ୍ତଙ୍କ ମତାମତ ନେଇ ସେ ପରବର୍ତ୍ତୀ ନିଷ୍ପତ୍ତି […]
ନୂଆଦିଲ୍ଲୀ: ସିବିଆଇ ବନାମ କୋଲକାତା ପୁଲିସ୍ ବିବାଦରେ ଆଜି ସୁପ୍ରିମ୍କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତଦନ୍ତରେ ସହଯୋଗ କରିବାକୁ କୋଲକାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ ସିବିଆଇ ତଦନ୍ତ ପାଇଁ ନିଜକୁ ପ୍ରସ୍ତୁତ ରଖିବେ ଏବଂ ଚିଟ୍ଫଣ୍ଡ ଦୁର୍ନୀତିର ତଦନ୍ତରେ ବିଶ୍ୱସନୀୟତାର ସହିତ ସହଯୋଗ କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ କୁମାର ମେଘାଳୟର ଶିଲଂଠାରେ ସିବିଆଇ ନିକଟରେ ଉପସ୍ଥିତ ରହି ଏହି ମାମଲାର ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମ୍କୋର୍ଟ […]
କୋଲକାତା: ମୋଦି ସରକାରଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଣହୁଙ୍କାର। ରବିବାର ସନ୍ଧ୍ୟାରେ କୋଲକତା ପୁଲିସ୍ ମୁଖ୍ୟ ରାଜୀବ କୁମାରଙ୍କ ବାସଭବନ ଆଗରେ ସିବିଆଇ ଏବଂ ରାଜ୍ୟ ପୁଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସିବିଆଇର ୪୦ଜଣ ଅଫିସର ଗତକାଲି କୋଲକାତାର ପାର୍କ ଷ୍ଟ୍ରିଟ୍ ସ୍ଥିତ ରାଜୀବଙ୍କ ବାସଭବନ ଭିତରକୁ ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ପଚରାଉଚରା ନିମନ୍ତେ ଯିବା ପାଇଁ ପ୍ରୟାସ କରୁଥିବାବେଳେ ପଶ୍ଚିମବଙ୍ଗ ପୁଲିସ୍ ସେମାନଙ୍କୁ ଅଟକାଇଥିଲା ଏବଂ ବଳପୂର୍ବକ ଭାବେ ସେମାନଙ୍କୁ […]
ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)ର ପୂର୍ବତନ ସାଂସଦ ମହମ୍ମଦ ଶାହାବୁଦ୍ଧିନ୍ଙ୍କ ପୁତୁରାଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିହାର ରାଜଧାନୀ ପାଟନାରୁ ୧୬୨ କିଲୋମିଟର ଦୂର ସିୱାନରେ ଏହି ଘଟଣା ଘଟିଛି। ଶାହାବୁଦ୍ଧିନ୍ଙ୍କ ପୁତୁରା ମହମ୍ମଦ ୟୁସୁଫ୍ଙ୍କୁ କିଛି ଅଜଣା ବ୍ୟକ୍ତି ସିୱାନର ପ୍ରତାପ୍ପୁର ଗାଁରେ ଶୁକ୍ରବାର ଗୁଳିମାଡ଼ କରିଥିଲେ ବୋଲି ପୁଲିସ୍ କହିଛି। ଏଥିରେ ୟୁସୁଫ୍ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ […]
ନୂଆଦିଲ୍ଲୀ: କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କର ଏହା ଶେଷ ବଜେଟ୍ ହୋଇଥିବାରୁ, ଏହା ଉପରେ ସାରା ଦେଶର ନଜର ଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ, ମୋଦି ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କ’ଣ ବଡ଼ ଘୋଷଣା କରୁଛନ୍ତି, ବିଶେଷ କରି ଚାଷୀଙ୍କ ପାଇଁ କ’ଣ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କ ନଜର ଥିଲା। ତେବେ ଆଜିର ବଜେଟ୍ ରାଡାର୍ରେ […]
ନୂଆଦିଲ୍ଲୀ: ମାତ୍ର ୫୯ ମିନିଟ୍ରେ ୧ କୋଟି ପର୍ଯ୍ୟନ୍ତ ଋଣକୁ ମଞ୍ଜୁରୀ ମିଳିପାରିବ ବୋଲି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ଆଜି ଲୋକସଭାରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ ବେଳେ କହିଛନ୍ତି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପୀୟୂଷ ଗୋଏଲ୍ କହିଛନ୍ତି। ତେବେ ଋଣ ଖିଲାପକାରୀ କେବେବି ସରକାରଙ୍କ ଠାରୁ ବଞ୍ଚି ପାରିବେ ନାହିଁ ବୋଲି ବଜେଟ୍ ଉପସ୍ଥାପନ ବେଳେ ସେ କହିଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ବର୍ଷକୁ ଚାଷୀଙ୍କୁ […]
ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରୁଛନ୍ତି। ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିବା ପରେ ଶ୍ରମିକଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ହାତ ଖୋଲିଛନ୍ତି। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ବୟସ୍କ ଶ୍ରମିକ ମାନଙ୍କ ପାଇଁ ବଜେଟ୍ରେ ଏକ ପେନ୍ସନ୍ ଯୋଜନା ଘୋଷଣା କରାଯାଇଛି। ଏହାର ନାଁ ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମନଧନ ଯୋଜନା’। ଅଣ ସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଶ୍ରମିକ […]
ନୂଆଦିଲ୍ଲୀ: ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ‘ଆମେ ଗର୍ବର ସହ କହିପାରିବା ଯେ ଭାରତ ଟ୍ରାକ୍କୁ ଫେରିଛି, ଆର୍ଥିକ କ୍ଷେତ୍ରରେ ଏକ ବିରାଟ ଶକ୍ତି ଭାବେ ଉଭା ହୋଇପାରିଛି’ ବୋଲି ବଜେଟ୍ ଉପସ୍ଥାପନ ଅବସରରେ ପୀୟୂଷ ଗୋଏଲ୍ କହିଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଘୋଷଣା’ କରାଯାଇଛି। ଏହି ଯୋଜନାରେ […]