ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୧୫ ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଆସିବେ। ବରଗଡ଼ ଉପକଣ୍ଠ ସରସରା ଗାଁରେ ସମାବେଶ ସ୍ଥଳ କରାଯିବାକୁ ନିଷ୍ପତ୍ତି ହୋଇଛି। ରାହୁଲଙ୍କ ସମାବେଶ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତାଙ୍କ ଗସ୍ତ ପୂର୍ବରୁ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡ଼ିଶା ପ୍ରଭାରୀ ଟି.ଏସ୍. ସିଂଦେଓ ବରଗଡ଼ ପହଂଚି ସରସରା ଗାଁ ପଡିଆକୁ ଯାଇ ତଦାରଖ କରିଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାହୁଲ ଗାନ୍ଧୀଙ୍କ […]
ନୂଆଦିଲ୍ଲୀ: ତଥାକଥିତ ‘ପୁଞ୍ଜିବାଦ’ ବା କ୍ୟାପିଟାଲିଜମ ଭୟଙ୍କର ବିପଦ ମଧ୍ୟରେ ରହିଛି। କେବଳ ଏହାରି ପାଇଁ ହିଁ ଆଜି ଦେଶର ରାଜନୀତିକ ଓ ଅର୍ଥନୈତିକ ବ୍ୟବସ୍ଥା ଲୋକମାନଙ୍କୁ ସମାନ ସୁବିଧା ଓ ସୁଯୋଗରୁ ବଞ୍ଚିତ କରିଛି। ଗରିବକୁ ଆହୁରି ଗରିବ ଏବଂ ଧନୀକୁ ଅତ୍ୟଧିକ ଧନୀ ସଜେଇଥିବା ଏହି ପୁଞ୍ଜିବାଦ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏଭଳି କହିଛନ୍ତି। ୨୦୦୮ ମସିହା ପରଠାରୁ […]
ନୂଆଦିଲ୍ଲୀ: ପୂର୍ବତନ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ୍ର ମଧ୍ୟସ୍ଥି ଖ୍ରୀଷ୍ଟିଆନ୍ ମିଶେଲ। ଅସ୍ଥାନା ତାଙ୍କୁ ଧମକାଉଥିବା ଅଭିଯୋଗ କରିଛନ୍ତି ମିଶେଲ। ଦିଲ୍ଲୀ କୋର୍ଟରେ ମିଶେଲ୍ ଦେଇଥିବା ବୟାନ୍ରେ କହିଛନ୍ତି ଯେ ଅସ୍ଥାନା ତାଙ୍କୁ ଦୁବାଇରେ ଭେଟିଥିଲେ। ଭାରତ ଫେରିଲେ ତାଙ୍କ ଜୀବନ ନର୍କ କରିଦେବେ ବୋଲି ଅସ୍ଥାନା ଧମକାଇଥିବା ମିଶେଲ୍ କୋର୍ଟରେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଅସ୍ଥାନା ମିଶେଲର ପ୍ରତ୍ୟର୍ପଣ ଏବଂ ଅଗୁସ୍ତା ମାମଲାର […]
କୋଲକାତା: ୧୯ ନିର୍ବାଚନ ଲାଗି ପଶ୍ଚିମବଙ୍ଗରେ ସମସ୍ତ ୪୨ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ତୃଣମୂଳ କଂଗ୍ରେସ। ତାଲିକାରେ ୧୦ ଜଣ ସିଟିଂ ଏମ୍ପିଙ୍କ ଟିକଟ କଟିଥିବା ବେଳେ ୪୧ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛନ୍ତି ଦଳର ସୁପ୍ରିମୋ ମମତା ବାନାର୍ଜୀ। ଏମାନଙ୍କ ମଧ୍ୟରେ ଅଛନ୍ତି, ବଙ୍ଗଳା ଅଭିନେତ୍ରୀ ମିମି ଚକ୍ରବର୍ତ୍ତି, ନୁସରତ ଜାହାନଙ୍କ ଭଳି ସେଲେବ୍ରିଟି। ଟିକଟ କଟିଥିବା ନେତାଙ୍କ ମଧ୍ୟରେ ଅଛନ୍ତି ଜଣାଶୁଣା ଐତିହାସିକ ପ୍ରଫେସର୍ ସୁଗତ ବୋଷ। […]
ନୂଆଦିଲ୍ଲୀ: ବାଜି ସାରିଛି ନିର୍ବାଚନୀ ବିଗୁଲ୍। ପ୍ରସ୍ତୁତ ହେଉଛି ରାଜନୈତିକ କ୍ଷେତ୍ର। ଚର୍ଚ୍ଚାରେ ରହିଛି ଦଳବଦଳ ରାଜନୀତି। ଆଜି କଂଗ୍ରେସରେ ମିଶିଛନ୍ତି ପାଟିଦାର ନେତା ହାର୍ଦ୍ଦିକ ପଟେଲ୍। ପାଟିଦାର ସଂରକ୍ଷଣ ଦାବି କରି ଚର୍ଚ୍ଚାକୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କୁ କଂଗ୍ରେସ ଆଜି ହାର୍ଦ୍ଦିକ ସ୍ୱାଗତ କରିଛି। ଅହମଦାବାଦଠାରେ କଂଗ୍ରେସର ହାତ ଧରି ରାଜନୀତିର ମଇଦାନକୁ ଲମ୍ଫ ଦେଇଛନ୍ତି ଏହି ଯୁବ ନେତା। ଚର୍ଚ୍ଚା ହେଉଛି, ହାର୍ଦ୍ଦିକଙ୍କୁ ଜାମନଗର ଲୋକସଭା ଆସନ ଲାଗି କଂଗ୍ରେସ ପ୍ରାର୍ଥୀ କରିବ। ଯାହା […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ନିଜ ନିଜ ରଣନୀତି ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ କଂଗ୍ରେସ କଡ଼ା କସରତ କରୁଛି। ଆଜି ଅହମ୍ମଦାବାଦରେ ଦଳ ଆୟୋଜନ କରୁଛି ଓ୍ୱାର୍କିଂ କମିଟି ବୈଠକ। ବୈଠକରେ ଆଗାମୀ ଲୋକସଭା ଏବଂ ୪ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ […]