ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଫେଲ୍ ଡିଲ୍କୁ ଆଧାର କରି ଚୌକିଦାର ଚୌର ହୈ କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି। ସେ ଏହି ବୟାନ ପାଇଁ ବାରମ୍ବାର ସୁପ୍ରିମକୋର୍ଟ ନିକଟରେ ଦୁଃଖ ପ୍ରକାଶ କରିବା ପରେ ଶେଷରେ ନିଃସର୍ତ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଏହା ସୁପ୍ରିମକୋର୍ଟ କିମ୍ବା ଆବେଦନକାରୀ ବିଜେପିକୁ ସନ୍ତୁଷ୍ଟ କରିପାରି ନାହିଁ। ଆଜି ରାହୁଲଙ୍କ ନାଁରେ ବିଜେପି ସାଂସଦ ମୀନାକ୍ଷୀ ଲେଖି କରିଥିବା ଅପରାଧିକ ଅଦାଲତ […]
ନୂଆଦିଲ୍ଲୀ: ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସବୁ ଦଳର ଷ୍ଟାର ପ୍ରଚାରକମାନେ ଘନଘନ ପ୍ରଚାର କରୁଛନ୍ତି । ଭୋପାଳ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବାଇକ ରାଲି କରିଛନ୍ତି । ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ପ୍ରଚାର କରିଛନ୍ତି । ୬ଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ହରିୟାଣାର ୧୦, ବିହାର, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର […]
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ୱକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ରାହୁଲ ବ୍ରିଟିଶ ନାଗରିକ ହୋଇଥିବାରୁ ତାଙ୍କ ପ୍ରାର୍ଥିପତ୍ରକୁ ଖାରଜ କରିବା ପାଇଁ ଆବେଦନ ହୋଇଥିଲା। ଏଥିସହ ରାହୁଲ କେଉଁ ଦେଶର ନାଗରିକ ତାହା ପ୍ରମାଣ ନ ହେବା ଯାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ଆବେଦନରେ ଦାବି କରାଯାଇଥିଲା। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ରାହୁଲଙ୍କ ବିରୋଧରେ ଆଗତ ଆବେଦନକୁ ଖାରଜ […]
ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ରାଜ୍ୟ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ କ୍ଷମତା ପ୍ରସଙ୍ଗରେ ମାଡ୍ରାସ ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର। ନିକଟରେ ପୁଡୁଚେରୀ ସରକାରଙ୍କ ନିତିଦିନ କାର୍ଯ୍ୟରେ ଉପରାଜ୍ୟପାଳ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ଏପ୍ରିଲ ୩୦ ତାରିଖରେ ଶୁଣାଣି କରି କହିଥିଲେ। ହାଇକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି କେନ୍ଦ୍ର। ସୂଚନାଯୋଗ୍ୟ ଯେ, ମାଡ୍ରାସ ହାଇକୋର୍ଟରେ କଂଗ୍ରେସ ପକ୍ଷରୁ ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କ […]
ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ବୁଧବାର ଭୋର ୫ଟାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୨ ନକ୍ସଲ ନିହତ ହୋଇଛନ୍ତି । ଆରନ୍ପୁର ପୁଲିସ୍ ଥାନା ଅଧୀନସ୍ଥ ଗୋଣ୍ଡେରାସ୍ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା। ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି। ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏନ୍କାଉଣ୍ଟରସ୍ଥଳରୁ ଜଣେ […]
ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ସର୍ବଧିକ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ‘ଚୌକିଦାର ଚୌର ହେ’ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟରେ ଆଜି କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସର୍ବୋଚ୍ଚ କୋର୍ଟରେ ୩ ପୃଷ୍ଠାର ଶପଥପତ୍ରରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧି। କୋର୍ଟଙ୍କୁ ଅବମାନନା କରିବା କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ସେ ଅପମାନିତ କରି ନାହାନ୍ତି। ଅଜାଣତରେ ସେ ଏବଂ ତାଙ୍କ ଦଳ ଏହି ନାରା ଦେଇଛି। ନ୍ୟାୟିକ ପ୍ରକ୍ରିୟା ଉପରେ କୌଣସି ପ୍ରକାର ବାଧା […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବା ପରେ ବିଜେପି କହିଛି ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି ଭିଡିଓଟିରେ କୁହାଯାଉଥିବା ଶୁଣିବାକୁ ମିଳୁଛି। ଶହଜାଦ୍ ପୁନାୱାଲା ଏହି ଭିଡିଓକୁ […]
ଭୁବନେଶ୍ୱର: ବାତ୍ୟା ପରେ ଧୀରେ ଧୀରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି। ଭଦ୍ରକ- ବିଜୟନଗରମ୍ରୁ ଟ୍ରେନ୍ ସେବା ଆଶିଂକ ଭାବେ ଆରମ୍ଭ ହୋଇଛି। ଗତ ସଂଧ୍ୟାରୁ ଅନେକ ସ୍ପେଶାଲ ଟ୍ରେନ ଭୁବନେଶ୍ୱରରୁ ବେଙ୍ଗଳୁରୁ, ଜଗଦଲପୁର, ଜୁନାଗଡ଼ ରୋଡ୍, ସମ୍ବଲପୁର, ହାତିଆ ଓ ଦୁର୍ଗକୁ ଚାଲିଛି। ଏହା ସହିତ ସମ୍ବଲପୁରରୁ ଭୁବନେଶ୍ୱର, ଜଗଦଲପୁରରୁ ଭୁବନେଶ୍ୱର, ଜୁନାଗଡ଼ ରୋଡ୍ରୁ ଭୁବନେଶ୍ୱର ମଧ୍ୟ ଟ୍ରେନ ଚାଲିଛି। ଯାତ୍ରୀଙ୍କ ସୁବିଧା ପାଇଁ କେତେକ ସ୍ପେଶାଲ ଟ୍ରେନ ବି ଚାଲିଛି। ଏହି ଟ୍ରେନଗୁଡ଼ିକ […]
ମରିନାହିଁ ବରଂ ବଞ୍ଚି ରହି ଏବେ ବି ଆତଙ୍କ ଖେଳାଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗ୍ରୁପର ମୁଖ୍ୟ ବାଗଦାଦି। ଆମେରିକାର ଏକ ଗୁଇନ୍ଦା ସଂସ୍ଥା ଏହି ଦାବି କରିଛି। ଏହା ସହ ଆଇଏସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓର ପ୍ରମାଣ ଆଧାରରେ ବାଗଦାଦି ବଞ୍ଚିଥିବା ସପୃକ୍ତ ଗୁଇନ୍ଦା ସଂସ୍ଥା ଦାବି କରିଛି। ସବୁଠାରୁ ବଡ଼ କଥା ହେଲା ଦୀର୍ଘ ୫ବର୍ଷ ପରେ ପ୍ରଥମ ଥର ପାଇଁ ଅବୁ ବକର୍ ଅଲ୍ ବାଗଦାଦିର ଭିଡିଓ ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ଆଜି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦିଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନ୍ଡିଏରେ ଥିବା ପ୍ରାୟ ସବୁ ଦଳର ମୁଖ୍ୟ ଯୋଗ ଦେବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ, ଜେଡିୟୁ ମୁଖ୍ୟ ଶରଦ ଯାଦବଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୋଦି ଏକ ବିରାଟ ରୋଡ୍ ଶୋ କରି […]
ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗ ଆଡ଼କୁ ଆସୁଥିବା ବାତ୍ୟା ପାଇଁ ତାମିଲନାଡ଼ୁରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ବା ମେ ୧ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ତାମିଲନାଡ଼ୁର ଉତ୍ତର ଉପକୂଳରେ ଲଗାତାର ୨ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ସପ୍ତାହରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗର ତଦନ୍ତ ହେବ। ଏନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏହି କମିଟିକୁ ସିବିଆଇ ମୁଖ୍ୟ, ଦିଲ୍ଲୀ ପୋଲିସ ମୁଖ୍ୟ ଓ ଗୁଇନ୍ଦା ମୁଖ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳାଙ୍କ ପକ୍ଷରୁ ମାମଲା ଲଢିବା ପାଇଁ ଆଇନଜୀବୀ ଉତ୍ସବ ବେନଙ୍କୁ ଦେଢ […]