ଶ୍ରୀହରିକୋଟା : ମହାକାଶ ଗବେଷଣା ଓ ଜ୍ଞାନ କୌଶଳ ପ୍ରୟୋଗ କ୍ଷେତ୍ରରେ ଭାରତ ଆଉ ଏକ କୀର୍ତ୍ତୀମାନ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ସଫଳତାର ସହ ଉତ୍କ୍ଷେପଣ କରିଛି ସ୍ୱଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ନିର୍ମିତ RISAT-2B। ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇ କକ୍ଷପଥରେ ଅବସ୍ଥାପିତ ହୋଇଛି RISAT-2B । ସକାଳ ୫ଟା ୩୦ ମିନଟରେ ମହାକାଶ […]
ଭୁବନେଶ୍ୱର(ସଂଗ୍ରାମ ଦାସ ମହାପାତ୍ର) : ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍ ୨୦୧୭ ମସିହାରେ ନିଜର ଏକ ଅଭିଭାଷଣରେ କହିଥିଲେ ଯେ, ପୃଥିବୀ ପାଖରେ ଆଉ ୬୦୦ ବର୍ଷରୁ ବି କମ୍ ସମୟ ରହିଛି । ଜନସଂଖ୍ୟା ବିସ୍ଫୋରଣ ଓ ଶକ୍ତି ଉତ୍ସଗୁଡ଼ିକର ମାତ୍ରାଧିକ ବିନିଯୋଗ କାରଣରୁ ୨୬୦୦ ମସିହା ବେଳକୁ ପୃଥିବୀ ଏକ ନିଆଁ ପିଣ୍ଡୁଳାରେ ପରିଣତ ହେବ । ତେଣୁ ମାନବଜାତିକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ଆମକୁ ଏହି ୬୦୦ ବର୍ଷ ଭିତରେ […]
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି। ଭୋଟ୍ ଗଣତି ପୂର୍ବରୁ ଆସିଥିବା ଏକଜିଟ୍ ପୋଲ ଅଙ୍କକୁ ଦେଖି ନୈଶ ଭୋଜିର ଆୟୋଜନକୁ ଏନ୍ଡିଏର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ସହଯୋଗୀ ନେତାଙ୍କୁ ନେଇ ଏହି ଆୟୋଜନ କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର […]
ଇଟାନଗର: ଅରୁଣାଚଳ ପ୍ରଦେଶରେ ହୋଇଥିବା ଏକ ଉଗ୍ରବାଦୀ ହମ୍ଲାରେ ଜଣେ ଏନ୍ପିପି ବିଧାୟକ ଏବଂ ତାଙ୍କ ପରିବାର ଲୋକଙ୍କ ସମେତ ୬ ଜଣ ପ୍ରାଣ ହରାଇଛନ୍ତି। ହତ୍ୟାର ଶିକାର ହୋଇଥିବା ବିଧାୟକ ହେଲେ ତିରୋଙ୍ଗ ଆବୋ ଓ ସେ ଖନ୍ସା ପଶ୍ଚିମର ବିଧାୟକ ଥିଲେ। ଚଳିତ ନିର୍ବାଚନରେ ମଧ୍ୟ ସେ ଏହି ବିଧାନସଭା ଆସନରୁ ଲଢ଼ିଛନ୍ତି । ଆସନ୍ତା ୨୩ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ। ଏହି ଆକ୍ରମଣ ପଛରେ ନ୍ୟାସନାଲ ସୋଶାଲିଷ୍ଟ କାଉନ୍ସିଲ ଅଫ୍ ନାଗାଲ୍ୟାଣ୍ଡ […]
ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି ରହିଛି। ଏହାରି ଭିତରେ ଆୟ ବହିର୍ଭୂତ ସମ୍ପତ୍ତି ରଖିବା ମାମଲାରେ ସମାଜବାଦୀ ପାର୍ଟି ସଭାପତି ଅଖିଲେଶ ସିଂହ ଯାଦବ,ପତ୍ନୀ ଡିମ୍ପଲ ସିଂହ ଯାଦବ ଏବଂ ବାପା ମୁଲାୟମ ସିଂହ ଯାଦବଙ୍କୁ ସିବିଆଇ ଆଜି କ୍ଲିନ୍ ଚିଟ୍ ଦେଇଛି । ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ ଏହି ମାମଲାର ତଦନ୍ତ କରି କୌଣସି ପ୍ରମାଣ ପାଇନଥିବା ଦର୍ଶାଇଥିଲା। ଏହାପରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ନିଜ ଷ୍ଟାଟସ ରିପୋର୍ଟ […]
ୱାଶିଂଟନ: ଦେବଦେବୀଙ୍କୁ ନେଇ ଆମ ମନରେ ଭରି ରହିଛି ଭକ୍ତି ଓ ଶ୍ରଦ୍ଧା। ପ୍ରତ୍ୟେକ ଧର୍ମର ମଣିଷଙ୍କର ସେମାନେ ପୂଜା କରୁଥିବା ଦେବାଦେବୀଙ୍କ ଉପରେ ଥାଏ ପ୍ରଗାଢ ବିଶ୍ୱାସ। ସମସ୍ତେ ନିଜ ମନରେ ଭଗବାନଙ୍କୁ ସବୁଠୁ ଉଚ୍ଚ ଏବଂ ସ୍ୱତନ୍ତ୍ର ସ୍ଥାନ ଦେଇଥାନ୍ତି। କିନ୍ତୁ ଯେତେବେଳେ ଆପଣ ପୂଜା କରୁଥିବା ଭଗବାନ୍ଙ୍କ ଫଟୋ ଟଏଲେଟ୍ ଏବଂ ବାଥ୍ରୁମ୍ରେ ପାଇବେ ଆପଣଙ୍କୁ କେମିତି ଲାଗିବ? ଏମିତି କିଛି ଘଟିଛି ଆମେରିକାରେ। ଆମେରିକାର ଇ-କମ୍ପାନୀ ବେଫେୟର ହିନ୍ଦୁ ଭଗବାନଙ୍କ ଫଟୋ […]
କେନ୍ଦ୍ରାପଡ଼ା:ମାଟ୍ରିକ ରେଜଲ୍ଟ ଜାଣିବା ଅପେକ୍ଷାରେ ଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏମିତି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ରାଜରାଜେଶ୍ୱରୀପୁର ଗାଁରେ। ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଏହି ଗାଁର ଜଣେ ଛାତ୍ରଙ୍କ ଜୀବନ ଦୁର୍ଘଟଣାରେ ଚାଲି ଯାଇଛି। ଗତକାଲି ବିଳମ୍ୱିତ ରାତିରେ କଟକ-ଚାନ୍ଦବାଲି ବାରୋ ଛକରେ ଘଟିଛି ଏହି ଦୁର୍ଘଟଣା। ହାଇୱାକୁ ପଛରୁ ଧକ୍କା ଦେଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ଜଣେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ […]
ନୂଆଦିଲ୍ଲୀ: ୧୯ ତାରିଖ ଦିନ ପ୍ରକାଶ ପାଇଥିବା ଚଳିତ ସାଧାରଣ ନିର୍ବାଚନର ଏକଜିଟ ପୋଲକୁ ନେଇ ବିରୋଧୀ ପୁଣି ଇଭିଏମ୍ ପ୍ରସଙ୍ଗ ଉଠାଇଛନ୍ତି। ଆଜି ପୁଣି କଂଗ୍ରେସ ସମେତ ୨୧ଟି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଆଞ୍ଚଳିକ ଦଳ ଗୁ଼ଡ଼ିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଥିଲା, ହେଲେ ଏକଜିଟ ପୋଲରେ ଏହାର ବିପରୀତ ଦେଖି ଏବେ ଇଭିଏମ୍ ଓ ଭିଭିପ୍ୟାଟ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ। ନିକଟରେ ପ୍ରକାଶ ପାଇଥିବା ଏକଜିଟ୍ […]
ବେଲପାହାଡ : ବେଲପାହାଡ଼ ଜୁନାଡିହି କଲେଜ ପଡ଼ାରେ ଆଜି ଭାଲୁ ଆକ୍ରମଣରେ ମା, ଝିଅ ଗୁରୁତର ଆହତ ହୋଇଛନ୍ତି । ଉଭୟେ ଭୋରରୁ ଘର ନିକଟରେ ଫୁଲତୋଳୁ ଥିବାବେଳେ ଭାଲୁଟି ତାଙ୍କ ଆଡକୁ ହଠାତ୍ ମାଡି ଆସିଥିଲା। ମା’-ଝିଅ କିଛି କରିବା ପୂର୍ବରୁ ଭାଲୁଟି ଆକ୍ରମଣ କରିଥିଲା। ଫଳରେ ମା’ ଅନୀତା ମେହେର ଓ ଝିଅ ରଶ୍ମିତା ଆହତ ହୋଇଛନ୍ତି। ସେମାନଙ୍କୁ ବେଲପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନୂଆଦିଲ୍ଲୀ : ସର୍ଜିକାଲ ଷ୍ଟ୍ରାଇକ୍ ନେଇ ମୁହଁ ଖୋଲିଲେ ସେନା ଅଧିକାରୀ। ୨୦୦୪ରୁ ୨୦୧୪ ଭିତରେ ପାକିସ୍ତାନ ସୀମାରେ କେବେ ବି ସର୍ଜିକାଲ ଷ୍ଟ୍ରାଇକ ହୋଇନଥିଲା। ନରେନ୍ଦ୍ର ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ବୋଲି କହିଛନ୍ତି ନର୍ଦନ କମାଣ୍ଡର ଜିଓସି ଇନ୍ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ରଣବୀର ସିଂହ । ସେ କହିଛନ୍ତି, ରାଜନେତାମାନେ କ’ଣ କହୁଛନ୍ତି ତାହାର ଜବାବ ସରକାର […]