ଭୁବନେଶ୍ୱର: ୧୯୯୯ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଲେ ବାୟୁସେନା ମୁଖ୍ୟ ଚିଫ ମାର୍ଶାଲ ବି.ଏସ. ଧାନୋଆ। ୧୯୯୯ କାରଗିଲ ଯୁଦ୍ଧ ସମୟରେ ସଫେଦ ସାଗର ଅପରେସନ ବେଳେ ଆଇଏଏଫ ସ୍କ୍ୱାର୍ଡନ ଲିଡର ଅଜୟ ଆହୁଜା ସହିଦ ହୋଇଥିଲେ। ତାଙ୍କୁ ସମ୍ମାନ ଜଣାଇ ବାୟୁସେନା ମୁଖ୍ୟ ବି.ଏସ. ଧାନୋଆ ମିଗ୍ ୨୧ ଏୟାରକ୍ରାଫ୍ଟ ଉଡାଣ ଭରିଛନ୍ତି। ପଂଜାବର ଭୈସାନା ଏୟାରଫୋର୍ସ ଷ୍ଟେସନରୁ ସେ ଉଡାଣ ଭରିଥିଲ। ଏୟାର ମାର୍ଶାଲ ଆର. ନାମ୍ବିଆର ମଧ୍ୟ ଉଡାଣ […]
ଭୋପାଲ: ଝିଅକୁ ଅଙ୍ଗନବାଡ଼ି ପଠାଇ ସାରା ଦେଶରେ ପ୍ରଶଂସାର ପାତ୍ର ହୋଇଛନ୍ତି ମଧ୍ୟପ୍ରଦେଶ କଟନୀ ଜିଲ୍ଲାର ଜିଲ୍ଲାପାଳ ଡକ୍ଟର ପଙ୍କଜା ଜୈନ। ଘରୋଇ ସ୍କୁଲ ଅପେକ୍ଷା ଗୋଟିଏ ଛୋଟ ଛୁଆର ପ୍ରାଥମିକ ଶିକ୍ଷା ପାଇଁ ଅଙ୍ଗନବାଡି ସବୁଠୁ ଭଲ ବୋଲି ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାପାଳ ଡକ୍ଟର ଜୈନ। ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଜିଲ୍ଲାର ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳଙ୍କ ଏପରି ନିଷ୍ପତ୍ତି […]
ରାଞ୍ଚି: ବିହାର ଓ ଝାରଖଣ୍ଡରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଜେଲ୍ରେ ଥିବା ଏହାର ପ୍ରତିଷ୍ଠାତା ଲାଲୁ ପ୍ରସାଦ କିଛି ବି ଖାଇ ନଥିଲେ। ତେବେ ଦୁଇ ଦିନ ଉପାସ ରହିବା ପରେ ଗତକାଲି ରାତିରେ ଲାଲୁ ଖାଦ୍ୟ ଗ୍ରହଣ କରିଛନ୍ତି। ସାଧାରଣ ନିର୍ବାଚନରେ ଆରଜେଡି ନୈରାଶ୍ୟଜନକ ପ୍ରଦର୍ଶନ ଭୋଟ୍ ଗଣତି ସମୟରେ ସାମ୍ନାକୁ ଆସିଥିଲା। ଏହାପରେ ଲାଲୁ ମନ ଦୁଃଖ କରି ଖାଇବା ଛାଡ଼ି ଦେଇଥିଲେ। ୨୩ ଓ ୨୪ ତାରିଖରେ କିଛି ଖାଇ ନଥିବା […]
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ନିର୍ଦ୍ଦେଶକ ବିରୁ ଦେବଗନଙ୍କର ଆଜି ହେଦାନ୍ତ ହୋଇଯାଇଛି। ଆଜିମୁମ୍ବାଇ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସଂଧ୍ୟା ୬ଟା ବେଳେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଫିଲ୍ମ କ୍ରିଟିକ୍ ତରନ୍ ଆଦର୍ଶ ଟ୍ୱିଟରରେ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। କାର୍ଡିଆକ୍ ଆରେଷ୍ଟ ହେବା ଯୋଗୁ ଗତକାଲି ରାତିରେ ସ୍ଥାନୀୟ ସାଣ୍ଟା କ୍ଲସ୍ ହସ୍ପିଟାଲରେ […]
ରାଞ୍ଚି: ଏକ୍ସପ୍ରେସ୍ରେ ନିଆଁ। ମୁମ୍ବାଇ-ହାୱଡା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସ୍ର ସେକେଣ୍ଡ କ୍ଲାସ୍ ସ୍ଲିପର ଏସ୍-୧୧ ବଗି ତଳୁ ଧୂଆଁ ବାହାରିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ମୁମ୍ବାଇରୁ ହାୱଡାକୁ ଯାଉଥିବା ଏକ୍ସପ୍ରେସ୍ ଟ୍ରେନ୍ ଝାଡ଼ଖଣ୍ଡର ଲୋଟପାହାଡ଼ ଓ ଚକ୍ରଧରପୁର ମଝିରେ ଥିବାବେଳେ ଏସ୍-୧୧ ବଗି ତଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଫଳରେ ଯାତ୍ରୀମାନେ ଚେନ୍ ଟାଣି ଲୋଟପାହାଡ଼ ନିକଟରେ ଟ୍ରେନ୍କୁ ଅଟକାଇବା ସହ ଭୟରେ ଡେଇଁ […]
ମୁମ୍ୱାଇ : ଏଥର ଲୋକସଭା ନିର୍ବାଚନରେ ଅନେକ ଅଭିନେତା ଓ ଅଭିନେତ୍ରୀ ଏପରି ଥିଲେ, ଯେଉଁମାନେ ଫିଲ୍ମରୁ ସିଧାସଳଖ ରାଜନୀତି ମଇଦାନରେ ଲଢ଼େଇ କରିଥିଲେ। ବଲିଉଡ୍ ଠାରୁ ଆରମ୍ଭ କରି ସାଉଥ୍ର ସୁପରଷ୍ଟାରମାନେ ମଧ୍ୟ ଏଥର ନିର୍ବାଚନ ମଇଦାନରେ ଭାଗ ଦେଇଥିଲେ। ଏଥିରେ କିଛି କଳାକାର ଜିତିଥିବା ବେଳେ ଅନେକଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ନିକଟରେ ସିଙ୍ଗର୍ ସୋନୁ ନିଗମ୍ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ତାଙ୍କୁ ରାଜନୀତିକୁ ଆସିବା ପାଇଁ ଅଫର୍ ମିଳିଥିଲା , କିନ୍ତୁ […]
ନୂଆଦିଲ୍ଲୀ: ଭାରତ ସହିତ ଥିବା ସବୁ ଦ୍ଵିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ କଥାବାର୍ତ୍ତା କରିବାକୁ ଚାହୁଁଛି ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଶାହା କୁରେସି କହିଛନ୍ତି। ସରକାରୀ ରେଡିଓ ପାକିସ୍ତାନର ଖବର ଅନୁସାରେ ଶନିବାର ଇଫତାର୍ ପାର୍ଟିକୁ ସମ୍ୱୋଧିତ କରି କୁରେସି କହିଥିଲେ, ଭାରତ ଓ ପାକିସ୍ତାନରେ ସମୃଦ୍ଧି ଓ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଆଲୋଚନାର ଆବଶ୍ୟକତା ରହିଛି। କୁରେସିଙ୍କର ଏହି ମନ୍ତବ୍ୟର ଦୁଇଦିନ ପୂର୍ବରୁ ହିଁ ଭାରତୀୟ ଜନତା ପାର୍ଟି ଲୋକସଭା […]
ଲକ୍ଷ୍ନୌ: ଫିଲ୍ମ ଶୁଟିଂ ବେଳେ ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ। ଅଭିନେତ୍ରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବାହା ହେବାକୁ ବାଧ୍ୟ କରିବା ସହିତ ବୁଝାଇବାକୁ ଆସିଥିବା ଏସ୍ପିଙ୍କ ଉପରକୁ ଚଳାଇଲା ଗୁଳି। ଗତକାଲି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶର ସୋନଭଦ୍ରରେ। ଏଠାରେ ଏକ ହୋଟେଲ୍ରେ ଭୋଜପୁରୀ ଫିଲ୍ମ ‘ଅଭାଗୀନ ବିଟିଆ’ର ଶୁଟିଂ ଚାଲିଥିବା ବେଳେ ହଠାତ୍ ଜଣେ ଯୁବକ ସେଠାରେ ପହଞ୍ଚି ଗୁଳି ଫୁଟାଇବା ସହିତ ହିରୋଇନ୍ ରିତୁ ସିଂହଙ୍କୁ ନିଜ କବଜାକୁ ନେଇ […]
ନୂଆଦିଲ୍ଲୀ: ଏଥର ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡ଼ିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧି ଦଳର ତିନି ବରିଷ୍ଠ ନେତାଙ୍କ ଉପରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି। ଗତକାଲି ଦିଲ୍ଲୀରେ ବସିଥିବା କଂଗ୍ରେସ୍ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲ ଏହି ତିନି ନେତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରିଥିଲେ। ସେ କହିଥିଲେ, “ଯେଉଁ ରାଜ୍ୟଗୁଡ଼ିକରେ କଂଗ୍ରେସ କ୍ଷମତାରେ ଅଛି, ଦଳ ସେଠାରେ ବହୁତ ଖରାପ ପ୍ରଦର୍ଶନ […]
ନୂଆଦିଲ୍ଲୀ: ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍ଡିଏ। ନୂଆଦିଲ୍ଲୀରେ ଗତକାଲି ଏନ୍ଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବ ନିର୍ବାଚିତ ସାଂସଦଙ୍କୁ ସ୍ୱାଗତ କରିବା ସହିତ ଆଗାମୀ ଦିନରେ କିପରି ଜନତାଙ୍କର ସେବା କରିବେ,ଏହାକୁ ନେଇ କିଛି ଟିପ୍ସ ଦେଇଥିଲେ। ଛୋଟ ଭୁଲ୍ ଯୋଗୁ ସାରା ଜୀବନର ତପସ୍ୟା ନଷ୍ଟ ହୋଇଯାଏ, ତେଣୁ ଦେଖି ରଖି କଥା କହିବେ, […]
ଅହମ୍ମଦାବାଦ: ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଲା କୋଚିଂ ସେଣ୍ଟରରେ ଗତକାଲି ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏସିରୁ ବାହାରିଥିବା ନିଆଁ ଏପରି ଭୟଙ୍କର ରୂପ ଧାରଣ କଲା ଯେ, ଏଥିରେ ୨୩ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଲା। ମୃତକଙ୍କ ମଧ୍ୟରେ ୧୫ ଝିଅ ବି ଅଛନ୍ତି। ଏପରି ନିଆଁକୁ ପାଖରୁ ଦେଖି ଭୟଭୀତ ହୋଇଯାଇଥିବା ବହୁ ଛାତ୍ରଛାତ୍ରୀ ନିଜକୁ ବଞ୍ଚାଇବା ଲାଗି ଅନ୍ୟ କୌଣସି ବାଟ ନ ପାଇ ତିନି […]
ସୁରତ: ଗୁଜରାଟ ସୁରତର ଥିବା ତକ୍ଷଶୀଳା କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏବେ ୨ ଜଣ ଛାତ୍ର ଭେଣ୍ଟିଲେଟରରେ ଥିବା ବେଳେ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରେ ସୁରତର ସରଥଣା ଅଞ୍ଚଳରେ ଥିବା ତକ୍ଷଶୀଳା କୋଚିଂ ସେଣ୍ଟରର ୪ ମହଲା କୋଠାରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ମୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ନିକଟରେ ପ୍ରକାଶ ପାଇବାକୁ ଥିବା ଦ୍ୱାଦଶ […]
ପୋର୍ଟ ବ୍ଲେଅର୍: ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି। ରାତି ୨.୫୨ ମିନିଟରେ ଏହି ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୫.୦ ଥିବା ଜଣାପଡ଼ିଛି। ତେବେ ଏଥିରେ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ଏହା ପୂର୍ବରୁ ମେ ୨୧ ଏବଂ ୨୨ରେ ଯଥାକ୍ରମେ ୪.୧ ଏବଂ ୫.୬ ମାତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଥିଲା।