ହାଇଦ୍ରାବାଦ: ତେଲେଙ୍ଗାନାର କାଚିଗୁଡା ରେଲ୍ୱେ ଷ୍ଟେସନରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ତେଲେଙ୍ଗାନାର କାଚିଗୁଡା ଷ୍ଟେସନରେ ହାଇଦ୍ରାବାଦ ଏମଏମଟିଏସ୍ ଓ ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟରେ ଏହି ଧକ୍କା ହୋଇଛି। ଦୁଇଟି ଯାକ ଟ୍ରେନ ଧୀର ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ୍ ଏବଂ ରେଲ୍ୱେ ଅଧିକାରୀମାନେ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]
ନୂଆଦିଲ୍ଲୀ: ପୂର୍ବତନ ନିର୍ବାଚନ କମିଶନର ତଥା ରମଣ ମାଗାସେସେରେ ସମ୍ମାନିତ ଟିଏନ୍ ଶେଷନ୍ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଗତକାଲି ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ସେ ୧୯୯୦ ଡିସେମ୍ବର ୧୨ ତାରିଖରୁ ୧୯୯୬ ମସିହା ଡିସେମ୍ବର ୧୧ ଯାଏ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଇଥିଲେ। ଏହା ପୂର୍ବରୁ ସେ କ୍ୟାବନେଟ୍ ସଚିବ ଦାୟିତ୍ୱ ତୁଲାଇଥିଲେ। ୧୯୩୨ ମସିହା ଡିସେମ୍ବର ୧୫ ତାରିଖରେ କେରଳରେ ତାଙ୍କର ଜନ୍ମ। ଆଇଏଏସ୍ ପରୀକ୍ଷାରେ […]
ମାଙ୍ଗାଲୁରୁ: ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ମାଙ୍ଗାଲୁରୁର ଜଣେ ଜୋମାଟୋ ଗାର୍ଲ। ତାଙ୍କ ନାଁ ମେଘନା ଦାସ। ମାନ୍ନାଗୁଡ୍ଡା ୱାର୍ଡରେ ହେବାକୁ ଥିବା ମାଙ୍ଗାଲୁରୁ ସିଟି କର୍ପୋରେସନ୍(ଏମ୍ସିସି) ନିର୍ବାଚନ ଲଢ଼ିବେ ମେଘନା। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଜୋମାଟୋରେ ଡେଲିଭରୀ ଗର୍ଲ ଭାବେ କାମ କରୁଥିବା ମେଘନାଙ୍କୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ସହ ଟିକେଟ୍ ମଧ୍ୟ ମିଳିଛି। ମହିଳାଙ୍କ ସୁରକ୍ଷା, ସଡ଼କ ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ସେ […]
ନୁଆଦିଲ୍ଲୀ: ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବାତ୍ୟା ‘ବୁଲ୍ବୁଲ୍’। ଆଜି ଭୋର ୫ଟା ୩୦ରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ୬ ଘଣ୍ଟା ମଧ୍ୟରେ ‘ବୁଲ୍ବୁଲ୍’ ଡିପ୍ ଡିପ୍ରେସନ୍ରେ ପରିଣତ ହେବାର ସମ୍ଭାବନା ରହିଛି। Cyclonic Storm Bulbul lay centered about 75 km east-northeast of Sunderban National https://t.co/P6EcAcdkKk weaken into a Deep Depression over coastal Bangladesh and adjoining south […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ ଗତକାଲି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିଛି। ସାଗରଦ୍ୱୀପ- ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିଥିବା ଜଣାପଡ଼ିଛି। ‘ବୁଲ୍ବୁଲ୍’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୫ରୁ ୧୨୫ କି.ମି ରହିଥିଲା। ବେଳେବେଳେ ପବନର ବେଗ ବଢ଼ି ୧୩୦ କି.ମି ପର୍ଯ୍ୟନ୍ତ ଛୁଇଁଥିଲା। ତେବେ ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ‘ବୁଲ୍ବୁଲ୍’ ୩ ଘଣ୍ଟା ତାଣ୍ଡବ ରଚିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତକାଲି ସନ୍ଧ୍ୟାରେ ‘ବୁଲ୍ବୁଲ୍’ ପ୍ରଭାବରେ […]
ନୂଆଦିଲ୍ଲୀ: ଐତିହାସିକ ଅଯୋଧ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇବ। ଅଯୋଧ୍ୟା ରାୟ ଶୁଣାଇବାକୁଥିବା ଖଣ୍ଡପୀଠର ୫ ଜଣ ବିଚାରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠ ଗତ ଅକ୍ଟୋବର ୧୬ରୁ ଲଗାତାର ୪୦ ଦିନର ଶୁଣାଣି କରି ଆସୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବଦୁଲ୍ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ”ବାତ୍ୟା ‘ବୁଲ୍ବୁଲ୍’ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଅତିକ୍ରମ କରିବ। ଏହା ସାଗରଦ୍ୱୀପ (ପଶ୍ଚିମବଙ୍ଗ) ଓ ଖେପୁପରା (ବାଂଲାଦେଶ) ମଧ୍ୟରେ ସୁନ୍ଦରବନ ଉପରେ ହିଁ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରୁ୧୨୦ କି.ମି. ରହିପାରେ।” ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, “ ‘ବୁଲ୍ବୁଲ୍’ ପାରାଦୀପ ଠାରୁ ଆଜି ସକାଳେ ୩୫୦ କି.ମି. ଦୂରରେ […]
ବିଶାଖାପଟନମ୍: ରେଳ ଦୁର୍ଘଟଣା ସମୟରେ ଯାତ୍ରୀଙ୍କୁ କିଭଳି ତୁରନ୍ତ ଚିକିତ୍ସା ପ୍ରଦାନ କରାଯିବ ଓ ରେଳ ଚଳାଚଳକୁ କେମିତି ସ୍ୱାଭାବିକ କରାଯିବ ସେ ନେଇ ଏକ ମକ୍ଡ୍ରିଲ୍ କରାଯାଇଛି। ପୂର୍ବତଟ ରେଲ୍ୱେର ୱାଲ୍ଟଟେୟର୍ ଡିଭିଜନ୍ ପକ୍ଷରୁ ସୀମାଞ୍ଚଲ୍ମ୍ ରେଲ୍ୱେ ଷ୍ଟେସନ୍ ନିକଟରେ ଏହି ମକ୍ଡ୍ରିଲ୍ ହୋଇଛି। ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ। ଟ୍ରେନ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କିପରି ମେଡିକାଲ ସ୍ଥାନାନ୍ତର […]
ନୂଆଦିଲ୍ଲୀ: ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିବା ଗୃହ ନିର୍ମାଣ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟ୍ ୨୫ ହଜାର କୋଟି ଟଙ୍କା ମଞ୍ଜୁର କରିଛି। ଏଥିରେ ୧୬୦୦ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ହେବ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।। ଅନାଦେୟ ଋଣ କାରଣରୁ ବା ଦେବାଳିଆ ଘୋଷିତ ହୋଇଥିବା କାରଣରୁ ପଡ଼ି ରହିଥିବା ଏହି ପ୍ରକଳ୍ପ ସବୁ ଏବେ ସରିବ। ଏହା ରିଅଲ ଇଷ୍ଟେଟ୍ ଏବଂ ତତ୍ ସମ୍ପର୍କିତ କ୍ଷେତ୍ରକୁ ସମୃଦ୍ଧ କରିବା ଦିଗରେ […]
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ପ୍ରଳୟଙ୍କରୀ ବାତ୍ୟା ‘ମହା’ ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ଏବେ ଏହା ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହୋଇଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖାଯାଇଛି ଯେ ଏହା ଘଣ୍ଟାପ୍ରତି ୭ କି.ମି. ବେଗରେ ଗତି କରୁଛି। ଏବେ ବାତ୍ୟା ‘ମହା’ ପୋରବନ୍ଦର(ଗୁଜରାଟ)ର ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅଧିକ […]
ନୁଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଏକ୍ସଟ୍ରିମ୍ଲି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାପରେ ‘ମହା’ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାପରେ କ୍ରମଶଃ ଏହା ଦୁର୍ବଳ ହେବ ବୋଲି ଜଣାପଡ଼ିଛି। ନଭେମ୍ବର ୬ ତାରିଖ ମଧ୍ୟରାତ୍ରରେ ଏହା ଗୁଜରାଟ […]
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ସେ କହିଛନ୍ତି, ଶିବସେନା ପାଖରେ ୫୬ […]
ନୂଆଦିଲ୍ଲୀ: ଗତମାସ ଶେଷ ସପ୍ତାହରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ୧୨୧ ଜଣ ଭାରତୀୟଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ହ୍ୱାଟସ୍ ଆପ୍, ସରକାରଙ୍କୁ ଅବଗତ କରାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଫେସବୁକ୍ ଚଳିତବର୍ଷ ମେ’ ମାସରେ ସରକାରଙ୍କୁ ସ୍ୱାଇଓ୍ୱେୟାର ଡାଟା ହ୍ୟାକ୍ ନେଇ ଅବଗତ କରାଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ସେପ୍ଟମ୍ୱରରେ ଫେସବୁକ୍ର ସହଯୋଗୀ କମ୍ପାନୀ ହ୍ୱାଟସ୍ ଆପ୍ ସରକାରଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଡାଟା ହ୍ୟାକ୍କୁ ନେଇ […]
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୯ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଭେରାଭାଲ୍(ଗୁଜରାଟ) ଠାରୁ ୫୭୦ କି.ମି. ଓ ଗୋଆଠାରୁ ୫୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ […]
ନୂଆଦିଲ୍ଲୀ/ ଭୁବନେଶ୍ୱର: ଓଡ଼ିଆ ଝିଅ ନନ୍ଦିତା ମିଶ୍ର କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ଆଫାୟାର୍ସ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ନନ୍ଦିତାଙ୍କୁ ଏବେ ଏହି ନୂଆ ନିଯୁକ୍ତି ମିଳିଛି। ମହିଳା ଓ ଶିଶୁ ବିକଶ ବିଭାଗରେ ମଧ୍ୟ ସେ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ଅର୍ଥନୈତିକ ସେବା ଅଧିକାରୀ ନନ୍ଦିତା ମିଶ୍ର ଭୁବନେଶ୍ୱର ସ୍ଥିତ ଡିଏମ୍ ସ୍କୁଲର ପୁରାତନ ଛାତ୍ରୀ। […]
ନୂଆଦିଲ୍ଲୀ: ସାଧାରଣତଃ ନିଜ ମୋବାଇଲ୍ ନେଟ୍ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍ ନେଟ୍ୱର୍କକୁ ଫୋନ୍ କଲେ ଗ୍ରାହକଙ୍କୁ ଟଙ୍କା(ଚାର୍ଜ) ଦେବାକୁ ପଡ଼ିଥାଏ। ହେଲେ ବିଏସ୍ଏନ୍ଏଲ୍ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ଘୋଷଣା କରିଛି। ବିଏସ୍ଏନ୍ଏଲ୍ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍ ପାଇବେ। ଏହା ବିଏସ୍ଏନ୍ଏଲ୍ର Wireline, Broadband ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି […]
ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତକାଲି ସନ୍ଧ୍ୟାରେ ଏହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୧୭ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଉତ୍ତର କୱରଟ୍ଟୀ(ଲାକ୍ଷାଦ୍ୱୀପ) ଠାରୁ ୩୫୦ କିମି ଓ କୋଝିକୋଡ୍ (କେରଳ) […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍ ଜବତ ହୋଇଛି। ଆଜି ସକାଳେ ଟର୍ମିନାଲ୍ ୩ ରୁ ଏହି ବ୍ୟାଗ୍ ଜବତ ହୋଇଥିଲା। ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୩ଟା ବେଳେ ଟର୍ମିନାଲ୍ ୩ରେ ଏହି ସନ୍ଦିଗ୍ଧ ବ୍ୟାଗ୍ ଥିବାନେଇ ଏୟାରପୋର୍ଟ ପୁଲିସ୍ ଷ୍ଟେସନକୁ ଏକ ଫୋନ୍ କଲ୍ ଆସିଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟାଗ୍କୁ ଜବତ […]
ବେଙ୍ଗାଲୁରୁ: ଦିନକୁ ଦିନ ଆମେ ଯେତିକି ଡିଜିଟାଲ୍ ହେଉଛେ ସେତିକି ବିପଦ ଆଡ଼କୁ ଠେଲି ହୋଇ ଯାଉଛେ। କାରଣ ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ପାଖାପାଖି ୧.୩ ମିଲିୟନ(୧୩ ଲକ୍ଷ) ଲୋକଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡର ଡାଟା (ତଥ୍ୟ) ଚୋରି ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ୯୮ ପ୍ରତିଶତ ଡେବିଟ୍ କାର୍ଡ ଭାରତୀୟଙ୍କର ରହିଛି। ଏବେ ଏହି ଡାଟା […]
ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ମହା’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି […]
ନୁଆଦିଲ୍ଲୀ/ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ୧୪୪ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହା ସହ ସାରା ଦେଶରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁଜରାଟର କେୱଡିୟାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ଙ୍କ STATUE OF UNITYକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ କେୱଡିୟାରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। […]
ଭୁବନେଶ୍ୱର/ପୁଣେ: ଦିନକୁ ଦିନ ବଢ଼ି ଚାଲିଥିଲା ସ୍ୱାମୀଙ୍କ ନିର୍ଯାତନା ଓ ଅକଥନୀୟ ଅତ୍ୟାଚାର। ଶେଷରେ ଦୁଇଟି ଛୋଟ ଛୁଆଙ୍କୁ ମା’ ଛେଉଣ୍ଡ କରି ଜୀବନ ହାରିଲେ ମହିଳା। ଦୁଇ କୋମଳମତି ଶିଶୁ କିଛି ବୁଝିବା ଆଗରୁ ମା’ଙ୍କୁ ହରାଇ ସାରିଥିଲେ। ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ମୃତ ମହିଳାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ନାଁ ରଶ୍ମିତା ଦାସ। ତାଙ୍କର ଏକ ୧୦ ମାସର ପୁଅ ଓ ୬ ବର୍ଷର ଝିଅ […]
ପାଟନା: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା। ଖାଲି ଏତିକି ନୁହେଁ ଖୁଲମ୍ଖୁଲା କପି ବି ଚାଲିଥିଲା। ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା। ରାମ ଲଖନ ସିଂହ ଯାଦବ କଲେଜ (ଆର୍ଏଲ୍ଏସ୍ୱାଇ) ପରିସରରେ ଥିବା କରିଡର୍ ଓ ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଗତକାଲି ଏହି କଲେଜକୁ ଛାତ୍ରଛାତ୍ରୀମାନେ ଆସିଥିଲେ। ହେଲେ ଅଧିକ […]
ଜୟପୁର: କୁହାଯାଏ ଯେ ପାଦେ ପାଦେ ମୃତ୍ୟୁର ଭୟ ଥାଏ। କେତେବେଳେ ଯେ ଅଘଟଣ ଘଟିପାରେ ତାହା କେହି କହିପାରିବେ ନାହିଁ। ଏମତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହୀରେ। ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ହଠାତ୍ ତାଙ୍କ ସହ ଏମିତି କିଛି ଘଟିଲା ଆପଣ ବି ଜାଣିଲେ ବିଶ୍ୱାସ କରିପାରିବେ ନାହିଁ। ସିରୋହୀର ଫୁଟ୍ପାଥ୍ରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା […]
ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ ବାଣ […]