• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cbi-l
ଦେଶବ୍ୟାପୀ ୧୧୦ଟି ସ୍ଥାନରେ CBI ଚଢ଼ାଉ

ନୂଆଦିଲ୍ଲୀ: ଦେଶବ୍ୟାପୀ ୧୧୦ଟି ସ୍ଥାନରେ CBI ଚଢ଼ାଉ କରିଛି। ଓଡ଼ିଶା ସମେତ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସଙ୍ଗେ ଚଢ଼ାଉ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ୩୦ଟି ଭିନ୍ନ ଭିନ୍ନ ମାମଲାରେ CBI ପକ୍ଷରୁ ଏହି  ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଦୁର୍ନୀତି, ଅପରାଧିକ କାର୍ଯ୍ୟକଳାପ, ନିଶା କାରବାର ନେଇ ରେଡ୍ କରାଯାଉଥିବା ସୂଚନା ମିଳିଛି।

  • Tuesday, 20 July 2021
Capture-7-.......
ଧାରା ୩୫(ଏ) ଉଚ୍ଛେଦ ଦାବି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୫(ଏ) ଉପରେ ପରବର୍ତ୍ତୀ ଶୁଣାଣି ୨୬ରୁ ୨୮ ତାରିଖ ମଧ୍ୟରେ ସୁପ୍ରିମକୋର୍ଟରେ ହେବ। ଧାରା ୩୫(ଏ) ଜରିଆରେ ଜମ୍ମୁ ଓ କଶ୍ମୀରର ମୂଳ ବାସିନ୍ଦା ସ୍ୱତନ୍ତ୍ର ଅଧିକାର ଓ ସୁବିଧା ଉପଭୋଗ କରିଆସୁଛନ୍ତି । ତେବେ ‘ଏକ ଦେଶ, ଏକ ଆଇନ’ ନାରାରେ ଜମ୍ମୁ ଓ କଶ୍ମୀରରେ ଏହି ଧାରା ଉଚ୍ଛେଦ ଲାଗି ଦାବି ହୋଇ ଆସୁଥିଲା। ପରବର୍ତ୍ତୀ ସମୟରେ […]

  • Tuesday, 20 July 2021
05THBLAST
ଖୋଲିଲା ଗଡ଼ଚିରୋଲି ନକ୍ସଲ ହମ୍‌ଲାର ଗୁମର: ସାମିଲ୍‌ ଥିଲେ ଏହି ନେତା

ମୁମ୍ବାଇ: ୧୫ ଜଣ ପୁଲିସ୍‌ ଏବଂ ଜଣେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ମହାରାଷ୍ଟ୍ର ଗଡ଼ଚିରୋଲି ନକ୍ସଲ ହମ୍‌ଲା ବାବଦରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଟାଇମ୍ସ ନାଓ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଣେ ସ୍ଥାନୀୟ ଏନ୍‌ସିପି ନେତା ଏହି ଆକ୍ରମଣର ପ୍ଲାନିଂରେ ସାମିଲ ଥିଲେ। କୈଳାସ ରାମଚନ୍ଦାନୀ ନାମକ ଏହି ନେତାଙ୍କୁ ଏହି ଘଟଣାରେ ସମ୍ପୃକ୍ତି ନେଇ ଗତ ଜୁନ୍‌ ୩୦ରେ ଗିରଫ କରାଯାଇଥିଲା। ଏବେ ସେ ଏହି ଷଡ଼ଯନ୍ତ୍ରରେ ସାମିଲ୍ ଥିବା ନିଜେ […]

  • Tuesday, 20 July 2021
pm modi
ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁରରୁ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀଙ୍କୁ ୩ଟି କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ସହାୟତା ମିଳିବ। ଏହାଦ୍ୱାରା ଚାଷୀମାନେ ଲାଭାନ୍ୱିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ରେ ଏନେଇ ଘୋଷଣା ହୋଇଥିବାବେଳେ, ଆଜିଠାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ସରକାରଙ୍କୁ ଏ ଯୋଜନା ବାବଦରେ ୭୫ ହଜାର କୋଟି ଟଙ୍କାର […]

  • Tuesday, 20 July 2021
fdsf
କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର; କିଏ ଗୋଳିଆ କରୁଛି କର୍ଣ୍ଣାଟକ ରାଜନୀତି ?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କଂଗ୍ରେସ-ଜେଡିଏସ୍ ମେଣ୍ଟ।  ଉଭୟ ଦଳର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସୁଛି। ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ଲାଗି ବରିଷ୍ଠ ନେତା ଡି. ଶିବ କୁମାରଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ। ଆରପଟେ ଦଳ ପୁରୁଖା ଏଚ୍.ଡି. ଦେବେଗୌଡ଼ ଖୋଦ୍ ଜେଡିଏସ୍ ଲାଗି ସଂକଟମୋଚନ ଅବତାରରେ ଅବତୀର୍ଣ୍ଣ ହୋଇଛନ୍ତି। ଶିବ କୁମାର ଦଳୀୟ ନେତା ଓ ବିଧାୟକଙ୍କ ସହିତ ଆଲୋଚନା ପରେ ଦେବେଗୌଡ଼ାଙ୍କୁ ମଧ୍ୟ ଭେଟିଛନ୍ତି। ଅସନ୍ତୁଷ୍ଟ ବିଧାୟକମାନେ […]

  • Tuesday, 20 July 2021
fdf
ପିଏନ୍‌ବିରୁ ପୁଣି ବଡ଼ ଋଣ ଜାଲିଆତି

ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପୁଣି ଏକ ବଡ଼ ଧରଣର ଋଣ ଜାଲିଆତି। ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ୩ ହଜାର ୮ ଶହ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଫୋରେନ୍ସିକ ଅଡିଟ୍ ପରେ ପୁଲିସ ପକ୍ଷରୁ ଏତଲା ଦିଆଯାଇଛି। ୩ ହଜାର ୮ ଶହ କୋଟି ଟଙ୍କାର ଋଣ ନେଇ ଆକାଉଣ୍ଟରେ ଜାଲିଆତି କରି ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ତାକୁ ଅନ୍ୟ କାମରେ ଲଗାଇଥିବା ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ରିପୋର୍ଟରେ […]

  • Tuesday, 20 July 2021
bengaluru
ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି। ଆଜି ଅପରାହ୍ନରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ଲଟ୍‌ରେ ରଖାଯାଇଥିବା ଗାଡ଼ି ଗୁଡ଼ିକ ହଠାତ୍‌ ଜଳି ଯାଇଛି। ଫଳରେ ଉତ୍ତର ବେଙ୍ଗାଲୁରୁର ୟେଲାହଙ୍କା ଏୟାର ବେସ୍‌ର ଆକାଶ ପୂରା ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏରୋ ଇଣ୍ଡିଆ ୨୦୧୯ ଇଭେଣ୍ଟରେ ଭାଗ ନେଇଥିବା ବିମାନ ଗୁଡ଼ିକ ଆଜି ଅପରାହ୍ନରେ ସମରକଳା ପ୍ରଦର୍ଶନ କରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨.୧୭ ମିନିଟ୍‌ ସମୟରେ ଏଭଳି ଅଗ୍ନିକାଣ୍ଡ […]

  • Tuesday, 20 July 2021
Car-parking
ନୋ ପାର୍କିଂରେ ପାର୍କିଂ କଲେ ୨୩ ହଜାର ଜୋରିମାନା

ମୁମ୍ବାଇ: ବଡ଼ ବଡ଼ ସହରର ଭୁଲ ସ୍ଥାନରେ କିମ୍ବା ନିଷିଦ୍ଧାଞ୍ଚଳରେ ଗାଡ଼ି ପାର୍କିଂ କଲେ ଅନ୍ୟମାନଙ୍କ ପାଇଁ କେତେ ଯେ ସମସ୍ୟା ହୁଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଥିପାଇଁ ୨୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଆଜ୍ଞା ହଁ, ଏଭଳି ନିୟମ ବୃହନ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍‌ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି। ଉଭୟ ବିଏମ୍‌ସି ଏବଂ ମୁମ୍ବାଇ ଟ୍ରାଫିକ୍‌ ପୁଲିସ୍‌ର ନୂଆ ନିୟମ […]

  • Tuesday, 20 July 2021
ବୋମା କରଖାନାରେ ପୁଲିସ୍ ଚଢ଼ଉ, ୧୦୦ଟି ବୋମା ଜବତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍। ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି ରହିଛି। ବିଗତ ୧୦ ଦିନରେ ଦୁଇଟି ବିସ୍ଫୋରଣ ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଘଟିଥିବା ସ୍ଥାନରେ ଘରର ଛାତ, ଆଜବେଷ୍ଟସ ଆଦି […]

  • Tuesday, 20 July 2021
jammu
ଜମ୍ମୁ-କଶ୍ମୀର ଗଲେ ଅତିରିକ୍ତ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟ‍ବସ୍ଥା। ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍‌ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ। ବିଚ୍ଛିନ୍ନତାବାଦୀ ନେତା ଓ ଜମାତ-ଇ-ଇସ୍‌ଲାମି ସଂଗଠନର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଗୃହ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ସାମ୍‌ନାକୁ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକଙ୍କୁ ପୁଲିସ୍‌ ଗିରଫ କରିଥିଲା। ତେବେ […]

  • Tuesday, 20 July 2021
cv
ବନ୍ୟାପାଣିରେ ଭାସିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

ଚଣ୍ଡିଗଡ଼: ହରିୟାଣାରେ ବନ୍ୟା ପାଣିରେ ଭାସିଗଲା କାର୍। ହେଲେ ଅଳ୍ପକେ ବର୍ତ୍ତିଗଲେ କାର୍ ଚାଳକ। ପ୍ରବଳ ବର୍ଷା ଯୋଗୁ ପଞ୍ଚକୁଲାର ଘାଘର ନଦୀର ବନ୍ୟା ପରିସ୍ଥିତି ଦେଖା ଦେଇଛି। ନଦୀର ପାଣି ପୋଲ ଉପରେ ଦେଇ ପ୍ରବାହିତ ହେଉଛି। ଏହି ସମୟରେ ପୋଲ ଉପରେ ଥିବା ଏକ କାର୍‌ ନଦୀ ସୁଅରେ ଭାସି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ କାର୍ ଡ୍ରାଇଭର ବର୍ତ୍ତି ଯାଇଛନ୍ତି। କାର୍ ଡ୍ରାଇଭରଙ୍କ ସମେତ ସ୍ଥାନୀୟ ଲୋକେ ମିଶି ବହୁ […]

  • Tuesday, 20 July 2021
Capture 4 2
ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କଲା ‘ସରାଙ୍ଗ’     

ବେଙ୍ଗାଲୁରୁ:  ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ-୨୦୧୯ର ତୃତୀୟ ଦିନ ଥିଲା ବେଶ ଚିତ୍ତାକର୍ଷକ । ବିଶ୍ୱର ସବୁଠୁ ବଡ଼ ଏୟାର ଶୋରେ  ସରାଙ୍ଗ ସମେତ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଏବଂ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ପ୍ରଦର୍ଶିତ ହୋଇଛି । ତୃତୀୟ ଦିନରେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ପହଞ୍ଚି ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବୁଲି ଦେଖିଥିଲେ । ବେଙ୍ଗାଲୁରୁ  ଆକାଶରେ ସରାଙ୍ଗ ହେଲିକପ୍ଟର ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା । […]

  • Tuesday, 20 July 2021
karnataka
ବିଦେଶ ଯାଇଛନ୍ତି ମୁଖ୍ୟମନ୍ତ୍ରୀ: ଏପଟେ ଥରହର ହେଲାଣି ଶାସନ ଗାଦି

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି। ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ ୧୦୫କୁ ଖସିଆସିବା ସହିତ ଏହା ବିଜେପିର ୧୦୫ ସହିତ ସମାନ ହୋଇଯାଇଛି। କର୍ଣ୍ଣାଟକା ବିଧାନସଭା ପକ୍ଷରୁ ଇସ୍ତଫା ସଂଖ୍ୟା ୧୩ କୁହାଯାଉଥିବାବେଳେ ଜେଡିଏସ୍‌ ବିଧାୟକ ଏଏଚ୍‌ ବିଶ୍ୱନାଥ […]

  • Tuesday, 20 July 2021
Baitarani_EPS
 ଆରମ୍ଭ ହୋଇଛି ମୌସୁମୀ ବର୍ଷା: ଆତଙ୍କିତ ହେଲେଣି ନଈକୂଳିଆ ଲୋକେ

ଯାଜପୁର/ଜଳେଶ୍ୱର: ବର୍ତ୍ତମାନ ଶାନ୍ତ ଅଛି ବୁଢ଼ା ବୈତରଣୀ। ତାର ଏଇ ଶାନ୍ତ ରୂପ ଦେଖିଲେ କିଏ ବା ଭାବିବ ଯେ, ଏ ନଦୀ ବି ପ୍ରଳୟଙ୍କରୀ ରୂପ ନେଇପାରେ। ହେଲେ ମୌସୁମୀ ବର୍ଷା ଆରମ୍ଭ ହେବାମାତ୍ରେ କିନ୍ତୁ ପୂର୍ବ ବିଭୀଷିକାର ଚିତ୍ରକୁ ମନେ ପକାଇ ଛାନିଆ ହୋଇଯାନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅଧିକାଂଶ ଗାଁ ଲୋକେ। କାରଣ ନଦୀରେ ସାମାନ୍ୟ ବନ୍ୟା ଜଳ ଆସିଲେ ଜଳବନ୍ଦୀ ହୋଇପଡ଼ନ୍ତି ମଥୁରାପୁର, ମୁକୁନ୍ଦପୁର ସହ ପାଖ ଆଖ ୧୩ଟି […]

  • Tuesday, 20 July 2021