ମୁମ୍ବାଇ: ଚଳନ୍ତା ଟ୍ରେନ୍ରୁ ଖସି ଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍କୁ ପଛୁଆ ଚଲାଇଲେ ଟ୍ରେନ୍ର ଲୋକୋ ପାଇଲଟ୍। ମହାରାଷ୍ଟ୍ରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ମହାରାଷ୍ଟ୍ରର ଭୁସାୱଲ୍ ଡିଭିଜନ୍ର ପାଚୋରା ଓ ମାହେଜୀ ରେଲ୍ୱେ ଷ୍ଟେସନ୍ ମଧ୍ୟରେ ଏକ ଚଳନ୍ତା ଟ୍ରେନ୍ରୁ ଜଣେ ଯାତ୍ରୀ ଖସି ପଡ଼ିଥିଲେ। ଟ୍ରେନ୍ର ଗାର୍ଡ ଏହା ଦେଖିବା ପରେ ଲୋକୋ ପାଇଲଟ୍ଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଏହାପରେ ଟ୍ରେନ୍ରୁ ଖସି ଅଚେତ ହୋଇପଡ଼ିଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ୍ […]
ଭୁବନେଶ୍ୱର/ନୂଆଦିଲ୍ଲୀ: ଦିନକୁ ଦିନ ଘାତକ ହେଉଥିବା ମାରାତ୍ମକ ‘କରୋନା’ ଭାଇରସ୍ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ‘କରୋନା’ ଭାଇରସ୍ ଆକ୍ରାନ୍ତ ସନ୍ଦେହରେ ବର୍ତ୍ତମାନ ସୁଦ୍ଧା ୪୨ଜଣଙ୍କୁ ନିରୀକ୍ଷଣ କରାଯାଉଛି। ଏମାନେ ସମସ୍ତେ ‘କରୋନା’ ଭାଇରସ୍ ଦ୍ୱାରା ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ଆସିଛନ୍ତି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଏଥିସହ ‘କରୋନା’ ଭାଇରସ୍ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ହେଲ୍ପ୍ଲାଇନ୍ […]
ବ୍ୟାଙ୍ଗ୍କକ୍: ଥାଇଲାଣ୍ଡର ଏକ ସପିଂ ମଲ୍ରେ ଜଣେ ବନ୍ଧୁକଧାରୀ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ରବିବାର ଦିନ କୋରାଟ ସହରରେ ଏହି ଗୁଳିକାଣ୍ଡ ଘଟିଛି। ସୂଚନା ଅନୁସାରେ, ଯବାନ ଜଣକ ପ୍ରଥମେ ସେନାର ଏକ ଭ୍ୟାନ୍ ଓ ମେସିନ ଗନ୍ ଚୋରି କରି ନେଇଥିଲା। ଏହାପରେ ନିଜ ପାଖରେ ଥିବା ଅନ୍ୟ ଏକ ମେସିନ ଗନ୍ରୁ ଟର୍ମିନାଲ୍ ୨୧ ସପିଂ […]
ବେଙ୍ଗାଲୁରୁ: ଅନେକ କାରଣରୁ ବାହାଘର ଭାଙ୍ଗି ଯାଇଥାଏ। ପୂର୍ବର ପ୍ରେମସମ୍ପର୍କ, ଯୌତୁକ ଏମିତିକି ବେନାମୀ ଚିଠି ଯୋଗୁ ବି ବେଳେବେଳ ବାହାଘର ବାହାଘର ଭାଙ୍ଗି ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି ସାମାନ୍ୟ ଶାଢ଼ୀ ପାଇଁ ବିବାହ ଭାଙ୍ଗିଯିବା ? କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? ଯେ କେହିବି ଏହା ଶୁଣିବେ ଆଶ୍ଚର୍ଯ୍ୟ ତ ନିଶ୍ଚୟ ଲାଗିବ। ହେଲେ ଘଟଣାଟି ସତ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ବରର ମାତା-ପିତାଙ୍କୁ କନ୍ୟା(ଦୁଲ୍ହନ)ର […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ତେବେ ଏହାର ଦିନକ ପୂର୍ବରୁ ଅର୍ଥାତ୍ ଗତକାଲି ଉତ୍ତର-ପଶ୍ଚିମ ଦିଲ୍ଲୀରେ ଜଣେ ମହିଳା ପୁଲିସ୍ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ୩୦ ମିନିଟ୍ରେ ଏହି ଘଟଣା ଘଟିଛି। ଏସ୍ଆଇ ପ୍ରୀତି ଅହଲାୱତ୍(୨୬) ଗତକାଲି ରାତିରେ ଡ୍ୟୁଟି ସାରି ମେଟ୍ରୋରେ ଘରକୁ ଫେରୁଥିଲେ। ଷ୍ଟେସନରେ ଓହ୍ଲାଇବା ପରେ ଚାଲି ଚାଲି ରୋହିଣୀ ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ଫେରୁଥିଲେ। ଏହି […]
ନୂଆଦିଲ୍ଲୀ: ବିଳମ୍ବିତ ରାତିରେ ଡାଉନ୍ ହେଲା ସୋସିଆଲ୍ ନେଟ୍ୱର୍କିଂ ସର୍ଭିସ୍ ଟ୍ୱିଟର୍। ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ ମିନିଟ ଧରି ଟ୍ୱିଟର୍ ଡାଉନ୍ ହୋଇ ଯିବାରୁ ଅର୍ଥାତ୍ କୌଣସି ଟ୍ୱିଟ୍ ନ ହୋଇପାରିବାରୁ ବିଶ୍ୱବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ୟୁଜର୍ସମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଟ୍ୱିଟର୍ ପକ୍ଷରୁ ୟୁଜର୍ସମାନଙ୍କୁ କ୍ଷମା ମାଗିବା ସହ ବୈଷୟିକ ତ୍ରୁଟି ଯୋଗୁ ଅଚଳ ହୋଇଥିବା ସୂଚନା ଦିଆଯାଇଥିଲା। ପରେ ଏହି ସମସ୍ୟାର ସମାଧାନ କରାଯାଇଥିଲା। […]
ବେଜିଂ: ଚୀନରେ କରୋନା ଭାଇରସ୍ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଶୁକ୍ରବାର ଦିନ ଡାକ୍ତର ଲି ୱେନ୍ଲିଆଙ୍ଗ୍ଙ୍କ ମୃତ୍ୟୁ ଘଟିଛି। ଚୀନର ସରକାରୀ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କରୋନା ଭାଇରସ୍ର କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନ୍ ସହରରେ ଏକ ହସ୍ପିଟାଲ୍ରେ ଲି ୱେନ୍ଲିଆଙ୍ଗ୍ ଜଣେ ophthalmologist ଭାବେ କାର୍ଯ୍ୟ କରୁଥିଲେ। ଗତ ବର୍ଷ ଡିସେମ୍ବରରେ ଯେତେବେଳେ […]
ବାରିପଦା: ମଦ ପିଇ ରାସ୍ତାକଡ଼ ଦୋକାନରେ ଗଡ଼ୁଥିବା ଜଣେ ଏସ୍ଆଇଙ୍କ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବାପରେ ସମ୍ପୃକ୍ତ ପୁଲିସ୍ ବାବୁଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ ଏସ୍ପି। ସୂଚନା ଅନୁଯାୟୀ, ବେତନଟୀ ଥାନାର ଏସ୍ଆଇ ସଚ୍ଚିଦାନନ୍ଦ କିଶାନ ଗତକାଲି ଥାନା ଛକ ନିକଟ ଏକ ଦୋକାନ ଆଗରେ ନିଶାସକ୍ତ ଅବସ୍ଥାରେ ଗଡ଼ୁଥିଲେ। ଏନେଇ ଲୋକେ ପ୍ରତିବାଦ କରିବା ସହ ଏସ୍ଆଇଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଏନେଇ ସ୍ଥାନୀୟ ଲୋକେ ଉଚ୍ଚ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ […]
ଚେନ୍ନାଇ: ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପାୱାର୍ଫୁଲ୍ ଫାଇନାନ୍ସରଙ୍କ ଘରେ ଆୟକର ବିଭାଗ ଚଢ଼ଉ ବେଳେ ୬୫ କୋଟି ଟଙ୍କା ଠାବ କରିଥିବା ସୂଚନା ମିଳିଛି। ଟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ଅଧିକାରୀ ଏଜିଏସ୍ ସିନେମା ଓ ଫିଲ୍ମ ଫାଇନାନ୍ସର ଅନ୍ବୁ ଚେଲିୟାନ୍ଙ୍କ ମଦୁରାଇ ସ୍ଥିତ ଘରେ ଏହି ରେଡ୍ କରିଛନ୍ତି। ରେଡ୍ ପରେ ଏହି ଘଟଣାରେ ତାମିଲ୍ ଅଭିନେତା ବିଜୟଙ୍କ ସମ୍ପୃକ୍ତି ନେଇ ଆୟକର ଅଧିକାରୀ ତାଙ୍କୁ(ବିଜୟ) ପଚରାଉଚରା କରିବା ସହ ଅଭିନେତାଙ୍କ ଚେନ୍ନାଇ ସ୍ଥିତ […]
ଇସ୍ତାନବୁଲ୍: ତୁର୍କୀର ଇସ୍ତାନବୁଲ୍ ବିମାନବନ୍ଦରରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଅବତରଣ(ଲ୍ୟାଣ୍ଡିଂ) ବେଳେ ରନ୍ୱେରୁ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଏଥିରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପେଗାସସ୍ ଏୟାରଲାଇନ୍ସର ଏକ ବିମାନ ବୁଧବାର ଦିନ ଇସ୍ତାନବୁଲ୍ ବିମାନବନ୍ଦରରେ ଅବତରଣ ବେଳେ ରନ୍ୱେରୁ ଖସି ଯାଇଥିଲା। ଏହାପରେ ତତ୍କ୍ଷଣାତ ବିମାନରେ ନିଆଁ ଲାଗିବା ସହ ଏହା ୩ ଫାଳ ହୋଇଯାଇଥିଲା। ଦୁର୍ଘଟଣାରେ ୩ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୭୯ଜଣ […]
ଓ୍ୱାଶିଂଟନ: ଆମେରିକା ସଂସଦର ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣର କାଗଜକୁ ଚିରି ଦେଇଛନ୍ତି। ଟ୍ରମ୍ପ ସଂସଦକୁ ନିଜ କାର୍ଯ୍ୟକାଳ ବାବଦରେ ଉଦ୍ବୋଧନ ଦେଇ ତାଳି ମାରୁଥିବାବେଳେ ପଛରେ ବାଚସ୍ପତି ଆସନରେ ବସିଥିବା ନାନ୍ସି ପେଲୋସି, ଟ୍ରମ୍ପଙ୍କ ଭାଷଣ କାଗଜକୁ ଚିରି ଦେଇଥିଲେ। ବାଚସ୍ପତି ପେଲୋସି ତାଙ୍କ ଅଭିଭାଷଣ କାଗଜ ଚିରିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ତାହା ଦେଖିପାରି ନ ଥିଲେ। #WATCH US House Speaker Nancy Pelosi tore a copy […]
ନୂଆଦିଲ୍ଲୀ: ଆପଣ କେବେ ବିଶ୍ୱାସ କରିପାରିବେ କି କୋଟି କୋଟି ଟଙ୍କା ଦରମା ପାଉଥିବା ବ୍ୟକ୍ତି ସାମାନ୍ୟ ସ୍ୟାଣ୍ଡ୍ୱିଚ୍ ଚୋରି କରିପାରିବ ବୋଲି ? ଆଉ ଏଥିପାଇଁ ଚାକିରିରୁ ମଧ୍ୟ ନିଲମ୍ବନ ହେବାକୁ ପଡ଼ିବ। କଥାଟା ଶୁଣିକି ଅଜବ ଲାଗୁଥିଲେ ବି ଘଟଣାଟି ସତ। ଏମିତି ଏକ ଘଟଣା ଘଟିଛି ବ୍ୟାଙ୍କ୍ରେ ଏକ ଉଚ୍ଚ ପଦବୀରେ ଥିବା କର୍ମଚାରୀଙ୍କ ସହ। ଯିଏକି ୯ କୋଟିରୁ ଅଧିକ ଟଙ୍କାର ଦରମା ପାଉଥିଲେ। ଏକ ବ୍ୟାଙ୍କରେ ଉଚ୍ଚ ପଦବୀରେ ଥିବା […]
ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦେବା ପାଇଁ କେନ୍ଦ୍ର ସରକାର କରିଥିବା ମିଳିତ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ରବିବାର ଦିନ ଏହି ଆବେଦନର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟା ଶେଷ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଆଗାମୀ ଦିନରେ ୪ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ଅଲଗା […]
ନୂଆଦିଲ୍ଲୀ: ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ହେବ ଭୁଟାନ ଯାତ୍ରା। ଏଣିକି ଭୁଟାନ ଗଲେ ଭାରତୀୟ ପର୍ଯ୍ୟଟକଙ୍କୁ ପ୍ରତିଦିନ ୧୨୦୦ ଟଙ୍କା ଦେବାକୁ ପଡ଼ିବ। ଏନେଇ ଭୁଟାନର ନିମ୍ନ ସଦନରେ ଏକ ବିଧେୟକ ପାରିତ ହୋଇଛି। ଚଳିତ ବର୍ଷ ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ମାଳଦ୍ୱୀପ ପର୍ଯ୍ୟଟକ ମଧ୍ୟ ପ୍ରତିଦିନ ୧୨୦୦ ଟଙ୍କା ଦେବେ। ଭାରତୀୟ ପର୍ଯ୍ୟଟକ ଭୁଟାନ ଭ୍ରମଣ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ଦେଖି ଏପରି […]
ନୂଆଦିଲ୍ଲୀ: ଆଜିକାଲି ସବୁ ମୋବାଇଲ୍ ନେଟ୍ୱର୍କ ଏହାର ଗ୍ରାହକଙ୍କୁ କମ୍ ମୂଲ୍ୟରେ ଅଧିକ ଫାଇଦା ଦେଉଥିବା ଦେଖିବାକୁ ମିଳୁଛି। ଏୟାରଟେଲ୍ ମଧ୍ୟ ଏହାର ଗ୍ରାହକଙ୍କ ପାଇଁ ଏବେ ଏମିତି ଏକ ଫାଇଦା ଆଣିଛି, ଯେଉଁଥିରେ କମ୍ ମୂଲ୍ୟରେ ଆପଣଙ୍କୁ ଅଧିକ ଫାଇଦା ମିଳିପାରିବ। ଏୟାର୍ଟେଲ୍ର ୨୧୯ ଟଙ୍କାର ପ୍ଲାନ୍ ରିଚାର୍ଜ କଲେ ଆପଣ ଯେକୌଣସି ନେଟ୍ୱର୍କକୁ ଅନ୍ଲିମିଟେଡ୍ କଲ୍ କରିପାରିବେ। ଏହାସହ ଆହୁରି ଅନେକ ସୁବିଧା ମଧ୍ୟ ମିଳିବ ଏହି ପ୍ଲାନ୍ରେ। ତା’ହେଲେ ଆସନ୍ତୁ ଜାଣିବା ଏୟାର୍ଟେଲ୍ର […]
ନୂଆଦିଲ୍ଲୀ: ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ବର୍ତ୍ତମାନ ସୁଦ୍ଧା ୫୦୦ ଜଣଙ୍କ ଜୀବନ ନେଇ ସାରିଲାଣି। କିଛି ଆକ୍ରାନ୍ତ ହସ୍ପିଟାଲ୍ରେ ଜୀବନ ମରଣ ସହ ସଂଘର୍ଷ କରୁଥିବାବେଳେ ଆଉ କିଛି ଲୋକ ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେଉଛନ୍ତି। ଏହି ଭାଇରସ୍ରୁ କେମିତି ମୁକ୍ତି ପାଇବେ ସେନେଇ ବର୍ତ୍ତମାନ ସୁଦ୍ଧା କୌଣସି ଦେଶ ଔଷଧ ଖୋଜି ପାଇପାରି ନାହିଁ। ଏସବୁ ଭିତରେ ଚୀନର ହୁଆନ୍ରେ ରହୁଥିବା କୋନ୍ନର୍ ରିଡ୍ ନାମକ ଜଣେ ଯୁବକ ଦାବି […]
ଗୌହାଟୀ: ନଦୀରେ ଲାଗିଲା ନିଆଁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଆସାମର ଦିବ୍ରୁଗଡ଼ରେ ଥିବା ବୁର୍ହି ଧିଂ ନଦୀରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ସାଶୋନୀ ଗାଁ ଦେଇ ଯାଇଥିବା ଦିଘୋଲିବିଲ୍ ସ୍ଥିତ ବୁର୍ହି ଧିଂ ନଦୀରେ ଏହି ନିଆଁ ଲାଗିଛି। ଅଏଲ୍ ପାଇପ୍ ଲାଇନ୍ରେ ବିସ୍ଫୋରଣ ହେବା ଫଳରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଲିଆଜନ୍ରେ ଥିବା ଅଏଲ୍ ଇଣ୍ଡିଆ ଲିମିଟେଡ୍ର […]
ନୂଆଦିଲ୍ଲୀ: ୩୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଥିବା କରୋନା ଭାଇରସ୍ ନିଜର ପ୍ରଭାବ ବିସ୍ତାର କରୁଥିବା କାରଣରୁ ଆଜି ଭାରତ, ଚୀନ ନାଗରିକଙ୍କ ଇ-ଭିସା ବାତିଲ୍ କରିଛି। ବର୍ତ୍ତମାନର ପରିସ୍ଥିତି ଦେଖି ଅସ୍ଥାୟୀ ଭାବେ ଏଭଳି ବାତିଲ କରାଯାଇଛି। ଏହି ଭାଇରସ୍ ବର୍ତ୍ତମାନ ୧୪,୫୬୨ ଲୋକଙ୍କୁ ଆକ୍ରାନ୍ତ କରି ସାରିଲାଣି। ଭାରତ, ଆମେରିକା ଏବଂ ବ୍ରିଟେନ୍ ସମେତ ୨୫ଟି ଦେଶରେ ଏହି ଭାଇରସ୍ର ଉପସ୍ଥିତି ଠାବ କରାଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏହି ବିଷୟରେ ସୂଚନା […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ଲାଲ୍ ଚୌକ୍ରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ CRPF ଯବାନ ଥିବାବେଳେ ୨ ଜଣ ସାଧାରଣ ନାଗରିକ ଅଛନ୍ତି। ଆଜି ଅପରାହ୍ଣରେ ଆତଙ୍କବାଦୀମାନେ ଏହି ଗ୍ରେନେଡ୍ ମାଡ଼ କରିଛନ୍ତି। କିଛି ସିଆର୍ପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ପ୍ରତାପ ପାର୍କ ନିକଟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ଫଳରେ ବିସ୍ଫୋରଣ ଘଟି ୨ ଜଣ CRPF […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିଶ୍ୱ ହିନ୍ଦୁ ମହାସଭାର ନେତା ରଞ୍ଜିତ ବଚ୍ଚନଙ୍କୁ ହତ୍ୟା କରାଯାଇଛିି। ହଜରତଗଞ୍ଜ ଅଞ୍ଚଳରେ ମର୍ଣ୍ଣିଂ ଓ୍ୱାକ୍ରେ ଯାଇଥିବାବେଳେ କିଛି ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କୁ ପାଖରୁ ଗୁଳି କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସେହି ସମୟରେ ରଞ୍ଜିତଙ୍କ ସହ ଆଉ ଜଣେ ବ୍ୟକ୍ତି ଥିଲେ। ସେ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ମୋବାଇଲ୍ ଛଡ଼ାଇ […]
ମୁମ୍ବାଇ: ନୂଆ ମୋଟର ଯାନ(ସଂଶୋଧିତ) ଆଇନ୍ ଲାଗୁ ହେବାପରେ ସାରା ଦେଶରେ ଟ୍ରାଫିକ୍ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଯେଉଁମାନେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ନିକଟରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ ହେଉଛି। ଏମିତିରେ ଆପଣମାନେ ଦେଖିଥିବେ, ଟ୍ରାଫିକ୍ ସିଗ୍ନାଲ୍ ରେଡ୍ ଥିଲେ ମଧ୍ୟ କିଛି ଲୋକ ବିନା କାରଣରେ ବାରମ୍ବାର ହର୍ଣ୍ଣ ବଜାଇ ଶବ୍ଦ ପ୍ରଦୂଷଣ କରିଥାନ୍ତି। ଏଭଳି ଲୋକମାନଙ୍କୁ ଉଚିତ୍ ଶିକ୍ଷା ତଥା ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ମୁମ୍ବାଇ ପୁଲିସ୍ […]
ଥିରୁଭନନ୍ତପୁରମ: କେରଳରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର କିଛି ଦିନ ନ ପୂରୁଣୁ ପୁଣି ଆଉ ଜଣେ ବ୍ୟକ୍ତି ଏହି ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। କେରଳର ଆଉ ଜଣେ ବ୍ୟକ୍ତିଙ୍କର କରୋନା ଭାଇରସ୍ ପଜିଟିଭ୍ ବାହାରିଛି। ଏହାପରେ ଆକ୍ରାନ୍ତଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସେ ଜାନୁଆରୀ ୨୪ରେ ଚୀନରୁ ଭାରତକୁ ଫେରିଥିଲେ। କରୋନା ଭାଇରସ୍ ଦିନକୁ ଦିନ ଭୟାବହ ରୂପ […]
ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ରେ ସୁଧାର ଆଣିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଜାବ ଏଣ୍ଡ୍ ମହାରାଷ୍ଟ୍ର ବ୍ୟାଙ୍କ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ବ୍ୟାଙ୍କ୍ ଠକେଇକୁ ନେଇ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ଯଦି କୌଣସି ବ୍ୟାଙ୍କ୍ ଆର୍ଥିକ ସଂକଟରେ ପଡ଼ିଯାଏ, ତେବେ ସମ୍ପୃକ୍ତ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତିଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ବ୍ୟାଙ୍କ୍ ଜମାକାରୀଙ୍କ ଆକାଉଣ୍ଟ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ୨୦୨୦-୨୧ ବର୍ଷ ପାଇଁ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଶିଥିଳ ଅର୍ଥନୀତିକୁ ପ୍ରଗତିଶୀଳ କରିବା ଲାଗି କେଉଁ କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଅର୍ଥମନ୍ତ୍ରୀ ଏବେ ତା’ ଉପରେ ସମସ୍ତଙ୍କ ନଜର। ଏହାସହ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଷ୍ଟ୍ରାଟେଜି କ’ଣ ରହିଛି, ଅର୍ଥନୀତିକୁ ବିକାଶ ରାସ୍ତାରେ ଫେରାଇ ଆଣିବା ଲାଗି କେଉଁ କେଉଁ କ୍ଷେତ୍ରକୁ ଫୋକସ୍ରେ ରଖିଛନ୍ତି ଅର୍ଥମନ୍ତ୍ରୀ, ଆଜି ବଜେଟ୍ ଉପସ୍ଥାପନ ହେବା ପରେ ଏସବୁ କିଛି ସ୍ପଷ୍ଟ […]
ଶ୍ରୀନଗର: ଜମ୍ମୁର ନଗରୋଟା ସ୍ଥିତ ଜମ୍ମୁ-ଶ୍ରୀନଗର ନ୍ୟାସ୍ନାଲ୍ ହାଇୱେରେ ଥିବା ଏକ ଟୋଲ୍ ପ୍ଲାଜା ନିକଟରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଜି ସକାଳେ ଏହି ଗୁଳି ବିନିମୟ ହୋଇଥିଲା। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଏକ ଟ୍ରକ୍ରେ ଆତଙ୍କବାଦୀମାନେ ଯାଉଥିବା ବେଳେ ପୁଲିସ୍ ଟିମ୍ ଚେକିଂ ପାଇଁ ଗାଡ଼ିକୁ ଅଟକାଇଥିଲେ। ଏହି ଆତଙ୍କବାଦୀମାନେ ପୁଲିସ୍ […]