ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ୨୫ ଛୁଇଁଛି। ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬୭ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କେରଳରେ ୧୮୨ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଅହମଦାବାଦରେ ଜଣେ ୪୫ ବର୍ଷ ବୟସ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଭାଇରସରେ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୫ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୬୭ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ ୮୬ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ମହାରାଷ୍ଟ୍ରରେ ୧୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ […]
ଚେନ୍ନାଇ: ମହାମାରୀ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଚେନ୍ନାଇର ଜଣେ ପୁଲିସ ଅଧିକାରୀ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଜଣେ ସ୍ଥାନୀୟ କଳାକାରଙ୍କ ସହଯୋଗରେ ପୁଲିସ ଅଧିକାରୀ ଜଣଙ୍କ ଏକ ହେଲମେଟ ତିଆରି କରିଛନ୍ତି। ଏହି ହେଲମେଟର ନାଁ ସେ “କରୋନା ହେଲମେଟ” ରଖିଛନ୍ତି। ଦେଶରେ ଯେପରି କରୋନା ଭାଇରସ ସଂକ୍ରମଣ ନ ବ୍ୟାପେ ଓ ଏହାର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ 21 ଦିନ ପାଇଁ ଲକଡାଉନ […]
ୱାଶିଂଟନ: କରୋନା ଆକ୍ରାନ୍ତରେ ଆମେରିକାର ଇଲିନୋଇସରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶିଶୁର ମୃତ୍ୟୁକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗଭର୍ଣ୍ଣର JB Pritzker କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ସହ ଜଡିତ ନୂଆ ଘଟଣା ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛନ୍ତି। ଚିକାଗୋରେ ମୃତ୍ୟୁବରଣ କରିଥିବା ଏହି ଶିଶୁଟିର ବୟସ ଏକ ବର୍ଷରୁ କମ୍ ଥିଲା। ଶିଶୁଟିର ଶରୀରରେ କରୋନା ଭୁତାଣୁ ଥିବା ସ୍ୱାସ୍ଥ୍ୟଗତ ଯାଞ୍ଚ ପରେ ଜଣାପଡ଼ିଥିଲା […]
ନୂଆଦିଲ୍ଲୀ: କରୋନା ପାଇଁ ୧୫ ଶହ କୋଟି ଟଙ୍କା ଦେବ ଟାଟା। ଟାଟା ଟ୍ରଷ୍ଟ ପକ୍ଷରୁ ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ଟାଟା ସନ୍ସ ପକ୍ଷରୁ ଆଉ ହଜାରେ କୋଟି ଟଙ୍କା ଦେବାର ଘୋଷଣା କରାଯାଇଛି। କରୋନା ମୁକାବିଲା ଲାଗି ଭାରତର ବିଶିଷ୍ଟ ଶିଳ୍ପପତି ତଥା ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ନିଜ କମ୍ପାନୀର ସହଯୋଗ ବାବଦରେ ଘୋଷଣା କରିଛନ୍ତି। ଏହି ଟଙ୍କା କେଉଁ କ୍ଷେତ୍ରରେ ବିନିଯୋଗ ହେବ ରତନ ଟାଟା […]
ଲକ୍ଷ୍ମୌ: କରୋନା ଭାଇରସ ସଂକ୍ରମଣ ରୋକିବାକୁ ସାରା ଦେଶରେ ଏବେ ୨୧ ଦିନିଆ ଲକ୍ଡାଉନ୍ ପାଳନ ହେଉଛି। ଏହି ସମୟରେ ଅନେକ ଛୋଟ ବଡ଼ ଶିଳ୍ପ ବନ୍ଦ ରହିଥିବାରୁ ଦିନ ମଜୁରିଆ, ଶ୍ରମିକ ଚାକିରି ହରାଇଛନ୍ତି। ପରିବହନ ସେବା ବନ୍ଦ ଥିବାରୁ ଅନେକ ଶ୍ରମିକ ଚାଲି ଚାଲି ଶହ ଶହ କିଲୋମିଟର ଦୂରରେ ଥିବା ତାଙ୍କ ଘରକୁ ଯାଉଛନ୍ତି। ଏଭଳି ସ୍ଥିତି ଦେଖିବା ପରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପରିବହନ କଥା ନିଜେ ବୁଝିଛନ୍ତି ଉତ୍ତର […]
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ଶ୍ରମିକ ଏଠାରେ ଏକାଠି ହୋଇଛନ୍ତି । ଦେଶରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ହଜାର ହଜାର ଲୋକେ ଫସି ରହିଛନ୍ତି। ତେବେ ଏନସିଆର ଅଞ୍ଚଳରେ ପୂର୍ବରୁ ଫସି ରହିଥିବା ବହୁ ସଂଖ୍ୟାରେ ଶ୍ରମିକଙ୍କୁ ଉତ୍ତର ପ୍ରଦେଶ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୮୧୯ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ 79 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। କେରଳ ଓ ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ କରୋନା ଭାଇରସ ପ୍ରକୋପ ବଢି ବଢି ଚାଲିଛି। ବିଶେଷକରି […]
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ଲାଗି ଦେଶବାସୀ ଏବେ ଏକାଠି ହୋଇଛନ୍ତି। ଏହି ମହାମାରୀ ପାଇଁ ଅନେକ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାଏ ସମସ୍ତେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସେମାନଙ୍କର ଦରମା ଦାନ କରୁଛନ୍ତି ତ ଆଉ କିଏ ଅତି ଜରୁରୀ ଜିନିଷ ସବୁ ଦାନ କରୁଛନ୍ତି। ଏସବୁ ଭିତରେ ବିଜେପି ଏକ ବଡ଼ ଘୋଷଣା କରିଛି। କରୋନା ମୁକାବିଲା ଲାଗି ବିଜେପିର ସମସ୍ତ ସାଂସଦ ଓ ବିଧାୟକମାନେ ସେମାନଙ୍କର ମାସକର […]
ଅମୃତସର: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେନେଇ ସାରା ଦେଶକୁ ଏବେ ଲକ୍ଡାଉନ୍ କରାଯାଇଛି। ଏହାରି ଭିତରେ ଜଣେ ୭୦ ବର୍ଷୀୟ ବାବାଙ୍କର ମୃତ୍ୟୁ ଘଟିଛି। କରୋନାରେ ସଂକ୍ରମିତ ଥିବାରୁ ସମ୍ପୃକ୍ତ ବାବାଙ୍କ ମୃତ୍ୟୁ ଘଟିଛି। ସେ ନିକଟରେ ଇଟାଲୀ ଏବଂ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ। ସୂଚନା ଅନୁସାରେ, ବିଦେଶରୁ ଫେରିଥିଲେ ମଧ୍ୟ ସେ ସେଲ୍ଫ କ୍ୱାରେଣ୍ଟାଇନରେ ନ ରହି ଏକ ପର୍ବରେ ସାମିଲ୍ ହୋଇଥିଲେ। ଯେଉଁଥିରେ ତାଙ୍କ ସହିତ ସାମିଲ୍ […]
ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରୁ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ଏମାନଙ୍କ ନିକଟରୁ ପିସ୍ତଲ ସହିତ ହାତ ବୋମା ଏବଂ ଗୋଳା ବାରୁଦ ଜବତ କରିଛି ପୁଲିସ। ଗିରଫ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲେ ବୋଲି ଜଣାପଡ଼ିଛି। ବାରମୁଲାରେ ଏହି ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ରହିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଖବର ପାଇ, ପୁଲିସ ପ୍ରଥମେ ସର୍ଚ୍ଚ ଅପେରସନ କରିଥିଲା ଓ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ପ୍ରଥମେ ଅଟକ ରଖି […]
ନୂଆଦିଲ୍ଲୀ: କରୋନା ପାଇଁ ସ୍ଥଗିତ ହେଲା NEET ପରୀକ୍ଷା।ସାରାଦେଶରେ ମହାମାରୀ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି National Eligibility cum Entrance Test- UnderGraduate (NEET UG) 2020 ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ National Testing Agency (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’3 ରେ ପରୀକ୍ଷା ହୋଇଥାନ୍ତା ଓ ଏଥିପାଇଁ ଆଜି ଆଡମିଟ କାର୍ଡ ମଧ୍ୟ ମିଳିଥାନ୍ତା। ତେବେ କରୋନାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ […]
ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ- ସବୁଠୁ ଚର୍ଚ୍ଚାରେ ଥିବା କରୋନା ଭାଇରସ ଦେଖିବାକୁ କେମିତି ? ଯାହାକୁ ନେଇ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି। ଏସବୁ ଭିତରେ କରୋନାର ଫଟୋ ଏବେ ସାମ୍ନାକୁ ଆସିଛି। ଭାରତର ପ୍ରଥମ କରୋନା ଆକ୍ରାନ୍ତଙ୍କ ଗଳାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍ରୁ ମାଇକ୍ରୋସ୍କୋପ୍ ଜରିଆରେ ବର୍ତ୍ତମାନ ଏହାର ଫଟୋ ଉଠାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଭାଇରସ୍ର ପ୍ରକୃତ ନାମ Severe acute respiratory syndrome coronavirus 2 […]
ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ପ୍ରଥମେ ଚୀନର ଉହାନ ସହରରେ ନିଜର କରାଳ ରୂପ ଦେଖାଇଥିବା ଏହି ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି। ସାରା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ପହଞ୍ଚିଛି। ଏହାସହ ୨୪ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ,ଭାରତରେ ବର୍ତ୍ତମାନ ସୁଦ୍ଧା 17ଜଣଙ୍କ ମୃତ୍ୟୁ ଘଟିଛି। 640 ଜଣଙ୍କଠାରେ ବର୍ତ୍ତମାନ କରୋନା […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୧୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଗତକାଲି ଗୋଟିଏ ଦିନରେ ୪ ଜଣ ପ୍ରାଣ ହରାଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, 640 ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍ ରହିଥିବାବେଳେ 67 ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ […]
ଲଣ୍ଡନ: ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପରେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଖୋଦ ବୋରିସ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ମୋ ଶରୀରରେ କିଛି ଫ୍ଲୁ ଜନିତ ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା କରିବା ପରେ ମୁଁ କରୋନାରେ ସଂକ୍ରମିତ ଥିବା ସୂଚନା ମିଳିଛି। ବର୍ତ୍ତମାନ ମୁଁ ସେଲଫ ଆଇସୋଲେସନରେ ରହିଛି। କିନ୍ତୁ ମୁଁ […]
ଥ୍ରୀସୁର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି କାରଣରୁ ଅଧିକାଂଶ ରାଜ୍ୟରେ ମଦ ଦୋକାନକୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମୁ ଥିବାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଛି। ଏହି କାରଣରୁ ମଦ ଦୋକାନ ଗୁଡ଼ିକୁ ବନ୍ଦ ରହିଛି। ଏହି କ୍ରମରେ କେରଳରେ ମଧ୍ୟ କିଛି ମଦ ଦୋକାନ ବନ୍ଦ ରହିଛି। ହେଲେ ମଦ ଦୋକାନ ବନ୍ଦ ହେବାରୁ ଏଠାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି […]
ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆଜି Directorate General of Civil Aviation(DGCA) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ସମସ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା ହୋଇଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, ଭାରତ ସରକାର ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଲାଗୁ କରିଥିବା ଅନ୍ତର୍ଜାତୀୟ ବିମାନ […]
ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱସ୍ତରର ସ୍ଥିତିକୁ ଦେଖି ଜି୨୦ ରାଷ୍ଟ୍ର ସମୂହ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିକୁ ଏହି ରାଷ୍ଟ୍ର ଗୁଡ଼ିକ ୫ ଟ୍ରିଲିଅନ୍ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥ କରୋନା କାରଣରୁ ଉପୁଜିବାକୁ ଥିବା ସାମାଜିକ, ଅର୍ଥନୀତିକ ଏବଂ ଆର୍ଥିକ ସମସ୍ୟାର ମୁକାବିଲାରେ ସହାୟକ ହେବ। ଏହା ପୂର୍ବରୁ ବର୍ତ୍ତମାନ ଜି୨୦ ନେତୃତ୍ୱ ନେଉଥିବା ସାଉଦି ଆରବ ପକ୍ଷରୁ ଜି୨୦ ରାଷ୍ଟ୍ରଙ୍କୁ ଆହ୍ୱାନ କରାଯାଇଥିଲା। ଭିଡିଓ କନ୍ଫରେନ୍ସିଂ ଜରିଆରେ […]
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରିଥିଲେ। ଏବେ ଏହାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି କଟକଣା Cargo […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ୧୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଆଜି ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ୬୩୩ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ୍ ରହିଥିବାବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱରେ ୨୧ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଇଟାଲୀରେ ୭ ହଜାରରୁ […]
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ସାରା ବିଶ୍ୱର ଲୋକମାନେ ଏବେ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି। ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କେହି କେହି ମାଳିକା ବର୍ଣ୍ଣିତ କଥା ସତ ହେଉଛି ବୋଲି କହୁଛନ୍ତି। ଖାଲି ମାଳିକା ନୁହେଁ, ଅନେକ ଲେଖକ ଏହି କରୋନା ଭାଇରସ୍ର […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ସରକାର ଆଜି ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ଠିକ୍ ଦିଗରେ ପ୍ରଥମ ପଦକ୍ଷେପ।” The Govt announcement today of a financial assistance package, is the first step in the right direction. India owes a debt to […]
ଅହମଦାବାଦ: କରୋନା ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରୀରୁ ୨୧ ଦିନ ପାଇଁ ସାରା ଦେଶ ଲକ୍ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଅନ୍ୟପକ୍ଷରେ, ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଛି। କମ୍ପାନୀ ଏବଂ ଛୋଟ ଛୋଟ ଶିଳ୍ପ ସଂସ୍ଥା ହଠାତ୍ ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। […]
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ଆକ୍ରମଣ କରିଛନ୍ତି। ସେଠାକାର ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭.୪୫ ମିନିଟ ସମୟରେ କାବୁଲର ଶୋର ବଜାରରେ ଥିବା ଏହି ଗୁରୁଦ୍ୱାର ଭିତରକୁ କିଛି […]