ଭୁବନେଶ୍ୱର: ଆଜି ସକାଳୁ ରାଜ୍ୟରେ ମେଘୁଆ ପାଗ ଥିବାବେଳେ ଅପରାହ୍ଣରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହୋଇଛି। ଆଜି ଦିନ ୧ଟା ୩୦ମିନିଟ ଯାଏ ଜଗତସିଂହପୁର, ରଘୁନାଥପୁର, ବିରିଡି, ବାଲିକୁଦା, ତିର୍ତ୍ତୋଲ ବ୍ଲକ, ନିଶ୍ଚିନ୍ତକୋଇଲି, କେନ୍ଦ୍ରାପଡ଼ା, କଟକ ସଦର, ସାଲେପୁର ବ୍ଲକବାସୀଙ୍କୁ ସତର୍କ ରହିବାକୁ ସତର୍କ ସୂଚନା ଜାରି କରାଯାଇଛି। ଏସଆରସି ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି। Thunderstorm & Lightning Alert for jagatsinghpur, Raghunathpur, Biridi, Balikuda and […]
ରାଇପୁର: ସୋଶାଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ନାଁ ଓ ଫଟୋ ଦେଇ ଫେକ ଆକାଉଣ୍ଟ କରି ଲୋକଙ୍କୁ ଭୂଆଁ ବୁଲାଉଥିଲେ। ଏପରିକି ଏହି ଫେକ ଫେସବୁକ ଆକାଉଣ୍ଟରେ ୧୦ ହଜାର ଫଲୋଅର୍ସ ଅଛନ୍ତି। ହେଲେ ଶେଷରେ ସମସ୍ତ ସାମ୍ନାକୁ ଯେଉଁ ସତ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଫେସବୁକରେ ସୁନ୍ଦରୀ ‘ନିଶା ଜିନ୍ଦଲ’ ନାଁରେ ଏହି ଆକାଉଣ୍ଟ ଖୋଲା ହୋଇଥିଲା। ଶେଷରେ ଜଣାପଡିଥିଲା ଯେ ସୁନ୍ଦରୀ ‘ନିଶା ଜିନ୍ଦଲ’ ଜଣେ ପୁରୁଷ। ଏହି ବ୍ୟକ୍ତି […]
ଲଣ୍ଡନ୍: ପଳାତକ ଘୋଷିତ ବିଜନେସ ଟାଇକୁନ ବିଜୟ ମାଲ୍ୟାଙ୍କର ପ୍ରତ୍ୟର୍ପଣ ଆଦେଶ ବିରୋଧୀ ଆବେଦନକୁ ସୋମବାର ବ୍ରିଟେନ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବ୍ୟବସାୟୀଙ୍କ ନାମରେ ୯ ହଜାର କୋଟି ଟଙ୍କାର ଠକେଇ ଏବଂ ଅର୍ଥ ହେରଫେର ବା ମନି ଲଣ୍ଡରିଂ ଆଦି ଅଭିଯୋଗ ରହିଛି। ଏହି ୬୪ ବର୍ଷୀୟ ପୂର୍ବତନ କିଙ୍ଗଫିସର ଏୟାରଲାଇନ୍ସ ମାଲିକ ଚଳିତ ବର୍ଷ ଫେବୃଆରୀରେ ପ୍ରତ୍ୟର୍ପଣ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ। ଟଙ୍କା ଠକେଇ ଏବଂ ମନି ଲଣ୍ଡରିଂ ଅଭିଯୋଗରେ ଭାରତରେ […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପା ଆନନ୍ଦ ସିଂ ବିଷ୍ଟଙ୍କ ଆଜି ପରଲୋକ ହୋଇଛି। ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାପାଙ୍କ ଦେହାନ୍ତ ହୋଇଥିଲେ ତାଙ୍କ ଅନ୍ତିମ ସଂସ୍କାରରେ ପୁଅ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ନାହିଁ। ରାଜ୍ୟବାସୀ କରୋନା ବିରୋଧରେ ଲଢ଼େଇ କରୁଥିବାରୁ ସେମାନଙ୍କୁ ସହଯୋଗ କରିବା ଓ ଲକଡାଉନ ନିୟମକୁ ପାଳନ କରିବା ପାଇଁ ଯୋଗୀ, […]
ୱାର୍ସ(ପୋଲାଣ୍ଡ): ଡିଭାଇଡରରେ ପିଟି ହୋଇ ପବନରେ ଉଡିଲା କାର ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏହି ଭୟାନକ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ରବିବାର ସନ୍ଧ୍ୟା ୬ଟା ସମୟରେ ପୋଲାଣ୍ଡରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ରାବିଏନ ଗାଁ ରାସ୍ତା ଦେଇ ଯାତ୍ରା କରୁଥିବା ଏହି କାରଟି ଏକ ଛକରେ ଥିବା ଡିଭାଇଡରରେ ପିଟି ହୋଇ ପବନରେ ଉଡିଥିଲା। ତେବେ କାରଟି ପୋପଙ୍କ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ୧୦ଟା ୪୪ମିନିଟ ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏନେଇ ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗୃହ) ସୂଚନା ଦେବା ସହ ଗଭୀର ସମବେଦନା ଜଣାଇଛନ୍ତି। CM Yogi Adityanath’s father left for his heavenly abode […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପେନସନ୍ କଟିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ପେନସନ୍ କଟିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ସୂଚନାଥାଉ କି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୨୦% ପେନସନ୍ କଟିବା ନେଇ ସରକାର ଯୋଜନା କରୁଥିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଯାହାର ପୂର୍ଣ୍ଣଚ୍ଛେଦ ପକାଇଛି ଅର୍ଥ ମନ୍ତ୍ରାଳୟ। ଏହା ମିଥ୍ୟା ଖବର ବୋଲି ଅର୍ଥ ମନ୍ତ୍ରାଳୟ […]
ଭୁବନେଶ୍ୱର: ବର୍ତ୍ତମାନର କରୋନା ସଙ୍କଟ ସମୟରେ ଓଡିଶାରେ ଲୋକଙ୍କୁ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସୁବିଧା ଦେବା ପାଇଁ ଜିଓ ଫାଇବର୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ୍ ହୋମ୍ କରୁଛନ୍ତି। ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍ଲାଇନ୍ ବା ଭର୍ଚୁଆଲ୍ କ୍ଲାସ୍ ଆରମ୍ଭ ହୋଇଛି। ଏସବୁ ସୁବିଧାରେ ହେବା ପାଇଁ ଆବଶ୍ୟକ ହେଉଛି ଇଣ୍ଟରନେଟ୍ ସଂଯୋଗ ଏବଂ ସୁଲଭ ମୋବାଇଲ୍ ଓ […]
କରାଚି(ପାକିସ୍ତାନ): ଦିନକୁ ଦିନ ସାରା ବିଶ୍ୱରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୪୯ ଦିନରେ ପାକିସ୍ତାନର ଏକ ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିବା ନେଇ ଏକ ବଡ଼ ଖୁଲାସା ହୋଇଛି। ସୂଚନା ଅନୁସାରେ, ଫେବୃଆରୀ ୨୦ରୁ ଏପ୍ରିଲ ୯ ଯାଏ ଅର୍ଥାତ ଏହି ୪୯ ଦିନରେ ପାକିସ୍ତାନର କରାଚିରେ ଥିବା ସମାଧିସ୍ଥଳରେ ୩,୨୬୫ ଶବ ପହଞ୍ଚିଥିଲା। ଗୁରୁବାର ଦିନ କରାଚି ପ୍ରଶାସନର ପରିସଂଖ୍ୟାନରୁ ଏଭଳି କିଛି ଖୁଲାସା ହୋଇଛି। ତେବେ ଏନେଇ ଅଫିସିଆଲି […]
ନୂଆଦିଲ୍ଲୀ: ଲକ୍ଡାଉନ୍ ପରେ zoom ଓ Google Duo ଭଳି ଭିଡ଼ିଓ କଲିଂ ଆପ ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଏହି ଆପ୍ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କଲିଂ ମାଧ୍ୟମରେ କଥାବାର୍ତ୍ତା ହୋଇପାରିବେ। ତେବେ ହ୍ୱାଟ୍ସଆପ (WhatsApp) ମଧ୍ୟ ଏହାର ଭିଡ଼ିଓ କଲିଂରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛି। WhatsApp ଏହାର Group ଭିଡ଼ିଓ କଲିଂରେ ଯେମିତି ଅଧିକରୁ ଅଧିକ ଲୋକ ଆଡ ହୋଇପାରିବେ ତା’ଉପରେ କାର୍ଯ୍ୟ କରୁଛି। ଏଠାରେ ଆମେ ଆପଣଙ୍କୁ […]
ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି। ହେଲେ ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଚଡି କୁମାରସ୍ୱାମୀ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ପୁଅ। ରାମନଗର ଠାରେ ଥିବା ଏକ ଫାର୍ମ ହାଉସରେ ଆଜି ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ବାହାଘର ବେଳେ ଦେବଗୌଡ଼ା ମଧ୍ୟ […]
ଚଣ୍ଡିଗଡ: ଇଣ୍ଡିଆନ ଏୟାର ଫୋର୍ସ(IAF)ର ଏକ Apache ହେଲିକପ୍ଟର ଆଜି ଅପରାହ୍ଣରେ ପଞ୍ଜାବର ହୋସିଆରପୁରରେ ଏକ ବିଲରେ ଏମରଜେନ୍ସି ଲାଣ୍ଡିଂ କରିଛି। ସୌଭାଗ୍ୟବଶତଃ ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ଏହି ହେଲିକପ୍ଟରଟି ପଠାନକୋଟ ଏୟାରବେସରୁ ଉଡାଣ ଭରି ଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟଙ୍କୁ ହୋସିଆରପୁରରେ ଥିବା ଏକ ବିଲରେ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଥିଲା। କଣ୍ଟ୍ରୋଲ ପ୍ୟାନେଲସରୁ ଆଲର୍ଟ ମିଳିବା ପରେ ହେଲିକପ୍ଟରଟି ଏମରଜେନ୍ସି ଲାଣ୍ଡିଂ କରିଥିଲା। […]
ନୂଆଦିଲ୍ଲୀ: ଜଣେ ଯୁବକ ଆତ୍ମହତ୍ୟା କରିବାକୁ ଯାଉଥିବାବେଳେ ଏହି ସମୟରେ ଦେବଦୂତ ସାଜି ଯୁବକଙ୍କ ଜୀବନ ବଞ୍ଚାଇଲେ ପୁଲିସକର୍ମୀ। ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ତିଲକ ନଗରରେ ରହୁଥିବା ଜଣେ ୩୦ ବର୍ଷୀୟ ଯୁବକ କୌଣସି କାରଣକୁ ନେଇ ୱେଷ୍ଟ ଏନକ୍ଲେଭ ନିକଟରେ ଥିବା ଏକ ଫ୍ଲାଏଓଭର ଉପରେ ଆତ୍ମହତ୍ୟା ପାଇଁ ପ୍ରୟାସ କରୁଥିଲେ। ଏହି ସମୟରେ ସେଇ ବାଟ ଦେଇ […]
କୋଟ୍ଟାୟମ: ଲକଡାଉନ ବେଳେ ଅସୁସ୍ଥ ପୁଅକୁ ଭେଟିବା ପାଇଁ କାରରେ ୨,୭୦୦ କି.ମି. ଯାତ୍ରା କଲେ ଜଣେ ୫୦ ବର୍ଷୀୟା ମହିଳା। ସମ୍ପୃକ୍ତ ମହିଳାଙ୍କ ପୁଅ ରାଜସ୍ଥାନର ଯୋଧପୁରରେ ବିଏସଏଫ ଅଧିକାରୀ ଅଛନ୍ତି। ତାଙ୍କ ନାଁ ଅରୁଣ କୁମାର(୨୯) । ଅରୁଣଙ୍କ ମା’ ଶୀଲାମ୍ମାଙ୍କ ସହ ତାଙ୍କର ବୋହୂ ଓ ଅନ୍ୟ ଜଣେ ସମ୍ପର୍କୀୟ ମଧ୍ୟ ଯାତ୍ରା କରିଥିଲେ। ୩ ଦିନ ଧରି ଯାତ୍ରା କରିବାପରେ ସେମାନେ ଯୋଧପୁରରେ ପହଞ୍ଚିଥିଲେ। ସୂଚନା ଅନୁସାରେ, ଅରୁଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ […]
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଗୁଡିକୁ ଏପ୍ରିଲ ୨୦ରୁ ସବୁ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିପାରେ ବୋଲି ସୂଚନା ମିଳିଛି। ଫଳରେ ଲକଡାଉନକୁ ନେଇ ବ୍ୟତିବ୍ୟସ୍ତ ହୋଇପଡ଼ିଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ବୋଲି କୁହାଯାଉଛି। ବର୍ତ୍ତମାନ ଇ-କମର୍ସ କମ୍ପାନୀ ଗୁଡିକୁ କେବଳ ଆବଶ୍ୟକୀୟ ଜିନିଷ ଡେଲିଭରି କରିବା ପାଇଁ ଅନୁମତି ମିଳିଛି। ଏପ୍ରିଲ ୨୦ରୁ ଇ-କମର୍ସ କମ୍ପାନୀ ଗୁଡିକ ଯଥା- Amazon, Flipkart, Snapdeal ଓ PayTM Mall ପୁଣିଥରେ ସେମାନଙ୍କର […]
ବ୍ୟାଙ୍ଗକକ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ। ଦିନକୁ ଦିନ ଯେଭଳି ଭାବରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତା’ହା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକଡାଉନ ଲାଗୁ ହୋଇଛି। ଫଳରେ ଖାଦ୍ୟ, ପାନୀୟ, ଟଙ୍କା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଲୋକଙ୍କ ପାଖରେ ଟଙ୍କାର ଅଭାବ ଯୋଗୁ ଶେଷରେ ସୁନା ଅଳଙ୍କାର ବିକ୍ରି […]
ନୂଆଦିଲ୍ଲୀ: ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ମେ’ ୩ ଯାଏ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ବେଳେ କେଉଁ ସବୁ ନିୟମ କାର୍ଯ୍ୟକାରୀ ହେବ, ତା’ର ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ତାଙ୍କ […]
ରୋହତକ: ଲକଡାଉନ ବେଳେ ଅନେକ ଘଟଣା ସାମ୍ନାକୁ ଆସିଛି। ଏହି ଲକଡାଉନ ଯୋଗୁ ଦୂରରେ ଥିବା ନିଜର ଲୋକଙ୍କୁ ଅତି ନିକଟରେ ପାଇଛନ୍ତି ପରିବାର ଲୋକ। ଏବେ ଏଭଳି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଜଣେ ପ୍ରେମୀ ଯୁଗଳଙ୍କ ବିବାହ ପାଇଁ ରାତିରେ କୋର୍ଟ ଖୋଲା ହେବା ସହ ସେମାନଙ୍କର ବିବାହ ହୋଇଛି। ଘଟଣା ଘଟିଛି ହରିୟାଣାର ରୋହତକରେ। ୨୦୧୭ରେ ରୋହତକରେ ଜଣେ ଯୁବକ ଓ ମେକ୍ସିକୋର ଜଣେ ଯୁବତୀଙ୍କ ସାକ୍ଷାତ ଏକ ଲାଙ୍ଗୁଏଜ ଲର୍ଣ୍ଣିଙ୍ଗ […]
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶବାସୀଙ୍କ ତପସ୍ୟା, ତ୍ୟାଗ ଯୋଗୁ ଏ ପର୍ଯ୍ୟନ୍ତ ଭାରତ କରୋନା କବଳରୁ କିଛି ମାତ୍ରାରେ ବର୍ତ୍ତିବାରେ ସଫଳ ହୋଇଛି। ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଲକ୍ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। କରୋନା ଭାଇରସ ବିରୋଧରେ ଲଢିବା […]
ନୂଆଦିଲ୍ଲୀ: ଲକଡାଉନ ବେଳେ ରେକର୍ଡ ସ୍ତରରେ ପହଞ୍ଚିଲା ସୁନା ଦର। ଗୋଟିଏପଟେ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇ ଥିବାବେଳେ ଅନ୍ୟପଟେ ସୁନା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଆଜି Domestic ଫ୍ୟୁଚର ମାର୍କେଟରେ ସୁନା ଦର ନୂଆ ରେକର୍ଡ ଭାଙ୍ଗିଛି। Multi Commodity Exchange(MCX) ରେ, ପ୍ରତି ୧୦ ଗ୍ରାମକୁ ସୁନା ଦର ୪୫ ହଜାରରୁ ଅଧିକ ଟଙ୍କାରେ ପହଞ୍ଚିଛି। ସେହିପରି ୧ କିଲୋ ରୁପା ଦର ୪୨ ହଜାରରୁ ଅଧିକ […]
ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସରକାର ଉଭୟ ଭିସା ଓ ଇ-ଭିସାର ଅବଧି ଏପ୍ରିଲ ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ଯୋଗୁ ଭାରତରେ ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଲାଗୁ ହେବାପରେ ଏହି ବିଦେଶୀ ନାଗରିକମାନେ ଅଟକି ରହିଛନ୍ତି। ବର୍ତ୍ତମାନ ଲକ୍ଡାଉନ୍ ଏପ୍ରିଲ ୩୦ ଯାଏ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଥିବାବେଳେ ସେହି ଅନୁସାରେ ଭିସା ଅବଧି ମଧ୍ୟ ବୃଦ୍ଧି କରାଯାଇଛି। ଯେଉଁସବୁ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦ୍ଵିତୀୟ ଥର ପାଇଁ ଭୂକମ୍ପରେ ଦୋହଲିଲା ଦିଲ୍ଲୀ। ଆଜି ଅପରାହ୍ଣ ୧:୨୬ ମିନିଟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ରେକର୍ଡ କରାଯାଇଛି। ଭୂକମ୍ପର ଗଭୀରତା ୫ କି.ମି. ଥିଲା ବୋଲି National Centre for Seismology ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ। ସୂଚନାଥାଉ କି, ଗତକାଲି […]
ଲଣ୍ଡନ: କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି। କିଛିଦିନ ତଳେ ତାଙ୍କୁ ଆଇସିୟୁରୁ ରେଗୁଲାର ୱାର୍ଡକୁ ଅଣାଯାଇଥିଲା। ଏହାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ରଖା ଯାଇଥିଲା। ଯଦିଓ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି, ତେବେ ସଙ୍ଗେସଙ୍ଗେ କାର୍ଯ୍ୟକ୍ଷେତ୍ରକୁ ନ ଫେରିବାକୁ ମେଡିକାଲ ଟିମ ପରାମର୍ଶ ଦେଇଛନ୍ତି। ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ନେଇ ଖୋଦ ଟ୍ୱିଟ […]
ନୂଆଦିଲ୍ଲୀ: ଭୂକମ୍ପରେ ଦୋହଲିଲା ଦିଲ୍ଲୀ-ଏନସିଆର। ଆଜି ଦିଲ୍ଲୀ-ଏନସିଆରରେ ଏହି ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ବର୍ଡର ବୋଲି ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନାହିଁ। National Centre for Seismologyର ସୂଚନା ଅନୁସାରେ, ଆଜି ଅପରାହ୍ଣ ୫ଟା ୪୫ ମିନିଟ୍ ସମୟରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ […]