• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cyclone
ବାତ୍ୟା ‘ମହା’ ପ୍ରଭାବରେ ଆସନ୍ତା ୬ରୁ ପ୍ରବଳ ବର୍ଷା ସମ୍ଭାବନା

ନୁଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଏକ୍ସଟ୍ରିମ୍‌ଲି ସିଭିୟର୍ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ପଶ୍ଚିମଉତ୍ତର ଦିଗ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାପରେ ‘ମହା’ ପୂର୍ବ-ଉତ୍ତରପୂର୍ବ ଦିଗ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାପରେ କ୍ରମଶଃ ଏହା ଦୁର୍ବଳ ହେବ ବୋଲି ଜଣାପଡ଼ିଛି।  ନଭେମ୍ବର ୬ ତାରିଖ ମଧ୍ୟରାତ୍ରରେ ଏହା ଗୁଜରାଟ […]

  • Wednesday, 21 July 2021
shiv sena
ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବ ଶିବସେନା। ସରକାର ଗଢ଼ିବା ପାଇଁ ଆବଶ୍ୟକ ବିଧାୟକଙ୍କ ସମର୍ଥନ ଶିବସେନା ପାଖରେ ରହିଛି। ତେଣୁ ଏବେ ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ। ଶିବସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ ଆଜି ଏହା କହିଛନ୍ତି। ଶିବସେନା ସପକ୍ଷରେ ଏବେ ପାଖାପାଖି ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇ ୧୭୫ ଛୁଇଁବ ବୋଲି ସଞ୍ଜୟ କହିଛନ୍ତି। ସେ କହିଛନ୍ତି, ଶିବସେନା ପାଖରେ ୫୬ […]

  • Wednesday, 21 July 2021
whatsapp
ଡାଟା ହ୍ୟାକ୍ ନେଇ ହ୍ୱାଟସ୍‌ ଆପ୍ ସରକାରଙ୍କୁ ସୂଚନା ଦେଇଥିଲା !

ନୂଆଦିଲ୍ଲୀ: ଗତମାସ ଶେଷ ସପ୍ତାହରେ ଇସ୍ରାଏଲୀ ସ୍ପାଇୱେୟାର ପେଗାସସ୍ ୧୨୧ ଜଣ ଭାରତୀୟଙ୍କୁ ଟାର୍ଗେଟ କରିଥିଲା। ଏ ନେଇ ହ୍ୱାଟସ୍‌ ଆପ୍, ସରକାରଙ୍କୁ ଅବଗତ କରାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଫେସବୁକ୍‌ ଚଳିତବର୍ଷ ମେ’ ମାସରେ ସରକାରଙ୍କୁ ସ୍ୱାଇଓ୍ୱେୟାର ଡାଟା ହ୍ୟାକ୍‌ ନେଇ ଅବଗତ କରାଇଥିଲା। ଏହାପରେ ଦ୍ୱିତୀୟ ଥର ପାଇଁ ସେପ୍ଟମ୍ୱରରେ ଫେସବୁକ୍‌ର ସହଯୋଗୀ କମ୍ପାନୀ ହ୍ୱାଟସ୍‌ ଆପ୍ ସରକାରଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଡାଟା ହ୍ୟାକ୍‌କୁ ନେଇ […]

  • Wednesday, 21 July 2021
cyclone
ଗୁଜରାଟ ପ୍ରତି ରହିଛି ‘ମହା’ ଭୟ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରାଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୯ କି.ମି. ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଭେରାଭାଲ୍(ଗୁଜରାଟ) ଠାରୁ ୫୭୦ କି.ମି. ଓ ଗୋଆଠାରୁ ୫୦୦ କି.ମି. ଦୂରରେ  କେନ୍ଦ୍ରୀଭୂତ ହୋଇଛି। ଏହା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ […]

  • Wednesday, 21 July 2021
nandita
ଓଡ଼ିଆ ଝିଅ ନନ୍ଦିତା ମିଶ୍ର ହେଲେ କର୍ପୋରେଟ୍ ଆଫାୟାର୍ସ ବିଭାଗର ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ/ ଭୁବନେଶ୍ୱର: ଓଡ଼ିଆ ଝିଅ ନନ୍ଦିତା ମିଶ୍ର କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ଆଫାୟାର୍ସ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଅଧୀନରେ କାମ କରୁଥିବା ନନ୍ଦିତାଙ୍କୁ ଏବେ ଏହି ନୂଆ ନିଯୁକ୍ତି ମିଳିଛି। ମହିଳା ଓ ଶିଶୁ ବିକଶ ବିଭାଗରେ ମଧ୍ୟ ସେ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଭାରତୀୟ ଅର୍ଥନୈତିକ ସେବା ଅଧିକାରୀ ନନ୍ଦିତା ମିଶ୍ର ଭୁବନେଶ୍ୱର ସ୍ଥିତ ଡିଏମ୍‌ ସ୍କୁଲର ପୁରାତନ ଛାତ୍ରୀ। […]

  • Wednesday, 21 July 2021
bsnl
ଫୋନ୍‌ରେ କଥା ହେଲେ ଗ୍ରାହକଙ୍କୁ ମିଳିବ ଟଙ୍କା, ବିଏସ୍‌ଏନ୍‌ଏଲ୍‌ ଆଣିଲା ନୂଆ ପ୍ଲାନ୍‌

ନୂଆଦିଲ୍ଲୀ: ସାଧାରଣତଃ ନିଜ ମୋବାଇଲ୍‌ ନେଟ୍‌ୱର୍କକୁ ଛାଡ଼ିଦେଲେ ଅନ୍ୟ ମୋବାଇଲ୍‌ ନେଟ୍‌ୱର୍କକୁ ଫୋନ୍‌ କଲେ ଗ୍ରାହକଙ୍କୁ ଟଙ୍କା(ଚାର୍ଜ) ଦେବାକୁ ପଡ଼ିଥାଏ। ହେଲେ ବିଏସ୍‌ଏନ୍‌ଏଲ୍‌ ଦେଶର ମୋବାଇଲ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ଏକ ନୂଆ ପ୍ଲାନ୍ ଘୋଷଣା କରିଛି। ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍ ଅନୁଯାୟୀ ଗ୍ରାହକମାନେ ଅନ୍ୟ ମୋବାଇଲ ନେଟଓ୍ୱର୍କକୁ ଫୋନ୍ କଲେ ପ୍ରତି ୫ ମିନିଟରେ ୬ ପଇସା କ୍ୟାସବ୍ୟାକ୍‌ ପାଇବେ। ଏହା ବିଏସ୍‌ଏନ୍‌ଏଲ୍‌ର Wireline, Broadband ଓ FTTH ଗ୍ରାହକଙ୍କ ପାଇଁ ଉପଲ୍ଲବ୍ଧ ବୋଲି […]

  • Wednesday, 21 July 2021
cyclone
ଭୟଙ୍କର ରୂପ ନେଉଛି ବାତ୍ୟା ‘ମହା’

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ସହ ସମାନ୍ତରଳ ଭାବେ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଗତକାଲି ସନ୍ଧ୍ୟାରେ ଏହା ଅଧିକ ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଥିଲା। ଗତ ୬ ଘଣ୍ଟା ମଧ୍ୟରେ ଦେଖିବାକୁ ମିଳିଛି ଯେ ‘ମହା’ ଘଣ୍ଟାପ୍ରତି ୧୭ କି.ମି. ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗ ଆଡ଼କୁ ଗତି କରୁଛି। ବର୍ତ୍ତମାନ ଏହା ଉତ୍ତର କୱରଟ୍ଟୀ(ଲାକ୍ଷାଦ୍ୱୀପ) ଠାରୁ ୩୫୦ କିମି ଓ କୋଝିକୋଡ୍‌ (କେରଳ) […]

  • Wednesday, 21 July 2021
delhi airport
ଦିଲ୍ଲୀ ବିମାନ ବନ୍ଦରରୁ ମିଳିଲା ସନ୍ଦିଗ୍ଧ ବ୍ୟାଗ୍‌, ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏକ ସନ୍ଦିଗ୍ଧ ବ୍ୟାଗ୍‌ ଜବତ ହୋଇଛି। ଆଜି ସକାଳେ ଟର୍ମିନାଲ୍‌ ୩ ରୁ ଏହି ବ୍ୟାଗ୍‌ ଜବତ ହୋଇଥିଲା। ଏହି ଘଟଣା ପରେ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଗତକାଲି ରାତି ୩ଟା ବେଳେ ଟର୍ମିନାଲ୍‌ ୩ରେ ଏହି ସନ୍ଦିଗ୍ଧ ବ୍ୟାଗ୍‌ ଥିବାନେଇ ଏୟାରପୋର୍ଟ ପୁଲିସ୍ ଷ୍ଟେସନକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟାଗ୍‌କୁ ଜବତ […]

  • Wednesday, 21 July 2021
debit card
ଲକ୍ଷାଧିକ ଭାରତୀୟଙ୍କ ଡେବିଟ୍, କ୍ରେଡିଟ୍ କାର୍ଡ ତଥ୍ୟ ଚୋରି

ବେଙ୍ଗାଲୁରୁ: ଦିନକୁ ଦିନ ଆମେ ଯେତିକି ଡିଜିଟାଲ୍‌ ହେଉଛେ ସେତିକି ବିପଦ ଆଡ଼କୁ ଠେଲି ହୋଇ ଯାଉଛେ। କାରଣ ଟଙ୍କା ଉଠାଇବା, କ୍ୟାସଲେସ ମୁଡରେ କିଛି କିଣିବା ପାଇଁ ଆପଣଙ୍କ ପକେଟରେ ରହୁଥିବା ଡେବିଟ୍ କିମ୍ୱା ଏଟିଏମ କାର୍ଡର ତଥ୍ୟ ଚୋରି ହୋଇଯାଇଛି। ପାଖାପାଖି ୧.୩ ମିଲିୟନ(୧୩ ଲକ୍ଷ) ଲୋକଙ୍କ ଡେବିଟ୍ ଓ କ୍ରେଡିଟ୍‌ କାର୍ଡର ଡାଟା (ତଥ୍ୟ) ଚୋରି ହୋଇଥିବା ଜଣାପଡ଼ିଛି। ଯେଉଁଥିରୁ ୯୮ ପ୍ରତିଶତ ଡେବିଟ୍ କାର୍ଡ ଭାରତୀୟଙ୍କର ରହିଛି।  ଏବେ ଏହି ଡାଟା […]

  • Wednesday, 21 July 2021
cyclone
ମାଡ଼ି ଆସୁଛି ବାତ୍ୟା ‘ମହା’

ନୂଆଦିଲ୍ଲୀ: ପୁଣି ଆସୁଛି ଆଉ ଏକ ବାତ୍ୟା। ଆରବ ସାଗରରେ ସୃଷ୍ଟ ଏହି ସାଇକ୍ଲୋନିକ ଷ୍ଟର୍ମ (ଘୂର୍ଣ୍ଣି ଝଡ଼) ଏବେ କବରଟ୍ଟୀ(ଲାକ୍ଷାଦ୍ୱୀପ)ର ଉତ୍ତର- ଉତ୍ତର ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଏହାର ନାଁ ‘ମହା’ ରଖାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଏହା ଲାକ୍ଷାଦ୍ୱୀପ ଦ୍ୱୀପ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ଆସନ୍ତା ୬ ଘଣ୍ଟା ମଧ୍ୟରେ ‘ମହା’ ସିଭିୟର୍‌ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି […]

  • Wednesday, 21 July 2021
Sardar Vallabh bhai Patel
ଲୌହ ମାନବଙ୍କୁ ମନେ ପକାଇଲା ସାରା ଦେଶ

ନୁଆଦିଲ୍ଲୀ/ଭୁବନେଶ୍ୱର: ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆଜି ୧୪୪ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ଏହା ସହ ସାରା ଦେଶରେ ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗୁଜରାଟର କେୱଡିୟାରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ STATUE OF UNITYକୁ ଯାଇ  ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ କେୱଡିୟାରେ ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ। […]

  • Wednesday, 21 July 2021
representational image
ପିଲାଙ୍କ ଆଖି ସାମ୍ନାରେ ମା’ର ଆତ୍ମହତ୍ୟା !

ଭୁବନେଶ୍ୱର/ପୁଣେ: ଦିନକୁ ଦିନ ବଢ଼ି ଚାଲିଥିଲା ସ୍ୱାମୀଙ୍କ ନିର୍ଯାତନା ଓ ଅକଥନୀୟ ଅତ୍ୟାଚାର। ଶେଷରେ ଦୁଇଟି ଛୋଟ ଛୁଆଙ୍କୁ ମା’ ଛେଉଣ୍ଡ କରି ଜୀବନ ହାରିଲେ ମହିଳା। ଦୁଇ କୋମଳମତି ଶିଶୁ କିଛି ବୁଝିବା ଆଗରୁ ମା’ଙ୍କୁ ହରାଇ ସାରିଥିଲେ। ଘଟଣା ଘଟିଛି ମହାରାଷ୍ଟ୍ରର ପୁଣେରେ। ମୃତ ମହିଳାଙ୍କ ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତାଙ୍କ ନାଁ ରଶ୍ମିତା ଦାସ। ତାଙ୍କର ଏକ ୧୦ ମାସର ପୁଅ ଓ ୬ ବର୍ଷର ଝିଅ […]

  • Wednesday, 21 July 2021
exam
ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ପାଟନା: ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ। ଯିଏ ଯେଉଁଠି ପାଇଲା ସେଇଠି ବସି ପରୀକ୍ଷା ଦେଲା। ଖାଲି ଏତିକି ନୁହେଁ ଖୁଲମ୍‌ଖୁଲା କପି ବି ଚାଲିଥିଲା। ଏଭଳି କିଛି ଦୃଶ୍ୟ ଗତକାଲି ବିହାରର ବେଟିହାରେ ଦେଖିବାକୁ ମିଳିଥିଲା। ରାମ ଲଖନ ସିଂହ ଯାଦବ କଲେଜ (ଆର୍‌ଏଲ୍‌ଏସ୍‌ୱାଇ) ପରିସରରେ ଥିବା କରିଡର୍‌ ଓ ଖୋଲା ପଡ଼ିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଥିଲା। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଗତକାଲି ଏହି କଲେଜକୁ ଛାତ୍ରଛାତ୍ରୀମାନେ ଆସିଥିଲେ। ହେଲେ ଅଧିକ […]

  • Wednesday, 21 July 2021
man injured
ରାସ୍ତାରେ ଚାଲିକି ଯାଉଥିଲେ, ହଠାତ୍‌ ଘଟିଲା ଏମିତି କିଛି...

ଜୟପୁର: କୁହାଯାଏ ଯେ ପାଦେ ପାଦେ ମୃତ୍ୟୁର ଭୟ ଥାଏ। କେତେବେଳେ ଯେ ଅଘଟଣ ଘଟିପାରେ ତାହା କେହି କହିପାରିବେ ନାହିଁ। ଏମତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ସିରୋହୀରେ। ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାବେଳେ ହଠାତ୍‌ ତାଙ୍କ ସହ ‌ଏମିତି କିଛି ଘଟିଲା ଆପଣ ବି ଜାଣିଲେ ବିଶ୍ୱାସ କରିପାରିବେ ନାହିଁ। ସିରୋହୀର ଫୁଟ୍‌ପାଥ୍‌ରେ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା […]

  • Wednesday, 21 July 2021
diwali..
ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ସେମାନଙ୍କ ଘର ଗୁଡ଼ିକୁ ଲିଚୁ ମାଳ ଓ ବିଭିନ୍ନ ପ୍ରକାର ଲାଇଟ୍‌ରେ ସଜାଇଛନ୍ତି। ଏଥିସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ସୁନ୍ଦର ଆଲୋକମାଳାରେ ସଜାଯାଇଛି। ତେବେ ଦୁଇ ଦିନର ଲଗାଣ ବର୍ଷା ଯୋଗୁ ବାଣ ବ୍ୟବସାୟ ମାନ୍ଦା ପଡ଼ିଥିବା ବେଳେ ଗତକାଲିଠାରୁ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ପ୍ରାୟ ୩୦୦ ଦୋକାନୀଙ୍କୁ ବାଣ […]

  • Wednesday, 21 July 2021
kyarr
ଭୟଙ୍କର ହେଉଛି ବାତ୍ୟା ‘କ୍ୟାର’

ନୂଆଦିଲ୍ଲୀ: ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ ଷ୍ଟର୍ମ(ଘୂର୍ଣ୍ଣିଝଡ଼) ‘କ୍ୟାର’ ଭୟଙ୍କର ରୂପ ନେଉଛି। ବାତ୍ୟା ‘କ୍ୟାର’ ଏବେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି।  ଓଡ଼ିଶାକୁ ବାତ୍ୟା ଭୟ ନାହିଁ ପାଣିପାଗ ବିଭାଗ ସ୍ପଷ୍ଟ କରିସାରିଛି। ହେଲେ ଏହାର ପ୍ରଭାବ ଗୋଆ ଏବଂ କର୍ଣ୍ଣାଟକ ଉପରେ ରହିଛି। ଏବେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଘଣ୍ଟାକୁ ୯ କିଲୋମିଟର ବେଗରେ ଏହା  ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ […]

  • Wednesday, 21 July 2021
accident
ଛୁଆକୁ ଧରି ରାସ୍ତା ପାର୍‌ ହେଉଥିଲେ ଦମ୍ପତି; ମୃତ୍ୟୁ ଦୂତ ସାଜି ମାଡ଼ି ଆସିଲା କାର୍‌, ଆଉ ତା’ପରେ...

ନୂଆଦିଲ୍ଲୀ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଆରିଜୋନାର ଫୋନିକ୍ସରେ। ଏଠାରେ ଏକ ବ୍ୟସ୍ତବହୁଳ ସଡ଼କରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ମୃତ୍ୟୁ ଦୂତ ସାଜି ଆସିଥିବା ଏକ ଜିପ୍‌ ସହ ଧକ୍କା ହୋଇ କିଭଳି ଭାବରେ ଅନ୍ୟ ଏକ କାର୍‌ ଦେବଦୂତ ସାଜି ଲୋକଙ୍କ ଜୀବନ ବଞ୍ଚାଇଲା, ଯାହାର ଭିଡିଓକୁ ଦେଖିଲେ ଆପଣ ବି କିଛି […]

  • Wednesday, 21 July 2021
pak
ପାକ୍‌ ବିଦେଶ ମନ୍ତ୍ରାଳୟ ଅଫିସ ଭିତରେ ଟିକ୍‌ଟକ୍‌ ଷ୍ଟାର୍‌ଙ୍କ ଟିକ୍‌ଟକ୍‌, ଭିଡିଓ ଭାଇରାଲ

ଇସଲାମାବାଦ: ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର୍‌ ହରୀମ ଶାହଙ୍କ ଭିଡିଓକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ହରୀମଙ୍କୁ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଅଫିସର ଏକ କନ୍‌ଫରେନ୍ସ ରୁମ୍‌ ଭିତରେ ଟିକ୍‌ଟକ୍‌ କରୁଥିବା ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାପରେ ଲୋକମାନେ ତାଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି। ଟିକ୍‌ଟକ୍‌ରେ ହରୀମଙ୍କ ଲକ୍ଷାଧିକ ଫ୍ୟାନ୍ସ ଅଛନ୍ତି। ସବୁଠାରୁ ବଡ଼ କଥା, ଅଫିସ ଭିତରେ ସେ ଖୁଲମ୍‌ଖୁଲା ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ଅଫିସର […]

  • Wednesday, 21 July 2021
congress
ମାତ୍ର ୫୬୭ ଖଣ୍ଡ ଭୋଟରେ ହାରିଲେ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ସବୁ ପ୍ରସଙ୍ଗରେ କଂଗ୍ରେସର ତୁଣ୍ଡ ସାଜି ବିଜେପି ଓ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା ବରିଷ୍ଠ ରାଜନେତା ରଣଦୀପ ସୂର୍ଯ୍ୟେୱାଲା ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଦଳର ବରିଷ୍ଠ ନେତା ତଥା ରାହୁଲ ଗାନ୍ଧିଙ୍କ ସହଯୋଗୀ କୁହାଯାଉଥିବା ସୂର୍ଯ୍ୟେୱାଲାଙ୍କୁ କଂଗ୍ରେସ ହରିଆଣାର କୈଠାଲରୁ ପ୍ରାର୍ଥୀ କରିଥିଲା। ଏଠାରେ ସେ ବିଜୟୀ ହେବେ ବୋଲି ସମସ୍ତେ ଆଶା ମଧ୍ୟ କରିଥିଲେ। ଭୋଟ ଗଣତି ଆରମ୍ଭରୁ ସୂର୍ଯ୍ୟେୱାଲା ଲିଡ୍‌ କରୁଥିଲେ। ହେଲେ ୫ମ ରାଉଣ୍ଡ ପରେ ସ୍ଥିତି ବଦଳି […]

  • Wednesday, 21 July 2021
bjp
ଇସ୍ତଫା ଘୋଷଣା କଲେ ହରିଆଣା ବିଜେପି ମୁଖ୍ୟ

ନୂଆଦିଲ୍ଲୀ: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଜେପି ହରିଆଣାରେ ସରକାର ଗଠନ କରିପାରିବ ନାହିଁ ବୋଲି ଜାଣି ସାରିଲାଣି। ତେବେ ଗୋଟିଏପଟେ ହରିଆଣାରେ ସରକାର ଗଠନ କରିବା ପାଇଁ ବିଜେପି ଜୋରଦାର କସରତ ଚଲାଇ ଥିବାବେଳେ ଅନ୍ୟପକ୍ଷେ ହରିଆଣା ବିଜେପି ମୁଖ୍ୟ ସୁଭାଷ ବରଲା ଇସ୍ତଫା ଘୋଷଣା କରିଛନ୍ତି। ଟ୍ରେଣ୍ଡ ଅନୁଯାୟୀ, ୯୦ଟି ଆସନରୁ ବିଜେପି ୪୦ଟି ଆସନ ମଧ୍ୟରେ ସୀମିତ ରହିବ ବୋଲି ଜଣାପଡ଼ିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ […]

  • Wednesday, 21 July 2021
sonali
ଫେଲ୍‌ ମାରିଲା ଟିକ୍‌ଟକ୍ ଷ୍ଟାରଙ୍କ ଯାଦୁ !

ନୂଆଦିଲ୍ଲୀ: ହରିଆଣା ବିଧାନସଭା ନିର୍ବାଚନ ଫଳାଫଳ ପାଖାପାଖି ସ୍ପଷ୍ଟ ହୋଇଯାଇଛି। ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ହରିଆଣା ବିଧାନସଭାର ୯୦ଟି ଆସନରୁ  ବିଜେପି ୩୭, କଂଗ୍ରେସ ୩୩, ଜେଜେପି ୧୦, ଆଇଏନଏଲଡି ୨ ଓ ଅନ୍ୟାନ୍ୟ ଦଳ ୮ଟି ଆସନରେ ଆଗୁଆ ଅଛନ୍ତି। ତେବେ ହରିଆଣାରେ ବିଜେପିକୁ ଏକ ପ୍ରକାର ଝଟ୍‌କା ଲାଗିଥିବା କୁହାଯାଉଛି। କାହିଁକି ନା ବିଜେପିର ଅନେକ ମନ୍ତ୍ରୀ ସମେତ ପ୍ରମୁଖ ଚେହେରା ନିର୍ବାଚନ ହାରିଥିବା ଜଣାପଡ଼ିଛି। ହରିଆଣାର ଆଦମପୁରରୁ ଟିକ୍‌ଟକ୍‌ରେ ଷ୍ଟାର ବନିଥିବା ସୋନାଲି […]

  • Wednesday, 21 July 2021
jjp
କାହା ପାଇଁ ଲକି ହେବେ ଦୁଷ୍ୟନ୍ତ ?

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେବାପରେ ଉଭୟ ବିଜେପି-କଂଗ୍ରେସ ସରକାର ଗଠନ କରିବାକୁ ଜୋରଦାର କସରତ ଆରମ୍ଭ କରିଛନ୍ତି। ବିଜେପି ପୁଣିଥରେ ଏଠାରେ […]

  • Wednesday, 21 July 2021
amit shah
ବିଜେପି ହାତରୁ ଖସିଯିବ କି ହରିଆଣା ?

ନୂଆଦିଲ୍ଲୀ: ହରିଆଣା ବିଜେପି ହାତରୁ ଖସି ଯିବାର ସମ୍ଭାବନା ସୃଷ୍ଟି ହେବାରୁ ଏବେ ଏହା ଦଳର ନେତୃବୃନ୍ଦଙ୍କୁ ଚିନ୍ତାରେ ପକାଇଛି। କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପି ଏଠାରେ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ହରିଆଣାରେ କୌଣସି ଦଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରିବେ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ଟ୍ରେଣ୍ଡକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ସରକାର ଗଠନ ପାଇଁ […]

  • Wednesday, 21 July 2021
Haryana
ହରିଆଣାରେ ସରକାର ଗଠନ କରିବାକୁ କଂଗ୍ରେସର କସରତ

ନୂଆଦିଲ୍ଲୀ: ହରିଆଣାରେ କାହାକୁ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ବୋଲି ଧୀରେଧୀରେ ସ୍ପଷ୍ଟ ହେଉଛି। ଏଥିପାଇଁ ଏବେ ଠାରୁ କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ସରକାର ଗଠନ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛି। ବିଶେଷ କରି ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ଉପରେ କଂଗ୍ରେସ ଆଖି ପକାଇଛି। ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ, ବିଜେପି ୩୮, କଂଗ୍ରେସ ୨୯, ଜେଜେପି ୧୨, ଆଇଏନଏଲଡି ୨, ବିଏସ୍‌ପି ୧ ଓ ଅନ୍ୟାନ୍ୟ ଦଳ […]

  • Wednesday, 21 July 2021
haryana
‘ନା ବିଜେପି, ନା କଂଗ୍ରେସ ୪୦ ଅତିକ୍ରମ କରିପାରିବ’

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ମହାରାଷ୍ଟ୍ର ଓ ହରିଆଣାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ରରେ ବିଜେପି ଆଗୁଆ ଥିବାବେଳେ ହରିଆଣାରେ ବିଜେପି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଲାଟେଷ୍ଟ୍‌ ଟ୍ରେଣ୍ଡ୍‌ ଅନୁଯାୟୀ ହରିଆଣାରେ ୯୦ଟି ଆସନରୁ ବିଜେପି ୪୧ଟି ଆସନ, କଂଗ୍ରେସ ୨୯ଟି, ଜନନାୟକ ଜନତା ପାର୍ଟି(ଜେଜେପି) ୧୦ଟି ଆସନ, ଇଣ୍ଡିଆନ୍‌ ନ୍ୟାସନାଲ୍‌ ଲୋକ ଦଳ(ଆଇଏନ୍‌ଏଲ୍‌ଡି)୧ଟି ଆସନ ଓ ଅନ୍ୟାନ୍ୟ ଦଳ ୯ଟି […]

  • Wednesday, 21 July 2021