ନୂଆଦିଲ୍ଲୀ: ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ର ହ୍ୱାଇଟ୍ହାଉସ୍ରେ ଦୀପାବଳି ପାଳିଛନ୍ତି। ସେ ନେଜେ ଦୀପ ଲଗାଇବାର ଏକ ଭିଡିଓ ମଧ୍ୟ ଟ୍ୱିଟରରେ ଅପଲୋଡ୍ କରିଛନ୍ତି। ସେ ଏହି ଟ୍ୱିଟ୍ରେ ଲେଖିଛନ୍ତି, “ଦୀପାବଳି ଆରମ୍ଭ ହୋଇଯାଇଛି। ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ମୁଁ ଏହି ଆଲୋକ ଉତ୍ସବର ଅଭିନନ୍ଦନ ଜଣାଉଛୁ। ସମସ୍ତ ଆନନ୍ଦର ଏହି ଉତ୍ସବ ମନାନ୍ତୁ। ଦୀପବଳିର ଶୁଭେଚ୍ଛା।” As Diwali commences, @FLOTUS Melania and I wish those […]
ଜମ୍ମୁ: ରବିବାର ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର ଏଲ୍ଓସି ନିକଟବର୍ତ୍ତୀ ରଜୌରୀଠାରେ ପହଞ୍ଚିଛନ୍ତି। ଆଜି ମଧ୍ୟ ଇନ୍ଫାଣ୍ଟ୍ରି ଦିବସ ପାଳନ କରାଯାଉଛି। ୧୯୪୭ ମସିହାର ଏହିଦିନରେ ଭାରତୀୟ ସେନା ଜମ୍ମୁ-କାଶ୍ମୀର ପହଞ୍ଚି ପାକିସ୍ତାନୀ ସେନାକୁ ପଛକୁ ହଟାଇଦେବାରେ ସମର୍ଥ ହୋଇଥିଲା। ମୋଦି ସିଧା ସେନା ବ୍ରିଗ୍ରେଡ୍ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେ ସେଠାରେ ଏଲ୍ଓସିରେ କାର୍ଯ୍ୟରତ ସେନାବାହିନୀ ସହ ଆଲୋଚନା କରିବେ ଏବଂ ମିଠା ବାଣ୍ଟି ଦୀପାବଳିର ଶୁଭେଚ୍ଛା […]
ଶ୍ରୀନଗର: ଶନିବାର ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ କରନ୍ ନଗରଠାରେ ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। କରନ୍ ନଗରର କାକାସରାଇ ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀମାନେ ନାକା ଡ୍ୟୁଟିରେ ଥିବା ସମୟରେ ଆତଙ୍କବାଦୀମାନେ ଏଭଳି ଟାର୍ଗେଟ୍ କରିଛନ୍ତି। କରନ୍ନଗର ପୁଲିସ୍ ଷ୍ଟେସନ୍ ନିକଟରେ ଏଭଳି ଗ୍ରେନେଡ୍ ମାଡ଼ ହେବାପରେ ଗୁଳି ବିନିମୟ ହୋଇଥିଲା। ସନ୍ଧ୍ୟା ୬.୫୦ ସମୟରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳକୁ […]
ଶ୍ରୀନଗର: ଏଥର ଏଲ୍ଓସିରେ କାର୍ଯ୍ୟରତ ସେନାବାହିନୀଙ୍କ ସହ ଦୀପାବଳି ପାଳିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋକର ପର୍ବ ଦୀପାବଳିରେ କାଶ୍ମୀର ସୀମା ଯିବାର ଅଛି। ପୂର୍ବରୁ ମଧ୍ୟ ମୋଦି ଚାଇନା ଏବଂ ପାକିସ୍ତାନର ବିଭିନ୍ନ ସୀମାବର୍ତ୍ତୀ ଅଞ୍ଚଳରେ ମୋଦି ଦୀପାବଳି ପାଳନ କରିସାରିଛନ୍ତି। ଗତବର୍ଷ ଉତ୍ତରାଖଣ୍ଡଠାରେ ଲାଗିଥିବା ସୀମାରେ ଦୀପାବଳି ଉତ୍ସବା ପାଳିଥିଲେ। ସେ ପ୍ରଥମ ଥର ୨୦୧୪ରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବାପରେ ସିଆଚେନ୍ ଗ୍ଲେସିୟରରେ ଦୀପାବଳି ପାଳିଥିଲେ। ପ୍ରତିବର୍ଷ ତାଙ୍କ ଗସ୍ତକୁ ଗୋପନୀୟ […]
ନୂଆଦିଲ୍ଲୀ: ପୁରାଣ ବର୍ଣ୍ଣନା ଅନୁଯାୟୀ ବିଜୟା ଦଶମୀରେ ଲଙ୍କା ବିଜୟ କରି ଦୀପାବଳିରେ ଅଯୋଧ୍ୟା ପହଞ୍ଚିଥିଲେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ। ଆଉ ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ ମନେ ପକାଇ ପୌରାଣିକ ସହର ଅଯୋଧ୍ୟା ସରଯୂ ନଦୀ କୂଳରେ ‘ରାମ୍ କୀ ପୈଦୀ’ଠାରେ ପାଳିତ ହୋଇଛି ଆଲୋକର ଉତ୍ସବ ଦୀପାବଳି ବା ‘ଦୀପୋତ୍ସବ’। ଉତ୍ତରପ୍ରଦେଶର ବିଜେପି ସରକାର ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୫.୫ ଲକ୍ଷ ମାଟି ଦୀପ ଜଳାଇଛନ୍ତି, ଯାହାକି ସର୍ବକାଳୀନ ରେକର୍ଡ। ପରମ୍ପରା […]
ନୂଆଦିଲ୍ଲୀ: ହିନ୍ଦୁ ନେତା ବୀର ସାବରକରଙ୍କୁ ଭାରତ ରତ୍ନ ଦେବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି କଂଗ୍ରେସ ନେତା ମନୀଷ ତିଓ୍ୱାରୀ। ସେ ଏନେଇ ଦାବି ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଭଗତ ସିଂହ, ରାଜଗୁରୁ ଓ ସୁଖଦେବ ତିନି ସ୍ୱାଧିନତା ସଂଗ୍ରାମୀ ତାଙ୍କ ଜୀବନ କାଳରେ ଦେଶ ପାଇଁ ସଂଗ୍ରାମ କରିବା ସହ କୋଟି କୋଟି […]
ଚେନ୍ନାଇ: ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ଏସ୍ ନଳିନୀ ଶ୍ରୀହରରନ୍ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଶନିବାର ଜଳଖିଆ ମଧ୍ୟ ଖାଇନାହାନ୍ତି। ସେ ଦାବିରେ କହିଛନ୍ତି, ସେ ଏବଂ ତାଙ୍କ ସ୍ୱାମୀ ଭି ଶ୍ରୀହରନ୍ ଓରଫ ମୁରୁଗାନ୍ ଗତ ୨୮ ବର୍ଷ ହେବ ଜେଲରେ ଅଛନ୍ତି। ତେଣୁ ତାଙ୍କୁ […]
ଆଗ୍ରା: ଆଲିଗଡ଼ର ଜଣେ ୧୯ ବର୍ଷ ବୟସ୍କ ଯୁବତୀ ତାଙ୍କ ପ୍ରେମିକ ଉପରକୁ ଏସିଡ୍ ମାଡ଼ କରିଛି। ପ୍ରେମିକ ବାହାହେବାକୁ ମନା କରିବାରୁ ସେ ଏଭଳି କାଣ୍ଡ ଘଟାଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ୍ ଯୁବତୀକୁ ଗିରଫ କରିଛି। ଭାରତୀୟ ପିଙ୍ଗଳ କୋଡ୍ର ୩୨୬ ଏ ଅନୁଯାୟୀ ଯୁବତୀଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ପୀଡ଼ିତଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ପୀଡ଼ିତଙ୍କ ମା’ କହିବା ଅନୁଯାୟୀ, ଏହି ଯୁବତୀ […]
ନୂଆଦିଲ୍ଲୀ: ହରିଆଣାରେ ସରକାର ଗଠନ କରିବା ପୂର୍ବରୁ ହିଁ ଅଡ଼ୁଆରେ ପଡ଼ିଛି ବିଜେପି। ଏଚ୍ଏଲପିର ବିଧାୟକ ଗୋପାଳ କାଣ୍ଡା ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିବା ପରେ ଦଳର ଅଡ଼ୁଆ ବଢ଼ିଛି। ଗୋପାଲ କାଣ୍ଡାଙ୍କୁ ଦିନେ ଗରିଫ କରିବା ପାଇଁ ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା। ହେଲେ ଏବେ ସେହି ଗୋପାଳ କାଣ୍ଡାଙ୍କୁ ନିଜ ସହ ସାମିଲ କରି ବିଜେପି କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବାରୁ ଏହାକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ସେହିପରି ଯେଉଁ ଗୀତିକା […]
ଚଣ୍ଡୀଗଡ଼: ହରିଆଣାରେ ବିଜେପିକୁ ଆଞ୍ଚଳିକ ଦଳ ଜେଜେପି ସମର୍ଥନ ଦେବ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଗତକାଲି ଦ୍ୟୁଷନ୍ତ ଚୌଟାଲାଙ୍କ ଜେଜେପି ମନହୋର ଲାଲ ଖଟ୍ଟରଙ୍କ ବିଜେପିକୁ ସମର୍ଥନ ଦେବ ବୋଲି କୁହାଯାଉଥିଲା। ହେଲେ ଆଜି ଜେଜେପିର ବିଧାୟକ ଦଳ ବୈଠକ ପରେ ଦ୍ୟୁଷନ୍ତ ପୂରା ଘଟଣାକୁ ଆହୁରି ସସପେନ୍ସ କରିଦେଇଛନ୍ତି। ବିଜେପି ୪୦ଟି ଆସନ ଜିତିଥିବା ବେଳେ ସରକାର ଗଠନ କରିବାକୁ ଆହୁରି ୬ଟି ଆସନ ଦରକାର। ଜେଜେପି ୧୦ଟି ଆସନ […]
ଶ୍ରୀନଗର: ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରେ ବିପୁଳ ପରିମାଣରେ ମତଦାନ ଦେଖି ବେଶ୍ ଖୁସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଜମ୍ମୁ-କାଶ୍ମୀର ବ୍ଲକ୍ ଉନ୍ନୟନ ପରିଷଦ ନିର୍ବାଚନରେ ପ୍ରଥମ ଥର ପାଇଁ ୯୮% ମତଦାନ ହୋଇଛି। ଧାରା ୩୭୦ ଉଚ୍ଛେଦ ପରେ ଏହା ପ୍ରଥମ ନିର୍ବାଚନ ଥିଲା। ଏହି ଏତେ ପରିମଣରେ ମତଦାନକୁ ଖବର ଶୁଣି ଖୁସି ବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦିଓ ପ୍ରମୁଖ ରାଜନୀତିକ ବ୍ୟକ୍ତିମାନଙ୍କୁ ଅଟକ ରଖାଯାଇଛି ଏହାର ପ୍ରଭାବ ମତଦାନ […]
ଚଣ୍ଡୀଗଡ଼: ହରିଆଣାରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଦଳ ପାଖରେ ମ୍ୟାଜିକ୍ ନମ୍ବର୍ ନଥିଲେ ମଧ୍ୟ ଦଳ ସରକାର ଗଢ଼ିବାକୁ ଯାଉଛି। କାରଣ ବିଜେପିକୁ ସମର୍ଥନ କରିଛନ୍ତି ୯ ସ୍ୱାଧୀନ ବିଧାୟକ। ହରିଆଣାରେ ମୋଟ ୯୦ଟି ବିଧାନସଭା ସିଟ୍ ମଧ୍ୟରୁ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର୍ ହେଉଛି ୪୬। ଆଉ ଏଥର ବିଜେପି ଜିତିଛି ୪୦ଟି ଆସନ। ତେଣୁ ମ୍ୟାଜିକ୍ ନମ୍ବର ପାଇବା ପାଇଁସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ପାଖକୁ ଆଣିବାକୁ ପ୍ରୟାସ ଆରମ୍ଭ କରିଥିଲା ବିଜେପି। […]
ସାଓ ପାଓଲୋ: ବ୍ରାଜିଲ୍ ଭ୍ରମଣ ପାଇଁ ଭାରତୀୟଙ୍କୁ ଭିସାର ଆବଶ୍ୟକ ପଡ଼ିବ ନାହିଁ। ଗୁରୁବାର ଏହି ଘୋଷଣା କରିଛନ୍ତି ବ୍ରାଜିଲ୍ ରାଷ୍ଟ୍ରପତି ଜେୟର ବୋଲ୍ସୋନାରୋ। ସେ କହିଛନ୍ତି, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲ୍ ପାଇଁ ଚାଇନା ଓ ଭାରତ ପର୍ଯ୍ୟଟକ କିମ୍ବା ବ୍ୟବସାୟୀଙ୍କ ପାଇଁ ଭିସାର ଆବଶ୍ୟକତା ନାହିଁ। ଅର୍ଥାତ୍ ଏମାନେ ବିନା ଭିସାରେ ବ୍ରାଜିଲ୍ ଭ୍ରମଣ କରିପାରିବେ। କୌଣସି ସରକାରୀ କାର୍ଯ୍ୟରେ ଚାଇନା ଯାଇଥିବା ବେଳେ ଏପରି ଘୋଷଣା କରିଛନ୍ତି ବୋଲ୍ସୋନାରୋ। ଏଇ ବର୍ଷ ବୋଲ୍ସୋନାରୋ […]
ଚଣ୍ଡୀଗଡ଼: ପଞ୍ଜାବରେ କିନ୍ତୁ ଦବ୍ଦବା କାଏମ୍ ରଖିଛି ଅମିରିନ୍ଦରଙ୍କ ନେତୃତ୍ୱାଧୀନ କଂଗ୍ରେସ ଦଳ। ବିଧାନସଭା ଉପନିର୍ବାଚନରେ ୪ଟି ଆସନରୁ ୩ଟିରେ ଜିତିଛି କଂଗ୍ରେସ। ଅନ୍ୟପକ୍ଷରେ ବିଜେପିର ସହଯୋଗୀ ଦଳ ଶିରୋମଣି ଅକାଳୀ ଦଳ ଗୋଟିଏ ସନ୍ତୁଷ୍ଟ ରହିଛି। କିନ୍ତୁ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିନାହିଁ। କଂଗ୍ରେସ ଜଲାଲାବାଦ, ଫଗୱାରା ଏବଂ ମୁକେରିଆନ୍ ଜିତିଥିବାବେଳେ ଶିରୋମଣି କେବଳ ଦଖା ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ ଦଳର ବିଜୟକୁ ଭୁରି ଭୁରି […]
ଚଣ୍ଡିଗଡ଼: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିଆଣା ରାଜନୀତିରେ ଟ୍ୱିଷ୍ଟ ଆସିଛି। ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ ବ୍ରେକ୍ ଲାଗିବାକୁ ଯାଉଛି। କାରଣ ହରିଆଣା ରାଜନୀତିରେ ନୂଆ କିଙ୍ଗ ମେକର ସାଜିଥିବା ଦ୍ୟୁଷନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ବିଜେପିକୁ ସମର୍ଥନ ଦେବ ବୋଲି ଜଣାପଡ଼ିଛି। ତେବେ ଧାରା ୩୭୦ ଉଚ୍ଛେଦକୁ ଢାଲ କରି ହରିଆଣା ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଥିବା ବିଜେପିକୁ ରାଜ୍ୟରେ ଶକ୍ତ […]
ଢାକା: ପ୍ରଥମେ ଯୌନ ନିର୍ଯାତନା, ପରେ କେସ୍ ଉଠାଇ ନେବାକୁ ଧମକାଇବା, ଆଉ ଶେଷରେ ନୁସ୍ରତଙ୍କୁ କିରୋସିନ୍ ଢାଳି ଜାଳି ମାରିଦେଇ ଆତ୍ମହତ୍ୟାର ରୂପେ ଦେଇ କେସ୍କୁ ଦଫାରଫା କରିବାକୁ ଚେଷ୍ଟା କରିବା। ମଣିଷ ମାଂଶ ଖିଆ ଶୈତାନଙ୍କର ଏହିସବୁ କୁକର୍ମକୁ ଦେଖୁଥିଲା ଦଇବ। ଆଉ ଧର୍ମ ନିକିତିରେ ଗୋଟା ଗୋଟା କରି ତଉଲି ଦେଲା ମୃତ୍ୟୁ ଦଣ୍ଡ। ଶେଷରେ ନୁସରତଙ୍କୁ ମିଳିଲା ନ୍ୟାୟ। ଜଣେ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବାରୁ ତାଙ୍କୁ ଚତୁରତା ସହିତ […]
ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ଠାକରେ ଚଳିତ ବର୍ଷ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି। ୱର୍ଲି ଆସନରୁ ନିର୍ବାଚନ ଲଢ଼ୁଥିବା ଆଦିଦ୍ୟ ଏନ୍ସିପି ନେତା ସୁରେଶ ମାନେଙ୍କୁ ପଛରେ ପକାଇ ୬୭ ହଜାରରୁ ଅଧିକ ଭୋଟରେ ଜିତିଛନ୍ତି। ତେବେ ଏହି ୱର୍ଲି ଆସନଟି ଶିବସେନାର […]
ମୂମ୍ବାଇ: ମହାରାଷ୍ଟ୍ରରେ ବିଜେପିକୁ ଶକ୍ତ ଝଟ୍କା। ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିଲେ ହେଁ ଦଳର ହେବି ୱେଟ୍ ତଥା ଫଡନାଭିସ୍ ସରକାରରେ ମନ୍ତ୍ରୀ ଥିବା ପଙ୍କଜା ମୁଣ୍ଡେ ପରାସ୍ତ ହୋଇଛନ୍ତି। ବିଜେପି ପକ୍ଷରୁ ପର୍ଲି ଆସନରୁ ପ୍ରାର୍ଥୀ ହୋଇଥିଲା ପଙ୍କଜା। ଏଠାରେ ତାଙ୍କର ମୁକାବିଲା ସମ୍ପର୍କୀୟ ଭାଇ ତଥା ବରିଷ୍ଠ କଂଗ୍ରେସ ନେତା ଧନଞ୍ଜୟ ମୁଣ୍ଡେଙ୍କ ସହ ହୋଇଥିଲା। ଏଥିରେ ଧନଞ୍ଜୟ ବାଜିମାତ କରିଛନ୍ତି। ସେ ପଙ୍କଜାଙ୍କୁ ୨୮ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। […]
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ୍ରେ ଗହମ ଏବଂ ଡାଲିଜାତୀୟ ଶସ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି। କିନ୍ତୁ ଧାନଚାଷୀମାନଙ୍କୁ ଚଳିତ ଥର ନିରାଶ ହେବାକୁ ପଡ଼ିଛି। ଏନ୍ଡିଏ ସରକାର ବୃହତ୍ ବିଜୟ ସହ କ୍ଷମତାକୁ ଫେରିବା ପରେ ଶେଷ ଥର ପାଇଁ ଜୁଲାଇ ୩ ତାରିଖରେ ଧାନର ଏମ୍ଏସ୍ପି ବୃଦ୍ଧି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍ଏସ୍ପିରେ କ୍ୱିଣ୍ଟାଲ ପ୍ରତି ୩.୭% […]
ନୂଆଦିଲ୍ଲୀ: ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବଡ଼ କାର୍ଡ ଖେଳିଛନ୍ତି। ଦିଲ୍ଲୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବସବାସ କରୁଥିବା ୪୦ ଲକ୍ଷ ଲୋକଙ୍କୁ ସରକାର ଜମି ଅଧିକାର ଦେବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୧୮୦୦ କଲୋନୀ ବଛାଯାଇଥିବା କେନ୍ଦ୍ର ନଗର କଲ୍ୟାଣ ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ବୈଠକ ପରେ କହିଛନ୍ତି। ସେ କହିଛନ୍ତି, ଏହି […]