ନୂଆଦିଲ୍ଲୀ: ଆସନ୍ତାକାଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ। ଚେନ୍ନାଇଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ତେବେ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ କୁଆଡ଼େ କଶ୍ମୀର ଉପରେ ଚାଇନାର ଆଖି ରହିଛି ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ […]
କୋଲକାତା: ହିନ୍ଦୁବାଦ ସପକ୍ଷରେ ସର୍ବଦା ମତ ରଖୁଥିବା ଆରଏସ୍ଏସ୍ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍ଏସ୍ କର୍ମୀଙ୍କ ନାଁ ବନ୍ଧୁ ଗୋପାଲ ପଲ। ସେ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଦିନ ଜିଆଗଞ୍ଜ ଅଞ୍ଚଳରେ ଥିବା ତାଙ୍କ ଘରୁ ସମସ୍ତଙ୍କ ରକ୍ତଭିଜା ମୃତଦେହ […]
#Odisha
ନୂଆଦିଲ୍ଲୀ: ଆଜିଠାରୁ ଜିଓ ଦାଉ। ଏଣିକି ଏଣିକି ମିଳିବନି ଅନ୍ୟ ନେଟଓ୍ୱର୍କକୁ ଫ୍ରି କଲ୍ ସୁବିଧା। ଏଥିପାଇଁ ମିନିଟ୍ ପ୍ରତି ୬ ପଇସା ଚାର୍ଜ ଲାଗିବ ବୋଲି ମୋବାଇଲ୍ ନେଟଓ୍ୱର୍କ ପ୍ରଦାନକାରୀ କଂପାନୀ ଜିଓ ପକ୍ଷରୁ କୁହାଯାଇଛି। ଆଜିଠୁ ଜିଓର ଏହି ନୂଆ ଦର ଲାଗୁ ହେବ ବୋଲି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତକାଲି ସୂଚନା ଦେଇଛନ୍ତି। ଏଥିପାଇଁ ଜିଓର ନୂଆ ଟପ୍ ଅପ୍ ପ୍ଲାନ୍ ମଧ୍ୟ ଉପଲବ୍ଧ ହେଉଛି। ଟ୍ରାଇର ନୂଆ ନିୟମ ଅନୁସାରେ ଇଣ୍ଟରକନେକ୍ସନ୍ […]
ଭୁବନେଶ୍ୱର: ଟ୍ରେନ୍ରେ ଯାତ୍ରା କରୁଥିଲେ ସାବଧାନ ! କାରଣ ଏବେ ମାତିଛି ଲେଡି ଲୁଟେରା। ଏହି ଲୁଟେରାର ସିଧାସାଧା ଦେଖାଯାଉଥିବା ଚେହେରା ଯେ କେତେ ମାରାତ୍ମକ ହୋଇପାରେ ସେ କଥା ସହଜରେ ବିଶ୍ୱାସ କରିହେବନି। ଦିଲ୍ଲୀ ନିଜାମୁଦ୍ଧିନ୍ ଆର୍ପିଏଫ୍ ଏପରି ଏକ ଲେଡ୍ ଚାଲ୍ବାଜକୁ ଗିରଫ କରିଛି। ନିଜାମୁଦ୍ଧିନ୍ ଷ୍ଟେସନ୍ରେ ଗତ ଦୁଇ ଦିନ ତଳେ ମହିଳାଙ୍କ ନିକଟରୁ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଥିବା ଭ୍ୟାନେଟି୍ ଚୋରି ହୋଇଥିଲା। ଆଉ ଏହି ମହିଳା […]
ନୂଆଦିଲ୍ଲୀ: ଗତକାଲି ଫ୍ରନ୍ସରେ ଭାରତ ପାଇଁ ପ୍ରଥମ ରାଫେଲ୍ ବିମାନ ଗ୍ରହଣ କରିଛନ୍ତି ରାଜନାଥ ସିଂହ। କିନ୍ତୁ ରାଫେଲ୍ ବିମାନ ଆସିବାରେ ଓ ଉଡ଼ାଣ ଭରିବା ପାଇଁ ଆହୁରି ପ୍ରତୀକ୍ଷା କରିବାକୁ ପଡ଼ିବ। ଏବେ ରାଫେଲ୍ ଭାରତ ଆସିପାରିବ ନାହିଁ। କାରଣ ଏହି ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ଭାରତୀୟ ବାୟୁସେନାର କିଛି ପାଇଲଟ୍ ପ୍ରଶିକ୍ଷଣ ନେବା ପାଇଁ ଫ୍ରାନ୍ସରେ ରହିଛନ୍ତି। ତେବେ ପୂର୍ବରୁ ବର୍ତ୍ତମାନର ବାୟୁସେନା ମୁଖ୍ୟ ରାକେଶ ଭଦୌରିଆ ରାଫେଲ୍ ବିମାନ ଉଡ଼ାଇବାର ପ୍ରଶିକ୍ଷଣ […]
ଲକ୍ଷ୍ନୌ: ଥାନାବାବୁଙ୍କ କାନ୍ଧରେ ମାଙ୍କଡ଼। ଉତ୍ତରପ୍ରଦେଶ ପିଲଭିଟ୍ର ସଦର ଥାନାରେ ଥାନା ଅଧିକାରୀ ଡ୍ୟୁଟି କରୁଥିବା ବେଳେ ଏକ ମାଙ୍କଡ଼ ଥାନା ଭିତରକୁ ପଶି ଆସିଥିଲା। ଆଉ କେହି କିଛି ବୁଝିବା ପୂର୍ବରୁ ମାଙ୍କଡ଼ଟି ସିଧା ଯାଇ ଥାନାବାବୁଙ୍କ କାନ୍ଧରେ ବସି ପଡ଼ିଥିଲା। ଆଉ କାନ୍ଧରେ ମାଙ୍କଡ଼ଟି ବସିଯିବା ଦେଖି ଥାନା ବାବୁ ବି ଡରିଗଲେ। କାଳେ କୁଆଡ଼େ କାମୁଡ଼ିଦେବ ସେଥିପାଇଁ ମାଙ୍କଡ଼କୁ କାନ୍ଧରୁ ନ ଓହ୍ଲେଇ ଚୁପ୍ କିନା ସେଇ ସିଟ୍ରେ ବସି ରହିଲେ। ମାଙ୍କଡ଼ଟି […]
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ଋଣଭାର ଏବେ ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ଷେ ମଧ୍ୟରେ ପାକିସ୍ତାନ ସରକାର ଏତେ ପରିମାଣର ଋଣ କରିଛନ୍ତି ଯେ, ଏତେ ଋଣ କେବେ ବି ଆଗରୁ ହୋଇନଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗତବର୍ଷ କ୍ଷମତାକୁ ଆସିବା ପରେ ଅଗଷ୍ଟ ମାସ ଶେଷ ସୁଦ୍ଧା ୭୫୦୦ ବିଲିୟନର ପାକିସ୍ତାନୀ ଟଙ୍କାର ଋଣ କରିଛନ୍ତି। ପାକିସ୍ତାନ ୨୮୦୪ ବିଲିୟନ ଟଙ୍କା ବୈଦେଶିକ ଋଣ କରିଥିବା ବେଳେ ୪ […]
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ସ୍ୱର ବଦଳାଇଲା ବେଜିଂ। କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ, ତେଣୁ ଆଲୋଚନା ଜରିଆରେ ଏହାର ସମାଧାନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଚୀନ୍ କହିଛି। ସେତିକି ନୁହେଁ, ଆତଙ୍କବାଦ ବିରୋଧରେ ଲଢିବା ସହ ଭାରତ-ଚାଇନା ମିଳିତ ସମରାଭ୍ୟାସ କରିବେ ବୋଲି ଜିନ୍ ପିଙ୍ଗ ଭାରତକୁ ଆଶ୍ୱସ୍ତି ଦେଇଛନ୍ତି। ଚଳିତ ବର୍ଷ ଡିସେମ୍ୱରରେ ଏହି ଆଣ୍ଟି-ଟେରର ସମରାଭ୍ୟାସ ହେବାକୁ ଯାଉଛି। କାଶ୍ମୀରରୁ ଭାରତ […]
ନୂଆଦିଲ୍ଲୀ: ଦେଶା ସାରା ବିଜୟା ଦଶମୀ ପାଳିତ ହେଉଥିବା ବେଳେ ଦିଲ୍ଲୀ ଦ୍ୱାରକା ରାମଲୀଳା ମୈଦାନରେ ମଧ୍ୟ ଗତକାଲି ରାବଣପୋଡ଼ି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ରାବଣର ପ୍ରତିକୃତିରେ ଅଗ୍ନି ସଂଯୋଗ କରିଥିଲେ। ମୋଦୀଙ୍କ ସହିତ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିଓ୍ୱାରୀ ଓ ଦଳର ଅନ୍ୟ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସଂସ୍କୃତି, ପରମ୍ପରାର ଗୁରୁତ୍ୱ ବର୍ଣ୍ଣନା କରି କହିଥିଲେ, ଆମେ […]
ଅମୃତସର: ପୁଣିଥରେ ସୀମା ଲଙ୍ଘିବାକୁ ଉଦ୍ୟମ କରିଛି ପାକିସ୍ତାନ। ଆଜି ପାକିସ୍ତାନ-ପଞ୍ଜାବ ସୀମାନ୍ତରେ ଇସଲାମାବାଦର ଏକ ଡ୍ରୋନ ଉଡ଼ୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଛନ୍ତି। ପଞ୍ଜାବର ଫିରୋଜପୁରର ହୁସୱାନିୱାଲା ସୀମାନ୍ତ ଏଚକେ ଟାୱାର ନିକଟରେ ଏହି ପାକିସ୍ତାନୀ ଡ୍ରୋନ ଉଡ଼ୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜର ଏହା ଉପରେ ପଡ଼ିଛି। ଏହି ଖବର ପରେ ବିଏସ୍ଏଫ୍ ଯବାନଙ୍କୁ ହାଇଆଲର୍ଟ ଜାରି କରାଯାଇଛି। ଭାରତ ଓ ପାକିସ୍ତାନ ସୀମାନ୍ତରେ ୫ଥର ଉଡ଼ିଥିବା ଏହି ଡ୍ରୋନ୍ଟି ଗୋଟିଏ ଥର ଭାରତୀୟ ସୀମାରେ ମଧ୍ୟ […]