• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kabul
କାବୁଲ ଗୁରୁଦ୍ୱାରରେ ଆତଙ୍କବାଦୀ ଆକ୍ରମଣ, ୨୫ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ଆକ୍ରମଣ କରିଛନ୍ତି। ସେଠାକାର ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭.୪୫ ମିନିଟ ସମୟରେ କାବୁଲର ଶୋର ବଜାରରେ ଥିବା ଏହି ଗୁରୁଦ୍ୱାର ଭିତରକୁ କିଛି […]

  • Thursday, 22 July 2021
flipkart
ଅସ୍ଥାୟୀ ଭାବେ ଡେଲିଭରୀ ସେବା ବନ୍ଦ କଲା Flipkart

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ଗତକାଲି ମଧ୍ୟରାତ୍ରିରୁ ସାରା ଦେଶରେ ଲକ୍‌ଡାଉନ୍ ପାଳନ ହେଉଛି। ୨୧ ଦିନ ପାଇଁ ଏହି ଲକ୍‌ଡାଉନ୍ ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଇ-କମର୍ସ ଶପିଂ ସାଇଟ  ଫ୍ଲିପକାର୍ଟ ଅସ୍ଥାୟୀ ଭାବେ ସେବା ଯୋଗାଇବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଏବେ ଏହି ସଂସ୍ଥା କେବେ ସେବା ଯୋଗାଇବ ସେନେଇ କୌଣସି ସୂଚନା ଦେଇ ନାହିଁ। ହେଲେ,  ଖୁବଶୀଘ୍ର ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି […]

  • Thursday, 22 July 2021
corona
ଦେଶରେ କେମିତି ଅଛି କରୋନା ସ୍ଥିତି ? ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ  ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ  ସାମାଜିକ ଦୂରତ୍ୱ ଗୋଟିଏ ମାତ୍ର ରାସ୍ତା। ଏଥିପାଇଁ ଲକ୍‌ ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ କରୋନା ମୁକାବିଲା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ […]

  • Thursday, 22 July 2021
newspaper
କରୋନା ଅପଡେଟ: ନ୍ୟୁଜପେପର୍‌ରେ ସଂକ୍ରମଣର ବିପଦ ନାହିଁ

ନୂଆଦିଲ୍ଲୀ: ଖବରକାଗଜ ଧରିବା ଦ୍ୱାରା  କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପେ ନାହିଁ। ଆମେରିକାର Centers for Disease Control and Prevention ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍‌ ଜୀବନ୍ତ ପ୍ରାଣୀ ବ୍ୟତୀତ ଅନ୍ୟ କାହା ଉପରେ ବେଶି ସମୟ ବଞ୍ଚିପାରେନି।  ବର୍ତ୍ତମାନ ବଡ଼ ବଡ଼ ଖବରକାଗଜ ସ୍ୱୟଚାଳିତ ଭାବେ ଛପାଯାଉଛି। କାହିଁକି ନା ନ୍ୟୁଜ୍‌ପ୍ରିଣ୍ଟଠାରୁ ଆରମ୍ଭ କରି ଫୋଲ୍ଡିଂ ଏବଂ ପରିବହନ ସବୁ କିଛିରେ ଟେକ୍ନୋଲୋଜିର ବ୍ୟବହାର ହେଉଛି। ଫଳରେ ଏହା ବେଶି ମନୁଷ୍ୟ ସଂସ୍ପର୍ଶରେ ଆସୁନାହିଁ। […]

  • Thursday, 22 July 2021
delhi_corona
ଲକ୍‌ ଡାଉନ୍‌କୁ ନେଇ କେନ୍ଦ୍ରର ଚରମବାଣୀ- ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲଗାଅ

ନୂଆଦିଲ୍ଲୀ: ଲକ୍‌ ଡାଉନ୍‌ ନ ମାନି ବାହାରକୁ ବାହାରୁଥିବା ଲୋକଙ୍କ ପ୍ରତି କଠୋର ହେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ସାମାଜିକ ଦୂରତା ମାନୁନଥିବା ଲୋକଙ୍କୁ ଘର ଭିତରେ ରଖିବା ପାଇଁ ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲଗାଇ ଦେବାକୁ ଆଜି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁସ୍ଥାନରେ ଦରକାର ପଡ଼ୁଛି କର୍ଫ୍ୟୁ ଲଗାଅ ବୋଲି କେନ୍ଦ୍ର ସରକାର କହିଛନ୍ତି। ଖବର ସରବରାହ ସଂସ୍ଥା ଏଏଫ୍‌ପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତରେ ସାରା ବିଶ୍ୱରେ ୧୫ […]

  • Thursday, 22 July 2021
delhi
ଶାହୀନବାଗରେ ଆନ୍ଦୋଳନକାରୀଙ୍କୁ ହଟାଇଲା ପୁଲିସ୍‌

ନୂଆଦିଲ୍ଲୀ: ଗତ କିଛି ମାସ ଧରି ସିଏଏ ବିରୋଧରେ ପ୍ରମୁଖ ଧାରଣାସ୍ଥଳ ପାଲଟିଥିବା ଶାହୀନବାଗରେ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି ପୁଲିସ୍‌। ସିଏଏ ବିରୋଧରେ ଏଠାରେ ବହୁ ସଂଖ୍ୟକ  ଆନ୍ଦୋଳନକାରୀ ଧାରଣା ଦେଇ ଆସୁଥିଲେ। ତେବେ କରୋନା ଭାଇରସ୍‌ ଯୋଗୁ ଏହି ଆନ୍ଦୋଳନକାରୀମାନେ କିଛି ମାତ୍ରାରେ ନିଜେ ହଟିବା ଆରମ୍ଭ କରିବା ପରେ ପୁଲିସ୍‌ ଏମାନଙ୍କୁ ସମ୍ପୂର୍ଣ୍ଣ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏନେଇ ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି କହିଛନ୍ତି, ଲକ୍‌ ଡାଉନ୍‌ ପାଇଁ ଧାରଣାସ୍ଥଳରୁ  ସେମାନଙ୍କୁ(ଆନ୍ଦୋଳନକାରୀଙ୍କୁ) […]

  • Thursday, 22 July 2021
corona
କରୋନା ମୁକାବିଲା: ବିଭିନ୍ନ ପ୍ରକଳ୍ପକୁ ଏମଏଲଏ ଲ୍ୟାଡରେ ସାମିଲ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର କରୋନା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ୍ )ରେ ସାମିଲ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମଏଲ ଲ୍ୟାଡ୍ ଫଣ୍ଡ-୧୯୯୭ର ପ୍ରକଳ୍ପ ତାଲିକା ସଂକ୍ରାନ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପ୍ରକଳ୍ପକୁ ବିଧାୟକ ପାଣ୍ଠିରୁ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମତି ଦେଇଛନ୍ତି। ବିଧାୟକମାନଙ୍କ ସହ ପରାମର୍ଶ […]

  • Thursday, 22 July 2021
bus
କାଲି ଦିନ ୧୧ରୁ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣ ଯେପରି ନ ବ୍ୟାପେ ସେନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି। […]

  • Thursday, 22 July 2021
airlines
କାଲି ମଧ୍ୟରାତ୍ରରୁ ଘରୋଇ ବିମାନ ଉଡାଣ ବନ୍ଦ

ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଆସନ୍ତାକାଲି ଠାରୁ ଦେଶ ମଧ୍ୟରେ ଉଡୁଥିବା  ସମସ୍ତ ଘରୋଇ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ,  ଆସନ୍ତାକାଲି ମଧ୍ୟରାତ୍ର ଅର୍ଥାତ ରାତି ୧୨ଟାରୁ ଦେଶ […]

  • Thursday, 22 July 2021
sensex down
ଷ୍ଟକ୍ ମାର୍କେଟ୍ ଉପରେ କରୋନା ପ୍ରଭାବ

ନୂଆଦିଲ୍ଲୀ: କରୋନା ପ୍ରଭାବ ପୁଣିଥରେ ଷ୍ଟକ୍ ମାର୍କେଟ୍ ଉପରେ ପଡ଼ିଛି। ଆଜି ସକାଳୁ ଶେଆର ମାର୍କେଟ୍ ଖୋଲିବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନ୍ସେକ୍ସ ୨୩ ଶହ ପଏଣ୍ଟ ଖସିଥିଲା। ଯାହା ପୂର୍ବ ଦିନ ଅପେକ୍ଷା ୧୦ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ନିଫ୍ଟି ମଧ୍ୟ   ୮୪୨ ପଏଣ୍ଟ ହ୍ରାସ ପାଇଥିଲା। ପରିସ୍ଥିତି ଏପରି ହୋଇଥିଲା କି ୪୫ ମିନିଟ୍ ଯାଏ  କାରବାରକୁ ବନ୍ଦ କରିବାକୁ ପଡ଼ିଥିଲା। ଗତକାଲିର ଜନତା କର୍ଫ୍ଯୁ, ମୁମ୍ବାଇ ଲକ୍ ଡାଉନ୍ ଏବଂ […]

  • Thursday, 22 July 2021
images (57)
ଲକ୍ ଡାଉନ୍: ନିୟମ ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କରୋନା ଭାଇରସ ଯେପରି ନ ବ୍ୟାପେ ସେନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦେଶର ୮୦ଟି ସହରକୁ ଲକ ଡାଉନ ଘୋଷଣା କରାଯାଇଛି। ମାର୍ଚ୍ଚ ୩୧ ଯାଏ ଏହି ଲକ ଡାଉନ ଘୋଷଣା ହୋଇଛି। ଲକ୍‌ ଡାଉନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ ଡାଉନ୍‌କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ୱିଟ କରିଥିଲେ। ଏହାପରେ କେନ୍ଦ୍ର ସରକାର […]

  • Thursday, 22 July 2021
Untitled
୪୧୫ ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦେଶର ୮୦ଟି ସହର ଲକ୍‌ ଡାଉନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂପର୍କରେ ଯାଞ୍ଚ ଚାଲିଛି। ଲକ୍‌ ଡାଉନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ ଡାଉନ୍‌କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ୱିଟ କରିଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଲକ୍ ଡାଉନ୍ […]

  • Thursday, 22 July 2021
rajnikanth
ରଜନୀକାନ୍ତଙ୍କ "ଜନତା କର୍ଫ୍ୟୁ" ଭିଡ଼ିଓ କାହିଁକି ଟ୍ୱିଟରରୁ ହଟାଇ ଦିଆଗଲା ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ଵାନ କରିଥିବା “ଜନତା କର୍ଫ୍ୟୁ”କୁ ସମର୍ଥନ କରି  ସୁପରଷ୍ଟାର ରଜନୀକାନ୍ତ ଏକ ଭିଡ଼ିଓ ଟ୍ୱିଟରରେ ପୋଷ୍ଟ କରିଥିଲେ। ହେଲେ, କିଛି ସମୟ ପରେ ଟ୍ୱିଟର ପକ୍ଷରୁ ଏହାକୁ ଡିଲିଟ କରିଦିଆଯାଇଥିବା ଜଣାପଡିଛି। କୁହାଯାଉଛି ଯେ, ଏହି ଭିଡ଼ିଓରେ କିଛି ଭୁଲ ସୂଚନା ପ୍ରଦାନ କରାଯାଇଥିଲା। ଯେଉଁ ଅଭିଯୋଗରେ ଏହାକୁ ଡିଲିଟ କରାଯାଇଥିବା ସୂଚନା ମିଳିଛି। ରଜନୀକାନ୍ତ ଟ୍ୱିଟ କରି ଲେଖିଥିଲେ, କରୋନା ଭାଇରସ ଭାରତରେ ଦ୍ଵିତୀୟ ପର୍ଯ୍ୟାୟରେ ଅଛି। ତେଣୁ ଲୋକମାନଙ୍କୁ […]

  • Thursday, 22 July 2021
money
ଦିନ ମଜୁରିଆ ଓ ଶ୍ରମିକଙ୍କୁ ମିଳିବ ୧୦୦୦ଟଙ୍କା

ଲକ୍ଷ୍ନୌ: କରୋନାକୁ ନେଇ ଆଦୌ ବ୍ୟସ୍ତ ନ ହେବାପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏ‍ବଂ ଔଷଧ ଯଥେଷ୍ଟ ପରିମାଣର ଷ୍ଟକ୍ ଅଛି। ତେଣୁ ବ୍ୟତିବ୍ୟସ୍ତ ହୋଇ ସାମଗ୍ରୀ କିଣିବା ପାଇଁ ଦୋକାନକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟବାସୀଙ୍କୁ କହିଛନ୍ତି। ଏହାସହ ୟୁପି ସରକାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଦିନ […]

  • Thursday, 22 July 2021
ola
ଅସ୍ଥାୟୀ ଭାବେ ଏହି ସେବା ବନ୍ଦ କଲା OLA

ନୂଆଦିଲ୍ଲୀ: ଆପଣ OLA କ୍ୟାବ୍‌ରେ ଟ୍ରାଭେଲ୍‌ କରୁଛନ୍ତି କି ? ହୁଏତ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କରୋନାକୁ ଦୃଷ୍ଟିରେ ରଖି ଦେଶରେ OLA ଏହାର ‘ଶେଆର୍‌ ରାଇଡ୍‌’ ସେବାକୁ ବାତିଲ୍‌ କରିଛି। କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ପାଇଁ ଅସ୍ଥାୟୀ ଭାବେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।  ‘ଶେଆର୍‌ ରାଇଡ୍‌’ରେ ଗୋଟିଏ ଗାଡ଼ିରେ ଅନେକ ଅପରିଚିତ ବ୍ୟକ୍ତି ଅଳ୍ପ ଟଙ୍କା ଦେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। କମ୍ପାନୀ ପକ୍ଷରୁ ପ୍ରକାଶ ପାଇଥିବା […]

  • Thursday, 22 July 2021
lockdown
ମୁମ୍ବାଇ ସମେତ ଏହି ସବୁ ସହର ମାର୍ଚ୍ଚ ୩୧ ଯାଏ ଲକ୍‌ ଡାଉନ୍‌

ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଛୁଇଁଛି। ଏହାସହ ୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଏନେଇ ମୁମ୍ବାଇରେ ସତର୍କତାମୂଳକ ପଦକ୍ଷେପ ନେବା ସହିତ ସାରା ମୁମ୍ବାଇରେ ଲକଡାଉନ୍ ଘୋଷଣା କରାଯାଇଛି। କରୋନା ସତର୍କତା ନେଇ ପୁରା ମୁମ୍ବାଇ ବନ୍ଦ ହେବ।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ବନ୍ଦ ରହିବ।  ସାରା ମୁମ୍ବାଇରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି […]

  • Thursday, 22 July 2021
kanika
‘ବେବି ଡଲ୍’ ସିଙ୍ଗର୍‌ କନିକାଙ୍କୁ କରୋନା !

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଗାୟିକା କନିକା କପୁର୍‌ କରୋନାରେ ଆକ୍ରାନ୍ତ ! କନିକାଙ୍କ କରୋନା ଟେଷ୍ଟ୍‌ ପରେ ରିପୋର୍ଟରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଆଜି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ସେ ଏବେ ଉତ୍ତରପ୍ରଦେଶ ଲକ୍ଷ୍ନୌର କିଙ୍ଗ୍‌ ଜର୍ଜସ୍‌ ମେଡିକାଲ୍‌ ୟୁନିଭର୍ସିଟି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି। ‘ବେବି ଡଲ୍’ ସିଙ୍ଗର୍‌ ଭାବେ ଜଣାଶୁଣା କନିକା କପୁର୍‌ ରବିବାର ଦିନ ଲଣ୍ଡନରୁ ଫେରିଥିଲେ। ସେ ଲଣ୍ଡନରୁ ଫେରିବା ପରେ […]

  • Thursday, 22 July 2021
nirbhaya mother
“ମୋ ଝିଅର ଆତ୍ମାକୁ ଏବେ ଶାନ୍ତି ମିଳିବ”

ନୂଆଦିଲ୍ଲୀ: ଦୀର୍ଘ ସାତ ବର୍ଷ ପରେ ମିଳିଲା ନିର୍ଭୟାଙ୍କୁ ନ୍ୟାୟ। ଆଉ ଦେଶ ଦେଖିଲା ନୂଆ ସୂର୍ଯ୍ୟୋଦୟ। ଆଜି ଏଭଳି ଭାବେ ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ। ୭ ବର୍ଷର ଲମ୍ବା ସଂଘର୍ଷର ପରିଣାମ ଆଜି ତାଙ୍କୁ ମିଳିଲା। ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଆଜି ସକାଳେ ଫାଶି ଖୁଣ୍ଟରେ ଝୁଲା ଯାଇଛି। ସକାଳ ସାଢ଼େ ୫ଟାରେ ଏହି ଚାରି ଦୋଷୀଙ୍କୁ ଫାଶି ଦିଆଯାଇଥିଲା। ପ୍ରଥମ ଥର ପାଇଁ ଏହି […]

  • Thursday, 22 July 2021
train-1
ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍‌ ବାତିଲ୍‌

ନୂଆଦିଲ୍ଲୀ: ଆପଣ ଟ୍ରେନ୍‌ରେ ଯାତ୍ରା କରିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା। ହୁଏତ ଆପଣଙ୍କ କାମରେ ଆସିପାରେ। କାହିଁକି ନା ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ୧୬୮ଟି ଟ୍ରେନ୍‌ ବାତିଲ୍‌ ହୋଇଛି। କରୋନା ପାଇଁ ଟ୍ରେନ୍‌ରେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଅନେକ ଯାତ୍ରୀ ସେମାନଙ୍କ ଯାତ୍ରାକୁ ବାତିଲ କରୁଛନ୍ତି। ଏହାକୁ ନଜରରେ ରଖି ଭାରତୀୟ ରେଳ ବିଭାଗ ପକ୍ଷରୁ ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ୧୬୮ଟି […]

  • Thursday, 22 July 2021
pm modi
ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାକୁ ନେଇ ୧୫୧ଟି ମାମଲା ସାମ୍ନାକୁ ଆସିଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କରୋନା ଭାଇରସ୍‌ ଯେପରି ଆଗକୁ ଆଉ ନ ବ୍ୟାପେ ଏବଂ କିପରି ଏହାର ମୁକାବିଲା […]

  • Thursday, 22 July 2021
eaxm
JEE Main ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ JEE Main ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୫, ୭, ୯ ଓ ୧୧ରେ JEE Main ହେବା ପାଇଁ ସ୍ଥିର କରାଯାଇଥିଲା। ଯେହେତୁ ବିଭିନ୍ନ ସହରରେ ପରୀକ୍ଷା ସେଣ୍ଟର ହୋଇଥାଏ, ତେଣୁ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାକୁ ପଡ଼ିବ। ଏଭଳି ସ୍ଥିତିରେ କରୋନା ସତର୍କତାକୁ ନେଇ ପରୀକ୍ଷା ଘୁଞ୍ଚା ଯାଇଥିବା ଜଣାପଡ଼ିଛି। ପୁଣି ପରୀକ୍ଷା( JEE […]

  • Thursday, 22 July 2021
cbse
CBSE ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ‘କରୋନା’ ପାଇଁ ଆଜି ହେବାକୁ ଥିବା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ‘କରୋନା’ ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSE ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ପରୀକ୍ଷା ପୁଣି କେବେ କରାଯିବ ସେନେଇ ପରେ ଘୋଷଣା କରାଯିବ ବୋଲି CBSE ପକ୍ଷରୁ କୁହାଯାଇଛି। ସମସ୍ତ ସ୍କୁଲ ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ […]

  • Thursday, 22 July 2021
suresh-prabhu
ହୋମ୍‌ ଆଇସୋଲେସନ୍‌ରେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ହୋମ୍‌ ଆଇସୋଲେସନ୍‌ରେ ରହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ। ସାଉଦି ଆରବରୁ  ଫେରିବା ପରେ ହୋମ୍ ଆଇସୋଲେସନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। କରୋନା ନେଇ ଯାଞ୍ଚ କରିବା ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସୁରେଶ ପ୍ରଭୁ। ୧୪ ଦିନ ଯାଏ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୦ରେ ସାଉଦି ଆରବରେ ଆୟୋଜିତ ଦ୍ୱିତୀୟ ସେର୍ପାସ୍‌ ମିଟିଙ୍ଗକୁ ଯାଇଥିଲେ ସୁରେଶ ପ୍ରଭୁ।

  • Thursday, 22 July 2021
ETW0U1vUUAAv26Z
ଭାରତୀୟ ସେନାର ଜଣେ ଯବାନ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ ଥିବାବେଳେ ଲଦାଖରେ ଭାରତୀୟ ସେନାର ଜଣେ ଯବାନ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଯବାନଙ୍କ ପିତା ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଏହା ପ୍ରଥମ ମାମଲା ବୋଲି ଜଣାପଡ଼ିଛି। ଉଭୟଙ୍କ ନମୁନା ଯାଞ୍ଚ ପରେ କରୋନା ଭାଇରସ୍‌ ପଜିଟିଭ୍‌ ରିପୋର୍ଟ ମିଳିଛି। ଲଦାଖ ସ୍କାଉଟସ୍‌ରେ ନିଯୁକ୍ତି ପାଇଥିବା ସମ୍ପୃକ୍ତ ଯବାନଙ୍କ ପିତା ନିକଟରେ ଇରାନରୁ ଫେରିଥିବା ସୂଚନା ମିଳିଛି। ଉକ୍ତ ଯବାନ […]

  • Thursday, 22 July 2021
sensex-2
କରୋନା ପାଇଁ ଶେଆର୍‌ ମାର୍କେଟ୍‌ରେ ମାନ୍ଦାବସ୍ଥା

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନରେ ଅର୍ଥାତ୍‌ ଆଜି ଶେଆର୍‌ ମାର୍କେଟ୍‌ରେ କାରବାର ଆରମ୍ଭରୁ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। କରୋନା ଯୋଗୁ ଶେଆର୍‌ ମାର୍କେଟରେ କାରବାର ପ୍ରଭାବିତ ହୋଇଛି। ଆଜି କାରବାର ଆରମ୍ଭରୁ ସେନ୍‌ସେକ୍ସ ୧୬୦୦ ପଏଣ୍ଟ ତଳକୁ ଖସି ଥିବାବେଳେ ନିଫ୍ଟି ୯୬୦୦ ପଏଣ୍ଟ ତଳକୁ ଖସିଥିଲା। ଫଳରେ ନିବେଶକମାନଙ୍କୁ କ୍ଷତି ସହିବାକୁ ପଡ଼ିଛି। ସୂଚନାଥାଉ କି, ଶୁକ୍ରବାର ଦିନ ମଧ୍ୟ ଷ୍ଟକ୍‌ ମାର୍କେଟ୍‌ରେ କାରବାର ହ୍ରାସ ପାଇଥିଲା। କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ […]

  • Thursday, 22 July 2021