ଥିରୁବନନ୍ତପୁରମ: ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଦେଶର ପ୍ରଥମ ଦୃଷ୍ଟିହୀନ ଭିନ୍ନକ୍ଷମ ମହିଳା ଆଇଏଏସ ଅଧିକାରୀ ପ୍ରଞ୍ଜଳ ପାଟିଲ। କେରଳର ଥିରୁଅନନ୍ତପୁରମ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି। ପିଲାଦିନୁ ଆଖି ହରାଇଥିବା ମହାରାଷ୍ଟ୍ରର ଝିଅ ପ୍ରଞ୍ଜଳ ଦାୟିତ୍ୱ ଗ୍ରହଣ ପରେ ନିଜ କର୍ମସ୍ଥଳୀ ଥିରୁବଅନନ୍ତପୁରମର ଖୁବ୍ ପ୍ରଶଂସା କରିବା ସହିତ ପ୍ରଞ୍ଜଳ ଜୀବନରେ କେବେ ହାର ମାନିବା ଉଚିତ ନୁହେଁ ବୋଲି ମତ ରଖିଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ଏର୍ଣ୍ଣାକୁଲମର ଅତିରିକ୍ତ ଜିଲ୍ଲାପାଳ ଭାବେ […]
ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ଅଯୋଧ୍ୟା ମାମଲାର ଶେଷ ଶୁଣାଣି ଆଜିଠୁ ପୁଣି ଆରମ୍ଭ ହୋଇଛି। ରାମ ଜନ୍ମଭୂମି ଜମି ବିବାଦ ମାମଲାର ଏହି ଶୁଣାଣି ୪ ଦିନ ମଧ୍ୟରେ ଶେଷ ହେବ। ଆଜି ମୁସଲମାନ ପକ୍ଷ ତାଙ୍କର ଯୁକ୍ତି ରଖିଛନ୍ତି। ମୁସ୍ଲିମ ପକ୍ଷରୁ ଓକିଲ ରାଜୀବ ଧାବନ ଅଦାଲତ ୱାକଫ୍ ବୋର୍ଡ ଅନୁଯାୟୀ ଫୈସଲା ନେବା ଆବଶ୍ୟକ ବୋଲି ରାଜୀବ କହିଛନ୍ତି। ବିବାଦୀୟ ଜମି ମୁସଲିମ ପକ୍ଷଙ୍କ କବଜାରେ ଥିଲା ଏବଂ ଏଠାରେ ନିୟମିତ […]
ଶ୍ରୀନଗର: ବାଲାକୋଟରେ ପୁଣି ସକ୍ରିୟ ଆତଙ୍କବାଦୀ। ଭାରତୀୟ ବାୟୁସେନା ଦ୍ୱାରା ଧ୍ୱଂସ ହୋଇଥିବା ବାଲାକୋଟର ଏହି ଆତଙ୍କବାଦୀ କ୍ୟାମ୍ପରେ ୫୦ରୁ ଅଧିକ ଜୈସ ଇ ମହମ୍ମଦ ଆତଙ୍କୀ ତାଲିମ ନେଉଥିବା ସୂଚନା ମିଳିଛି। ସେମାନେ ଭାରତର କାଶ୍ମୀର ଓ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି। କିଛି ଆତଙ୍କବାଦୀ ସେଠାରେ ତାଲିମ ନେବାପରେ ଭାରତରେ ଥିବା ସୁରକ୍ଷା କ୍ୟାମ୍ପ ଉପରକୁ ଟାର୍ଗେଟ କରିବାକୁ ପଠାଯାଇଥିବା ସୂଚନା ମିଳିଛି। ଏ ନେଇ ଗୁଇନ୍ଦା […]
ନୂଆଦିଲ୍ଲୀ: ଦେଶର ଆର୍ଥିକ ବ୍ୟବସ୍ଥା କ’ଣ ରହିଛି? ଏଯାଏ କେନ୍ଦ୍ର ସରକାର ପକ୍ଷରୁ ସଠିକ ସୂଚନା ମିଳି ପାରିନାହିଁ। ଫିଲ୍ମ ଭଲ ବ୍ୟବସାୟ କରୁଛି ମାନେ ଦେଶର ଆର୍ଥିକ ବ୍ୟବସ୍ଥା ଭଲ ଅଛି ବୋଲି ନିକଟରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଥିଲେ। ହେଲେ ଗଣମାଧ୍ୟମ ଏବଂ ଅର୍ଥବିଶାରଦ ଯେତେବଳେ ଗୋଡ଼େଇ ତୋଡ଼େଇ ବିଜେପି ନେତାଙ୍କୁ ଏ ନେଇ ପ୍ରଶ୍ନ କଲେ ସେତେବେଳେ ବିଜେପି ନେତାଙ୍କ ପାଖରୁ ସଠିକ ଉତ୍ତର ମିଳିନଥାଏ। ଏବେ କିନ୍ତୁ ଖୋଦ୍ […]
ଅହମଦାବାଦ୍: ସଂସାର ଛାଡ଼ି ସନ୍ୟାସୀ ହେଇ ଯାଉଥିବା ଲୋକମାନେ ମଧ୍ୟ ନିଜ କର୍ତ୍ତବ୍ୟରୁ ଓହରି ପାରିପାରିବେ ନାହିଁ। ଅର୍ଥାତ୍ ସେମାନେ ସଂସାର ତ୍ୟାଗ କଲେ ମଧ୍ୟ ନିଜ ପରିବାର ଲୋକଙ୍କ ଭରଣପୋଷଣ ପାଇଁ ମାସିକ ଅର୍ଥ ଦେବେ। ଆଜି ଏଠାରେ ଥିବା ଏକ ଫ୍ୟାମିଲି କୋର୍ଟ ଏଭଳି ରୁଲିଂ ଦେଇଛନ୍ତି। ଏଥିସହ ଜଣେ ସନ୍ୟାସୀଙ୍କୁ ନିଜ ବାପାମା’ଙ୍କ ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ଲେଖାଏ ଦେବାକୁ ମଧ୍ୟ କହିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ […]
ନୂଆଦିଲ୍ଲୀ: ବିଭିନ୍ନ ସୋଶାଲ୍ ମିଡିଆ ଆକାଉଣ୍ଟ ସହ ଆଧାର କାର୍ଡ ଲିଙ୍କକୁ ବାଧ୍ୟତାମୂଳକ କରିବା ପାଇଁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ମମାଲରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ରୁଲିଂ ଦେଇଛନ୍ତି। ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ଖଣ୍ଡପୀଠ କହିଛନ୍ତି, “ସବୁ କଥାରେ ସୁପ୍ରିମକୋର୍ଟ ଯେ ହସ୍ତକ୍ଷେପ କରିବେ, ତାହା ଭାବିବା ଭୁଲ। ଏହି ମାମଲା ଏବେ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ରହିଛି। ତେଣୁ ଆବେଦନକାରୀ ସେଠାକୁ ଯାଆନ୍ତୁ।” […]
ନୂଆଦିଲ୍ଲୀ: ଅର୍ଥନୀତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଛି। ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ, ଇଷ୍ଟର ଡୁଫଲୋ ଓ ମାଇକେଲ୍ କ୍ରେମରଙ୍କୁ ଏହି ପୁରସ୍କାର ଦିଆଯିବ। ଆଜି ରୟାଲ ସ୍ୱେଡିସ ଏକାଡେମୀ ପକ୍ଷରୁ ଏନେଇ ଘୋଷଣା କରାଯାଉଛି। ବିଶ୍ୱ ଦାରିଦ୍ର୍ୟ ଦୂରୀକରଣ ପାଇଁ ସେମାନଙ୍କର ଗଠନ ମୂଳକ ପଦକ୍ଷେପ ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ। ପୂର୍ବରୁ ଭାରତର ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ମିଳିଥିଲା। ଏବେ ଆମେରିକା ମିଟ୍ସ ୟୁନିଭର୍ସିଟିରେ ପ୍ରଫେସର […]
ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା ପାଇଁ ଚୀନ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ ସ୍ୱତନ୍ତ୍ର ବିମାନରେ ଚେନ୍ନାଇରେ ପହଞ୍ଚିଛନ୍ତି। ଚେନ୍ନାଇରୁ ସେ ମାମଲାପୁରମ ଯିବେ। ଜିନପିଙ୍ଗଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୧୮ ପ୍ରକାରର ଫଳ ଓ ପନିପରିବା ଲଗାଇ ତୋରଣ ସଜାଯାଇଛି। ରାସ୍ତାର ଦୁଇପାଖକୁ ଗଦଳୀକାନ୍ଧୀ ଝୁଲା ହୋଇଛି। ଜିନପିଙ୍ଗଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ […]
ଭୁବନେଶ୍ୱର: ଏଣିକି ଡାକ୍ତରୀ ପଢ଼ିବା ପାଇଁ ସାରା ଦେଶରେ ଗୋଟିଏ ପ୍ରବେଶିକା ପରୀକ୍ଷା ହେବ। ତାହା ହେଉଛି ‘ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ’ ବା ନିଟ୍ । ଆସନ୍ତା ବର୍ଷଠାରୁ ଏହି ନିୟମ ଲାଗୁ ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନାଥାଉ କି, ପୂର୍ବରୁ ଏମ୍ସ, ଜିପ୍ମର୍ (ଜବାହାରଲାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ), ପିଜିଆଇମର୍ (ପୋଷ୍ଟ୍ ଗ୍ରାଡୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ […]
ଜେନେଭା: ୨୦୧୮ ମସିହା ଏବଂ ୨୦୧୯ ପାଇଁ ଏକା ସାଥିରେ ସାହିତ୍ୟ ପାଇଁ ନୋବେଲ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ସାହିତ୍ୟିକ ଓଲ୍ଗା ଟୋକାର୍ଜକ୍ଙ୍କୁ ମନୋନୀତ କରାଯାଇଛି। ସେହିଭଳି ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେ। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। […]
ଭୋପାଲ: ବିବାହ ପୂର୍ବରୁ ବର କନ୍ୟା ମୋଟା ଅଙ୍କର ଖର୍ଚ୍ଚ କରି ଏବେ ପ୍ରି-ୱେଡିଂ ଫଟୋ ଶୁଟ୍ କରୁଛନ୍ତି। ବିଭିନ୍ନ ମନୋରମ ସ୍ଥାନରେ ଭାବି ଦମ୍ପତ୍ତି ଭିଡିଓ ସାଙ୍ଗକୁ ଫଟୋ ଶୁଟ କରି ବାହାଘର ପୂର୍ବରୁ ବିବାହପୂର୍ବ ଉତ୍ସବକୁ ଆହୁରି ସ୍ମରଣୀୟ କରୁଛନ୍ତି। ଏବେ ଏହି ପ୍ରି ଓ୍ୱେଡିଂ ଶୁଟିଂ ଶୌଚାଳୟ ଉପରେ କଲେ ଟଙ୍କା ମିଳିବ ବୋଲି ଭୋପାଳ ମହାନଗର ନିଗମ କହିଛି। ଯେଉଁ ଭାବି ଦମ୍ପତ୍ତି ଶୌଚାଳୟ ଉପରେ ଛିଡ଼ା ହୋଇ ସେଲଫି ଉଠାଇବେ […]
ଶ୍ରୀନଗର: ପାକିସ୍ତାନକୁ ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଇଛି ଭାରତ। ଆଜି ପାକିସ୍ତାନର ତିନୋଟି କ୍ୟାମ୍ପକୁ ଭାରତୀୟ ସେନା ଗୁଳି କରି ଉଡ଼ାଇ ଦେଇଥିବା ଜଣାପଡ଼ିଛି। ସେହିଭଳି ଜଣେ ପାକିସ୍ତାନୀ ସେନା ଭାରତୀୟ ସେନାଙ୍କ ଗୁଳିରେ ନିହତ ହୋଇଥିବା ବେଳେ ୭ ପାକ୍ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲଗାତର ତିନି ଦିନ ହେବ ପାକିସ୍ତାନ ଭାରତର ଚେକ ପଏଣ୍ଟକୁ ଲକ୍ଷ୍ୟ କରି ଗୁଳି ବିନିମୟ ଜାରି ରଖିଥିଲା। ଯାହାର ଦୃଢ଼ ଜବାବ ଭାରତୀୟ ସେନା ଦେଇ […]
ନୂଆଦିଲ୍ଲୀ: ଆସନ୍ତାକାଲି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେ। ଚେନ୍ନାଇଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ତେବେ ଏହା ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ଚାଇନା ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ସାକ୍ଷାତ କରିଥିଲେ। ଏହି ସମୟରେ ସେ କୁଆଡ଼େ କଶ୍ମୀର ଉପରେ ଚାଇନାର ଆଖି ରହିଛି ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ […]
କୋଲକାତା: ହିନ୍ଦୁବାଦ ସପକ୍ଷରେ ସର୍ବଦା ମତ ରଖୁଥିବା ଆରଏସ୍ଏସ୍ର ଜଣେ କର୍ମୀଙ୍କ ସମେତ ତାଙ୍କ ଗର୍ଭବତୀ ପତ୍ନୀ ଓ ୮ ବର୍ଷୀୟ ପୁଅଙ୍କ ମୃତଦେହ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଉଦ୍ଧାର କରାଯାଇଛି। ସେମାନଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୩୫ ବର୍ଷୀୟ ଏହି ଆରଏସ୍ଏସ୍ କର୍ମୀଙ୍କ ନାଁ ବନ୍ଧୁ ଗୋପାଲ ପଲ। ସେ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ଦିନ ଜିଆଗଞ୍ଜ ଅଞ୍ଚଳରେ ଥିବା ତାଙ୍କ ଘରୁ ସମସ୍ତଙ୍କ ରକ୍ତଭିଜା ମୃତଦେହ […]
#Odisha