ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ଏନ୍ସିପି ନେତା ତଥା ଶରଦ ପୱାର୍ଙ୍କୁ ପୁତୁରା ଅଜିତ୍ ପାୱାର୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସେ ଦଳୀୟ ନେତାଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏହାପରେ ସେ ଇସ୍ତଫା ଦେଇଛନ୍ତି। ସେ ଏନ୍ସିପିରେ ଥିଲେ ଓ ରହିଛନ୍ତି। ନୂଆ ସରକାରରେ ତାଙ୍କ ଭୂମିକା କ’ଣ ହେବ ତାହା ଦଳ ସ୍ଥିର କରିବା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଅଜିତ୍ ପାୱାର୍। […]
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡ଼ନାଭିସ ଇସ୍ତଫା ଦେବାରୁ ଏବେ ଶିବସେନା ନେତୃତ୍ୱରେ ସରକାର ଗଠନ ହେବାର ବାଟ ଫିଟିଛି। ଏବେ ରାଜ୍ୟପାଳ ଶିବସେନା-କଂଗ୍ରେସ ଓ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବେ। ଏହାପୂର୍ବରୁ ଏନ୍ସିପିର ବିଦ୍ରୋହୀ ବିଧାୟକ ଅଜିତ ପାୱାର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସ-ଶିବସେନା ଓ ଏନସିପି ଶିବିରକୁ ଫେରିବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, “ଉଦ୍ଧବ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଏବେ ଏବେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅଜିତ୍ ପାୱାର୍। ଆଉ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ପଡ଼ନାଭିସ୍। ପ୍ରେସ୍ମିଟ୍ରେ ସେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ପ୍ରେସ୍ମିଟ୍ ପରେ ରାଜ୍ୟପାଳ ଭଗତ ସିଂହ ଖୁସ୍ୱାରୀଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଏଥିସହିତ ଯେଉଁଦଳ ସରକାର ଗଠନ କରିବ, ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରେସ୍ମିଟ୍ରେ ପଡ଼ନାଭିସ୍ କହିଛନ୍ତି, ଶିବସେନା ସହିତ […]
ନୂଆଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଉପଲକ୍ଷେ ସଂସଦର ଯୁଗ୍ମ ଅଧିବେଶନ ବସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଛନ୍ତି। ତେବେ ଯୁଗ୍ମ ଅଧିବେଶନରେ ମୋଦିଙ୍କ ଉଦ୍ବୋଧନକୁ ବିରୋଧୀ କଂଗ୍ରେସ, ଏନସିପି ଓ ଶିବସେନା ସମେତ ଏକାଧିକ ଦଳ ବୟକଟ କରିଛନ୍ତି। ବିରୋଧୀମାନେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ସଂସଦ ପରିସରରେ ଥିବା ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଛନ୍ତି। ଏଠାରେ ସୋନିଆ ଗାନ୍ଧି ଭାରତୀୟ ସମ୍ବିଧାନରେ […]
ମୁମ୍ବାଇ: ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ରିଭ୍ୟୁ କରିବା ପାଇଁ ମୁସଲିମ ପର୍ସନେଲ ଲ’ ବୋର୍ଡ ନେତୃତ୍ୱରେ ଏକାଧିକ ବ୍ୟକ୍ତି ଅଣ୍ଟା ଭିଡ଼ିଛନ୍ତି। ତେବେ ଅଯୋଧ୍ୟା ବିବାଦରେ ପୁଣିଥରେ ରିଭ୍ୟୁ ପିଟିସନ ଦାଖଲ ନିଷ୍ପତ୍ତିକୁ ଦେଶର ୧୦୦ରୁ ଅଧିକ ପ୍ରଖ୍ୟାତ ମୁସଲିମ ପକ୍ଷ ବିରୋଧ କରିଛନ୍ତି। ଏହି ବିରୋଧ କରୁଥିବା ବ୍ୟକ୍ତିବିଶେଷଙ୍କ ତାଲିକାରେ ଅଭିନେତା ନସୀରଦ୍ଦୁନି ଶାହ, ଶାବନା ଆଜମୀ, ଉର୍ଦ୍ଦ୍ୱୁ ସ୍ତମ୍ଭକାର ହାସନ କାମଲା, ସାମ୍ବାଦିକ ଜାଭେଦ ଆନନ୍ଦ ଓ ସାମାଜିକ କର୍ମୀ […]
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପିକୁ ସହଯୋଗ କରିବାର ୩ ଦିନ ପରେ ଦୁର୍ନୀତି ମୁକ୍ତ ହେଲେ କି ଅଜିତ ପାୱାର୍ ? ଜଳସେଚନରେ ଅନିୟମିତତା ନେଇ ତାଙ୍କ ବିରୋଧରେ ଚାଲିଥିବା କେତେକ ମାମଲାର ତଦନ୍ତ ଏବେ ବନ୍ଦ ହୋଇଯାଇଛି।ତେଣୁ ଗଣମାଧ୍ୟମରେ ଏମିତି ଖବର ପ୍ରସାରଣକୁ ଦେଖି ମହାରାଷ୍ଟ୍ର ଦୁର୍ନୀତି ବିରୋଧୀ ସଂସ୍ଥାର(ଏସିବି) ଏହାକୁ ସମ୍ପୂର୍ଣ୍ଣ ଭିତ୍ତି ହୀନ କହିଛି। ଯେଉଁ ୯ଟି ମାମଲା ବନ୍ଦ କରାଯାଇଛି, ସେଗୁଡ଼ିକରେ ପାୱାର୍ ସମ୍ପୃକ୍ତ ନାହାନ୍ତି ବୋଲି ଏସିବି […]
କୋଲାକାତା: ପଶ୍ଚିବଙ୍ଗରେ ଜଣେ ବିଜେପି ନେତାଙ୍କୁ ଆଜି କିଛି ଦୁର୍ବୃତ୍ତ ରାସ୍ତାକଡ଼ରେ ଥିବା ଏକ ବୁଦା ଭିତରକୁ ଠେଲିତାଙ୍କୁ ଗାଳିଗୁଲଜ୍ କରିବା ସହିତ ଗୋଇଠା ମାରିବା ଭଳି ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ଜିଲ୍ଲାରେ ଉପନିର୍ବାଚନ ଚାଲିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହି ବିଜେପି ନେତା ହେଲେ କରୀମପୁର ସିଟ୍ରେ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ତଥା ଦଳର ରାଜ୍ୟ ଉପାଧ୍ୟକ୍ଷ ଜୟପ୍ରକାଶ ମଜ୍ମୁଦାର। ରାସ୍ତାକଡ଼ରେ ବୁଦା ବିତରେ ଫସି ରହିଥିବା ବେଳେ […]
ମୁମ୍ବାଇ: ମହାରାଷ୍ଟ୍ରରେ ବିରୋଧୀଙ୍କୁ ଜଳକା କରି ଦ୍ୱିତୀୟଥର ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନାଭିସ୍ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଫଡ଼ନାଭିସ୍ ଯେଉଁଭଳି ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଲେ ଏହାକୁ ନେଇ ସାଂସଦରୁ ନେଇ ସୁପ୍ରିମକୋର୍ଟରେ ଲଢ଼େଇ ଚାଲିଛି। ହେଲେ ଆଜି ଫଡ଼ନାଭିସ୍ ଦାୟିତ୍ୱ ଗ୍ରହଣ କରି ପ୍ରଥମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଚେକ୍ରେ ଦସ୍ତଖତ କରିଛନ୍ତି। ରାଜ୍ୟ ସଚିବାଳୟ ଭାବେ […]
ମୁମ୍ବାଇ; ମହାରାଷ୍ଟ୍ରର ରାଜନୈତିକ ପାଣିପାଗ ଏମିତି ବଦଳୁଛି ଯେ କେତେବଳେ କ’ଣ ହେବ କିଛି କହି ହେବନି। ଏନ୍ସିପି ସୁପ୍ରିମୋ ଅଜିତ୍ ପାୱାରଙ୍କ ପୁତୁରା ତଥା ଏନ୍ସିପିର ପୂର୍ବତନ ବିଧାୟକ ଦଳର ନେତା ଅଜିତ୍ ପାୱାର ବିଜେପି ସହିତ ମେଣ୍ଟ କରି ସରକାର ଗଠନ କରିବା ପରେ ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ପ ହେଉଛି। ଅଜିତ୍ଙ୍କ ଏହି ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ ନା ଏହା ପଛରେ ସୁପ୍ରିମୋ ଶରଦ ପାୱାରଙ୍କ ହାତ ରହିଛି ତାହା ଏବେ ଖୁବ୍ ଚର୍ଚ୍ଚା ହେଉଛି। […]
ଜୟପୁର: ରାଜସ୍ଥାନର ନାଗଉର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦୁଇଟି ମିନିବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ କଚମାନ ସହରରେ ଯାତ୍ରୀମାନେ ଯାଉଥିବା ବେଳେ ମିନବସ୍ ଦୁଇଟି ନିୟନ୍ତ୍ରଣ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଏହା ପରେ ଗୋଟିଏ ମିନି ବସ୍ ଏକ ଗଛକୁ ମଧ୍ୟ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଅହମ୍ମଦାବାଦ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସମସ୍ତଙ୍କ ଅଜାଣତରେ ବିଦେଶ ପଳାଇଥିବାବେଳେ ଏହା ପରେ ତତ୍ପରତା ପ୍ରକାଶ କରିଛି ଗୁଜରାଟ ପୁଲିସ୍। ନିତ୍ୟାନନ୍ଦଙ୍କୁ ଖୋଜିବା ପାଇଁ ପୁଲିସ୍ ପକ୍ଷରୁ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯିବା ସହ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସହାୟତା ନିଆଯାଉଛି। ତାଙ୍କ ନାମରେ ନାବାଳକଙ୍କୁ ଅପହରଣ କରି ତାଙ୍କ ଦ୍ୱାରା ଆଶ୍ରମ ପାଇଁ ଚାନ୍ଦା ସଂଗ୍ରହ କରାଉଥିବା ଆଦି ଅନେକ ଅଭିଯୋଗ ରହିଥିଲା। ଗୁଜରାଟ ପୁଲିସ୍ ଗୁରୁବାର ହିଁ କହିଥିଲା ନିତ୍ୟାନନ୍ଦ ବିଦେଶ […]
ନୂଆଦିଲ୍ଲୀ: ଭାରତୀୟ ଯବାନମାନେ କିପରି ହ୍ୱାଟ୍ସଆପ୍ ସେଟିଂ ଚେଞ୍ଜ୍ କରି ପାକିସ୍ତାନୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆଡ୍ ହେବାରୁ ରକ୍ଷା ପାଇବେ ସେ ନେଇ ଆଜି ଭାରତୀୟ ସେନା ପକ୍ଷରୁ ଏକ ଉପଦେଶନାମା ଜାରି କରାଯାଇଛି। ହ୍ୱାଟ୍ସଆପ୍ରେ ସେଟିଂ ଅପସନ୍କୁ ଯାଇ ଗୋଟିଏ ଛୋଟିଆ ପରିବର୍ତ୍ତନ କରି ଏଥିରୁ ରକ୍ଷା ପାଇ ହେବ ବୋଲି ଉପଦେଶନାମାରେ କୁହାଯାଇଛି। କେହି ଜଣେ ଦୁର୍ବୃତ୍ତ ଏକ ଶେବା ବହିର୍ଭୁତ ପାକିସ୍ତାନୀ ନମ୍ବର ଦ୍ୱାରା ଭାରତୀୟ ଯବାନଙ୍କୁ ପାକିସ୍ତାନୀ ଗ୍ରୁପ୍ରେ ଆଡ୍ କରିଥିଲେ। ପରେ […]
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ କୁଏତ, ସାଉଦି ଆରବ, ବାହରିନ, କତାର, ଓମାନ ଓ ୟୁଏଇରେ ପ୍ରତିଦିନ ୧୫ ଜଣ ଭାରତୀୟଙ୍କ ଜୀବନ ଯାଉଛି। ଏହି ଭାରତୀୟମାନେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ପ୍ରାଣ ହରାଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଗଲ୍ଫ ଦେଶରେ ୩୩,୯୮୮ ଜଣ ଭାରତୀୟଙ୍କ ଜୀବନ ଯାଇଛି। କେବଳ ଚଳିତ ବର୍ଷ ସେଠାରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୪,୮୨୩ ଜଣଙ୍କ ମୃତ୍ୟୁ […]
ନୂଆଦିଲ୍ଲୀ: ଦେଶର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ସ୍ୱତନ୍ତ୍ର ପ୍ରୋଟେକସନ୍ ଗ୍ରୁପ କମାଣ୍ଡୋମାନେ ସୁରକ୍ଷା ଯୋଗାଇ ଦେବେନାହିଁ। ଏ ସଂକ୍ରାନ୍ତ ଏକ ସଂଶୋଧିତ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ପୂର୍ବରୁ ଏସପିଜି ଆକ୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସପିଜି ସୁରକ୍ଷା ଯୋଗାଇ ଦେବାର ପ୍ରାବଧାନ ରହିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାକୁ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ଏସପିଜି ଆଇନ୍ ସଂଶୋଧନ ବିଲକୁ ଅନୁମୋଦନ ଦେଇଛି। ଆସନ୍ତା […]
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ୱର ୧ରୁ ଦେଶର ସମସ୍ତ ଟୋଲ୍ଗେଟ୍ରେ ଫାସଟାଗ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କର ଘୋଷଣା କରିଛନ୍ତି। ଦେଶରେ ୫୩୭ଟି ଟୋଲ୍ ଗେଟରେ ଏହି ଫାସଟାଗ ସେବା ଉପଲବ୍ଧ ହେବ। ଏନ୍ଏଚ୍ଆଇ ପକ୍ଷରୁ ଏହି ଫାସ୍ଟ୍ୟଗ୍ ସେବା ଯୋଗାଇ ଦିଆଯିବ। ତେବେ ଏହା ଖାଲି ଟୋଲ୍ ଗେଟରେ ନୁହେଁ ବରଂ ପେଟ୍ରୋଲ ପମ୍ପ, ଏୟାରପୋର୍ଟ, ଶପିଂ ମଲରେ ତେଲ ଭରିବା ସମୟରେ ବି ଉପଲବ୍ଧ ହେବ। ଏ ନେଇ […]
ଶ୍ରୀନଗର: ଭାରତୀୟ ସୀମାକୁ ଚାଲିଆସିଥିବା ପାକ୍ ନାଗରିକଙ୍କୁ ପାକିସ୍ତାନକୁ ହସ୍ତାନ୍ତର କଲେ ଭାରତୀୟ ସେନା। ମାନବିକତା ଦୃଷ୍ଟିରୁ ଭାରତୀୟ ଯବାନ ପାକ୍ ନାଗରିକଙ୍କୁ ତାଙ୍କ ସେନାକୁ ହସ୍ତାନ୍ତର କରିଛନ୍ତି। ଭାରତୀୟ ସୀମାକୁ ପଶି ଆସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସବିର ଅହମ୍ମଦ। ସେ ପାକ୍ ଅଧିକୃତ କାଶ୍ମୀର ମୁଜାଫରବାଦ ପଞ୍ଜକୋଟର ବାସିନ୍ଦା। ସବାରୀ ଭୁଲ୍ରେ ଭାରତର ଟଙ୍ଗଧାର ସେକ୍ଟର ଦେଇ ଭାରତୀୟ ସୀମାକୁ ପଶି ଆସିଥିଲେ। ଗତ ୧୭ ତାରିଖରେ ସେ ଏଲ୍ଓସି ପାର କରିଥିବାବେଳେ ଖବର […]
ଭୋପାଲ୍: କଂଗ୍ରେସ ନେତୃତ୍ୱାଧୀନ ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷକୁ ବୈଧ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଆଇନ ବ୍ୟାପାର ମନ୍ତ୍ରୀ ଏନେଇ କହିଛନ୍ତି, “ମଧ୍ୟପ୍ରଦେଶ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେବେ। ତେବେ ଏହା ଔଷଧୀୟ ଏବଂ ଶିଳ୍ପ ଆଦି ଉଦ୍ଦେଶ୍ୟରେ ଅନୁମତି ସହ ଚାଷ କରାଯାଇପାରିବ।” ସେ କହିଛନ୍ତି, ଗଞ୍ଜେଇକୁ ବ୍ୟବହାର କରି କର୍କଟ ରୋଗର ଔଷଧ ପ୍ରସ୍ତୁତ କରାଯାଇପାରିବ। ଏତଦ୍ବ୍ୟତୀତ ବାୟୋ ପ୍ଲାଷ୍ଟିକ୍ ମଧ୍ୟ ପ୍ରସ୍ତୁତ କରାଯାଇପାରିବ। ଏହା ରାଜ୍ୟରେ […]
ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ, ତା’ର ଫୈସଲା ଆସନ୍ତାକାଲି ହେବ। ଗତକାଲି କଂଗ୍ରେସ-ଏନ୍ସିପି ଏ ସମ୍ପର୍କରେ ଘୋଷଣା କରିଥିବା ବେଳେ ଆଜି ଶିବସେନା ସମାନ କଥା ଦୋହରାଇଛି। ବିଜେପି ସରକାର ଗଠନ ରେସରୁ ବାଦ ପଡ଼ିବାରେ ଶିବସେନା, ଏନ୍ସିପି ଓ କଂଗ୍ରେସ ସରକାର ଗଠନ ପାଇଁ ଘନଘନ ବୈଠକ କରିବାରେ ଲାଗିଛନ୍ତି। ତଥାପି ୩ଟି ଯାକ ଦଳ ଏଯାଏ ସରକାର ଗଠନ ପାଇଁ ନିଷ୍ପତ୍ତି ନେଇ ପାରୁନାହାନ୍ତି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି, ଶିବସେନା […]