ୱାଶିଂଟନ: ନାସା ଜାରି କଲା ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଲ୍ୟାଣ୍ଡର ବିକ୍ରମର ଫଟୋ। ନାସାର ଲୁନାର ରେକନାଇଜେସନ୍ ଅର୍ବିଟର (ଏଲ୍ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଯେଉଁଥିରେ କ୍ରାସ୍ ସାଇଟ୍ରେ ୭୫୦ ମିଟର ଦୂରରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ି ରହିଥିବା ଦର୍ଶାଯାଇଛି। The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance […]
ହାଇଦ୍ରାବାଦ: ସାରା ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଦାବି ଶାଣିତ ହେବାରେ ଲାଗିଛି। ଆଜି ଏଠାରେ ଥିବା ଚିଲକୁର ବାଲାଜୀ ମନ୍ଦିରରେ ମଧ୍ୟ ନ୍ୟାୟ ପାଇଁ ପ୍ରତିବାଦ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୨୦ ମିନିଟ୍ କାଳ ମନ୍ଦିରର ଦ୍ୱାରକୁ ବନ୍ଦ ରଖିଥିଲେ। ଏହି ସମୟରେ କୌଣସି ବି ଶ୍ରଦ୍ଧାଳଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ […]
ହାଇଦ୍ରାବାଦ୍: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତ୍ୱରିତ ବିଚାର ପାଇଁ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ମାମଲାରେ […]
ବାରାଣସୀ: ପିଆଜ ଦର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରଦାମ ନିୟନ୍ତ୍ରଣରେ ବିଫଳ ହୋଇଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ତେହେ ଏହାକୁ ନେଇ ଉତ୍ତର ପ୍ରଦେଶରେ ଆଜି ଭିନ୍ନ ଧରଣର ପ୍ରତିବାଦ କରିଛି ବିରୋଧୀ ସମାଜବାଦୀ ପାର୍ଟି। ଏଠାରେ ଥିବା କ୍ଷମତାସୀନ ବିଜେପି ସରକାର ବିରୋଧରେ ଆଜି ସମାଜବାଦୀ ପାର୍ଟିର ୟୁଥ୍ ୱିଙ୍ଗ ବିକ୍ଷୋଭ କରିଛନ୍ତି। ପିଆଜ ଦର ବୃଦ୍ଧି ଯୋଗୁ ସେମାନେ […]
କୋଏମ୍ବାତୁର: ଯେତେ କଡ଼ା ଆଇନ୍ କଲେବି ସୁଧୁରୁନି ମାନସିକତା କି କମୁନି ମହିଳାଙ୍କ ଉପରେ ଅତ୍ୟାଚାର। ହାଇଦ୍ରାବାଦ୍ର ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିବା ବେଳେ ପୁଣି ଗୋଟେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜନ୍ମଦିନ ପାଳନ କରି ଫେରିବା ବେଳେ ଜଣେ ଯୁବତୀଙ୍କୁ ତାମିଲନାଡୁର କୋଏମ୍ବାଟୁରରେ ଗଣ ଦୁଷ୍କର୍ମ କରାଯାଇଛି। ଯୁବତୀ ଜଣଙ୍କ ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ସାଙ୍ଗମାନଙ୍କ ସହ ଏକ ପାର୍କକୁ ଯାଇଥିଲେ। […]
ଉନ୍ନାଓ: ଭାରତର ଶିକ୍ଷାବ୍ୟବସ୍ଥାର ସ୍ଥିତିକୁ ସାମ୍ନାକୁ ଆଣିବା ଭଳି ବିଭିନ୍ନ ସମୟରେ ଭିଡିଓ ଭାଇରାଲ ହୋଇଛି ଏବଂ ଏସବୁ ଶିକ୍ଷାର ମାନ ପ୍ରତି ପ୍ରଶ୍ନ ଉଠାଇଛି। ଏବେ ଏହି କ୍ରମରେ ଉତ୍ତରପ୍ରଦେଶର ଉନ୍ନାଓରୁ ସେଭଳି ଏକ ଭିଡିଓ ଆସିଛି। ଜଣେ ଶିକ୍ଷକ ବହିରୁ କେଇ ଧାଡ଼ି ଇଂରାଜୀ ପଢ଼ିପାରୁନାହାନ୍ତି। ଆଉ ଆଶ୍ଚର୍ଯ୍ୟର କଥା ଶିକ୍ଷକ ଜଣକ ସେହି ବିଷୟ ହିଁ ସରକାରୀ ସ୍କୁଲରେ ପଢ଼ାଇଥା’ନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ଦେବେନ୍ଦ୍ର କୁମାର ପାଣ୍ଡେ ତୃଣମୂଳ ସ୍ଥିତି ପରଖିବା ପାଇଁ […]
ଲୁଧିଆନା: ପାକିସ୍ତାନର ସିନ୍ଧ ପ୍ରଦେଶରେ ନିଜକୁ ଗୁରୁ ନାନକଙ୍କ ଅନୁଗାମୀ କହୁଥିବା କିଛି ହିନ୍ଦୁ ବହୁ ଦିନ ଧରି ବନ୍ଦ ଥିବା ଏକ ଗୁରୁଦ୍ୱାରର ମରାମତି କରିବା ସହ ପୁଣି ଖୋଲାଇଛନ୍ତି। ଏହା ବିଭାଜନ ବେଳଠାରୁ ହିଁ ବନ୍ଦ ରହିଥିଲା। ଗୁରୁଦ୍ୱାର ବାବା ନାନକ ନାମକ ଏହି ଗୁରୁଦ୍ୱାରରେ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ସହ ଭଗବତ ଗୀତା ମଧ୍ୟ ସ୍ଥାନ ପାଇଛି। ଏହି ଅବସରରେ ଏଠାକାର ମୁସଲିମ୍ମାନେ ସମସ୍ତଙ୍କ ପାଇଁ ଲଙ୍ଗର ଆୟୋଜନ କରିଥିଲେ। ସବୁଠାରୁ ବଡ଼ […]
ହାଇଦ୍ରାବାଦ: ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ହାଇଦ୍ରାବାଦ୍ରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ବର୍ବରତାର ସବୁ ସୀମା ଟପିଗଲା ମଣିଷ। ଜାନୱର ଭଳି ଇଜ୍ଜତ ଲୁଟି ରାସ୍ତାକଡ଼ରେ ଜୀଅନ୍ତା ଜାଳି ମାରିଦେଲା। ରାସ୍ତାକଡ଼ରେ ପୋଡ଼ି ପାଉଁଶ ହୋଇଯାଇଥିବା ଭେଟେରିନାରୀ ଡାକ୍ତର ଥିବା ଯୁବତୀଙ୍କ ଶରୀରକୁ ଆମେ ଆପଣଙ୍କୁ ଦେଖାଇପାରୁ ନାହୁଁ। ବୁଧବାର ସମୟ ରାତି ପ୍ରାୟ ୯ଟା। ଡ୍ୟୁଟି ସାରି ସ୍କୁଟିରେ କୋଲ୍ଲୁରୁରୁ ଘରକୁ ଫେରୁଥିଲେ ୨୭ ବର୍ଷିୟା ଏହି ଭେଟେରିନାରୀ ଡାକ୍ତର। କିଛି ବାଟ ଗଲା ପରେ […]
ମୁମ୍ବାଇ: ମହା ବିକାଶ ଅଘାଡ଼ି ନାଁରେ ମେଣ୍ଟ କରିଥିବା କଂଗ୍ରେସ-ଏନସିପି ଓ ଶିବସେନା ସରକାର ବିଧିବଦ୍ଧ ଦାୟିତ୍ୱ ନେବା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ ଚାଷୀଙ୍କ ଋଣ ଛାଡ଼ ସମ୍ପର୍କରେ ଘୋଷଣା କରିବେ। ତେବେ ମେଣ୍ଟ ସରକାର ସ୍ଥାନୀୟ ଅଞ୍ଚଳର ଯୁବକ(ମରାଠୀ)ଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେବାକୁ ସ୍ୱତନ୍ତ୍ର ଆଇନର କାର୍ଯ୍ୟ କରିବେ। ବିଭିନ୍ନ କ୍ଷେତ୍ରରେ ସ୍ଥାନୀୟ ଯୁବକଙ୍କ ପାଇଁ ଚାକିରିରେ ୮୦% ସ୍ଥାନ ସଂରକ୍ଷଣ ହୋଇ ରହିବ […]
ମୁମ୍ବାଇ: ମାସାଧିକକାଳ ରାଜନୈତିକ ଛକାପଞ୍ଝା ପରେ ଶେଷରେ ମହାରାଷ୍ଟ୍ର ଏକ ନୂଆ ମେଣ୍ଟ ସରକାର ଦେଖିବାକୁ ଯାଉଛି। ଏନ୍ସିପି, କଂଗ୍ରେସ ସହଯୋଗରେ ସରକାର ଗଠନ କରିବାକୁ ଯାଉଛି ଶିବସେନା। ଆଉ ଏହି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ ଶିବସେନା। କିନ୍ତୁ ସେବେଠୁ ଏପର୍ଯ୍ୟନ୍ତ କେମିତି ଥିଲା ମହାରାଷ୍ଟ୍ର ମହାନାଟକର କାହଣୀରେ ଚୁମ୍ବକରେ ଆସନ୍ତୁ ଜାଣିବା। ୧: ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ବିଜେପି ୧୦୫ ଓ ଶିବସେନା ୫୬ ଆସନ ଜିତିଥିଲା। […]
ନୂଆଦିଲ୍ଲୀ: ପ୍ରଥମେ ବିବାଦୀୟ ବୟାନ୍ ଦେଲେ, ଏବେ ସେଥିରେ ତାଳି ପକାଇବାକୁ ଚେଷ୍ଟା କରୁଛନ୍ତି ଭୋପାଳ ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା ଠାକୁର। ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀକୁ ବିଜେପି ସ୍ମରଣୀୟ କରିବା ପାଇଁ କିଛି ଦିନ ତଳେ ଉଦ୍ୟମ କରିଥିବା ବେଳେ ସେହି ଗାନ୍ଧିଙ୍କ ହତ୍ୟାକରୀ ନାଥୁରାମ ଗଡସେକୁ ଦଳର ସାଂସଦ ଦେଶଭକ୍ତ ବୋଲି କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଜ୍ଞାଙ୍କ ଏହି ବୟାନକୁ ନେଇ ସଂସଦ ଠାରୁ ଆରମ୍ଭ କରି ସମଗ୍ର ଦେଶରେ ତୀବ୍ର […]
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ କମିଟିରୁ ବିଦା ହେଲେ ମଧ୍ୟପ୍ରଦେଶ ଭୋପାଳ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ସଂସଦୀୟ କାର୍ଯ୍ୟମନ୍ତ୍ରୀ ତାଙ୍କୁ ଏହି କମିଟିରୁ ବହିଷ୍କାର କରିଛନ୍ତି। ଏଥିସହିତ ଗୃହ ଚାଲୁଥିବା ବେଳେ ବିଜେପି ସଂସଦୀୟ ଦଳର ବୈଠକକୁ ନ ଆସିବା ପାଇଁ ମଧ୍ୟ ତାଗିଦ୍ କରିଛନ୍ତି ପ୍ରହ୍ଲାଦ। ତେବେ ଖୁବ୍ଶୀଘ୍ର ପ୍ରଜ୍ଞା ଠାକୁର ବିଜେପିରୁ ମଧ୍ୟ ବିଦା ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏନେଇ ଦଳର ଶୃଙ୍ଖଳା କମିଟି ବୈଠକରେ ଆଲୋଚନା କରାଯାଉଥିବା ଜଣାପଡ଼ିଛି। […]
କାଠମାଣ୍ଡୁ: ପାହାଡ଼ର ଉଚ୍ଚ ଶିଖରରେ ଚାଲୁଥିଲା ବସ୍। ଭିତରେ ଥିଲେ ଫୁଲ୍ ଯାତ୍ରୀ। ସମସ୍ତେ ନିଜ ଭାବନାରେ ପାହାଡ଼ିଆ ଅଞ୍ଚଳରେ ପ୍ରକୃତିର ସୌନ୍ଧର୍ଯ୍ୟକୁ ଉପଭୋଗ କରୁଥିଲେ। କିନ୍ତୁ କିଏ ଜାଣିଥିଲା ହଠାତ୍ ଏଭଳି ଦଇବ ଦୁର୍ଘଟଣା ଘଟିବା ବୋଲି। ମାତ୍ର କେଇ ମିନିଟ୍ ଭିତରେ ସବୁକିଛି ସରିଗଲା। ଗାଡ଼ିଟି ପାହାଡ଼ ଉପରେ ଟର୍ଣ୍ଣି ନେଲାବେଳେ ଭାରାସାମ୍ୟ ହରାଇ ବସିଲେ ବସ୍ ଡ୍ରାଇଭର। ଫଳରେ ପାହାଡ଼ ତଳକୁ ଖସିପଡ଼ିଲା ବସ୍। ଅକାଳରେ ଚାଲିଗଲା ୧୮ ଜୀବନ। ୧୩ ଜଣ […]
ନୂଆଦିଲ୍ଲୀ: ଏଣିକି ଇ-ପେପର ଓ ଡିଜିଟାଲ୍ ମିଡିଆ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପୂର୍ବରୁ ଥିବା ପିଆର୍ବି(ପ୍ରେସ୍ ଆଣ୍ଡ ରେଜିଷ୍ଟେସନ୍ ବୁକ୍)ଆକ୍ଟ ୧୮୬୭ରେ ପରିବର୍ତ୍ତନ କରି ଆର୍ପିପି(ରେଜିଷ୍ଟେସନ ଅଫ୍ ପ୍ରେସ୍ ଆଣ୍ଡ ପିରିଓଡିକାଲ୍) ପଞ୍ଜୀକରଣ୨୦୧୯ ବିଲ୍ ଆଣିବାକୁ ଚାହୁଁଛନ୍ତି। ପିଆରବି ଆକ୍ଟ ୧୮ ୬୭ ଅନୁସାରେ ପ୍ରତ୍ୟେକ ମୁଦ୍ରଣ ମାଧ୍ୟମକୁ ଯେପରି ଖରକାଗଗଜ ଓ ପତ୍ରପତ୍ରିକା ବହି ଆଦି ପଞ୍ଜୀକରଣର ବ୍ୟବସ୍ଥା ଥିଲା। ହେଲେ ଆର୍ପିପି ବିଧେୟକ ୨୦୧୯ ଅନୁସାରେ […]
ନୂଆଦିଲ୍ଲୀ: ନାଥୁ ରାମ୍ ଗଡ୍ସେକୁ ଦେଶ ଭକ୍ତ କହିଲେ ବିଜେପ ସାଂସଦ ପ୍ରଜ୍ଞାଠାକୁର୍। ବୁଧବାର ଲୋକସଭାରେ ଏସ୍ପିଜି ସଂଶୋଧନ ବିଧେୟକ ଉପରେ ଚାର୍ଚ୍ଚା ଚାଲିଥିବା ସମୟରେ ନାଥୁରାମଙ୍କୁ ଦେଶଭକ୍ତ ବୋଲି କହିଥଲେ ପ୍ରଜ୍ଞା ଠାକୁର। ଯାହାକୁ ତୀବ୍ର ବିରୋଧ କରିଛି କଂଗ୍ରେସ। ସଦନରେ ଡିଏମ୍କେ ବିଧାୟକ ଏ ରାଜା ଭାଗ ନେଇ ନକାରାତ୍ମକ ମାନସିକତା ବିଷୟରେ ଚର୍ଚ୍ଚା କରି ଗୋଡ୍ସେଙ୍କ ଉଦାହରଣ ଦେଇଥିଲେ। ଏହାକୁ ବିରୋଧ କରି ପ୍ରଜ୍ଞାଠାକୁର କହିଥିଲେ “ଏଠାରେ ଦେଶଭକ୍ତଙ୍କର ଉଦାହରଣ ନ ଦିଆଯାଉ।” […]
ନୂଆଦିଲ୍ଲୀ: ଦିଲ୍ଲୀ, ହରିଆଣା, ଗୁଜରାଟ, ୱେଷ୍ଟବ୍ୟାଙ୍ଗଲ୍, କେରଳ, ଗୋଆ ଏବଂ ଓଡ଼ିଶାରେ ଲାଞ୍ଚ କାରବାର କମିଛି। ଏଠାକାର ଜନତା ସରକାରୀ ବାବୁମାନଙ୍କ କମ୍ ଲାଞ୍ଚ ଦେଇଥିବା ଜଣାପଡ଼ିଛି। ସେହିଭଳି ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗନା, କର୍ଣ୍ଣଟକା, ତାମିଲ୍ନାଡୁ, ରାଜସ୍ଥାନ, ଝାରଖଣ୍ଡ ଓ ପଞ୍ଜାବରେ ଲାଞ୍ଚ କାରବାର ଘଟଣା ଅଧିକ ହୋଇଛି। ଇଣ୍ଡିଆନ୍ କରପ୍ସନ୍ ସର୍ଭେ ୨୦୧୯ରେ ଏଭିଳ ତଥ୍ୟ ସାମ୍ନାକ ଆସିଛି। ଯଦିଓ ଗତ କିଛି ବର୍ଷରେ ଲାଞ୍ଚର ପରିମାଣ କମିଛି, ତଥ୍ୟରୁ ଜଣାପଡ଼ିଛି ୫୦%ରୁ ଅଧିକ […]
ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ତାତିରେ ଦେଶର ରୈଜନୈତିକ ମାହୋଲ୍ ଏବେ ବି ଗରମ ରହିଛି। କିନ୍ତୁ ଯେତେବେଳେ ହଠାତ୍ ସନ୍ଧ୍ୟାରେ ଏନ୍ସିପି ନେତା ଅଜିତ୍ ପାୱାର୍ ବିଜେପିକୁ ସମର୍ଥନ ଦେଇ ସରକାର ଗଠନ କଲେ, ସେତେବେଳେ ରାଜ୍ୟରେ ରାଜନୈତିକ ମାହୋଲ୍ ଅଧିକ ଗରମ ହୋଇ ଉଠିଲା। ଦେବେନ୍ଦ୍ର ପଡ଼ନାଭିସ୍ ମୁଖ୍ୟନ୍ତ୍ରୀ ଓ ଅଜିତ ହେଲେ ଉପମୁଖ୍ୟମନ୍ତ୍ରୀ। ତେବେ ନିଜ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବାରୁ ଏନ୍ସିପି ସୁପ୍ରିମୋ ଶରତ ପାୱାର୍ ପୁତୁରା ଅଜିତ୍ ପାୱାରଙ୍କ ଉପରେ […]
ମୁମ୍ବାଇ: ବହୁମତ ନଥିବାରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ୍ ଇସ୍ତଫା ଦେବା ପରେ ତାଙ୍କ ପତ୍ନୀ ଅମୃତା ପଡ଼ନାଭିସ୍ଙ୍କ ଏକ ଟ୍ୱିଟ୍ କରିଛନ୍ତି। ଯାହାକୁ ନେଇ ଏବେ ଜୋର୍ଦାର ଚର୍ଚ୍ଚା ହେଉଛି। ଏହି ଟ୍ୱିଟ୍ରେ ଅମୃତାଙ୍କୁ ଜଣେ କବୟିତ୍ରୀ ଶୈଳୀରେ ଏକ କବିତା ଲେଖିଛନ୍ତି। ସେ ଲେଖିଛନ୍ତି -“ପଲଟ୍ କେ ଆଉଙ୍ଗୀ ସାଖୋଁ ମେ ଖୁସ୍ବୁଏଁ ଲେକର, ଖିଜାଁ କି ଜନ୍ଦ ମେଁ ମୌସମ୍ ଜରା ବଦଲ୍ନେ ଦୋ” ଏଥିସହିତ ୫ବର୍ଷ ପାଇଁ ସେବା […]
ଶ୍ରୀହରୀକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇଶ୍ରୋ ଆଜି ପୁଣି ଆଉ ଏକ ଇତିହାସ ରଚିଛି। ଇସ୍ରୋ ଆଜି ସକାଳ ୯.୨୮ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ କାର୍ଟୋସାଟ୍-୩ ସାଟେଲାଇଟ୍କୁ ସଫଳତାର ସହ ଲଞ୍ଚ କରିଛି। ଏଥିସହିତ ଆମେରିକା ୧୩ଟି ନାନୋ ସ୍ୟାଟେଲାଇଟ୍କୁ ମଧ୍ୟ ସଫଳାତର ସହିତ ଲଞ୍ଚ କରାଯାଇଛି। ଇଶ୍ରୋର ଏହି ସଫଳତା ପାଇଁ ଟ୍ୱିଟ୍ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରୀକ୍ଷଣ ସହିତ ଇଶ୍ରୋ ଦେଶକୁ ପୁଣିଥରେ ଗୌରବାନ୍ୱିତ କରିଛି ବୋଲି […]