• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

school closed
ଜୁନ୍‌ ୧୭ ଯାଏ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ୱର: ଜୁନ୍‌ ୧୭ ଯାଏ ରାଜ୍ୟରେ ଥିବା ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ସାରାଦେଶରେ ଏପ୍ରିଲ ୧୪ ତାରିଖରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

  • Thursday, 22 July 2021
corona
ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ପୁରୁଷ, ୨୪% ମହିଳା

ନୂଆଦିଲ୍ଲୀ: ଅଧିକ ସଂଖ୍ୟକ ପୁରୁଷ ପ୍ରାଣଘାତୀ କରୋନାର ଶିକାର ହେଉଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୬% ଆକ୍ରାନ୍ତ ହେଉଛନ୍ତି ପୁରୁଷ ଓ ୨୪% ମହିଳା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୭% ଆକ୍ରାନ୍ତ ହେଉଛନ୍ତି ୪୦ ବର୍ଷରୁ କମ୍‌ ବୟସର। ୩୪% କରୋନା ଆକ୍ରାନ୍ତ ହେଉଛନ୍ତି ୪୦ରୁ ୬୦ ବର୍ଷ […]

  • Thursday, 22 July 2021
jawan
ଆତଙ୍କବାଦୀଙ୍କୁ ନିପାତ କରି ସହିଦ ହେଲେ ୫ ଯବାନ

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ-କାଶ୍ମୀର କୁପଓ୍ୱାଡା ଜିଲ୍ଲାର କେରନ ସେକ୍ଟରରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଭାରତୀୟ ସେନାର ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ତେବେ ସବୁଠାରୁ ଦୁଃଖଦାୟକ କଥା, ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନାର  ଏହି ଅପରେସନରେ ୫ ଯବାନ ସହିଦ ହୋଇଛନ୍ତି। ସାରାଦେଶ ଏବେ କରୋନା ସହିତ ମୁକାବିଲା କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା କରିବାକୁ ଯାଇ ଏହି ଯବାନମାନେ ସହିଦ ହୋଇଛନ୍ତି। ସୂଚନା […]

  • Thursday, 22 July 2021
light
କେବଳ ଲାଇଟ୍ ସୁଇଚ୍ ବନ୍ଦ କରନ୍ତୁ, ଅନ୍ୟ କୌଣସି ସୁଇଚ୍ ନୁହେଁ

ଭୁବନେଶ୍ୱର: ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍‌ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। […]

  • Thursday, 22 July 2021
Capture
କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍

କଟକ: କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି) ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌  ଭାବେ ଘୋଷଣା କରି ସିଏମ୍‌ସି ସିଲ୍ କରିଛି। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, କଟକରେ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  କଟକର ବକ୍ସି ବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଯାଏ, ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ […]

  • Thursday, 22 July 2021
rainfall
ବର୍ଷା ସହ ବଜ୍ରପାତ ସମ୍ଭାବନା, ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ସକାଳ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଝାରସୁଗୁଡା।

  • Thursday, 22 July 2021
delhi
ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ଚୋରି

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଏହାରି ଭିତରେ ଦିଲ୍ଲୀରେ ଏକ ମଦ ଦୋକାନରୁ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଦୁର୍ବୃତ୍ତମାନେ ମଦ ଦୋକାନର ଶଟର ଭାଙ୍ଗି ଷ୍ଟକ ରହିଥିବା ସବୁ ମଦକୁ ନେଇ ଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦିଲ୍ଲୀର ରୋଶନଆରା ରୋଡ ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ପୁଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ […]

  • Thursday, 22 July 2021
train-1
ଟ୍ରେନ ଚଳାଚଳ ପାଇଁ ରେଲୱେର ପ୍ରସ୍ତୁତି ଆରମ୍ଭ !

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ୨୧ ଦିନ ପରେ, ଏପ୍ରିଲ ୧୫ ରୁ ରେଲୱେ ଏହାର ପାସେଞ୍ଜର ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଥିବା ସୂଚନା ମିଳିଛି। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ୨୧ ଦିନର ଲକଡାଉନ ସରିବା ପରେ, ଏପ୍ରିଲ ୧୫ରୁ ରେଲୱେ ବାତିଲ ହୋଇଥିବା ଏହାର ପାସେଞ୍ଜର  ଟ୍ରେନ୍ ସେବା ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଚଲାଇଛି ବୋଲି […]

  • Thursday, 22 July 2021
corona
କରୋନାକୁ ମାତ୍ ଦେଲେ ବୃଦ୍ଧ ଦମ୍ପତି, ସୁସ୍ଥ ହୋଇ ଘରକୁ ଫେରିଲେ

ଥିରୁଅନନ୍ତପୁରମ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ଏହି ସମୟରେ  କେରଳରୁ ଏକ ଭଲ ଖବର ଆସିଛି। ଏଯାବତ ସାରା ଦେଶରେ 60ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ସ୍ଥିତିରେ କେରଳର ବୃଦ୍ଧ ଦମ୍ପତ୍ତି କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି। ୯୩ ବର୍ଷୀୟ ବୃଦ୍ଧ ଓ ତାଙ୍କ ୮୮ ବର୍ଷୀୟ ପତ୍ନୀ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଉଭୟ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା […]

  • Thursday, 22 July 2021
୩ ନିଜାମୁଦ୍ଦିନ୍‌ ଫେରନ୍ତାଙ୍କ ଆସିଲା କରୋନା ପିଜିଟିଭ୍ ରିପୋର୍ଟ

ଭୁବନେଶ୍ୱର: ନିଜାମୁଦ୍ଦିନ୍‌ରୁ ଓଡିଶାକୁ ଫେରିଥିବା ଲୋକଙ୍କ ମଧ୍ୟରୁ ଏଯାବତ ୨୮ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୩ଟି କରୋନା ପିଜିଟିଭ୍ ଆସିଛି। କଟକ, ପୁରୀ ଏବଂ ଯାଜପୁରର ଜଣେ ଲେଖାଏ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନେ ସମସ୍ତେ ନିଜାମୁଦ୍ଦିନରୁ ଫେରିଥିଲେ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। Nizamuddin link tally so far: 28 […]

  • Thursday, 22 July 2021
corona77777
ଓଡ଼ିଶାରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ଓଡ଼ିଶାରେ ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ନୂଆ କରି ଚିହ୍ନଟ ହୋଇଥିବା ୧୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ଭୁବନେଶ୍ୱର ସୂର୍ଯ୍ୟ ନଗର ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଦୀପ୍ତ ଦଳବେହେରାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ୭ଜଣ […]

  • Thursday, 22 July 2021
petrol pump
ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରାଦେଶକୁ ୨୧ ଦିନ ପାଇଁ ଲକଡାଉନ କରାଯାଇଛି। ଏସବୁ ଭିତରେ କିଛି ସହରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧ ଟଙ୍କାରୁ ୧ ଟଙ୍କା ୫୮ ପଇସା ଯାଏ ବୃଦ୍ଧି ପାଇଥିବା ଜଣାପଡିଛି। ରାଜ୍ୟ ସରକାରଙ୍କ ଦ୍ୱାରା VATରେ  ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା […]

  • Thursday, 22 July 2021
corona
ଭାରତରେ ୫୦ ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୫୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ, ୧୭୬୪ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବାବେଳେ ୧୫୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ […]

  • Thursday, 22 July 2021
corona
୨୪ ଘଣ୍ଟାରେ ୪୩୭ ନୂଆ କରୋନା ପଜିଟିଭ୍, ଭାରତରେ ୪୧ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୩୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1649କୁ ବୃଦ୍ଧି ପାଇଛି। ଦେଶରେ କରୋନା ଜନିତ ମୃତ୍ଯୁ ସଂଖ୍ୟା ମଧ୍ୟ ୪୧ ଟପିଛି। ସଂକ୍ରମିତଙ୍କ ମଧ୍ୟରୁ ୧୪୪ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ଦିଲ୍ଲୀ ଧର୍ମ ସଭା ପାଇଁ ଆକ୍ରାନ୍ତଙ୍କ […]

  • Thursday, 22 July 2021
corona
ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭାରତରେ ୩୮ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୩୮ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା  ସୂଚନା ଅନୁଯାୟୀ, ୧୪୬୬ ଜଣଙ୍କଠାରେ ବର୍ତ୍ତମାନ କରୋନା ପଜିଟିଭ୍‌ ରହିଥିବାବେଳେ ୧୩୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ […]

  • Thursday, 22 July 2021
LPG
କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ କରାଯାଇଛି। ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ସବୁ ବନ୍ଦ ରହିଛି। ଏସବୁ ଭିତରେ ଅଣ-ସବସିଡି ଏଲ୍‌ପିଜି ସିଲିଣ୍ଡର ଗ୍ୟାସ ଦର କମିଛି। ୧୪.୨ କିଲୋଗ୍ରାମର ଅଣ-ସବସିଡି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୧.୫ ଟଙ୍କା ଶସ୍ତା ହୋଇଛି। ଗ୍ୟାସ୍ ଦାମ ୮୦୫.୫୦ ପଇସାରୁ କମି ୭୪୪ ଟଙ୍କା ହୋଇଛି। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। […]

  • Thursday, 22 July 2021
april fool 1
‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ...

ନୂଆଦିଲ୍ଲୀ: ଆଜି ଏପ୍ରିଲ ୧। ଆଜିର ଦିନକୁ ଲୋକମାନେ ‘ଏପ୍ରିଲ ଫୁଲ୍‌’ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଲୋକେ ସାଙ୍ଗ, ପରିବାର ଲୋକ ଏବଂ ଭାଇ ଭଉଣୀଙ୍କୁ ଜୋକ୍ସ, ପ୍ରାଙ୍କ୍ ଭିଡିଓ ଇତ୍ୟାଦି ପଠାଇ ‘ଏପ୍ରିଲ ଫୁଲ୍‌’ କରିଥାନ୍ତି। ହେଲେ ଚଳିତ ଥର ‘ଏପ୍ରିଲ ଫୁଲ୍‌’ ଜୋକ୍‌ ଚଳିବ ନାହିଁ। କାହିଁକି  ନା କରୋନକୁ ନେଇ ଏବେ ସାରା ବିଶ୍ୱରେ ସ୍ଥିତି ସମ୍ବେଦନଶୀଳ ରହିଛି। କରୋନକୁ ନେଇ ସୋଶାଲ ମିଡିଆରେ ଯେଭଳି ଗୁଜବ ପ୍ରଚାର ନ […]

  • Thursday, 22 July 2021
israel pm
କରୋନାରେ ଆକ୍ରାନ୍ତ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ଜେରୁଜେଲମ: ମହାମାରୀ କରୋନାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆକ୍ରାନ୍ତ ହୋଇଛନ୍ତି। ଏବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହଯୋଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଇସ୍ରାଏଲର ଏହି ୭୦ ବର୍ଷୀୟ ନେତାଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ଆଗାମୀ ଦିନରେ ଇସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେଞ୍ଜାମିନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଇସ୍ରାଏଲ ମିଡିଆର ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ନେତାନ୍ୟାହୁ ଏବଂ ବିରୋଧୀ ଦଳର ସାଂସଦମାନେ ଏକ ସଂସଦ ଅଧିବେଶନରେ […]

  • Thursday, 22 July 2021
police00999
ବୁଲୁଥିଲେ, ବାରଣ କରିବାରୁ ପୁଲିସକୁ ପିଟିଲେ ଯୁବକ

ଚାନ୍ଦବାଲି: କରୋନାକୁ ନେଇ ସବୁଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆବଶ୍ୟକ ନ ଥିଲେ ଘରୁ ବାହାରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଉଛି। ପୁଲିସ ମଧ୍ୟ ସବୁ ଛକରେ ଜଗି ରହିଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ପୁଲିସ ଆକ୍ରୋଶର ଶିକାର ହେଉଥିବା ନଜର  ଆସିଛି। ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ […]

  • Thursday, 22 July 2021
Untitled
ସ୍ୱାସ୍ଥ୍ୟ କର୍ମୀଙ୍କ ଉପସ୍ଥିତିରେ ହେଲା କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର

ହାଇଦ୍ରାବାଦ: କରୋନାରେ ହାଇଦ୍ରାବାଦର ଜଣେ 74 ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ତେଲେଙ୍ଗାନାର ପ୍ରଥମ ବ୍ୟକ୍ତି ଯିଏକି କରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ସମ୍ପୃକ୍ତ ଵ୍ୟକ୍ତିଙ୍କ ମୃତ୍ୟୁ ପରେ ଜଣାପଡିଥିଲା ଯେ ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ପରେ ନିଆଯାଇଥିବା ସାମ୍ପଲରୁ  ତାଙ୍କ ଶରୀରରେ କରୋନା ଭୁତାଣୁ ଥିବା ଜଣାପଡ଼ିଥିଲା । ଶନିବାର ଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ  ଅନ୍ତିମ ସଂସ୍କାର ସମୟରେ ଉକ୍ତ […]

  • Thursday, 22 July 2021
lockdown
ଲକଡାଉନ ଘୁଞ୍ଚିବାକୁ ନେଇ ଏମିତି କହିଲେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନକୁ ଅଧିକ ଦିନ ଘୁଞ୍ଚାଇବାକୁ ନେଇ ସେଭଳି କୌଣସି ଯୋଜନା ନାହିଁ। ଏନେଇ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଉକ୍ତିକୁ ଉଦ୍ଧାର କରି ଟ୍ୱିଟ କରିଛି public broadcaster  ପ୍ରସାର ଭାରତୀ ନ୍ୟୁଜ୍‌ ସର୍ଭିସ। ଲକଡାଉନ ଅବଧି ବୃଦ୍ଧି ହେବାକୁ ନେଇ ଏକ ଜାତୀୟ ୱେବ ପୋର୍ଟାଲରେ ଖବର ପ୍ରକାଶ ପାଇଥିଲା। FAKE NEWS ALERT ? PBNS got in touch with the Cabinet Secretary […]

  • Thursday, 22 July 2021
whatsapp
ଏହି ପପୁଲାର ଫିଚରରେ ପରିବର୍ତ୍ତନ ଆଣିଲା WhatsApp

ନୂଆଦିଲ୍ଲୀ: ହ୍ୱାଟ୍ସଆପ(WhatsApp) ଏହାର ଏକ ପପୁଲାର ଫିଚରରେ ପରିବର୍ତ୍ତନ ଆଣିଛି। ଅଧିକାଂଶ ୟୁଜର୍ସ ବ୍ୟବହାର କରୁଥିବା ହ୍ୱାଟ୍ସଆପ ଷ୍ଟାଟସରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ହ୍ୱାଟ୍ସଆପ ୟୁଜର୍ସ ସେମାନଙ୍କ ଷ୍ଟାଟସରେ 15 ସେକେଣ୍ଡର ଭିଡ଼ିଓ ଅପଲୋଡ଼ କରିପାରିବେ। ଅର୍ଥାତ ଆପଣ 15 ସେକେଣ୍ଡରୁ ଅଧିକ ସମୟର ଭିଡ଼ିଓ ଅପଲୋଡ଼ କରିପାରିବେ ନାହିଁ। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ 30 ସେକେଣ୍ଡର ଭିଡ଼ିଓ ହ୍ୱାଟ୍ସଆପ ଷ୍ଟାଟସରେ ଅପଲୋଡ଼ ହେଉଥିଲା। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ […]

  • Thursday, 22 July 2021
Untitled
ଭାରତରେ ୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଲକଡାଉନ ଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ଏବଂ ଲୋକେ ବିଭିନ୍ନ ଅସୁବିଧା ଭୋଗୁଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ବଢ଼ୁଥିବା […]

  • Thursday, 22 July 2021
german
କରୋନା ଚିନ୍ତାରେ ଏମିତି ଚରମ ନିଷ୍ପତ୍ତି ନେଲେ ଜର୍ମାନ ମନ୍ତ୍ରୀ

ଫ୍ରାଙ୍କଫୁର୍ଟ: ଜର୍ମାନୀର ହେସେ ଷ୍ଟେଟର ଅର୍ଥମନ୍ତ୍ରୀ ଥୋମାସ୍‌ ସ୍କାଇଫର୍‌ ଆତ୍ମହତ୍ୟା କରିଛନ୍ତି। କରୋନା ଭାଇରସ୍‌ କାରଣରୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଯାହାକୁ ନେଇ ସେ ଚିନ୍ତାରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।  54 ବର୍ଷୀୟ ଥୋମାସ୍‌ଙ୍କ ମୃତଦେହ ଶନିବାର ଦିନ ଏକ ରେଲୱେ ଟ୍ରାକ୍ ନିକଟରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ହେଁ ଏଯାଏ ସ୍ପଷ୍ଟ ହୋଇପାରିନି। ସୂଚନାଯୋଗ୍ୟ ଯେ, ଜର୍ମାନୀର ଆର୍ଥିକ ରାଜଧାନୀ ଫ୍ରାଙ୍କଫୁର୍ଟ ଏହି ରାଜ୍ୟ […]

  • Thursday, 22 July 2021
Capture
ଦିଲ୍ଲୀରୁ ୨୦୦ କି.ମି. ଚାଲିଚାଲି ଘରକୁ ଫେରୁଥିଲେ ରଣବୀର, ବାଟରେ ଚାଲିଗଲା ଜୀବନ

ଆଗ୍ରା: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍। ଜରୁରୀକାଳୀନ ସେବା ଓ ସାମଗ୍ରୀକୁ ଛାଡି ଆଉ ସବୁ ବନ୍ଦ ରହିଛି। ଏହାରି ଭିତରେ ଦିଲ୍ଲୀର ଜଣେ 38 ବର୍ଷୀୟ ଡେଲିଭରି ଏଜେଣ୍ଟ ୨୦୦ କିଲୋମିଟର ଚାଲିଚାଲି ମଧ୍ୟପ୍ରଦେଶ ଯାଉଥିବାବେଳେ ଉତ୍ତର ପ୍ରଦେଶର ଆଗ୍ରା ନିକଟରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ରଣବୀର। ଲକ୍‌ଡାଉନ୍ ଘୋଷଣା ହେବାପରେ ରଣବୀର ଗାଁକୁ ପଳାଇ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ […]

  • Thursday, 22 July 2021