• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

travel
ବିଦେଶରେ ଏମିତି କାଣ୍ଡ କଲେ, ଯାହା ପାଇଁ ବଦନାମ ହେଲା ଦେଶ

ନୂଆଦିଲ୍ଲୀ:ସୋଶାଲ ମିଡିଆରେ ଏକ ଭାରତୀୟ ପରିବାରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏମାନେ ବିଦେଶରେ ଏମିତି କାଣ୍ଡ  କରିଛନ୍ତି ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି କାରନାମା ଦେଖିଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡ ଲାଜରେ ତଳକୁ ନଇଯିବ। ଘଟଣାଟି ଇଣ୍ଡୋନେସିଆ ବାଲିର ବୋଲି କୁହାଯାଉଛି।  ଏକ ଭାରତୀୟ ପରିବାର ଛୁଟି ମନାଇବା ପାଇଁ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଏକ ହୋଟେଲ୍‌ରେ ରହିଥିଲେ। ହେଲେ ଯେଉଁଦିନ ସେମାନେ ହୋଟେଲ୍‌ ରୁମ୍‌ […]

  • Thursday, 22 July 2021
Yeddyurappa-pics
କର୍ଣ୍ଣାଟକରେ ରହିଲା ବିଜେପି ସରକାର: ଆସ୍ଥା ଭୋଟ୍‌ରେ ଜିତିଲେ ୟେଦ୍ଦୁରପ୍ପା

ବେଙ୍ଗାଲୁର: କର୍ଣ୍ଣାଟକ ନାଟକର ଯବନିକା ପଡ଼ିଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା। ୧୦୫ ବାଚନିକ ଭୋଟ୍‌ରେ ସେ ବିଜୟୀ ହୋଇଛନ୍ତି। ୧୪ ବିଦ୍ରୋହୀ ବିଧାୟକ ଗତକାଲି ବାଚସ୍ପତି କେ.ଆର. ରମେଶ କୁମାରଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହେବା ପରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାଲାଗି ୟେଦ୍ଦୁରପ୍ପାଙ୍କ ପାଇଁ ୧୦୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। ଏଥିରେ ସେ ସଫଳ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସ୍‌କୁ ୯୯ଟି ଭୋଟ୍‌ ମିଳିଛି। ଗତ ସପ୍ତାହରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ […]

  • Thursday, 22 July 2021
army
କଶ୍ମୀର ଗଲେ ୧୦ ହଜାର ଯବାନ: ବଡ଼ ଧରଣର ଆତଙ୍କୀ ହମ୍‌ଲା ଆଶଂକା

ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ବଡ଼ ଧରଣର ହମ୍‌ଲା କରିବା ଚକ୍କରରେ ଅଛନ୍ତି ଆତଙ୍କବାଦୀ। ଏହି କାରଣରୁ ଗୃହମନ୍ତ୍ରଣାଳୟ ଜମ୍ମୁକଶ୍ମୀରକୁ ଆଉ ୧୦ ହଜାର ଯବାନ ପଠାଇଛି ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେମାନେ ସମ୍ବେଦନଶୀଳ ଅଞ୍ଚଳରେ ଆତଙ୍କବାଦ ବିରୋଧୀ ଅପରେସନ୍‌କୁ ଆହୁରି ବ୍ୟାପକ କରିବେ ବୋଲି ଜଣାପଡ଼ିଛି। ଏହି ସୂତ୍ର ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ହମ୍‌ଲା ନେଇ ପ୍ରାଥମିକ ସୂଚନା ପାଇବା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଜମ୍ମୁକଶ୍ମୀର ଗସ୍ତ କରି କଶ୍ମୀର ଉପତ୍ୟକାରେ […]

  • Thursday, 22 July 2021
Capture
ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ସୁଦର୍ଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେରିକାର ବୋଷ୍ଟନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ଚାମ୍ପିଅନ୍‌ଶିପ୍‌ରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ‘ପିପୁଲ୍ସ ଚଏସ୍ ଆଓ୍ୱାର୍ଡ’ ମିଳିଛି। ପ୍ଲାଷ୍ଟିକ ପ୍ରଦୂଷଣରୁ ସମୁଦ୍ରକୁ କିଭଳି ରକ୍ଷା କରାଯାଇପାରିବ, ସେହି ବାର୍ତ୍ତା ନେଇ ‘SAVE THE OCEAN’ ଶୀର୍ଷକରେ ସୁଦର୍ଶନ ଏକ ବାଲୁକା କଳା ପ୍ରସ୍ତୁତ କରିଥିଲେ। ଆଉ ତାଙ୍କର ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା କରାଯାଇଥିଲା। I have won the People's Choice Prize at USA for My SandArt […]

  • Thursday, 22 July 2021
assembly
ୟେଦ୍ୟୁରୁପ୍ପାଙ୍କ ଆସ୍ଥା ଭୋଟ୍ ପାଇଁ ବିଧାନସଭା ଚାରିପଟେ ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଆସନ୍ତାକାଲି କର୍ଣ୍ଣାଟକା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନବଗଠିତ ୟେଦ୍ୟୁରୁପ୍ପା ସରକାର। ଆଇନ ଶୃଙ୍ଖଳାକୁ ନଜରରେ ରଖି ବିଧାନସଭାର ୨ କିଲୋମିଟର ଭିତରେ ସକାଳ ୬ଟାରୁ ମଧ୍ୟରାତ୍ରୀ ଯାଏ ୧୪୪ ଧାରା ଜାରି ରହିବ। ଏହା କହିଛନ୍ତି ବରିଷ୍ଠ ପୁଲିସ ଅଫିସର ଆଲୋକ କୁମାର। ଏହି ଧାରା ଲାଗୁ ହୋଇଥିବା ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକା ସାଙ୍ଗରେ ରହି ପାରିବେ ନାହିଁ ବୋଲି ନିୟମ ରହିଛି। ୟେଦ୍ୟୁରୁପ୍ପା ନେତୃତ୍ୱାଧୀନ ବିଜେପି ସରକାର ସୋମବାର […]

  • Thursday, 22 July 2021
vijay-mallya
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଙ୍ଗଫିଶର ବ୍ୟତୀତ ତାଙ୍କର ଅନ୍ୟ ସମ୍ପତ୍ତି ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ଜବତ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ରୋକ ଲଗାଇବା ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ଆବେଦନରେ ମାଲ୍ୟା ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ନାମରେ ଯେଉଁ ଅନିୟମିତତା ଅଭିଯୋଗ ରହିଛି ତାହା କିଙ୍ଗଫିଶର ଏୟାରଲାଇନ୍ସ ସହ ଜଡ଼ିତ। ତେଣୁ ତାଙ୍କର ଅନ୍ୟ ସମ୍ପତ୍ତି ଜବତ କରାନଯାଉ […]

  • Thursday, 22 July 2021
modi-mann-ki-baat
'ମନ କି ବାତ୍'ରେ ଚନ୍ଦ୍ରଯାନ ଓ ଜଳସଂରକ୍ଷଣ ସମ୍ପର୍କରେ ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ‘ମନ କି ବାତ୍’ ଜରିଆରେ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଚନ୍ଦ୍ରଯାନ-୨ର ସଫଳତା ପାଇଁ ବୈଜ୍ଞାନିକଙ୍କୁ ଶୁଭକାମନା ଜଣାଇଛନ୍ତି। ଆମ ବୈଜ୍ଞାନିକ ବିଶ୍ୱସ୍ତରୀୟ ଏବଂ ସେମାନଙ୍କ ପାଇଁ ଦେଶବାସୀ ଗର୍ବିତ। ଏହି ମିଶନ ଦ୍ୱାରା ଭାରତୀୟମାନେ ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ହାସଲ କରିପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ବ୍ୟତୀତ ‘ମନ୍ କି ବାତ୍‌’ରେ ଜଳ ସଂରକ୍ଷଣ ଉପରେ […]

  • Thursday, 22 July 2021
ramesh-kumar
କର୍ଣ୍ଣାଟକ ବାଚସ୍ପତିଙ୍କ ବଡ଼ ନିଷ୍ପତ୍ତି: ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦୁରପ୍ପା ଆସନ୍ତାକାଲି କର୍ଣ୍ଣାଟକରେ ଆସ୍ଥା ଭୋଟ ଲୋଡ଼ିବେ। କିନ୍ତୁ ତା’ ପୂର୍ବରୁ ଏକ ନାଟକୀୟ ଘଟଣା କ୍ରମରେ ବାଚସ୍ପତି କେ. ଆର. ରମେଶ ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଯେଉଁଥିରେ ଜେଡିଏସର ୩ ଏବଂ କଂଗ୍ରେସର ୧୧ଜଣ ବିଧାୟକ ରହିଛନ୍ତି। ଗତ ଗୁରୁବାର ବାଚସ୍ପତି ପ୍ରଥମେ ୩ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଅର୍ଥାତ୍‌ ଏଯାଏ ମୋଟ୍‌ ୧୭ ଜଣ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକ ଅଯୋଗ୍ୟ […]

  • Thursday, 22 July 2021
dev
ଦୁଇଟି କଦଳୀକୁ ୪୪୨ ଟଙ୍କାରେ କିଣିଥିଲେ ବଲିଉଡ୍‌ ଷ୍ଟାର୍: ବିକିଥିବା ହୋଟେଲ୍‌କୁ ଜୋରିମାନା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ରାହୁଲ ବୋଷ ନିକଟରେ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଚଣ୍ଡିଗଡର ଅବକାରୀ ଓ କର ବିଭାଗ ଏହି ଜୋରିମାନା ଲଗାଇଛି। ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ […]

  • Thursday, 22 July 2021
Mumbai rains
ଆଜି ବି ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ମୁମ୍ବାଇ: ଆଜି ବି ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିବ। ବିଶେଷକରି ମୁମ୍ବାଇ, ନଭି ମୁମ୍ବାଇ ଓ ଥାନେ ଅଂଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ଲୋକମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। […]

  • Thursday, 22 July 2021
Capture
କାର୍ଗିଲ ବିଜୟ ଭାରତର ସାମର୍ଥ୍ୟ, ପ୍ରତିଜ୍ଞା ଏବଂ ଦକ୍ଷତାର ପ୍ରତୀକ: ମୋଦି

ନୂଆଦିଲ୍ଲୀ: କାର୍ଗିଲ ବିଜୟ ଦିବସର ଗୋଟିଏ ଦିନ ପରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଗିଲ ବିଜୟର ସ୍ମୃତି ଚାରଣ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ସରକାର ନୁହେଁ ସମଗ୍ର ଦେଶ ଲଢ଼ିଥାଏ। ସେହି କାରଣରୁ କାର୍ଗିଲ ବିଜୟ ପ୍ରତି ଭାରତୀୟଙ୍କ ବିଜୟ। ସେ ଆହୁରି ମଧ୍ୟ କହିଥିଲେ, ଭାରତର ଜାତୀୟ ସୁରକ୍ଷା ସବୁ ସମୟରେ ଅଭେଦ୍ୟ ଥିଲା ଏବଂ ଆଗକୁ ମଧ୍ୟ ରହିବ। ଜାତୀୟ ସୁରକ୍ଷା କଥା ଆସିଲେ ଆମେ କୌଣସି […]

  • Thursday, 22 July 2021
kalam
ଦେଶ ଝୁରୁଛି ମିଶାଇଲ୍‌ ମ୍ୟାନ୍‌ଙ୍କୁ

ନୂଆଦିଲ୍ଲୀ: ଡକ୍ଟର କଲାମ୍‌, ଏପିଜେ ଅବ୍ଦୁଲ କଲାମ ବା ‘ଭାରତର ମିସାଇଲ ମ୍ୟାନ୍‌’ ଅବୁଲ ପାକିର ଜୈନୁଲାବ୍ଦୀନ୍‌ ଅବ୍ଦୁଲ କଲାମଙ୍କର ୨୭ ଜୁଲାଇ ଥିଲା ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ପିଲାଠାରୁ ବୁଢ଼ା, ଜାତି ଧର୍ମ ଏବଂ ରାଜନୀତିକ ବିଚାର ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ତାଙ୍କୁ ମନେ ପକାଇଛନ୍ତି। Tamil Nadu: Family of former President Dr #APJAbdulKalam pay tribute at Dr APJ Abdul Kalam memorial in Rameswaram earlier […]

  • Thursday, 22 July 2021
Enconter-Sophian
ଶୋପିଆନ୍ ଏନକାଉଣ୍ଟରରେ ଜୈଶ-ଏ-ମହମ୍ମଦର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ସକାଳେ ଶୋପିଆନ୍ ଅଞ୍ଚଳର ବୋନା ବଜାରରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ୨ ଜଣଙ୍କ ମଧ୍ୟରୁ ଜଣେ ଦକ୍ଷିଣ କଶ୍ମୀରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ସଦସ୍ୟ ମୁଲ୍ଲା ଲାହୋରି ବୋଲି ଜଣାପଡ଼ିଛି।   ଦୀର୍ଘ ଦିନରୁ ଭାରତର ଟାର୍ଗେଟରେ ଥିଲା ନିହତ ଆତଙ୍କବାଦୀ ମୁନ୍ନା ଲାହୋରୀ। ଆଇଇଡି ବୋମା ତିଆରି କରିବାରେ […]

  • Thursday, 22 July 2021
lootera
କଂଗ୍ରେସ ନେତାଙ୍କୁ ପିଲା ଚୋର ଭାବି ପିଟିଲେ ଲୋକେ

ଭୋପାଳ: ପିଲା ଚୋର ଭାବି ଜଣେ କଂଗ୍ରେସ ନେତାଙ୍କୁ ଲୋକେ ପିଟିଛନ୍ତି। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଏକ ଗାଁରେ। ପିଲାଚୋର ଗ୍ୟାଙ୍ଗ୍‌ ମାତିଥିବାର ଏକ ଗୁଜବ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକମାନେ ଏପରି କରିଥିବା ସୂଚନା ମିଳିଛି। ଗାଁ ଲୋକଙ୍କୁ ଖବର ମିଳିଥିଲା ଯେ ପିଲା ଅପହରଣ କରୁଥିବା ଏକ ଗ୍ୟାଙ୍ଗ୍ ବେତୁଲ୍ ଜିଲ୍ଲାରେ ଘୁରି ବୁଲୁଛି। ଏଥିପାଇଁ ଲୋକେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ତିନିଜଣ ସ୍ଥାନୀୟ କଂଗ୍ରେସ ନେତା ଧର୍ମେନ୍ଦ୍ର […]

  • Thursday, 22 July 2021
triple_talaq_
ତିନି ତଲାକ୍‌ ପାଇଁ ମୋଦିଙ୍କୁ ସମର୍ଥନର ହାତ ବଢ଼ାଇବେ ନବୀନ

ନୂଆଦିଲ୍ଲୀ: ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବ ବହୁ ଚର୍ଚ୍ଚିତ ବିଧେୟକ ତିନି ତଲାକ ବିଲ୍। ଚଳିତ ସପ୍ତାହରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବ। ଏହାପରେ ୨୦୧୪ରେ ମୁସଲିମ୍ ମହିଳାଙ୍କ ସୁରକ୍ଷା ପାଇଁ ନାରା ଦେଇଥିବା ତିନି ତଲାକ୍ ବିଲ୍ ଆଇନରେ ପରିଣତ ହେବ। ମୋଦି ତାଙ୍କ ପ୍ରଥମ ସରକାରରେ ଏହି ବିଲ୍ ଲୋକସଭାରେ ପାସ୍ କରିଥିଲେ ମଧ୍ୟ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା […]

  • Thursday, 22 July 2021
jio
ରିଲାଏନ୍ସ ଜିଓ ହେଲା ଭାରତର ସର୍ବବୃହତ ଟେଲିକମ କମ୍ପାନୀ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହେବାର ଗୌରବ ଅର୍ଜନ କରିଛି ଜିଓ। ମାତ୍ର ତିନି ବର୍ଷରୁ କମ୍‌ ସମୟ ମଧ୍ୟରେ ରିଲାଏନ୍ସ ଜିଓ ୩୩୧.୩ ନିୟୁତ ବା ୩୩.୧୩ କୋଟି ଗ୍ରାହକ ହାସଲ କରିବାର ସକ୍ଷମ ହୋଇଛି। ଏଥିସହିତ ଭୋଡାଫୋନ ଆଇଡ଼ିଆ କୁ ପଛରେ ପକାଇ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ହୋଇଛି ଜିଓ। ଜୁନ୍ ୨୦୧୯ ଶେଷ ସୁଦ୍ଧା ଭୋଡାଫୋନର ଗ୍ରାହକ ସଂଖ୍ୟା ହ୍ରାସ ପାଇ ୩୨ କୋଟିରେ ପହଁଚିଛି। ଖୋଦ୍‌ କମ୍ପାନୀ ନିଜର […]

  • Thursday, 22 July 2021
ramdev
ଜର୍ମାନୀରେ ବାବା ରାମଦେବ! ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ ମିଡିଆରେ ଯୋଗ ଗୁରୁ ରାମଦେବଙ୍କର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋକୁ ନେଇ ଆଲୋଚନା ହେଉଛି ଯେ, ବାବା ରାମଦେବ ଜର୍ମାନୀରେ ନିଜର ଆଣ୍ଠୁ ଅପରେଶନ କରାଇଛନ୍ତି। ତେଣୁ ନିଜେ ସ୍ୱଦେଶୀ ଦ୍ରବ୍ୟ ଆପଣେଇବାକୁ ସ୍ଲୋଗାନ ଦେଉଥିବା ବାବା ବିଦେଶରେ ନିଜର ଚିକିତ୍ସା କରାଉଛନ୍ତି ବୋଲି କହି ଲୋକମାନେ ତାଙ୍କର ସମାଲୋଚନା କରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋଟି କୌଣସି ହସ୍ପିଟାଲ ଭିତରର ଭଳି ଜଣାପଡ଼ୁଛି। ଯେଉଁଥିରେ […]

  • Thursday, 22 July 2021
Mahalakshmi-Express
ବର୍ଷା ପାଣିରେ ଫସି ରହିଛି ମହାଲକ୍ଷ୍ମୀ ଏକ୍ସପ୍ରେସ୍‌: ଉଦ୍ଧାର ହେଲେଣି ୫୦୦ ଯାତ୍ରୀ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମୁମ୍ବାଇରୁ କୋହ୍ଲାପୁର ଯାଉଥିବା ମହାଲକ୍ଷ୍ମୀ ଏକ୍ସପ୍ରେସ୍ ଅଧାବାଟରେ ଅଟକି ରହିଛି। ଟ୍ରେନ୍‌ର ଅଧା ଭାଗ ପାଣିରେ ବୁଡ଼ିଯାଇଛି। ଟ୍ରେନ୍‌ରେ ପାଖାପାଖି ୭୦୦ ଯାତ୍ରୀ ଥିବା ସେଣ୍ଟ୍ରେଲ୍‌ ରେଳବାଇର ଡିଆର୍‌ଏମ୍‌ ସୂଚନା ଦେଇଥିବେଳେ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳକୁ ୮ଟି ଡଙ୍ଗା ସହିତ ୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପଠାଇ ଯାଇଛି। ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ ମୁଖ୍ୟା ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ […]

  • Thursday, 22 July 2021
delhi_high_court-1
'ବନ୍ଦେ ମାତରମ'କୁ ଜାତୀୟ ସଙ୍ଗୀତ ମାନ୍ୟତା ଅବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ଭଳି ମାନ୍ୟତା ଦେବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଡି.ଏନ. ପଟେଲଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଏହି ଆବେଦନର ବିଚାର କରିବା ପାଇଁ କୌଣସି କାରଣ ଦେଖିପାରୁ ନାହାନ୍ତି। ଏହି ଆବେଦନ ଭାରତୀୟ ଜନତା ପାର୍ଟିର ନେତା ଅଶ୍ୱିନୀ ଉପାଧ୍ୟାୟ କରିଥିଲେ। ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମା ତରମ’କୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବାକୁ […]

  • Thursday, 22 July 2021
Karnataka-
ବାଚସ୍ପତିଙ୍କୁ ଗାଦିଚ୍ୟୁତ୍ କରିବା ପାଇଁ ପ୍ରସ୍ତାବ ଆଣିବ ଶାସକ ଦଳ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ୟେଦ୍ଦୁରପ୍ପା ସରକାର ଆରମ୍ଭ ହୋଇଛି। ପୂର୍ବ ମେଣ୍ଟ ସରକାରରେ ଥିବା ବିଦ୍ରୋହୀ ବିଧାୟକଙ୍କ ପାଇଁ ବିଜେପି କ୍ଷମତାକୁ ଫେରିଛି। ତେବେ ଗୁରୁବାର ଇସ୍ତଫା ଦେଇଥିବା ୩ ବିଧାୟକଙ୍କୁ  ଵାଚସ୍ପତି କେ ରମେଶ କୁମାର ଅଯୋଗ୍ୟ ଘୋଷଣା କରିଥିଲେ। ବାକି ୧୪ ବିଦ୍ରୋହୀ ବିଧାୟକଙ୍କ ବାବଦରେ ସେ ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଥିଲେ। ବାଚସ୍ପତି କଂଗ୍ରେସ ବିଧାୟକ ହୋଇଥିବାରୁ ଶାସକ ଦଳ ବିଜେପି ପାଇଁ ଗୃହ ଚଳାଇବା କଷ୍ଟକର ହୋଇପାରେ। ଏଥିସହ ବିଦ୍ରୋହୀ ୧୪ […]

  • Thursday, 22 July 2021
sniping
ଲଗାଣ ବର୍ଷାରେ ବେହାଲ୍‌ ମୁମ୍ବାଇ: ୧୧ ଫ୍ଲାଇଟ୍‌ ବାତିଲ୍, ଟ୍ରେନ୍ ଭିତରେ ଫସି ରହିଛନ୍ତି ଏକ ହଜାରରୁ ଅଧିକ ଯାତ୍ରୀ

ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ପାଣିପାଗ ଖରାପ ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ବିମାନବନ୍ଦରରୁ ୧୧ଟି ଫ୍ଲାଇଟ୍‌ର ଉଡ଼ାଣ ବାତିଲ୍‌ କରା ଯାଇଥିବା ବେଳେ ଅନ୍ୟ କେତେକ ବିମାନ ଉଡ଼ାଣକୁ ଡାଇଭର୍ଟ କରାଯାଇଛି। ବଦଲାପୁର ଏବଂ ବାଙ୍ଗନୀ ରେଲଓ୍ୱ ଷ୍ଟେସନ ମଧ୍ୟରେ ଥିବା […]

  • Thursday, 22 July 2021
Yeddyurappa_PTI_12
ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର

ବେଙ୍ଗାଲୁରୁ: ବିଜେପି ନେତା ବିଏସ୍ ୟେଦ୍ଦୁରପ୍ପା ଚତୁର୍ଥ ଥର ପାଇଁ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀ ଦୁଇଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ବୁଣାକାରଙ୍କ ଋଣ ଛାଡ଼ କରିଥିବା ବେଳେ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ୟେଦ୍ଦୁରପ୍ପା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ୪ ହଜାର ଟଙ୍କା ଅତିରିକ୍ତ ରାଶି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କୁ ଦୁଇଟି […]

  • Thursday, 22 July 2021
azam-khan
ଆଜମ ଖାନ୍‌ କ୍ଷମା ମାଗିବା ଦାବି ଜୋର୍‌ ଧରିଲା

ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍‌ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି। ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍‌ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ବିଜେପି ସମେତ ଏକାଧିକ ଦଳର ସାଂସଦମାନେ ଆଜମ ଖାନ୍‌ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ସଂସଦରୁ […]

  • Thursday, 22 July 2021