ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ବିରୋଧ ଓ ଆନ୍ଦୋଳନ ଚାଲୁ ରହିଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ପୁଣି ଥରେ ସ୍ପଷ୍ଟ କରି ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ। ଏଥି ସହିତ ସରକାର ସିଏଏକୁ ନେଇ ଅଟଳ ରହିଥିବା ଶାହ ସୂଚାଇ ଦେଇଛନ୍ତି। ଆଜି ଲକ୍ଷ୍ନୌଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗଦେଇ ଶାହ […]
ନୂଆଦିଲ୍ଲୀ: ଆତଙ୍କବାଦୀ ଅଫଜଲ୍ ଗୁରୁକୁ ଫାଶୀ ଦେବା ନେଇ ପ୍ରଶ୍ନ ଉଠାଇ ବିବାଦରେ ଫଶିଛନ୍ତି ଆଲିଆ ଭଟ୍ଟଙ୍କ ମା ତଥା ଅଭିନେତ୍ରୀ ସୋନି ରାଜଦାନ୍। ୨୦୦୧ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅଫଜଲ୍କୁ ୨୦୧୩ ମସିହା ଫେବୃଆରୀରେ ଫାଶୀ ଦିଆଯାଇଥିଲା। ତେବେ ବର୍ତ୍ତମାନ ଏହି ବିବାଦ ଆସିବାର କାରଣ ହେଉଛି ଜମ୍ମୁ-କଶ୍ମୀରର ଜଣେ ଡିଏସ୍ପି ଦେବିନ୍ଦର ସିଂହଙ୍କ ଗିରଫ ଘଟଣା। ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣରେ ଦେବିନ୍ଦରର ହାତ ଥିବା ନେଇ ପୂର୍ବରୁ […]
ସିକନ୍ଦରାବାଦ: ଏଆଇଏମ୍ଆଇଏମ୍ ନେତା ଆକବରୁଦ୍ଦିନ୍ ଓୱେସି ମଙ୍ଗଳବାର କହିଛନ୍ତି, ମୁସଲିମ୍ଙ୍କୁ କେହି ମଧ୍ୟ ନାଗରିକତା ପ୍ରମାଣ ପାଇଁ କାଗଜ ମାଗିବାର ଅଧିକାର ନାହିଁ। ତାଙ୍କ ପୂର୍ବ ପୁରୁଷ ଭାରତକୁ ଶାସନ କରିଥିବାରୁ ଏପରି କେହି କରିପାରିବେ ନାହିଁ ବୋଲି ଓୱେସି କହିଛନ୍ତି। ସେ ଏକ ଶୋଭାଯାତ୍ରାରେ ସିଏଏକୁ ଟାର୍ଗେଟ୍ କରି କହିଛନ୍ତି, ତାଙ୍କ ପୂର୍ବପୁରୁଷ ଦେଶକୁ ଲାଲକିଲ୍ଲା, ଚାରମିନାର ଏବଂ କୁତାବ ମିନାର ଆଦି ଦେଇଛନ୍ତି। ସେ କହିଛନ୍ତି, “ଭୟ କରିବାର ନାହିଁ। ଆଜି ସେମାନେ ପଚାରୁଛନ୍ତି […]
ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନାଁକୁ ଭୁଲ୍ ଅନୁବାଦ କରି କ୍ଷମା ମାଗିଲା ଫେସବୁକ୍। ସି ଜିନ୍ପିଙ୍ଗଙ୍କୁ ‘ମିଷ୍ଟର ଶିଥୋଲ୍’ (Mr Shithole) ଲେଖିଥିଲା ଫେସ୍ବୁକ୍। ମିଆଁମାରର କଥିତ ଭାଷା ବର୍ମିସ୍ରୁ ଏହାକୁ ଇଂରାଜୀରେ ଅନୁବାଦ କଲାବେଳେ ଫେସ୍ବୁକ୍ ଦ୍ୱାରା ଏଭଳି ଭୁଲ୍ ହୋଇଥିଲା। ଆଉ ଏହାର ତୁରନ୍ତ ପରେ ତ୍ରୁଟି ସୁଧାରି କ୍ଷମା ମାଗିଥିଲା ଫେସ୍ବୁକ୍। ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମିଆଁମାର୍ ଗସ୍ତରେ ଥିଲେ, ଏବଂ ବିଭିନ୍ନ ପ୍ରୋଜେକ୍ଟ ପାଇଁ ମିଆଁମାରର ଷ୍ଟେଟ୍ […]
ହାଇଦ୍ରବାଦ: ଆନ୍ଧ୍ରପ୍ରଦେଶରେ ଏଣିକି ୩ଟି ରାଜଧାନୀ ହେବ। ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ଆନ୍ଧ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। କ୍ୟାବିନେଟ୍ ବୈଠକ ପରେ ସକାଳ ୧୦ଟା ବେଳେ ବିଧାନସଭା ବ୍ୟବସାୟ ଉପଦେଷ୍ଟା କମିଟିର ବୈଠକ ହୋଇଥିଲା। ଏହାପରେ ୧୧ଟାରେ ବିଧାନସଭାରେ ଆରମ୍ଭରୁ ଏହି ପ୍ରସ୍ତାବ ରଖାଯାଇଥିଲା। ହେଲେ ବିଲ୍ ଉପସ୍ଥାପନ ବେଳେ ଟିଡିପି ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ଜୋରଦାର ବିରୋଧ କରିଛନ୍ତି। ଆନ୍ଧ୍ର ପ୍ରଦେଶ […]
ନୂଆଦିଲ୍ଲୀ: ବିଫଳତାରୁ ସଫଳତାର ରାସ୍ତା ମିଳେ। ବିଫଳ ହୋଇ ନିରାଶ ନହେବା ଅପେକ୍ଷା ଏଥିରୁ ଶିକ୍ଷା ନେଇ ସଫଳତା ହାସଲ କରନ୍ତୁ। ଏପରି କିଛି ଢଙ୍ଗରେ ଆଜି ଛାତ୍ରଛାତ୍ରୀଙ୍କୁ ଟିପସ୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀ ତାଲକଟୋରା ଷ୍ଟାଡିୟମ୍ରେ ଛାତ୍ରଛାତ୍ରୀଙ୍କ ୱାନ୍ ଟୁ ୱାନ୍ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଯୋଗ ଦେଇଥିଲେ ମୋଦୀ। ଏହି ଅବସରରେ ମୋଦୀ ପିଲାଙ୍କୁ କହିଛନ୍ତି ‘ଏହି ଦଶନ୍ଧି ସମ୍ଭାବନାର ଦଶନ୍ଧି। ଆପଣଙ୍କ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ। ମୋର ସବୁ କାମ […]
ନୂଆଦିଲ୍ଲୀ: ସ୍କୁଲ ଜୀବନର ସୁଇମରରୁ(ପହଁରାଳି) ଏବେ ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳର ଅଧ୍ୟକ୍ଷ ହେଲେ ଜଗତ ପ୍ରକାଶ ନଡ୍ଡା ଓରଫ୍ ଜେପି ନଡ୍ଡା। ୨ ଡିସେମ୍ବର ୧୯୬୦ରେ ବିହାର ପାଟନାରେ ଜନ୍ମ ହୋଇଥିବା ଜେପି ନଡ୍ଡା ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ପରେ ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଛାତ୍ର ଜୀବନରୁ ଆର୍ଏସ୍ଏସ୍ ସହ ନିବିଡ଼ ଭାବେ ଜଡ଼ିତ ଥିବା ଜେପି ନଡ୍ଡାଙ୍କର ରାଜନୈତିକ ଜୀବନ ହିମାଚଳରୁ ହିଁ ଆରମ୍ଭ ହୋଇଥିଲା। ରାଜ୍ୟ […]
ନୂଆଦିଲ୍ଲୀ: ଫାଶୀରୁ ବର୍ତ୍ତିବା ପାଇଁ ଉଦ୍ୟମ କରିଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର ଯୋଜନା ଫେଲ୍। ୨୦୧୨ରେ ଦୁର୍ଘଟଣା ଘଟାଇଲା ବେଳେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଫାଶୀ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ କୋର୍ଟ ଆଜି ତାର ଆବେଦନକୁ ଖାରଜ୍ କରିଦେଇଛନ୍ତି। ଏହା ପୂର୍ବରୁ ପବନ ନିଜକୁ ନାବାଳକ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା। ହେଲେ ଗତବର୍ଷ ଡିସେମ୍ବର ୧୯ରେ ହାଇକୋର୍ଟ ଏହି ଆବେଦନକୁ […]
ନୂଆଦିଲ୍ଲୀ: ଭାଙ୍ଗିଲା ମ୍ୟାଲେସିଆର ଗର୍ବ। ଖାଇବା ତେଲ ବୟକଟ୍ ନେଇ ଭାରତ ବିରୋଧରେ କୌଣସି ବାଣିଜ୍ୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି କହିଲେ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହମଦ ମହାଥିର। ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତ ମ୍ୟାଲେସିଆଠାରୁ ଅଧିକ ଖାଇବା ତେଲ ଆମଦାନି କରିଥାଏ। କିନ୍ତୁ ମ୍ୟାଲେସିଆ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଯଥା ହସ୍ତକ୍ଷେପ କରିବାରୁ ଭାରତ ମ୍ୟାଲେସିଆଠାରୁ ତେଲ ଆମଦାନୀ କମାଇ ଦେଇଛି। ଫଳରେ ମ୍ୟାଲେସିଆର ତୈଳ ବଜାରକୁ ସବୁଠାରୁ ବଡ଼ କ୍ଷତି ସହିବାକୁ […]
ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଆଜି ଅମିତ ଶାହଙ୍କୁ ଏହି ଦାୟିତ୍ୱରୁ ବାଦ୍ ଦେଇ ଜେପି ନଡ୍ଡାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଛି ବିଜେପି। ନଡ୍ଡା ପୂର୍ବରୁ ଦଳ ପାଇଁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ତେବେ ଆଜି ସେ ନିର୍ଦ୍ୱନ୍ଦ୍ୱରେ ବିଜେପି ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଜେପି ନଡ୍ଡାଙ୍କୁ ସମର୍ଥନ କରିବା ପାଇଁ ଆଜି ଦଳର ବଡ଼ବଡ଼ ନେତା […]
ନୂଆଦିଲ୍ଲୀ: ପୁଣି କମିଲା ଡିଜେଲ୍ ଓ ପେଟ୍ରୋଲ୍ ଦର। ଦେଶର ସବୁ ବଡ଼ ବଡ଼ ସହରରେ ଆଜିକୁ ଲଗାତାର ପଞ୍ଚମଥର ପାଇଁ ତେଲ ଦର କମିଛି। ପେଟ୍ରୋଲ୍ ଲିଟର ପିଛା୧୦ରୁ ୧୨ ପଇସା କମିଥିବା ବେଳେ ଜିଡେଲ୍୧୯-୨୦ ପଇସା କମିଛି। ବଡ଼ ସହରରେ ପେଟ୍ରୋଲ୍ ଦର: ତେଲ ଦର କମିବା ପରେ ଇଣ୍ଡିଆନ ଅଏଲ୍ କୋର୍ପୋରେସନ୍ର ୱେବ୍ସାଇଟ୍ ଅନୁସାରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର ପ୍ରତି ୭୪.୯୮ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୦. ୫୮, […]
ନୂଆଦିଲ୍ଲୀ: ୨୦୧୮ରେ ଉତ୍ତର ପ୍ରଦେଶର ଯୋଗୀ ସରକାର ଆଲ୍ଲାହବାଦର ନାଁ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏବେ ଏହାକୁ ନେଇ ସୁପ୍ରିମକୋର୍ଟ ଯୋଗୀ ସରକାରଙ୍କୁ ନୋଟିସ୍ କରିଛନ୍ତି। ଯୋଗୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ୟୁପି ସରକାରଙ୍କୁ ନୋଟିସ୍ କରିଛନ୍ତି। ଆବେଦନକାରୀ କୋର୍ଟରେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ଅଧୀନରେ ଥିବା ରେଳ ଷ୍ଟେସନ. ବିଶ୍ୱବିଦ୍ୟାଳୟ ତଥା କୌଣସି ସଂସ୍ଥାନର ନାମ ପରିବର୍ତ୍ତନ କରିପାରିବେ […]
ନୂଆଦିଲ୍ଲୀ: ସିଏଏକୁ ନେଇ ଦୁଇ ଭାଗରେ ବିଭକ୍ତ ହେଲା କି କଂଗ୍ରେସ ? ପ୍ରଥମେ କପିଲ ଶିବଲ ଆଉ ଏବେ କଂଗ୍ରସର ଆଉ ଜଣେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି। କୌଣସି ରାଜ୍ୟ ପାର୍ଲିଆମେଣ୍ଟଦ୍ୱାରା ପାସ୍ ହୋଇଥିବା ଆଇନ୍କୁ ରୋକ୍ ଲଗାଇ ପାରିବେ ନାହିଁ, ଏବଂ ଲଗାଇବା କଥା ମଧ୍ୟ ନୁହଁ ବୋଲ ହୁଡା କହିଛନ୍ତି। ସେ କହିଛନ୍ତି “ ଥରେ […]
ସୁରତ: ଯେଉଁମାନେ ବନ୍ଦେ ମାତରମ୍ ନାରାକୁ ଗ୍ରହଣ କରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, “ ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି […]
ମୁରାଦାବାଦ: ଆର୍ଏସ୍ଏସ୍(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ଦେଶର ସଂସ୍କୃତି, ନୈତିକତା ଓ ମାନବୀୟ ମୂଲ୍ୟବୋଧ ପାଇଁ କାର୍ଯ୍ୟ କରିଥାଏ। ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ। ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବର୍ତ୍ତମାନ ମୋହନ ଭାଗବତ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ମୁରାଦାବଦର ଏକ ପଡ଼ିଆରେ ଆୟୋଜିତ ଏକ ବିଶାଳ […]
ମୁମ୍ବାଇ: ନିଜ ବିସ୍ଫୋରକ ମନ୍ତବ୍ୟ ପାଇଁ ପରିଚିତ ଶିବସେନା ନେତା ସଞ୍ଜୟ ରାଉତ୍ ଆଜି ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସବରକରଙ୍କୁ ଭାରତ ରତ୍ନ ଦେବାରେ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନର ସେହି ସେଲୁଲାର ଜେଲ୍ର କାଳ କୋଠରୀକୁ ଦୁଇ ଦିନ ପାଇଁ ପଠାଇ ଦେବା ଦରକାର। ତେବେ ଯାଇ ସେମାନେ ବୁଝିବେ ଯେ ସବରକର ଦେଶ ପାଇଁ କେତେ ବଡ଼ ତ୍ୟାଗ ଓ ବଳିଦାନ ଦେଇଥିଲେ। ସଞ୍ଜୟ ରାଉତଙ୍କ […]
ଶ୍ରୀନଗର: ଇଣ୍ଟର୍ନେଟ୍ ପରେ ଏବେ ଜାମ୍ମୁ-କାଶ୍ମୀର ମେସେଜ୍ ଓ ଭଏସ୍ କଲ୍ ସେବାକୁ ଚାଲୁ ହୋଇଛି। ଭଲଭାବେ ନିରିକ୍ଷଣ ପରେ ଏହି ସେବା ଚାଲୁ କରାଯାଇଛି। ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ସରକାରୀ ପ୍ରବକ୍ତା ଓ ପ୍ରମୁଖ ସଚିବ ରାହୁଲ୍ କନସଲ କହିଛନ୍ତି “ ଭଲଭାବରେ ନିରିକ୍ଷଣ ପରେ ଜାମ୍ମୁ-କାଶ୍ମୀରରେ ଲୋକାଲ୍ ସିମ୍ ୟୁଜରଙ୍କୁ ଏସ୍ଏମ୍ଏସ୍ ସର୍ଭିସ୍ ଓ ଭଏସ୍ କଲ୍ ସୁବିଧା ଯୋଗାଇ ଦିଆଯାଇଛି। ” ସେ […]
ଭୁବନେଶ୍ୱର: ଯେତେ ପ୍ୟାଚ୍ ପକାଇଲେ ବି ରାଜ୍ୟ କଂଗ୍ରେସର କଳି ପଦାକୁ ଆସୁଛି। ଦଳରେ ଯେମିତି ସବୁକିଛି ଠିକ୍ ନାହିଁ ଥାହା ସ୍ପଷ୍ଟ ଜଣାପଡ଼ୁଛି। କଂଗ୍ରେସ ଭବନ ଭିତରେ ନେତାଙ୍କ ମଧ୍ୟରେ କଥା କଟାକଟି, ବାହାରେ ବିକ୍ଷୋଭ ପିସିସି ସଭାପତି ପରିବର୍ତ୍ତନ ଦାବିରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ତେବେ ସବୁଠୁ ରୋଚକ ଦୃଶ୍ୟ ଥିଲା ଦଳୀୟ ଅଫିସରେ ବାଉନସର ମୃତୟନ ହେବା। କେଉଁ ନେତାଙ୍କୁ କାହାଠାରୁ ବିପଦ ଥିଲା, କାହାକୁ ସୁରକ୍ଷା […]
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଲାଗି ହୋଇଥିବା ଆବେଦନକୁ ଗ୍ରହଣ କରି ଏହା ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଗାନ୍ଧିଜୀ ଭାରତ ରତ୍ନ ସମ୍ମାନଠାରୁ ବହୁ ଉର୍ଦ୍ଧ୍ୱରେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଦେଶର କୌଣସି ଔପଚାରିକ ସମ୍ମାନ ଦେବା ଆବଶ୍ୟକ ନାହିଁ। ଏଣୁ ଅଦାଲତ ଏନେଇ କୌଣସି ନିର୍ଦ୍ଦେଶ ଦେଇପାରିବେନି […]
ନୂଆଦିଲ୍ଲୀ: କେରଳ ପରେ ପଞ୍ଜାବ ସରକାର ଏବେ ନାଗରିକତା ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ଆଜି ସିଏଏ ବିରୋଧରେ ପ୍ରସ୍ତାବ ପାରିତ। ନାଗରିକତା ଆଇନ ପ୍ରତ୍ୟାହାର ଦାବି କରି ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ପ୍ରସ୍ତାବ ଆଗତ କରିଥିଲେ। କାଲିଠାରୁ ଆଲୋଚନା ପରେ ଆଜି ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏହି ଆଇନ ରାଜ୍ୟରେ ଧାର୍ମିକ ବିଦ୍ୱେଷ ସହ ଅଶାନ୍ତି ସୃଷ୍ଟି କରିବା […]
ନୂଆଦିଲ୍ଲୀ: ଜେଏନ୍ୟୁ(ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ)ର ୬୫% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଦେଇସାରିଛନ୍ତି। ଏଥିସହିତ ଡେ’ସ୍କଲାରମାନଙ୍କ ମଧ୍ୟରୁ ୯୫% ଛାତ୍ରଛାତ୍ରୀ ମଧ୍ୟ ନିଜର ସେମିଷ୍ଟର ଫି’ ଦେଇସାରିଛନ୍ତି। ଗୁରୁବାର ଏହି ସୂଚନା ଦେଇଛି ଜଏନ୍ୟୁ ପ୍ରଶାସନ। ବର୍ତ୍ତମାନ ବିଭିନ୍ନ ହଷ୍ଟେଲରେ ୬,୪୫୦ ଛାତ୍ରଛାତ୍ରୀ ରହୁଛନ୍ତି। ଫି ଭରିବା ପାଇଁ ଜାନୁଆରୀ ୧୭ ତାରିଖକୁ ଶେଷ ତାରିଖ ରଖାଯାଇଛି। ବାକି ଛାତ୍ରଛାତ୍ରୀ ଘରୁ ଫେରିବା ପରେ ଫି ଭରିବା ଆରମ୍ଭ କରିଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ […]
ଥ୍ରୀସୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ଭାରତୀୟ ତ ? ଏ ପ୍ରଶ୍ନ ଆମର ନୁହଁ। ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି କେରଳର ଜୋଶ କାଲ୍ଲୁଭେଟ୍ଟିଲ। ପ୍ରଧାନମନ୍ତ୍ରୀ ଭାରତୀୟ କି ନା ସେ ନେଇ ତାଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ମାଗିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି। ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ […]
କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍ ପକ୍ଷ। ଏନେଇ ସାରା ଦେଶରେ ବେଶ୍ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି।