• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jail
୧୪ ଆତଙ୍କବାଦୀଙ୍କୁ ଜମ୍ମୁ-କାଶ୍ମୀରରୁ ଲକ୍ଷ୍ନୌ ଜେଲ୍‌କୁ ନିଆଗଲା

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଛି। ଏହିକ୍ରମରେ ଆଜି ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ୨୪ ଜଣ କଏଦୀଙ୍କୁ ଲକ୍ଷ୍ନୌ ଜିଲ୍ଲାର ଏକ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇଥିଲେ। ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ଜେଲରୁ ୭୦ ଜଣ କଏଦୀଙ୍କୁ ଉତ୍ତର ପ୍ରଦେଶର ଉଚ୍ଚ ସୁରକ୍ଷା ବଳୟରେ […]

  • Thursday, 22 July 2021
download-32
ଜମ୍ମୁ-କାଶ୍ମୀରକୁ ନେଇ ମିଛ ଖବର ଦେଖାଇଲେ ଗଣମାଧ୍ୟମ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଆଜି କିଛି ସ୍ଥାନରେ ସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବକ୍ରୀ ଇଦ୍‌ ଥିବାରୁ ସୁରକ୍ଷାକର୍ମୀ ଏବଂ ପ୍ରଶାସନ ପକ୍ଷରୁ ୧୪୪ ଧାରା କୋହଳ କରାଯାଇଛି। ଲୋକମାନେ ମାର୍କେଟ ଆସି ନିଜ ନିଜର ଆବଶ୍ୟକ ସାମଗ୍ରୀ କିଣୁଛନ୍ତି। ତଥାପି ମୋବାଇଲ, ଇଣ୍ଟରନେଟ୍‌ ଏବଂ ଲ୍ୟାଣ୍ଡଲାଇନ୍‌ ଉପରେ ଏବେ ବି କଟକଣା ରହିଛି। ତେବେ କିଛି ଗଣମାଧ୍ୟମ ଜାଣିଶୁଣି ଲୋକଙ୍କୁ ଉସକାଇବା ଭଳି ଖବର ପ୍ରସାରଣ କରୁଛନ୍ତି। […]

  • Thursday, 22 July 2021
jammu-kashmir-
ଇଦ୍ ପାଇଁ ୧୪୪ ଧାରାକୁ ୪ ଘଣ୍ଟା କୋହଳ କରାଗଲା

ଶ୍ରୀନଗର: ବିକ୍ରୀ ଇଦ୍‌ ପୂର୍ବରୁ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜମ୍ମୁ-କଶ୍ମୀର। ଆସନ୍ତାକାଲି ବିକ୍ରୀ ଇଦ୍‌ ପାଳନ କରାଯିବ। ଏଥିପାଇଁ ଆଜି ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ୧୪୪ ଧାରାକୁ କୋହଳ କରାଯାଇଛି। ବିଶେଷରେ ପୁଞ୍ଚରେ ଆଜି ୪ ଘଣ୍ଟା ପାଇଁ ୧୪୪ ଧାରା କୋହଳ କରାଯିବା ପରେ ରାସ୍ତା ଉପରେ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲିର ଇଦ୍‌ ଉତ୍ସବ ପାଇଁ ଲୋକମାନେ ବିଭିନ୍ନ ମାର୍କେଟରୁ ଆବଶ୍ୟକ ସାମଗ୍ରୀ ମାନ କିଣିବାରେ ଲାଗିଛନ୍ତି। ସେହିପରି ଏଟିଏମଗୁଡ଼ିକରେ ଲମ୍ବା […]

  • Thursday, 22 July 2021
Untitled-1
ଆସନ୍ତାକାଲି ତାଜ୍‌ମହଲ୍‌କୁ ପ୍ରବେଶ ଫ୍ରି'

ଆଗ୍ରା: ପ୍ରସିଦ୍ଧ ତାଜମହଲରେ ପ୍ରବେଶ ପାଇଁ କଟକଣାକୁ କୋହଳ କରାଯାଇଛି। ଆସନ୍ତାକାଲି ୩ ଘଣ୍ଟା ପାଇଁ ତାଜମହଲରେ ପ୍ରବେଶ ପାଇଁ ଯାତ୍ରୀଙ୍କ ଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏଏସ୍‌ଆଇର ସୂତ୍ର ଅନୁଯାୟୀ, ପ୍ରତିବର୍ଷ ଇଦ୍‌-ଉଲ-ଫିତର ଓ ଇଦ୍‌ ଉଲ-ଅଜହା(ବକ୍ରୀ ଇଦ୍‌) ବେଳେ ସ୍ଥାନୀୟ ମୁସଲିମମାନେ ତାଜମହଲ ମଧ୍ୟରେ ସ୍ୱତନ୍ତ୍ର ନମାଜ ପାଠ ଏବଂ ପ୍ରାର୍ଥନା କରନ୍ତି। ଚଳିତ ବର୍ଷ ଇଦ୍‌ ଉଲ ଅଜ ଅଗଷ୍ଟ ୧୨ ତାରିଖରେ ପଡ଼ୁଛି। […]

  • Thursday, 22 July 2021
rakhi
ରାକ୍ଷୀପୂର୍ଣ୍ଣିମା ଦିନ ମହିଳାଙ୍କ ପାଇଁ ବସ୍‌ ଭଡ଼ା ଫ୍ରି

ଲକ୍ଷ୍ନୌ: ରାକ୍ଷୀପୂର୍ଣ୍ଣିମା ଦିନ ମହିଳାଙ୍କୁ ବସ୍‌ ଭଡ଼ା ଛାଡ଼ କରିବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି। ଏହିଦିନ ମହିଳାମାନେ ସରକାରୀ ବସ୍‌ର ଯେକୌଣସି କ୍ଲାସରେ ବସିଲେ ମଧ୍ୟ ସେମାନଙ୍କଠାରୁ ଯାତ୍ରୀ ଭଡ଼ା ନିଆଯିବ ନାହିଁ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ରାକ୍ଷୀପୂର୍ଣ୍ଣିମା ଏକ ପବିତ୍ର ପର୍ବ। ତେଣୁ ଏହି ଅବସରରେ ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଯୋଗାଇ ଦେବାକୁ ଷ୍ଚେଟ୍‌ ରୋଡ୍ ଟ୍ରାନ୍ସପୋର୍ଟ୍‌ କର୍ପୋରେସନ୍‌କୁ ନିର୍ଦ୍ଦେଶ […]

  • Thursday, 22 July 2021
ac
୩୭୦ ଧାରା ଉଚ୍ଛେଦକୁ ବିରୋଧ; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏନ୍‌ସି

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ସାମ୍ବିଧାନିକ ପରିବର୍ତ୍ତନ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ନ୍ୟାସନାଲ କନ୍‌ଫରେନ୍ସ। ଏହି ଆବେଦନରେ ଦର୍ଶାଯାଇଛି ଏପରି କରି ସରକାର ନାଗରିକଙ୍କ ବିନା ପରାମର୍ଶରେ ସେମାନଙ୍କ ଅଧିକାର ଛଡ଼ାଇ ନେଇଛନ୍ତି। ସଂସଦରେ ଏହି ସମ୍ପର୍କିତ ବିଲ୍‌ ପାରିତ ହେବା ଏବଂ ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ‘ଅସାମ୍ବିଧାନିକ’ ବୋଲି ଏଥିରେ ଯୁକ୍ତି କରାଯାଇଛି। ଏଥିରେ ଆବେଦନ କରାଯାଇଛି ଉପରୋକ୍ତ ସମସ୍ତ ନିଷ୍ପତ୍ତିକୁ କୋର୍ଟ ‘ଅବୈଧ ଏବଂ ଅଚଳ ଦର୍ଶାନ୍ତୁ’। ଏନ୍‌ସିର ଦୁଇ ଲୋକସଭା ସାଂସଦ […]

  • Thursday, 22 July 2021
‘କଂଗ୍ରେସ କର୍ମୀଙ୍କଠାରୁ ଢେର୍‌ ଭଲ ଭୟଙ୍କର ଅପରାଧୀ’

ନୂଆଦିଲ୍ଲୀ: ଝାରଖଣ୍ଡ ପିସିସି ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅଜୟ କୁମାର। ଶୁକ୍ରବାର ସେ ତାଙ୍କ ପଦରୁ ଇସ୍ତଫା ଦେବା ସହିତ ରାହୁଲ୍‌ଙ୍କୁ କଡ଼ା ଭାଷାରେ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି, “ଜଣେ ଭାରତୀୟ ହିସାବରେ ଏବଂ ସବୁଠାରୁ କମ୍‌ ବୟସରେ ପୁଲିସ ବୀରତା ପୁରସ୍କାର ବିଜେତା ଭାବରେ ଜାମ୍‌ସେଦ୍‌ପୁରରେ ସମସ୍ତ ମାଫିଆ ରାଜ୍‌ ଶେଷ କରିସାରିବା ପରେ ମୁଁ ଦୃଢ଼ତାର ସହ କହୁଛି ଯେ ସେହି ଭୟଙ୍କର ଅପରାଧୀମାନେ ମୋ ଦଳର ସହଯୋଗୀ […]

  • Thursday, 22 July 2021
rahul sonia
ନୂଆ ସଭାପତି ଚୟନ ପ୍ରକ୍ରିୟାରୁ ଦୂରେଇ ରହିଲେ ସୋନିଆ ଓ ରାହୁଲ

ନୂଆଦିଲ୍ଲୀ: ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନୂଆ ସଭାପତି ଚୟନ ନେଇ ଆଲୋଚନା ହୋଇଛି। ଏଥିରେ କଂଗ୍ରେସର ନୂଆ ସଭାପତି ଚୟନ ପ୍ରକ୍ରିୟାରୁ ସୋନିଆ ଓ ରାହୁଲ ଗାନ୍ଧି ଦୂରେଇ ରହିଥିଲେ। ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଦେଇଥିଲେ ଉଭୟ ସୋନିଆ ଓ ରାହୁଲ୍। ଏବଂ ବିଦାୟୀ ସଭାପତି ରାହୁଲ ଗାନ୍ଧି ଏଥିପାଇଁ ବୈଠକରୁ  ଫେରିଆସିଥିଲେ। ବୈଠକର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବାବେଳେ ପୁଣି ଏହି ପ୍ରସଙ୍ଗରେ ବୈଠକ ବସିବ। ଏଥିପାଇଁ କମିଟିକୁ ୫ଟି […]

  • Thursday, 22 July 2021
Untitled-1
ବିଜେପିର ପୂର୍ବତନ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାଙ୍କ ବୋହୂ

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ବିଧାୟକ ମନୋଜ ସୋକିନ୍‌ଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ତାଙ୍କୁ ନିଜ ବୋହୂ। ଶ୍ୱଶୁର ମନୋଜ ସୋକିନ୍‌ ବନ୍ଧୁକ ଦେଖାଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ପଶ୍ଚିମ ବିହାର ଥାନାରେ ଅଭିଯୋଗ କରିଛନ୍ତି ମହିଳା। ମନୋଜ୍‌ ଉତ୍ତର ପଶ୍ଚିମ ଦିଲ୍ଲୀର ନାନ୍‌ଗ୍ଲୋଇ ବିଧାନସବା ସିଟ୍‌ରୁ ସେ ଦୁଇଥର ବିଧାୟକ ହୋଇଛନ୍ତି। ପୁଲିସ୍‌ର କହିବାନୁସାରେ, ୨୦୧୮ ଡିସେମ୍ବର୍‌ ୩୧ ଏବଂ ୨୦୧୯ ଜାନୁଆରୀ ୧ ତାରିଖ ମଧ୍ୟରାତ୍ରିରେ ବନ୍ଧୁକ ଏଭଳି ଅଘଟଣ ଘଟିଥିଲା। ୨୦୧୮ ଡିସେମ୍ବର୍‌ […]

  • Thursday, 22 July 2021
Sushmane
ବିଶ୍ୱନେତ୍ରୀ ସୁଷମାଙ୍କ ଦେହାନ୍ତରେ ୫୧ଟି ଦେଶରେ ଶୋକର ଛାୟା

ନୂଆଦିଲ୍ଲୀ; ସୁଷମା ସ୍ୱରାଜ୍‌ କେବଳ ଯେ ଭାରତର ତାହା ନୁହେଁ, ସେ ସାରା ବିଶ୍ୱର ଜଣେ ଲୋକପ୍ରିୟ ନେତ୍ରୀ ଥିଲେ। ତାହା ପ୍ରମାଣିତ ହୋଇଛି। ତାଙ୍କର ହଠାତ୍‌ ମୃତ୍ୟୁ ବିଶ୍ୱବାସୀଙ୍କୁ ହତବାକ୍‌ କରିଦେଇଛି। ସୁଷମାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି ୫୧ଟି ଦେଶର କୁଟନୀତିଜ୍ଞମାନେ(ବୈଦେଶୀକ ସମ୍ପର୍କ ପରିଚାଳନା କର୍ତ୍ତା) ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଜାତିସଂଘର ‘ପର୍‌ମାନେଣ୍ଟ ମିଶନ୍ ଅଫ୍ ଇଣ୍ଡିଆ’ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହିସବୁ ଶୋକବାର୍ତ୍ତାକୁ ଏକ ପୁସ୍ତକରେ ସଂଗୃହିତ କରି ରଖାଯାଇଛି। ଭାରତୀୟ […]

  • Thursday, 22 July 2021
22-3
ଧାରା ୩୭୦; ଭାରତକୁ ସମର୍ଥନ କଲା ଋଷ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଭାରତର ନିଷ୍ପତ୍ତିକୁ ସମର୍ଥନ କଲା ଋଷିଆ। ଭାରତ ଜମ୍ମୁ-କାଶ୍ମୀରକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଞ୍ଚଳ କରିବା ନିଷ୍ପତ୍ତି ସମ୍ବିଧାନ ଅନୁସାରେ ନେଇଛି ବୋଲି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତିରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବନାହିଁ ବୋଲି ଋଷିଆ ଆଶା ବ୍ୟକ୍ତ କରିଛି। ସେହିପରି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ମତାନ୍ତରକୁ ଦ୍ୱିପାଖିକ କଥାବାର୍ତ୍ତା କରି ଏହାର ସମାଧାନ […]

  • Thursday, 22 July 2021
କୋଠା ଭୁଶୁଡ଼ି ୪ ମୃତ

ଅହମଦାବାଦ: ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟ ଖେଡା ଜିଲ୍ଲାର ପ୍ରଗତିନଗରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅତ୍ୟଧିକ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଜଣାପଡ଼ିଛି । ୪ ଜଣଙ୍କର ମୃତଦେହ ଏଯାଏ ଉଦ୍ଧାର କରାଯାଇଥିବା ବେଳେ ୫ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୋଠା ତଳେ ଆହୁରି ୭ରୁ ୮ ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀର ଟିମ୍ ପହଞ୍ଚି ଉଦ୍ଧାର […]

  • Thursday, 22 July 2021
arnu
ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର

ନୂଆଦିଲ୍ଲୀ: ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରିବାରୁ ଏମ୍‌ସରେ ଭର୍ତ୍ତି ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏନେଇ ଏମ୍‌ସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ସେ ବର୍ତ୍ତମାନ ବିଭିନ୍ନ ବିଭାଗରେ ବିଶେଷଜ୍ଞ ଥିବା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ଚିକିତ୍ସିତ ହେଉଛନ୍ତି। ଏମ୍‌ସ ପକ୍ଷରୁ କୁହାଯାଇଛି, “ଅରୁଣ ଜେଟ୍‌ଲୀଙ୍କୁ ଆଜି ସକାଳେ ଏମ୍‌ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହେମୋଡାଇନାମିକାଲି ସ୍ଥିର ରହିଛି।” ହେମୋଡାଇନାମିକାଲି […]

  • Thursday, 22 July 2021
pranay-radhika
ବିଦେଶ ବାହାରିଥିବା ଏନ୍‌ଡିଟିଭି ପ୍ରତିଷ୍ଠାତାଙ୍କୁ ବିମାନ ବନ୍ଦରରେ ଅଟକ

ମୁମ୍ବାଇ: ବିଦେଶ ଯିବାକୁ ବାହାରିଥିବା ଏନ୍‌ଡିଟିଭି ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟଙ୍କୁ ମୁମ୍ବାଇ ବିମାନ ବନ୍ଦର ଅଟକାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବିମାନ କର୍ତ୍ତୃପକ୍ଷ ସେମାନଙ୍କୁ ଉଡ଼ାଣ ପାଇଁ ମନା କରିବା ଅବସରରେ କହିଥିଲେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ପକ୍ଷରୁ ଏପରି କରିବାକୁ କୁହାଯାଇଛି। ପ୍ରଣୟ ଏବଂ ରାଧିକାଙ୍କ ନାମରେ ଏକ ମନି ଲଣ୍ଡରିଂ ମାମଲା ରହିଛି ଏବଂ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହା ଗଣମାଧ୍ୟମ ସ୍ୱାଧୀନତାର […]

  • Thursday, 22 July 2021
ଆଇସିୟୁରେ ଜେଟ୍‌ଲୀ; ମେଡିକାଲ୍‌ରେ ପହଞ୍ଚିଲେ ମୋଦି, ଶାହ ଏବଂ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ […]

  • Thursday, 22 July 2021
jammu
ଜମ୍ମୁରୁ ଉଠିଲା ୧୪୪ ଧାରା; ସ୍କୁଲ୍‌,କଲେଜ୍‌ ଖୋଲିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁରେ ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ କୁହାଯାଇଛି। ହେଲେ ଇଣ୍ଟରନେଟ୍‌ ସେବା ପୂର୍ବ ଭଳି ବନ୍ଦ ରହିଛି। କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଜମ୍ମୁ ଓ […]

  • Thursday, 22 July 2021
ramnath
ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। ଏହି ବିଲ୍‌ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛି। ତେବେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ-କାଶ୍ମୀରରେ ପୂର୍ବବତ୍‌ ବିଧାୟକ, ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ରହିବେ। ରାଷ୍ଟ୍ରପତି ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯କୁ ଅନୁମୋଦନ ଦେଇଥିବା ଗୃହ […]

  • Thursday, 22 July 2021
bjp
ବିଜେପିରେ ମିଶିଲେ କଂଗ୍ରେସର ଏହି ଟାଣୁଆ ନେତା

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ଚିଫ୍‌ ହ୍ୱିପ୍‌ ତଥା ସାଂସଦ ଥିବା ଭୁବନେଶ୍ୱର କଲିତା ଆଜି ବିଜେପିରେ ମିଶିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ବିରୋଧ କରି ଭୁବନେଶ୍ୱର ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଆସାମରୁ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୯ରେ ଶେଷ ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ, ଅଗଷ୍ଟ ୫ ତାରିଖରେ […]

  • Thursday, 22 July 2021
bjd
ମନ୍ତ୍ରୀପଦରୁ ବଞ୍ଚିତ ଥିବା ୧୨ ଦଳୀୟ ବିଧାୟକଙ୍କୁ ଥଇଥାନ କଲା ବିଜେଡି

ଭୁବନେଶ୍ୱର: ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା କମିଟି […]

  • Thursday, 22 July 2021
arun-jaitley-52
ଅରୁଣ ଜେଟ୍‌ଲୀ ଅସୁସ୍ଥ; ହସ୍‌ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି।  ଦିଲ୍ଲୀ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପହଞ୍ଚି ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ […]

  • Thursday, 22 July 2021
ia
ପାକିସ୍ତାନକୁ ବଲିଉଡ୍‌ର ଜବାବ୍; ପିଏମ୍‌ଙ୍କୁ ଚିଠିଲେଖିଲା ଏଆଇସିଡବ୍ଲ୍ୟୁଏ

ମୁମ୍ବାଇ: ପାକିସ୍ତାନକୁ ତା’ ନିଜ ଭାଷାରେ ହିଁ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ହିନ୍ଦୀ ସିନେମା ଜଗତ ବା ବଲିଉଡ୍। ପାକିସ୍ତାନୀ କଳାକାରଙ୍କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍‌ ସହ ସମସ୍ତ ପ୍ରକାର କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏସନ। ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିବା, ପାକିସ୍ତାନରେ […]

  • Thursday, 22 July 2021
s-1
କାର୍ଗିଲ୍‌ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି। ଆଜି ଲଦାଖର କାର୍ଗିଲରେ ବ୍ୟାପକ ହିଂସାକାଣ୍ଡ ଘଟିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଲଦାଖର କାର୍ଗିଲ, ଡ୍ରାସ ଓ ସାନକୋଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ପରବର୍ତ୍ତୀ ନୋଟିସ୍‌ ଯାଏ […]

  • Thursday, 22 July 2021
jpeg
କାଶ୍ମୀରବାସୀଙ୍କ ପାଇଁ ମଲାଲାଙ୍କ ଚିନ୍ତା

ଇସ୍‌ଲାମାବାଦ: ନୋବେଲ ପୁରସ୍କାର୍ ବିଜେତା ତଥା ପାକିସ୍ତାନର ସାମାଜିକ କର୍ମୀ ମଲାଲା ୟସୁଫଜାଇ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରବାସୀଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଧାରା କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଉଥିଲା। ଏବେ ସେଠାରେ ଥିବା ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “କାଶ୍ମୀରବାସୀ ଆତଙ୍କର ପରିବେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ମୁଁ ପିଲାବେଳେ ଏବଂ ମୋ ବାପା ମା’ […]

  • Thursday, 22 July 2021
page3-2-2
୩୭୦ ଉଚ୍ଛେଦକୁ କାର୍ଗିଲ୍‌ରେ ବିରୋଧ; ପୁଲିସ୍‌ର ଲାଠି ଚାର୍ଜ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବିଭାଜନ କରି ଭାରତ ସରକାର ଲଦାଖକୁ ଏହାଠାରୁ ଅଲଗା କରିଛନ୍ତି। ତେଣୁ ଲଦାଖ ଏବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ। ଲଦାଖରେ ଲେହ ଓ କାର୍ଗିଲ ଭଳି ସହର ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ବିଭାଜନ ନିଷ୍ପତ୍ତିକୁ କାର୍ଗିଲରେ ଜୋରଦାର ବିରୋଧ କରାଯାଇଛି। କାର୍ଗିଲବାସୀ ଏଭଳି ବିଭାଜନରେ ଖୁସି ଥିବା କେନ୍ଦ୍ର ସରକାର କହୁଥିଲେ ହେଁ ଏଠାରେ ଏକ ଭିନ୍ନ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରେ ସରକାର ୧୪୪ ଧାରା ଜାରି […]

  • Thursday, 22 July 2021