ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ କାହିଁକି ଦୀର୍ଘ ୬ ମାସ ହେଲା ଅଟକ ରଖାଯାଇଛି ଏବଂ ତାଙ୍କ ନାଁରେ କାହିଁକି ପିଏସ୍ଏ ଲାଗୁ କରାଯାଇଛି ଏକଥା ଜାଣିବା ପାଇଁ ଆଜି କେନ୍ଦ୍ର ସରକାର ଓ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଓମାର ଅବଦୁଲ୍ଲାଙ୍କ ଭଉଣୀ ଅଟକ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦର ଶୁଣାଣି କରି କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଓମାରଙ୍କ […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା। ସୁପ୍ରିମକୋର୍ଟ ୩ ଦିନ ଏହାର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରିଦେଇଛନ୍ତି। ଅର୍ଥାତ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ […]
ନୂଆଦିଲ୍ଲୀ: ଭେଣ୍ଟିଲେଟର ରହି ଜୀବନ ଯୁଦ୍ଧରେ ସଂଗ୍ରାମ କରିବା ପରେ ଶେଷରେ ଆଖିବୁଜିଛନ୍ତି ବିଶିଷ୍ଟ ପରିବେଶବିତ ତଥା ପୂର୍ବତନ ଟିଇଆରଆଇର ମୁଖ୍ୟ ଆରକେ ପାଚୌରୀ। ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହାର୍ଟ ଆଟାକର ଶିକାର ହୋଇ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ପୂର୍ବରୁ ଏହି ଏସର୍କଟ ହାର୍ଟ ଇନଷ୍ଟିଚ୍ୟୁଟରେ ପାଚୌରୀଙ୍କ ଓପନ […]
ନୂଆଦିଲ୍ଲୀ: ଦିଲ୍ଲୀ ହାରିବା ପରେ କମିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ରୁଆପ। ଦିଲ୍ଲୀ ପରାଜୟର ଦିନକ ପରେ ବିଜେପି ଚାଣକ୍ୟ ଅମିତ୍ ଶାହ ବଡ଼ ବୟାନ ଦେଇଛନ୍ତି। ଦଳୀୟ ନେତାଙ୍କୁ ଗୋଲି ମାରୋ ଓ ଭାରତ–ପାକ୍ ମ୍ୟାଚ୍ ମନ୍ତବ୍ୟ ଦେବାର ନଥିଲା ବୋଲି ଶାହ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ପଶ୍ଚିମ ଦିଲ୍ଲୀ ସାଂସଦ ପରବେଶ ବର୍ମା ଓ ଦିଲ୍ଲୀ ମଡେଲ ଟାଉନ ପ୍ରାର୍ଥୀ କପିଲ ମିଶ୍ରଙ୍କ ଭଳି […]
ନୂଆଦିଲ୍ଲୀ: ଅରବିନ୍ଦ କେଜରିଓ୍ୱାଲ୍ଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବେ ଜୁନିଅର କେଜରିଓ୍ୱାଲ। ଦିଲ୍ଲୀ ନିର୍ବାଚନରେ ଆପ୍ର ବିଜୟ ପରେ ସଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ବେବି ମଫଲର୍ମ୍ୟାନ୍ ଶପଥ ଗ୍ରହଣ ସମାରୋହକୁ ଆପ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ଏନେଇ ଦଳ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି। ଦିଲ୍ଲୀ ଭୋଟ୍ ଗଣତି ଦିନ କେଜରିଓ୍ୱାଲଙ୍କ ଗେଟ୍ଅପ୍ରେ ଦେଖିବାକୁ ମିଳିଥିଲା ଜଣେ କୁନି ଶିଶୁଙ୍କୁ। ଆସନ୍ତା ରବିବାର ରାମଲୀଳା ମୈଦାନରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ମଧ୍ୟ […]
ନୂଆଦିଲ୍ଲୀ: ଦେଶବ୍ୟାପୀ ପୁଣି ତେଜିଲା ମହଙ୍ଗା ବିରୋଧୀ ପ୍ରତିବାଦ। ଗଲା କିଛି ଦିନ ଧରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଚଢ଼ା ଦରକୁ ନେଇ ସାଧାରଣ ଖାଉଟି ଅତିଷ୍ଠ ହୋଇଥିବା ବେଳେ ଗତକାଲି ଗ୍ୟାସ୍ ଦରରେ ପ୍ରାୟ ଦେଢ଼ଶହ ଟଙ୍କା ବୃଦ୍ଧିକୁ ନେଇ ପୁଣି ଅଣନିଶ୍ୱାସୀ ହୋଇଛନ୍ତି ଜନତା। ଅଣସବ୍ସିଡି ଗ୍ୟାସ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ପରେ ଆଜି ଦେଶର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି ପ୍ରତିବାଦର ସ୍ୱର। ଦିଲ୍ଲୀ, ଲକ୍ଷ୍ମୌ, କୋଲକାତା ସବୁଠି ଗ୍ୟାସ୍ ସିଲିଣ୍ଡର […]
ନୂଆଦିଲ୍ଲୀ: ଚୀନ୍ରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ସରକାରୀ ଭାବେ ମୃତ୍ୟୁସଂଖ୍ୟା ୧୩ଶହ, ସଂକ୍ରମିତ ହୋଇଛନ୍ତି ୬୦ ହଜାରରୁ ଅଧିକ। ତେବେ କମ୍ୟୁନିଷ୍ଟ ଚୀନ୍ ଆଦୌ ସଠିକ୍ ତଥ୍ୟ ଦେଉନଥିବା ସନ୍ଦେହ ଘନୀଭୂତ ହୋଇଛି। ଡାକ୍ତର, ଔଷଧ ଓ ରୋଗ ନିରୂପଣ କିଟ୍ର ଅଭାବ ସ୍ଥିତିକୁ ଆହୁରି ଜଟିଳ କରିଛି। ତେବେ କୋଲକାତା ଓ କେରଳରେ କରୋନା ଭାଇରସ୍ର ଚିହ୍ନଟ ପରେ ଭାରତରେ କରୋନା ସଂକ୍ରମଣର ଭୟ ଦେଖା ଦେଇଛି। କେରଳରେ ୩ […]
ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ହେଲେ ବ୍ରିଟେନ୍ର ଅର୍ଥମନ୍ତ୍ରୀ। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଆଜି ରିଶି ସୁନକଙ୍କୁ ତାଙ୍କ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବୋରିଶଙ୍କ କ୍ୟାବିନେଟ୍ ଅଦଳବଦଳରେ ରିଶିଙ୍କୁ ଅର୍ଥଦାୟିତ୍ୱ ମିଳିବା ପରେ ଏହି ଦାୟୀତ୍ୱରେ ଥିବାସାଜିଦ୍ ଯାଭେଦ୍ ଏହି ପଦରୁ ଇସ୍ଥଫା ଦେଇଛନ୍ତି। ବିଶ୍ୱର ଶକ୍ତି ଅର୍ଥନୀତି ସମ୍ପଣ୍ଣ ରାଷ୍ଟ୍ରରେ ଅର୍ଥମନ୍ତ୍ରୀ ହେବା ଭଳି ଗୌରବ ଅର୍ଜନ କରିଛନ୍ତି ରିଶି। ବ୍ୟବସାୟିକ ପୃଷ୍ଠଭୂମିରୁ ଆସୁଥିବା ୩୯ ବର୍ଷୀୟ ରିଶି ସୁନକ ପୂର୍ବରୁ ବ୍ରିଟେନ୍ର ଟ୍ରେଜେରୀ […]
ନୂଆଦିଲ୍ଲୀ: ନିର୍ଭୟା ପାଇଁ ନ୍ୟାୟ ଭିକ୍ଷା କରୁଥିବା ତାଙ୍କ ପରିବାର ଓ ସମଗ୍ର ଦେଶକୁ କେବଳ ଅଦାଲତଦରୁ ତାରିଖ ପରେ ତାରିଖ ମିଳି ଚାଲିଛି। କେନ୍ଦ୍ର ଓ ଦିଲ୍ଲୀ ସରକାର ଫାଶୀ ତାରିଖ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଁ ଏହା ଆସନ୍ତାକାଲିକୁ ଘୁଞ୍ଚି ଯାଇଛି। ସେହିପରି ଘଟଣାର ଦୋଷୀ ବିନୟ ଶର୍ମା ତା’ର ରାଜକ୍ଷମା ଆବେଦନ ବିରୋଧରେ କରିଥିବା ଆବେଦନର ଶୁଣାଣି ମଧ୍ୟ ଆସନ୍ତାକାଲି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଶୁକ୍ରବାର ମାମଲାର ଶୁଣାଣି […]
ନଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ରନ୍ଧନ ଗ୍ୟାସ୍। ଏଲପିଜି ସିଲିଣ୍ଡର ପିଛା ୧୪୮ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଇନ୍ଧନ ଦର ବୃଦ୍ଧି ହେବା ଫଳରେ ଏହି ଦାମ ବଢ଼ାଇଯାଇଥିବା କୁହାଯାଉଛି। ଏହି ଦର ବୃଦ୍ଧି ଫଳରେ ରାଜ୍ୟରେ ଏବେ ୧୪.୨କିଲୋଗ୍ରାମ ସିଲିଣ୍ଡର ଦାମ ୭୪୬ .୫୦ରୁ ବଢି ୮୯୫ଟଙ୍କା ହୋଇଛି। ତେବେ ଘରୋଇ ବ୍ୟବହାରକାରୀଙ୍କ ସୁବିଧା ପାଇଁ ସରକାର ଏହି ଇନ୍ଧନ ଉପରେ ସବସିଡିକୁ ପ୍ରାୟ ଦୁଇଗୁଣା […]
ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବିଫଳତା ପରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ତେବେ ଏହା ତାଙ୍କ ଦଳ ଫେରାଇଦେଇଥିବା ଜଣାପଡ଼ିଛି। ଗତକାଲି ଘୋଷିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ ଆପ୍ର ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସମ୍ମାନ ବଞ୍ଚାଇବାକୁ ସପଳ ହୋଇଥିବା ବିଜେପି ମାତ୍ର ୮ଟିରେ ସନ୍ତୁଷ୍ଟ ହୋଇଛି। ସେହିଭଳି ଆପ୍ ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସ ଚଳିତ ଥର […]
ମୁମ୍ବାଇ: ସପ୍ତାହକୁ ୬ ଦିନ ନୁହେଁ, ଏବେ ୫ ଦିନ କାମ କରିବେ ସରକାରୀ କର୍ମଚାରୀ। ତେବେ ଏ ସୁବିଧା ପ୍ରଥମେ ମହାରାଷ୍ଟ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଆଜି ତାଙ୍କ ରାଜ୍ୟ କ୍ୟାବିନେଟ୍ ବୈଠକ ଏଭଳି ଅନୁମୋଦନ ଦେଇଛି। ଚଳିତ ମାସ ଶେଷ ତାରିଖ ବା ଫେବୃଆରୀ ୨୯ ତାରିଖରୁ ଏହି ବ୍ୟବସ୍ଥା ଲାଗୁ ହେବ। ମହାରାଷ୍ଟ୍ର ସରକାରଙ୍କ ପାଇଁ କାମ କରୁଥିବା କର୍ମଚାରୀମାନେ ବର୍ତ୍ତମାନ ଦ୍ୱିତୀୟ ଓ […]
ବେଜିଂ: ଚାଇନାରୁ ୧୦୦୦ରୁ ଊର୍ଦ୍ଧ୍ୱ ଜୀବନ ନେଇଥିବା ଏବଂ ସାରା ବିଶ୍ୱରେ ୪୩ ହଜାର ଲୋକଙ୍କ ଶରୀରକୁ ଆକ୍ରାନ୍ତ କରିଥିବା କରୋନା ଭାଇରସ୍ର ନାମ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ‘କୋଭିଡ୍-୧୯’ ରଖାଯାଇଛି। ଡବ୍ଲ୍ୟୁଏଚ୍ଓ ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେସସ୍ କହିଛନ୍ତି, ଆମେ ଏମିତି ନାଁଟିଏ ବାଛିଛୁ ଯାହା ନା କୌଣସି ଭୌଗଳିକ ଠିକଣା କଥା କହୁଛି, ନା କୌଣସି ପଶୁର ନାମ ନା ଉଚ୍ଚାରଣ କରିହେଉଥିବା ନାମ ନା ରୋଗକୁ ସୂଚାଉଥିବା ନାମ ହୋଇଥିବ। ସେ ଜେନେଭାରେ […]
ନୂଆଦିଲ୍ଲୀ: ମାଗଣା ବିଜୁଳି, ପାଣି ଓ ବସ୍ଯାତ୍ରା ବନାମ ସିଏଏ, ଧାରା ୩୭୦ ଉଚ୍ଛେଦ, ରାମମନ୍ଦିର କି ଟ୍ରିପଲ୍ ତଲାକ୍ ? ଆପ୍ର ବିକାଶ ମଡେଲ୍ ବନାମ୍ ବିଜେପିର ଜାତୀୟତାବାଦ୍ ନାରା। ପ୍ରଶାନ୍ତ କିଶୋରଙ୍କ ସୁକ୍ଷ୍ମ ଗୋଟି ଚାଳନା ଆଗରେ ଫେଲ ମାରିଲା କି ଅମିତ୍ ଶାହ ଆଣ୍ଡ କୋର ଷ୍ଟ୍ରାଟେଜି? CAA, NRC, NPR ଓ ଶାହୀନବାଗ ବିଜେପିକୁ ଭାରି ପଡ଼ିଲା ନା କେଜରିଓ୍ୱାଲଙ୍କ ସୁକ୍ଷ୍ମ ହିନ୍ଦୁତ୍ୱ ଓ ଦେଶଭକ୍ତି ପାଠ୍ୟକ୍ରମ ଆପ୍ ଲାଗି ନିର୍ଣ୍ଣାୟକ […]