• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

BHUPEN-NITI-AYOG-RAJIV-KUMAR-VP.transfer.Sub_.01
ଭୟଙ୍କର ଭାବେ ବିଗିଡ଼ିଛି ଦେଶର ଅର୍ଥ ବ୍ୟବସ୍ଥା; ୭୦ ବର୍ଷରେ ସବୁଠାରୁ ଖରାପ ସ୍ଥିତି

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଭାବେ ବିଗିଡ଼ିଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଖରାପ ସମୟ। ଜିଏସ୍‌ଟି ଓ ବିମୁଦ୍ରାକରଣ ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଦେଶରେ ପୂର୍ବରୁ ୩୫ ପ୍ରତିଶତ ଜମାରାଶି ରହୁଥିବା ବେଳେ ଏବେ ଏହା ଖୁବ୍‌ କମିଗଲାଣି। ପୂର୍ବରୁ କେବେ ଏମିତି ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇ ନଥିଲା। ବର୍ତ୍ତମାନ ସମୟରେ ଆର୍ଥିକକାରବାରରେ ନମନୀୟତା ଗୁଣ କମିଗଲାଣି। […]

  • Thursday, 22 July 2021
ews-1
ଜମ୍ମୁ କାଶ୍ମୀରରେ ଅଟକ ନେତାଙ୍କୁ ଛାଡ଼ିବା ଦାବିରେ ବିରୋଧୀଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପାଇଁ ଏକାଠି ହୋଇଛନ୍ତି ପ୍ରାୟ ଅଧିକାଂଶ ବିରୋଧୀ ଦଳ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏକାଧିକ ରାଜନେତାଙ୍କୁ କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତୃତ୍ୱରେ ଏକାଧିକ ବିରୋଧୀଦଳର ନେତାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀର ନେତାମାନେ ଯୋଗଦେଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ। କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ମଧ୍ୟ ଏହି […]

  • Thursday, 22 July 2021
pc-1
୪ ଦିନିଆ ରିମାଣ୍ଡରେ ଗଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରୁ ଜୋରଦାର ଝଟ୍‌କା ଲାଗିଛି। ସିବିଆଇ ତାଙ୍କୁ ୪ ଦିନ ପାଇଁ ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ଯାଏ ରିମାଣ୍ଡରେ ନେବ ବୋଲି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି […]

  • Thursday, 22 July 2021
raj
ଇଡିରେ ହାଜର ହେଲେ ରାଜ୍‌ ଠାକ୍‌ରେ; ସାଙ୍ଗରେ ଗଲେ ଶିବସେନା ମୁଖିଆ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍‌ରେ ଆଜି ମୁମ୍ବାଇଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ଆଇଏଲ୍‌ ଆଣ୍ଡ୍ ଏଫ୍‌ଏସ୍‌ ସହିତ ଜଡ଼ିତ ଏକ ମାମଲାରେ ତାଙ୍କୁ ହାଜର ହେବାକୁ ପଡ଼ିଛି। ଅଭିଯୋଗ ଅନୁଯାୟୀ କୋହିନୂର ସିଟିଏନ୍‌ଏଲ୍‌ ନାମକ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀ ଉପରୋକ୍ତ ସଂସ୍ଥାଠାରୁ ୪୫୦ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି ନେଇଥିଲା।  ଆଉ ଏହି କମ୍ପାନୀ ସହିତ ରାଜ୍‌ ଠାକ୍‌ରେଙ୍କର ଲିଙ୍କ୍‌ ରହିଛି ବୋଲି ଅଭିଯୋଗ ହୋଇଛି। ରାଜ୍‌ […]

  • Thursday, 22 July 2021
22-P-Chidambaram
ଚିଦାମ୍ବରମଙ୍କୁ ଏମିତି ପ୍ରଶ୍ନ ପଚାରିଲା ସିବିଆଇ

ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଣିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି ସିବିଆଇ ତାଙ୍କୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ବୁଧବାର ଗିରଫ ହେବାପରେ ୩ ଘଣ୍ଟା ସିବିଆଇ ଜେରାର ସାମ୍ନା କରିଥିବା ଚିଦାମ୍ବରମ୍‌ଙ୍କୁ ଆଜି ନୂଆଦିଲ୍ଲୀର ଏକ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍‌ଙ୍କ ପକ୍ଷରୁ ଯୁକ୍ତି ରଖୁଥିଲେ। ଚିଦାମ୍ବରମ୍‌ ସିବିଆଇ […]

  • Thursday, 22 July 2021
p-chidambaram-
ଚିଦାମ୍ବରମଙ୍କ ଭୂମିକା ନେଇ ରହିଛି କି ବଳିଷ୍ଠ ପ୍ରମାଣ?

ଭୁବନେଶ୍ୱର: ସମୟ ବଦଳିବା ସହ ପଲଟି ଯାଇଛି ରାଜନୀତିର ପଶାପାଲି। ଚିଦାମ୍ବରମ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତା ଶାହା। ଆଉ ପ୍ରାୟ ଦଶନ୍ଧି ପରେ ଘଟଣାଚକ୍ର ପୂରା ଓଲଟି ଯାଇଛି। ୨୦୧୦ ଜୁଲାଇ ୨୫, ତାରିଖରେ ପ୍ରେସମିଟ୍ କରୁଥିବା ବେଳେ ସେତେବେଳ ଗୁଜରାଟର ଗୃହମନ୍ତ୍ରୀ ଥିବା ଅମିତ ଶାହାଙ୍କୁ ସୋହରାବୁଦ୍ଦିନ ଫେକ୍ ଏନ୍‌କାଣ୍ଟର୍ ମାମଲାରେ ଗିରଫ କରିଥିଲା ସିବିଆଇ। କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ୟୁପିଏ ସରକାରରେ ସେତେବେଳେ […]

  • Thursday, 22 July 2021
masood
କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଜୈଶ-ଇ-ମହମ୍ମଦର ପ୍ରୟାସ

ଇସଲାମାବାଦ୍: ଆତଙ୍କୀ ସଂଗଠନ  ବିରୋଧରେ ପଦକ୍ଷେପ ନେଉଛି ବୋଲି କହି ଆମେରିକାର ପ୍ରଶଂସା ସାଉଁଟିବାର ଅଳ୍ପଦିନ ପରେ ପାକିସ୍ତାନର ଅସଲ ଚିତ୍ର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଚାପ ପରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଉପରେ ଗତ ଏପ୍ରିଲ ମାସରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ବର୍ତ୍ତମାନ କାଶ୍ମୀର ପ୍ରସଙ୍ଗରେ ଏହି ଆତଙ୍କବାଦୀ ସଂଗଠନ ସୋଶାଲ୍ ମିଡିଆରେ ବାର୍ତ୍ତା ରଖିଛି। ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ଶାନ୍ତି ରକ୍ଷା ପାଇଁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଥିବାବେଳେ ଜୈଶ […]

  • Thursday, 22 July 2021
d
ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତକୁ ଆମେରିକାର ଆହ୍ୱାନ୍

ୱାଶିଂଟନ୍‌: ଆଫ୍‌ଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବାକୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆହ୍ୱାନ ଦେଇଛନ୍ତି। କେବଳ ଭାରତ ନୁହେଁ ଇରାନ୍‌, ରୁଷ ଓ ତୁର୍କୀ ଭଳି ରାଷ୍ଟ୍ରମାନେ ମଧ୍ୟ ଆମେରିକା ସହ ମିଶି ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଚିତ। ଟ୍ରମ୍ପ କହିଛନ୍ତି,  “ଆଫ୍‌ଗାନିସ୍ତାନ ଠାରୁ ଆମେରିକାର ଦୂରତା ୭ ହଜାର କିମି ତଥାପି ୱାଶିଂଟନ ସେଠାରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆଫଗାନିସ୍ତାନ ନିକଟରେ ଥିବା ରାଷ୍ଟ୍ରଗୁଡ଼ିକ […]

  • Thursday, 22 July 2021
chidamabaram
ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି କ'ଣ ?

ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ତେବେ ଏହି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା କ’ଣ? କେବେ ଏହା ସାମ୍ନାକୁ ଆସିଥିଲା, ତା’ର ଏକ ଘଟଣାକ୍ରମ: ୨୦୧୭ ମେ ୧୫: ସିବିଆଇ ଏକ ଏଫ୍‌ଆଇଆର ରୁଜୁ କରିଥିଲା। ୨୦୦୭ରେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଣ ପାଇଁ ଏଫ୍‌ଆଇପିବି ନିୟମରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା।୨୦୧୮: ପ୍ରବର୍ତ୍ତନ […]

  • Thursday, 22 July 2021
SMOKING-NO
ତମାଖୁ ପକେଟ୍‌ ଉପରେ ଲାଗିବ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର

ନୂଆଦିଲ୍ଲୀ: ଏଣିକି ସବୁ ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି। ଏହି ସଂଶୋଧନ ବଳରେ ନୂଆ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। ବିଜ୍ଞପ୍ତି ମାଧ୍ୟମରେ ଦୁଇଟି ଚିତ୍ରକୁ ବିଜ୍ଞପିତ କରାଯାଇଥିଲା । ସଂଶୋଧିତ ଧାରା ଅନୁଯାୟୀ, ପ୍ରଥମ ଚିତ୍ର ଲାଗୁ […]

  • Thursday, 22 July 2021
chidambaram
ସଦଳବଳେ ଆସି ପି.ଚିଦାମ୍ବରମ୍‌ଙ୍କୁ ଘରୁ ଉଠାଇ ନେଲା ସିବିଆଇ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଶେଷରେ ଅନ୍ତ ଘଟିଛି। ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଚାଲିଥିବା ନାଟକର ଅନ୍ତ ଘଟାଇ ସିବିଆଇ ଚିଦାମ୍ବରମ୍‌ଙ୍କ ଘରୁ ହିଁ ତାଙ୍କୁ ଉଠାଇ ନେଇଛି। ଏହା ପୂର୍ବରୁ ପ୍ରଥମେ ସେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହୋଇଥିଲେ। ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ବର୍ତ୍ତମାନ ଘରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ପଝେ ପଛେ ସିବିଆଇ […]

  • Thursday, 22 July 2021
ନିଖୋଜ୍‌ର ୨୭ ଘଣ୍ଟା ପରେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହେଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିବାବଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍‌ […]

  • Thursday, 22 July 2021
india
ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍‌କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା […]

  • Thursday, 22 July 2021
muslim
ଧାରା ୩୭୦ ଉଚ୍ଛେଦ; ଭାରତକୁ ଘେରିବାକୁ ପାକିସ୍ତାନର ପୁଣି ନୂଆ ପ୍ଲାନ୍

ଇସ୍‌ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି। ଜମ୍ମୁ-କାଶ୍ମୀରରେ ଭାରତ ସରକାର ମାନବାଧିକାର କ୍ଷୁଣ୍ଣ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ଏହା ବିରୋଧରେ ପାକିସ୍ତାନ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବ ବୋଲି ଆଜି ଘୋଷଣା କରିଛି। ସିନେଟ୍‌ ଷ୍ଟାଣ୍ଡିଂ […]

  • Thursday, 22 July 2021
Chidambaram-Gandhi
ଚିଦାମ୍ବରମଙ୍କ ସପକ୍ଷରେ ଏମିତି କହିଲେ ରାହୁଲ୍‌ ଗାନ୍ଧି

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ ସମସ୍ତ ନେତାଙ୍କ ପରେ ଅଧ୍ୟକ୍ଷ ପଦରୁ ଗତ କିଛି ଦିନ ହେଲା ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏବେ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ତାଙ୍କ […]

  • Thursday, 22 July 2021
ed-3
ସିନିୟରଙ୍କ ରାଗିଂ; ୧୫୦ରୁ ଅଧିକ ଜୁନିଅର ଛାତ୍ର ଲଣ୍ଡା ହୋଇ କଲେଜ ପରିକ୍ରମା କଲେ

ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ, ସିନିୟର ଛାତ୍ରଙ୍କୁ ସାଲ୍ୟୁଟ ମଧ୍ୟ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳର […]

  • Thursday, 22 July 2021
file6zny89fjvueoj0ed17x-1551616448
ପ୍ରିୟଙ୍କା ଚୋପ୍ରାଙ୍କୁ ହଟାଇବାକୁ ପାକିସ୍ତାନର ପ୍ରୟାସ

ନୂଆଦିଲ୍ଲୀ: କଶ୍ମୀରକୁ ନେଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରୟାସ ବିଫଳ ହେବା ପରେ ପାକିସ୍ତାନର ନଜର ଏବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ପଡ଼ିଛି। ପ୍ରିୟଙ୍କା ବର୍ତ୍ତମାନ ଜାତିସଂଘରେ ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ପଦରେ ଥିବାରୁ ତାଙ୍କୁ ଏହି ପଦରୁ ହଟାଇବାକୁ ପାକିସ୍ତାନ ଚିଠି ଲେଖିଛି। ପାକିସ୍ତାନ ଦର୍ଶାଇଛି ପ୍ରିୟଙ୍କା ଏଭଳି କିଛି ବନ୍ତବ୍ୟ ଦେଇଛନ୍ତି ଯାହାକି ‘ଗୁଡ୍‌ୱିଲ ଆମ୍ବାସଡର ଫର ପିସ୍‌’ ହିସାବରେ ତାଙ୍କୁ ଦେବାର ନଥିଲା। ଏହି ବିବୃତିରେ ପାକିସ୍ତାନ ପକ୍ଷରୁ କୁହାଯାଇଛି, […]

  • Thursday, 22 July 2021
imran
ପୁଣି ଥରେ ଲୋକହସା ହେଲା ପାକିସ୍ତାନ; ଏଥର ଫ୍ରାନ୍ସ ଫେରାଇଦେଲା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ପୁଣିଥରେ ଲୋକହସା ହୋଇଛି। ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଫ୍ରାନ୍ସକୁ କହିଥିଲା। ହେଲେ ଫ୍ରାନ୍ସ ସରକାର ପାକିସ୍ତାନର କୌଣସି କଥାକୁ ଶୁଣି ନାହାନ୍ତି। ବରଂ କାଶ୍ମୀର କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଦୁଇ ଦେଶ ଆଲୋଚନା ଦ୍ୱାରା ଏହାର ସମାଧାନ କରିବା ଦରକାର ବୋଲି ଫ୍ରାନ୍ସ ପକ୍ଷରୁ କୁହାଯାଇଛି। ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ […]

  • Thursday, 22 July 2021
chi
ସ୍ପେନରେ ଟେନିସ କ୍ଲବ ଓ ବ୍ରିଟେନରେ ଏକ ବଙ୍ଗଳା କିଣିଥିଲେ ଚିଦାମ୍ବରମ୍

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫେରାର ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ସମ୍ପର୍କରେ ଆଜି ବଡ଼ ଗୁମର ଖୋଲିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏହି ଦୁର୍ନୀତି ମାମଲାରେ ଚିଦାମ୍ବରମ୍ ଗ୍ରହଣ କରିଥିବା ଅର୍ଥରେ ସ୍ପେନରେ ଟେନିସ କ୍ଲବ୍ ଓ ବ୍ରିଟେନର ଏକ ବଙ୍ଗଳା କିଣିଥିବା ଇଡି କହିଛି। ତେବେ ଚିଦାମ୍ବରମ ସିଧାସଳଖ ଏହାକୁ କିଣି ନଥିଲେ, ବରଂ ତାଙ୍କ ପୁଅ କାର୍ତ୍ତି ହିଁ ଏହାର ଖରିଦଦାରୀ କରିଥିଲେ। କେବଳ ସ୍ପେନ୍‌ କିମ୍ବା ବ୍ରିଟେନ୍‌ ନୁହେଁ ଭାରତରେ […]

  • Thursday, 22 July 2021
363362-p-chidambaram
ଫୋନ୍‌ ସ୍ୱିଚ୍‌ ଅଫ୍‌ କରି କୁଆଡ଼େ ଗଲେ ଚିଦାମ୍ବରମ୍‌; ଖୋଜୁଛନ୍ତି ଇଡି ଓ ସିବିଆଇ

ନୂଆଦିଲ୍ଲୀ: ଗିରଫ ହେବାରୁ ରକ୍ଷା ପାଇବା ପାଇଁ ଫୋନ୍‌ ସ୍ୱିଚ୍‌ ଅଫ୍‌ କରି ଫେରାର ହୋଇଯାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ! ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ନ ହେବା ପାଇଁ ଆଗୁଆ ଜାମିନ୍‌ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ ହୋଇଯିବା ପରେ ସେ ଏପରି କରିଥିବା କୁହାଯାଉଛି। ଆଜି ବିଚାରପତି ଜଷ୍ଟିସ୍‌ ସୁନୀଲ ଗୌର ଏହି ରାୟ ଦେବା ପରେ ଚିଦାମ୍ବରମ୍‌ଙ୍କୁ ଗିରଫ କରିବାକୁ ଯାଇଥିବା ସିବିଆଇ ଏବଂ […]

  • Thursday, 22 July 2021