ଭାରତର ପାଇଲଟ ଦଳରେ ଏକମାତ୍ର ମହିଳା ଥିଲେ ଗୁଞ୍ଜନ୍ । ୧୯୯୯ ରେ ଗୁଞ୍ଜନଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିଲା । ଆଉ ସେତେବେଳ ତାଙ୍କର ପୋଷ୍ଟିଂ ୧୩୨ ଫରୱାର୍ଡ ଏରିଆ କଣ୍ଟ୍ରୋଲ୍ (FAC) ରେ ହୋଇଥିଲା
ନୂଆଦିଲ୍ଲୀ: ଇରାନ୍ରେ ଭୟଙ୍କର ଭାବେ କରୋନା ଆତଙ୍କ ଦେଖା ଦେବା ପରେ ସେଠାରେ ଥିବା ୫୮ ଜଣ ଭାରତୀୟଙ୍କୁ ଆଜି ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା। ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନାଗରିକଙ୍କ ଆଣିବାକୁ ବାୟୁସନେର C-17 ଗ୍ଲୋବମାଷ୍ଟର୍ ବିମାନକୁ ଗତକାଲି ସନ୍ଧ୍ୟାରେ ଇରାନ୍ ରାଜଧାନୀ ତେହରାନ୍କୁ ପଠାଇଯାଇଥିଲା। ଆଉ ଆଜି ଭାରତୀୟ ନାଗରିକଙ୍କ ସହିତ ବିମାନ ଗାଜିଆବାଦ୍ର ହୋନ୍ଡୋନ୍ ବିମାନବନ୍ଦରରେ ଅବତରଣ କରିଛି। ସେଠାରେ ଯାତ୍ରୀମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି। […]
ନୂଆଦିଲ୍ଲୀ: କଂଗ୍ରେସ ଦଳର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସିନ୍ଧିଆ ଇସ୍ତଫା ଦେବା ପରେ ମଧ୍ୟପ୍ରଦେଶରେ ରାଜନୀତି ପାଣିପାଗ ବିଗିଡ଼ି ଯାଇଛି। କଂଗ୍ରେସ ସରକାର ଟଳମଳ ହେଉଥିବା ବେଳେ ବିଜେପି ସରକାର ଗଢ଼ିବାକୁ ଚାହିଁ ବସିଛି। କମଲ୍ ନାଥଙ୍କ ସହିତ ଦୀର୍ଘ ଦିନ ଧରି ସିନ୍ଧିଆଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥିଲା। ଅନେକ ସମୟରେ କମଲ୍ ନାଥଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହିତ ବିଜେପି ନିଷ୍ପତ୍ତିକୁ ସମର୍ଥନ କରୁଥିଲେ ସିନ୍ଧିଆ। ଜାମ୍ମୁ-କାଶ୍ମୀର […]
ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତିକ ସଙ୍କଟ ଏବେ ନାଟକୀୟ ରୂପ ନେବାକୁ ଆରମ୍ଭ କରିଛି। ଶାସକ କଂଗ୍ରେସର ୧୭ ବିଧାୟକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନରେ ବେଙ୍ଗାଲୁରୁ ଚାଲଯିବା ପରେ ଏବେ ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟିଛନ୍ତି। ସେହିଭଳି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଭେଟିଛନ୍ତି। କର୍ଣ୍ଣାଟକା […]
ନୂଆଦିଲ୍ଲୀ: ସାରା ବିଶ୍ୱ କରୋନା ଭୟରେ ଭୟଭୀତ। ଏଥିରୁ ଭାରତ ମଧ୍ୟ ବାଦ୍ ଯାଇନି। ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଶେଷଥର ପାଇଁ କେରଳର ଏର୍ନାକୁଲମର ଜଣେ ୩ ବର୍ଷର ଝିଅ ଓ ଜାମ୍ମୁ- କାଶ୍ମୀରରେ ଜଣେ ୬୩ ବର୍ଷୀୟା ବୃଦ୍ଧାଙ୍କୁ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯଇଥିଲା। ଏହା ପୂର୍ବରୁ କେରଳରେ ୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଜାନୁଆରୀ ୩୦ରେ ଦେଶର ପ୍ରଥମ ରାଜ୍ୟ […]
ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପୁଣି ଚାଲ୍ ଖେଳିଲେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଦୋଷୀ। କ୍ୟୁରେଟିଭ୍, ମର୍ସି ଓ ରିଭ୍ୟୁ ପିଟିସନ୍ ପରେ ଏବେ ପୁଣି ଆଉ ଏକ ଚାଲ୍ ଖେଳିଛନ୍ତି ନିର୍ଭୟା ଦୋଷୀ। ମୃତ୍ୟୁ ଦଣ୍ଡ ରଦ୍ଦ କରିବା ପାଇଁ ପିଟିସନ୍ ଦାଖଲ କରିଛି ଦୋଷୀ ବିନୟ। ମୃତ୍ୟୁ ଦଣ୍ଡକୁ ଆଜୀବନ ଜେଲ୍ରେ ପରିଣତ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ୍ଙ୍କ ପାଖରେ ଆବେଦନ କରିଛି ବିନୟ। ସେକ୍ସନ ୪୩୨ ଓ […]
କାଇରୋ: ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୋମବାର ସୁଦାନର ରାଜଧାନୀ ଖାର୍ଟୌମ୍ଠାରେ ହୋଇଥିବା ଏକ ବିସ୍ଫୋରଣରେ ଆବଦଲ୍ଲା ହାମଡୋକ୍ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆବଦଲ୍ଲାଙ୍କ ପରିବାର ଏହି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଏହି ବିସ୍ଫୋରଣ ହୋଇଥିଲା। ଗତ ଅଗଷ୍ଟ ମାସରେ ହିଁ ଆବଦଲ୍ଲା ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ଗଣତନ୍ତ୍ର ସମର୍ଥନରେ ଆନ୍ଦୋଳନ ପରେ ସେନା ଏକଚ୍ଛତ୍ରବାଦୀ ଶାସକ ଓମାର ଅଲ ବଶିରକୁ ହଟାଇବାରୁ ଆବଦଲ୍ଲାଙ୍କୁ ଏହି ଦାୟିତ୍ୱ ମିଳିଥିଲା। […]
ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ପାଇଥିବା ମହିଳାମାନେ ହେଲେ ପଦଳା ଭୂଦେବୀ, ମୋହନ ଜିତରୱାଲ, ଅବନି ଚତୁର୍ବେଦୀ, ଭାୱନା କଣ୍ଠ, ପଦଳା ଭୂଦେବୀ, ମନ କୌର ଓ ଭାଗିରଥୀ ଆମ୍ମା, ଜାମ୍ମୁ ଓ କାଶ୍ମୀରର ଆରିଫା ଜାନଙ୍କୁ ଏହି ପୁରସ୍କାର ମିଳିଛି। ଜାମ୍ମୁକାଶ୍ମୀରରେ ବୁଡି ଯାଉଥିବା ହସ୍ତଶିଳ୍ପକୁ ପୁନଃ ଉଦ୍ଧାର କରିବାରେ ଆରିଫାଙ୍କ ଭୂମିକା ଅତୁଳନୀୟ। ସେହିପରି […]
ଥିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ଭାରତକୁ ଗ୍ରାସିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳରେ ଆଉ ୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୩ ସଂଦିଗ୍ଧଙ୍କ ନମୁନା ପଜିଟିଭ ଆସିଥିଲା। ଲଦାଖରେ ୨ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲଦାଖର ଏହି ୨ ଜଣ ଇରାନରୁ ଓ ତାମିଲନାଡୁର ଆକ୍ରାନ୍ତ ଓମାନରୁ ଫେରିଥିବା ସୂଚନା ମିଳିଛି। ପଞ୍ଜାବରେ ବି ଆଉ ୨ଜଣ କୋଭିଡ-୧୯ […]
ନୂଆଦିଲ୍ଲୀ: ଅନ୍ତର୍ଜାତିୟ ମହିଳା ଦିବସରେ ସାତ ସଫଳ ମହିଳାଙ୍କୁ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାତ ଜଣ ମହିଳା ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟରୁ ନିଜ ଜୀବନର ସଫଳ ଯାତ୍ରା ବିଷୟରେ ଲୋକଙ୍କୁ ଶେୟାର କରିପାରିବେ। ଏହି ଅବସରେ ମୋଦି ଟ୍ୱିଟ୍ରରେ ମହିଳା ଦିବସରେ ବଧାଇ ଜଣାଇବା ସହିତ ନାରୀଶକ୍ତିକୁ ସାଲ୍ୟୁଟ୍ କରିଥିଲେ। ସେ ତାଙ୍କ ଟ୍ୱିଟର୍ରେ ଲେଖିଥିଲେ, “ଅନ୍ତର୍ଜାତିୟ ମହିଳା ଦିବସରେ ବଧାଇ। ଆମେ ଆମ ନାରୀଶକ୍ତିର ଉତ୍ସାହ […]
ନୂଆଦିଲ୍ଲୀ: ଏଣିକି YES ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇ ହେବ। କେବଳ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ବ୍ୟବସ୍ଥା ଥିବା ବେଳେ ଏବେ ଏଟିଏମ୍ରେ ଟଙ୍କା ଉଠାଇ ହେବା ନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ଜଣାଯାଇଛି। ଏଟିଏମ୍ ଠପ୍ ହେବା ପରେ ବହୁ ସଂଖ୍ୟାରେ ଲୋକଙ୍କ ଲମ୍ବା ଲାଇନ୍ ବ୍ୟାଙ୍କ ସମ୍ମୁଖରେ ଲାଗିଥିଲା। YES ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟ ପରେ ଠପ୍ ହୋଇପଡ଼ିଥିବା ଫୋନ୍ ପେ ସ୍ୱାଭାବିକ ହୋଇଛି। ଗତକାଲି ପୂର୍ବ ଭଳି କାମ ଆରମ୍ଭ […]