ଟଙ୍କା ଯାଚିବା ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା । ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଯାଚିବା ଅଭିଯୋଗରେ ଶନିବାର ସ୍ଥାନୀୟ କୋର୍ଟ ଜଣେ ସାଂସଦଙ୍କୁ ୧୦ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ହୋଇଥିବା ଦେଶର ପ୍ରଥମ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବି ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଖବର ସରବରାହ ସଂସ୍ଥ ANI ପକ୍ଷରୁ ଏହି ସୂଚନା ମିଳିଛି। ଏବେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ ସେହି ଡାକ୍ତରଙ୍କୁ ଆଇସୋଲେସନ ୱାର୍ଡକୁ ନିଆଯିବ ବୋଲି ଗୁଲବର୍ଗାରେ ଡେପୁଟି କମିଶନର ସୂଚନା ଦେଇଛନ୍ତି। କର୍ଣ୍ଣାଟକର ଗୁଲବର୍ଗାରେ କରୋନା ସଂକ୍ରମଣରେ ଦେଶର ପ୍ରଥମ ମୃତ୍ୟୁ ହୋଇଥିଲା। ସାଉଦି […]
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ସରକାର ଯୋଗାଇ ଦେବେ ସହାୟତା ରାଶି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବେ ସେମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ରାଜ୍ୟଗୁଡ଼ିକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିପର୍ଯ୍ୟୟ ପାଣ୍ଠିରୁ ଖର୍ଚ୍ଚ […]
ସିଡନୀ: ଅଷ୍ଟ୍ରେଲିଆର The Pediatric Infectious Disease Journalରେ ପ୍ରକାଶିତ ଖବର ଅନୁସାରେ କିଲର କରୋନା ଭାଇରସ ଛୋଟ ଛୁଆଙ୍କ ପାଖରେ କ୍ୱଚିତ ଦେଖାଯାଏ। ଏମିତିକି ଛୋଟ ଛୁଆ ଏବଂ କମ ବୟସ୍କଙ୍କୁ କରୋନା ଆକ୍ରାନ୍ତ କରିବାର ସମ୍ଭାବନା ମଧ୍ୟ କମ୍ ରହିଛି ବୋଲି ଏହି ବିଦେଶୀ ପତ୍ରିକା ଲେଖିଛି। ସ୍ୱିଜରଲ୍ୟାଣ୍ଡର ଫ୍ରିବୋଉର୍ଗ ବିଶ୍ୱବିଦ୍ୟାଳୟର ଗବେଷକଙ୍କ କହିବା ଅନୁଯାୟୀ, ପିଲାମାନେ ବୟସ୍କଙ୍କ ଭଳି କରୋନାରେ ସଂକ୍ରମିତ ହୋଇପାରନ୍ତି, କିନ୍ତୁ ଅସୁସ୍ଥ କିମ୍ବା ଗୁରୁତର ହେବାର ସମ୍ଭାବନା କମ୍। […]
ଭୋପାଳ: ମଧ୍ୟପ୍ରଦେଶରେ ଦୁଇଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ପ୍ରଫେସର ସୁମେର ସିଂହ ସୋଲାଙ୍କୀ। ବିଧାନସଭାକୁ ଯାଇ ଏହି ଦୁଇ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ବିରୋଧୀ ଦଳର ନେତା ନରୋତ୍ତମ ମିଶ୍ର ଓ ଅନ୍ୟାନ୍ୟ ବିଜେପି ନେତା ଉପସ୍ଥିତ ରହିଥିଲେ। ରାଜ୍ୟରେ ତିନୋଟି ଆସନ ପାଇଁ ନିର୍ବାଚନ ହେବ। ମାର୍ଚ୍ଚ […]
ବେଙ୍ଗାଲୁରୁ: ଭାରତରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ। ଆଜି ବେଙ୍ଗାଲୁରୁରେ ଥିବା ଗୁଗଲ ଇଣ୍ଡିଆ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କ ଶରୀରରେ କରୋନା ଭାଇରସ ଠାବ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଉକ୍ତ କର୍ମଚାରୀଙ୍କ ଶରୀରରେ ଫ୍ଲୁ ଜନିତ ସମସ୍ୟା ଦେଖା ଦେବାର କିଛି ଘଣ୍ଟା ପୂର୍ବରୁ ସେ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହ ମିଶି କାମ […]
ଲଣ୍ଡନ: ମହାମାରୀ କରୋନା ଭାଇରସ କେବଳ ସାଧାରଣ ଲୋକଙ୍କୁ ଯେ ଆକ୍ରାନ୍ତ କରୁଛି ତାହା ନୁହେଁ, ବହୁ ବିଶିଷ୍ଟ ଓ ପ୍ରଭାବଶାଳୀ ଲୋକମାନେ ମଧ୍ୟ କରୋନା ପଞ୍ଝାରେ ଫସିଛନ୍ତି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ କରୋନା ଭାଇରସରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଗୁରୁବାର ଦିନ ଟ୍ରୁଡୋଙ୍କ ପତ୍ନୀ ଶୋଫିଆଙ୍କ ରକ୍ତ ନମୁନାର ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ପତ୍ନୀଙ୍କୁ କରୋନା ହୋଇଥିବାରୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ମଧ୍ୟ ଏହି ଭାଇରସ କବଳିତ କରିବାର ଆଶଙ୍କା ରହିଛି। […]
ଭୋପାଲ: ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ ବିଜେପି ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଦଳ ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି। ଅନ୍ୟପକ୍ଷରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଜ୍ୟୋତିରାଦିତ୍ୟ […]
ନୂଆଦିଲ୍ଲୀ: ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ଭଳି ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଭାରତରେ ନିଜ ସମ୍ପତ୍ତି ବିକ୍ରି କରି ବିଦେଶ ପଳାଇବାକୁ ଇଚ୍ଛା ରଖିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏ ବାବଦରେ ଜାଣିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ରାଣା କପୁରଙ୍କ ତିନିଟୋ ବଡ଼ ବଡ଼ ସମ୍ପତ୍ତି ରହିଛି। ଏହାର ମୂଲ୍ୟ ୧୦୦୦ କୋଟିରୁ ଅଧିକ ରହିଛି। ଏହାକୁ ବିକ୍ରି କରିବା ପାଇଁ ରାଣା କପୁର ଚେଷ୍ଟା […]
ରୋମ୍: ଚୀନ ପରେ ଇଟାଲୀରେ କରୋନା ଭାଇରସ୍ ଆତଙ୍କ ଖେଳାଇଛି। ଏହି କିଲର ଭାଇରସ ଏଯାବତ ୬୩୧ ଜଣଙ୍କର ଜୀବନ ନେଇସାରିଥିବା ବେଳେ ୧୦, ୦୦୦ରୁ ଅଧିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତି ବେକାବୁ ହେଉଥିବା ଦେଖି ଇଟାଲୀ ସରକାର କଟକଣା ଲଗାଇଛନ୍ତି। ଇଟାଲୀ ସରକାର ଏକ ବିବୃତ୍ତି ଜାରି କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ୧୦୦୪ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ମେଟ୍ରୋ ୟୁକେର ରିପୋର୍ଟ ଅନୁଯାୟୀ, ଇଟାଲୀରେ ୮୭୭ […]
ନୂଆଦିଲ୍ଲୀ: ଦେଶରେ କିଲର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବାବେଳେ ଅବଶିଷ୍ଟ ଭାରତୀୟ। ମଙ୍ଗଳବାର କେରଳରୁ ୮ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହି ୮ ଜଣଙ୍କ ମଧ୍ୟରୁ ତିନି ଜଣ ଇଟାଲୀରୁ ଫେରିବା ପରେ ଏହି ଘାତକ ଭାଇରସର ଶିକାର ହୋଇଛନ୍ତି। ଏହି ତିନି ଜଣ ହେଉଛନ୍ତି ସ୍ୱାମୀ ସ୍ତ୍ରୀ ଏବଂ ତାଙ୍କ ଛୋଟ ଛୁଆ। ସେହିପରି ଇରାନରୁ ଫେରିଥିବା ୫୪ […]
ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ଦୋହଲି ଯାଇଛି ଦଳ। ଅନେକ ନେତା ଏଥିପାଇଁ ଦୁଃଖ ପ୍ରକାଶ କରିବା ସହିତ ସିନ୍ଧିଆ ଏପରି ଛାଡ଼ି ଚାଲିଯିବା କଂଗ୍ରେସ୍ ପାଇଁ ରାଜନୈତିକ ବିପଦ ବୋଲି କହିଛନ୍ତି ଦଳର ବହୁ ବରିଷ୍ଠ ନେତା। ତେବେ ଦଳକୁ କେଉଁଠି ନା କେଉଁଠି ଆତ୍ମସମୀକ୍ଷା କରିବା ଆବଶ୍ୟକ ଅଛିବୋଲି ମତ ଦେଇଛନ୍ତି ଅନେକ ଅନେକ କଂଗ୍ରେସ ନେତା। ଏପରିକି ମଧ୍ୟପ୍ରେଦଶ କଂଗ୍ରେସ ପକ୍ଷରୁ ଇମୋଶନାଲ ଟ୍ୱିଟ କରାଯାଇ ଦଳକୁ ଘରକୁ ଫେରି […]