• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

elephant
ହାତୀ ଓ ବ୍ୟାଘ୍ର ପ୍ରକଳ୍ପ ପାଇଁ ଓଡ଼ିଶାକୁ ମିଳିଛି ୩୬ କୋଟି

ଭୁବନେଶ୍ୱର: ବାଘ ଓ ହାତୀଙ୍କ ଭଳି ବିଲୁପ୍ତ ପ୍ରଜାତିର ପ୍ରାଣୀଙ୍କ ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରନ୍ତର ଉଦ୍ୟମ କରୁଛନ୍ତି। ସେଥିପାଇଁ ଓଡ଼ିଶାରେ ଏହି ପ୍ରଜାତିର ପ୍ରାଣୀଙ୍କ ସଂରକ୍ଷଣ ପାଇଁ ୨୦୧୯-୨୧ ବର୍ଷରେ ଭାରତ ସରକାର ୩୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ […]

  • Saturday, 03 July 2021
ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଏମିତି ଜିନିଷ, ଧରାପଡ଼ିଗଲା...

ରାୟଗଡ଼ା: ତେଲ ବୋଝେଇ ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ। ତା’ପୁଣି ପ୍ୟାକେଟ୍ ପ୍ୟାକେଟ୍। ରାୟଗଡ଼ା ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏସବୁ ଧରାପଡ଼ି ଯାଇଥିଲା। ସୂଚନା ଅନୁସାରେ, ଗତ ଶନିବାର ଚେକିଂ ଚାଲିଥିବା ବେଳେ ଏକ ତେଲ ବୋଝେଇ ଟ୍ୟାଙ୍କରରେ ସଠିକ କାଗଜପତ୍ର ନଥିବା ଯୋଗୁ ରାୟଗଡ଼ା ଆର୍‌ଟିଓ ଗାଡ଼ିଟିକୁ ଅଟକାଇଥିଲେ। ଯାଞ୍ଚ ବେଳେ ଟ୍ୟାଙ୍କର୍ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଜବତ ହୋଇଥିବା […]

  • Saturday, 03 July 2021
ହଜିଗଲା ମାନବିକତା: ଚିକିତ୍ସା ପାଇଁ ବହୁ କାକୁତି ମିନତି କଲେ, ହେଲେ କେହି ଶୁଣିଲେନି...

ଢେଙ୍କାନାଳ: ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି କିଛି ଅଭାବନୀୟ ଦୃଶ୍ୟ। ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ। ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା। ମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁ ନାହାନ୍ତି। ମହିଳା ଜଣକ କୌଣସି […]

  • Saturday, 03 July 2021
Puri
ବିନା ଭକ୍ତରେ ଜଗା ଯିବ ଗୁଣ୍ଡିଚା ଘର, ଛାତ ଉପରେ ବି ଶ୍ରୀଜିଉଙ୍କ ଦର୍ଶନ ଉପରେ ଲାଗିଲା ପ୍ରତିବନ୍ଧକ

ବିନାଭକ୍ତରେ ରଥଯାତ୍ରା ପାଇଁ ପୁରୀରେ ପ୍ରାଣପଣେ ଲାଗିଛି ପ୍ରଶାସନ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଲାବର୍ଷ ଭଳି ଏଥର ବି ସ୍ଥିର ହେଉଛି ଗୋଟିଏ ପରେ ଗୋଟିଏ କଡ଼ା କଟକଣା

  • Saturday, 03 July 2021
ଦୁର୍ଘଟଣା ପରେ ବାଇକ୍‌ ସହ ଜଳିଗଲେ ଯୁବକ

ନୟାଗଡ଼: ଦୁର୍ଘଟଣା ପରେ ବାଇକ୍ ସହ ଜଳିଗଲେ ଯୁବକ। ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ରଙ୍ଗମାଟିଆରେ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ହେଲେ ଭୁବନେଶ୍ୱର ନୟାପଲ୍ଲୀ ଶବର କଲୋନୀର ଅନୁରାଗ ନାୟକ। ସୂଚନା ଅନୁସାରେ, ଅନୁରାଗ ଫୁଲବାଣୀ ଯାଉଥିଲେ। ଏହି ସମୟରେ ରଙ୍ଗମାଟିଆ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହେବାପରେ ବାଇକ୍‌ ସହ ଜଳି ଯାଇଥିଲେ ଅନୁରାଗ।  ଘଟଣାସ୍ଥଳରେ ଦଶପଲ୍ଲା ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

  • Saturday, 03 July 2021
ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏହିସବୁ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭିଡିଓ କନଫରେନ୍ସିଂରେ ଏହି ବୈଠକ ହୋଇଥିଲା। ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ସଂଶୋଧିତ ବ୍ୟବସ୍ଥା ଅନୁସାରେ ପଞ୍ଜୀକୃତ ଟିକସଦାତା ଉପକୃତ ହେବେ। ସେହିପରି ସୁବର୍ଣ୍ଣରେଖା ନଦୀରେ Highlevel ବ୍ରିଜ୍ ନିର୍ମାଣ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିଛି। ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର […]

  • Saturday, 03 July 2021
tara
'ଦୁର୍ନୀତି ଧରାପଡ଼ିବା ଭୟରେ ପ୍ରଶ୍ନକାଳକୁ ବନ୍ଦ କରାଯାଇଛି'

ଭୁବନେଶ୍ଵର: ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ସେ କହିଛନ୍ତି ବିଧାନସଭା ଅଧିବେଶନ ନେଇ ସଚିବ ଯେଉଁ ଚିଠି ପଠାଇଛନ୍ତି, ସେଥିରୁ କିଛି ସ୍ପଷ୍ଟ ଜଣାପଡୁନି ପ୍ରଶ୍ନକାଳ ବନ୍ଦ ରହିବ ଶୂନ୍ୟକାଳ ରହିବ କି ନାହିଁ, ମୁଲତବୀ ଆଲୋଚନା ହେବ କି ନାହିଁ, ତାହା ମଧ୍ୟ ଜଣାପଡୁନି।  ପ୍ରଶ୍ନକାଳ ବନ୍ଦକୁ କଂଗ୍ରେସ ସମର୍ଥନ କରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ତାରା। କୋଭିଡ ମୁକାବିଲାକୁ ନେଇ […]

  • Saturday, 03 July 2021
10th-school
ପିଲା ପଢ଼ିବେ କେମିତି? ୯୭ ପ୍ରତିଶତ ସରକାରୀ ସ୍କୁଲରେ ନାହିଁ ଇଣ୍ଟରନେଟ୍‌

କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି। ହାଇସ୍କୁଲ ଶିକ୍ଷା ପରେ ୨୪ % ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଉଛି

  • Saturday, 03 July 2021
sex-racket
ଆପାର୍ଟମେଣ୍ଟରେ ଚାଲିଥିଲା ଦେହ ବେପାର

ପୁରୀ: ଧର୍ମର ସହର ଶ୍ରୀକ୍ଷେତ୍ରରେ ଚାଲିଥିଲା ଅଧର୍ମ କାମ। ଏ ସମ୍ପର୍କରେ ପୋଲିସ ଜାଣିପାରି ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି। ଏହାଛଡ଼ା ସେକ୍ସ ଭିଡିଓ ରେକଡ଼ିଂ ଅଭିଯୋଗରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାରୁ ପ୍ରକାଶ, ଗତକାଲି ବଳିଆପଣ୍ଡା ଥାନାକୁ ଏକ ଫୋନ କଲ ଆସିଥିଲା। ଏକ ଆପାର୍ଟମେଣ୍ଟରେ ଦୁଇ ଯୁବକଙ୍କୁ ବନ୍ଧକ ରଖାଯାଇଥିବା […]

  • Saturday, 03 July 2021
high-court
ଜମାକାରୀଙ୍କ ଟଙ୍କା ଫେରାଅ: ହାଇକୋର୍ଟ

କଟକ: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ୮ ସପ୍ତାହ ଭିତରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଗରୁ ଏହି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ। ବ୍ୟାଙ୍କରେ ବ୍ୟାପକ ଅନିୟମିତତା ଅଭିଯୋଗ ପରେ ରିଜର୍ଭ ବ୍ୟାଙ୍କ ଏହାର ଲାଇସେନ୍ସ ରଦ୍ଦ କରିଥିଲେ କିନ୍ତୁ ଜମାକାରୀମାନେ ନିଜ ନିଜ ଟଙ୍କା ପାଇନଥିଲେ ସେମାନଙ୍କୁ ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କିଙ୍ଗ […]

  • Saturday, 03 July 2021
baliguda
ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ବାଲିଗୁଡ଼ା: ସିଆର୍‌ପିଏଫ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ଘଟିଲା ଅଘଟଣ। ଚାଲିଗଲା ସିଆରପିଏଫ୍ ଯବାନଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଘଟିଛି ବାଲିଗୁଡ଼ାରେ। ସିଆର୍‌ପିଏଫ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ବୋଲେରୋଟି ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ମୃତ୍ୟୁ ବରଣ କରିଥିବା ଯବାନ ଜଣକ ହେଲେ ରାଜେନ୍ଦ୍ର ଲୋଖଣ୍ଡେ। ସେହିପରି ଗୁରୁତର ଯବାନ ଦୁଇଜଣ […]

  • Saturday, 03 July 2021
rain 11
୨୦ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଏହି ଅଞ୍ଚଳରେ ସୃଷ୍ଟ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଞ୍ଜାମରେ ସ୍ୱଳ୍ପ ଧରଣର ‍ବର୍ଷା ହୋଇପାରେ। କିଛି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ଆଶଙ୍କା ନେଇ […]

vigillance
ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି

ଭବାନୀପାଟଣା: ଭିଜିଲାନ୍ସ ହାତରେ ଧରାଡ଼ିଲେ ଭିଜିଲାନ୍ସର ସ୍ପେଶାଲ ପିପି । ନିଲମ୍ବିତ ଜଣେ ପୋଲିସ ASIଙ୍କ ମାମାଲାକୁ ରଫାଦଫା ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ରଙ୍କୁ ଗିରଫ କରିଛି…

କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ

କେନ୍ଦ୍ରାପଡ଼ା: ହୃଦ୍‌ଘାତରେ କେନ୍ଦ୍ରାପଡ଼ା ବ୍ଲକ୍‌ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପରଲୋକ ହୋଇଯାଇଛି। ସରକାରୀ ବାସଭବନରେ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ପରିବାର ଲୋକ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୨୦୧୭ରେ ସେ ଗାଙ୍ଗପଡ଼ା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ୍‌ ଅଧକ୍ଷ ଭାବେ କାର୍ଯ୍ୟରତ ଥିଲେ। ଅନାମବନ୍ଧୁଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ […]

  • Saturday, 03 July 2021
ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର; ଚାଲିଗଲା ୨ ଜୀବନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଏନଏଚ୍ ୪୯ର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପଛପଟୁ ଧକ୍କା ଦେଇ ଟ୍ରକ୍‌ ଓଲଟି ପଡ଼ିବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ସକାଳେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ବିଶୋୟୀରୁ ଶୁଳିଆପଦାକୁ ୧୨ ଜଣ […]

  • Saturday, 03 July 2021
Pregnant-covid-vaccine
ଗର୍ଭବତୀଙ୍କୁ କେବେ ମିଳିବ ଟିକା?

ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ପରେ ସେମାନଙ୍କୁ କିପରି ସୁରକ୍ଷିତ ଢଙ୍ଗରେ କୋଭିଡ୍ ଭ୍ୟାକ୍ସିନ୍ ଦିଆଯିବ ତାଉପରେ ଆରମ୍ଭ ହୋଇଛି ବିଚାରବିମର୍ଷ

  • Saturday, 03 July 2021
ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବ ବାଇକ୍‌ ଆମ୍ବୁଲାନ୍ସ

କୋରାପୁଟ: କୋରାପୁଟ ଜିଲ୍ଲାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ  ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଫର୍ଦ୍ଦ। ଲୋକଙ୍କ ନିକଟରେ ତ୍ୱରିତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ ପାଇଁ କେନ୍ଦ୍ର ସରକାରଙ୍କ ସହାୟତାରେ କୋରାପୁଟ ଜିଲ୍ଲା ପାଇଁ ୮ଟି ବାଇକ୍ ଆମ୍ବୁଲାନ୍ସ ଆସି ପହଞ୍ଚିଛି। ଆମ୍ବୁଲାନ୍ସ ସେବାକୁ ଆହୁରି ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଏହି ବାଇକ୍‌ ଆମ୍ବୁଲାନ୍ସ ଆସିଛି। ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। କୋରାପୁଟ ଜିଲ୍ଲାରେ […]

  • Saturday, 03 July 2021
କଟକରେ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ‌

କଟକ: କଟକ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଆଜି ଅପରାହ୍ଣରେ ଏକ ମାଲ୍‌ବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ‌ ହୋଇଥିବା ସୂଚନା ମିଳିଛି। ମାଲ୍‌ବାହୀ ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡ଼ିଛି। ୧୦ ନମ୍ବର ଟ୍ରାକ୍‌ରେ ଏହା ଲାଇନ୍‌ଚ୍ୟୁତ‌ ହୋଇଛି। ରେଲ୍‌ୱେର ଟେକ୍ନିକାଲ ଟିମ୍‌ ଓ RPF ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ପରେ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଯିବା ଆସିବାରେ […]

  • Saturday, 03 July 2021
highcourt
ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ ଡିସିପିଙ୍କୁ ଜଣାଅ: ହାଇକୋର୍ଟ

କଟକ: ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଅ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆଜି ସଂଧ୍ୟା ୭ଟା ସୁଦ୍ଧା ତିଆରି ଚାଲିଥିବା ମୂର୍ତ୍ତି ଉଚ୍ଚତା ଜଣାଇବାକୁ କୁହାଯାଇଛି। ପ୍ରତ୍ୟେକ ପୂଜା କମିଟି ନିଜ ନିଜ ମୂର୍ତ୍ତି ଉଚ୍ଚତା ଡିସିପିଙ୍କୁ ଜଣାଇବେ। ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ। କମିଟି ଆବେଦନ ଅନୁସାରେ ମୂର୍ତ୍ତି ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି […]

  • Saturday, 03 July 2021
chhatara
ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

ଭବାନୀପାଟଣା: କରୋନା ପାଇଁ ଫିକା ପଡିବ ଛତର ଯାତ୍ରା। ଏଥର ବିନା ଭକ୍ତରେ ପାଳନ ହେବ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। କରୋନା ମାର୍ଗଦର୍ଶିକା ଅନୁସାରେ ପୂଜାରୀ ଓ ସହଯୋଗୀଙ୍କୁ ନେଇ ମାଆଙ୍କ ଛତର ନିର୍ଧାରିତ ସମୟରେ ମନ୍ଦିରରେ ପହଞ୍ଚିବ। ଏନେଇ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦ ସୂଚନା ଦେଇଛନ୍ତି। ଅକ୍ଟୋବର ୨୪ ତାରିଖରେ ଅନୁଷ୍ଠିତ ହେବ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ସେଥିପାଇଁ କଳାହାଣ୍ଡି ଜିଲ୍ଲାପାଳ ଗାଭଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଆଜି ଏକ […]

  • Saturday, 03 July 2021
ada70857964a18c6a0aeb1f1723155c8
ସ୍କୁଲ ପରିସରରେ ଆରମ୍ଭ ହେବ ପରିବା ଚାଷ

ଭୁବନେଶ୍ୱର: ରାଜ୍ୟ ସରକାର ସ୍କୁଲରେ ଆରମ୍ଭ କରିବାକୁ ଯାଉଛନ୍ତି Kitchen Garden Concept।ଭୋଜନ ଯୋଜନା ଅଧିନରେ ଏହି ଯୋଜନା ଆରମ୍ଭ ହେବ। ଏ ନେଇ ରାଜ୍ୟର ୪୩ହଜାର ସ୍କୁଲକୁ  ୫ ହଜାର ଲେଖାଏଁ ଟଙ୍କା ଦିଆଯାଇଛି। ଏଥିରେ ଜିଲ୍ଲା ଉଦ୍ୟାନ କୃଷି ବିଭାଗ କିଟ୍ ଦେବ। ପରିସରରେ ବିଭିନ୍ନ ପନିପରିବା ଲଗାଯିବ। ସ୍କୁଲ ଖୋଲିଲେ ସେହି ପନିପରିବାରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେବ। ବର୍ତ୍ତମାନ କେବଳ ସ୍କୁଲ କର୍ତ୍ତୃପକ୍ଷ ଏହି ଚାଷ ସ୍କୁଲ ପରିସରରେ କରିବେ। ସ୍କୁଲ […]

  • Saturday, 03 July 2021
ମହିଳା ସରପଞ୍ଚଙ୍କ ଦବଙ୍ଗଗିରି: ଖବର ସଂଗ୍ରହ କରିବାବେଳେ ସାମ୍ବାଦିକଙ୍କୁ ଆକ୍ରମଣ

ବଲାଙ୍ଗିର: ମହିଳା ସରପଞ୍ଚଙ୍କ ଦବଙ୍ଗଗିରି। ଖବର ସଂଗ୍ରହ କରିବାବେଳେ ସାମ୍ବାଦିକଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କଲେ ମହିଳା ସରପଞ୍ଚ। ଏହାସହ କ୍ୟାମେରା ଭଙ୍ଗାରୁଜା କରିଛନ୍ତି ମହିଳା ସରପଞ୍ଚ। ବଲାଙ୍ଗିର ଜିଲ୍ଲା ତୁରେକେଲା ଝରଣୀ ପଞ୍ଚାୟତର ସରପଞ୍ଚ ଓ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ରାମୋଡ଼ ଗାଁରେ ମନରେଗା ଦୁର୍ନୀତି ସଂପର୍କରେ ଅଭିଯୋଗ ଆସିଥିଲା। କ୍ଵାରେଣ୍ଟିନରେ ଥିବା ଶ୍ରମିକଙ୍କୁ ମନରେଗା ଯୋଜନାରେ କାମ କରାଇଥିଲେ ବି ପାରିଶ୍ରମିକ ଦିଆଯାଇ ନଥିଲା। ଏନେଇ […]

  • Saturday, 03 July 2021
rape
ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତ ଦାବି। ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରିବା ସହ ପୀଡ଼ିକାଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି। ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବ, ପୋଲିସ ଡିଜି, ପୋଲିସ କମିଶନର, ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତର ଦିଗକୁ ନେଇ ପ୍ରଶ୍ନ ଉଠିଛି। […]

  • Saturday, 03 July 2021
କଲିଂ ବେଲ୍ ମାରି ଘର ଭିତରେ ପଶିଲେ, ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର

ଉଦଳା: କଲିଂ ବେଲ୍ ମାରି ଘର ଭିତରେ ପଶି ଗନ୍ ପଏଣ୍ଟରେ ଲୁଟିନେଲେ ଟଙ୍କା ସହ ସୁନା ଅଳଙ୍କାର ଏବଂ ମୋବାଇଲ୍। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଏନ୍ଏସିର ୧୨ ନମ୍ବର ୱାର୍ଡରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ୧୨ ନମ୍ବର ୱାର୍ଡରେ ରହୁଥିବା ଅଧ୍ୟାପକ ସପନ ମହାନ୍ତିଙ୍କ ଘରୁ ଦୁର୍ବୃତ୍ତମାନେ ଏହି ଲୁଟ୍‌ କରିଛନ୍ତି। ଗତକାଲି ସେ ଘରେ ନ ଥିଲେ। ଏହାର ସୁଯୋଗ ନେଇ ସନ୍ଧ୍ୟା ୭ଟାରୁ ୮ଟା ଭିତରେ ୫ […]

  • Saturday, 03 July 2021
woman killed
ଘର ଭିତରୁ ମିଳିଲା ବିବାହିତା ମହିଳାଙ୍କ ମୃତଦେହ

ବଣାଇ: ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ମହିଳାଙ୍କ ଦେଢ଼ ବର୍ଷର ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଘଟଣା ପରେ ମହିଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର ହୋଇଥିଲା। ତାଙ୍କ ଦେଢ଼ […]

  • Saturday, 03 July 2021