• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

chella-kumar
ଚେଲ୍ଲାକୁମାର ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ

ଭୁବନେଶ୍ୱର: ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଜିତେନ୍ଦ୍ର ସିଂଙ୍କ ସ୍ଥାନ ନେଲେ ଚେଲ୍ଲାକୁମାର। ଚେଲା କୁମାରଙ୍କୁ ଓଡ଼ିଶାର ନୂଆ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିବା ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ମିଜୋରାମ୍ ଓ ମଣିପୁରର ପ୍ରଭାରୀ ନିଯୁକ୍ତି ମିଳିଛି। ଏଆଇସିସି ଆଜି ୯ ସାଧାରଣ ସମ୍ପାଦକ ଓ ୧୭ ଜଣଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ସହ ଅନ୍ୟ ସାଂଗଠନିକ ଦାୟିତ୍ୱ ଦେଇଛି।

  • Sunday, 04 July 2021
rain
କାଲି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟ ସମ୍ଭାବନା, ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ମାଲକାନଗିରି, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ମୟୂରଭଞ୍ଜରେ ମଧ୍ୟ […]

  • Sunday, 04 July 2021
anubhav-barsha
ଅନୁଭବ-ବର୍ଷା ବିବାଦରେ ନୂଆ ଟ୍ୱିଷ୍ଟ୍‌: ମଧ୍ୟସ୍ଥି ହେଲେ ଦୋଷୀ ? ୭ ବର୍ଷର ନିରବତା ପଛର କାରଣ କହିଲେ ଅନୁଭବ

କଟକ: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ସାଂସଦଙ୍କ ଟାର୍ଗେଟ୍‌ରେ ଆଉ ପତ୍ନୀ ବର୍ଷା ନୁହଁନ୍ତି, ବରଂ ମାମଲାରେ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିବା ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖା ସଦସ୍ୟା ଗୀତାଶ୍ରୀ ଦାସ। ଗତକାଲି ଦିନ ତମାମ ସୋସିଆଲ୍‌ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରି ସିଧାସଳଖ ମାନବାଧିକାର ସଦସ୍ୟଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ଅନୁଭବ। ଅନୁଭବଙ୍କ ଭାଷାରେ ସମ୍ମାନନୀୟ […]

  • Sunday, 04 July 2021
train
ପ୍ରବାସୀ ଶ୍ରମିକଙ୍କ ପାଇଁ ଆଜିଠୁ ଗଡ଼ିବ ଆଉ ୩ ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର: ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ୍‌‌ ଟ୍ରେନ୍‌ ଓ ଅନ୍ୟ ସ୍ପେଶାଲ୍‌ ଟ୍ରେନ୍‌ ସହିତ ଆଜିଠୁ ଆଉ ୩ ଯୋଡ଼ା ସ୍ପେଶାଲ୍‌‌ ଟ୍ରେନ୍‌ ଗଡ଼ିବ। ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ସୁବିଧା ଲାଗି ଆଜିଠୁ ଓଡ଼ିଶାରୁ ଏହି ୩ ସ୍ପେଶାଲ୍‌ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ।  ଏହି ଟ୍ରେନ୍‌ ଗୁଡ଼ିକ ବ୍ରହ୍ମପୁର ଷ୍ଟେସନରେ ମଧ୍ୟ ଅଟକିବ। ଏଥିପାଇଁ ଗତକାଲି ଷ୍ଟେସନରେ ସଫେଇ ସହ ସାନିଟାଇଜ୍ କରାଯାଇଛି। ଇଷ୍ଟ କୋଷ୍ଟ ରେଲ୍‌ୱେର ସୂଚନା ଅନୁସାରେ, ପୁରୀ-ଅହମ୍ମଦାବାଦ […]

  • Sunday, 04 July 2021
ଚୋରି ଗାଡ଼ିର ଠିକଣା ଦେବା ପାଇଁ ଟଙ୍କା ମାଗିଲେ ସାମ୍ବାଦିକ !

ବରଗଡ଼: ଚୋରି ହୋଇଥିବା ଗାଡ଼ିର ଠିକଣା ଦେବା ପାଇଁ ଗାଡି ମାଲିକଙ୍କଠୁ ଜଣେ ସାମ୍ବାଦିକ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛିି ବରଗଡ଼ ଜିଲ୍ଲାରୁ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ବରଗଡ ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତିଙ୍କ ଏକ ଚାରି ଚକିଆ ଗାଡ଼ି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। […]

  • Sunday, 04 July 2021
dharmendra-pradhan
ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ। ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ। ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୬୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓ ଦୁର୍ଗମ ଅଞ୍ଚଳବାସୀଙ୍କୁ ଏହି ଯୋଜନା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ […]

  • Saturday, 03 July 2021
honey
ଖୁଲାମ ଖୁଲା ବିକ୍ରି ଚାଲିଛି ନକଲି ମହୁ

କଟକ: କଟକରେ ଠାବ ହୋଇଛି ନକଲି ମହୁ କାରଖାନା। କଟକ ରାଣୀହଟ କେନାଲ ରୋଡ଼ ଅଞ୍ଚଳରେ ଏକ ନକଲି ମହୁ ତିଆରି କାରଖାନା ଠାବ କରିବା ସହ ବିପୁଳ ପରିମାଣର ନକଲି ମହୁ ଜବତ କରିଛି ମାଲଗୋଦାମ ପୋଲିସ। କେବଳ ମହୁ ନୁହେଁ ଗୋଲାପ ଜଳ, ଅଗୁର, ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି। ରାଜ୍ୟ ବାହାରର ବିଭିନ୍ନ କଂପାନୀର ଷ୍ଟିକରକୁ ବ୍ୟବହାର କରି ନକଲି ସାମଗ୍ରୀ ତିଆରି କରାଯାଉଥିଲା। ଏହି ଅଭିଯୋଗରେ ପୋଲିସ […]

  • Saturday, 03 July 2021
neet
ରାତି ପାହିଲେ NEET ପରୀକ୍ଷା, ରାଜ୍ୟରେ ପରୀକ୍ଷା ଦେବେ ୩୭ହଜାରରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାତି ପାହିଲେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET। ସାରା ଦେଶରେ ପରୀକ୍ଷାର ସାମ୍ନା କରିବେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ଆମ ରାଜ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି। ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ୭ଟି ସହରରେ ହୋଇଛି ୮୩ଟି ପରୀକ୍ଷା କେନ୍ଦ୍ର ଜେଇଇ ମେନ୍ ଭଳି NEET ଲାଗି ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ୍ ସତର୍କତାକୁ ସର୍ବାଧିକ ଗୁରୁତ୍ୱ ମିଳିଛି। National Testing Agency […]

  • Saturday, 03 July 2021
train
ଶ୍ରମିକଙ୍କ ପାଇଁ ଗଡ଼ିଲା ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ଶ୍ରମିକଙ୍କ ପାଇଁ ଓଡ଼ିଶାରୁ ଆରମ୍ଭ ହେଲା ସ୍ପେଶାଲ୍ ଟ୍ରେନ୍ ସେବା। ଆଜି ପ୍ରଥମ ଦିନରେ ଖୋର୍ଦ୍ଧା ରୋଡରୁ ଗୋଟିଏ ଟ୍ରେନ୍ ଗୁଜରାଟ ଅଭିମୁଖେ ବାହାରିଛି। ଏହି ଟ୍ରେନ୍ ରାତି ୮ଟା ୫୦ରେ ବ୍ରହ୍ମପୁରରେ ପହଞ୍ଚିଛି। ସେଠାରୁ ସେହି ଟ୍ରେନ୍ ବିଜୟନଗରମ୍, ରାୟଗଡ଼ା, ଟିଟିଲାଗଡ଼, ରାୟପୁର ଦେଇ ସୁରଟ୍ ଯିବ। ସେହିପରି ଆସନ୍ତାକାଲି ଖୋର୍ଦ୍ଧା ରୋଡରୁ ପୂର୍ବାହ୍ନ ୧୦ଟା ୪୦ରେ ଗୁଜରାଟର ଓଖା ଅଭିମୁଖେ ଅନ୍ୟ ଏକ ସ୍ୱତନ୍ତ୍ର ଟ୍ରେନ୍ ବାହାରିବ। ଏହି ଟ୍ରେନ୍ ବି ସମାନ […]

  • Saturday, 03 July 2021
rain
Weather Update In Odisha: ଲଘୁଚାପ ପ୍ରଭାବରେ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଜି ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ ନୂଆପଡ଼ାରେ ବି ପ୍ରବଳ […]

  • Saturday, 03 July 2021
ହଠାତ୍‌ ଆକାଶରୁ ଖସିଲା ବେଲୁନ୍‌, ଖଞ୍ଜା ଯାଇଥିଲା ଏହିସବୁ ଜିନିଷ...

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍‌ ଅନ୍ତର୍ଗତ ସାନଡଙ୍ଗର ଗାଁରେ ଖସି ପଡ଼ିଥିବା ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ ଜିପିଏସ୍ ସିଷ୍ଟମ୍‌‌ ଓ ଇଲେକ୍ଟ୍ରୋନିକ୍ ସର୍କିଟ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ସୂଚନା ଅନୁସାରେ, ଗତକାଲି କିଛି ମହିଳା ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍‌ ଆକାଶମାର୍ଗରୁ ଏକ ବଡ଼‌ ବେଲୁନ୍‌ ଖସି ଆସି ଚାଷ ଜମିରେ ପଡ଼ି ଫାଟି ଯାଇଥିଲା। […]

  • Saturday, 03 July 2021
murder
ଶୋଇଥିବା ଅବସ୍ଥାରେ ମା’ ଓ ୭ ବର୍ଷର ଝିଅକୁ ହତ୍ୟା

କେନ୍ଦୁଝର: ଶୋଇଥିବା ଅବସ୍ଥାରେ ଜଣେ ମହିଳା ଓ ତାଙ୍କର ୭ ବର୍ଷର ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ମହିଳାଙ୍କ ୫ ବର୍ଷର ପୁଅ ଆକ୍ରମଣକାରୀଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଶଙ୍କରପୁର ଗାଁ ଧଳାଡିହି ସାହିରେ ଗତକାଲି ବିଳମ୍ବିତ ରାତିରେ ଏହି ଡବଲ୍‌ ମର୍ଡର ହୋଇଛି। ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା, ତାଙ୍କର  ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ଘର ଭିତରେ ଶୋଇଥିବା […]

  • Saturday, 03 July 2021
ଛାତ ଉପରେ ମହିଳାଙ୍କୁ ହତ୍ୟା !

ଭଞ୍ଜନଗର: ଘରର ଛାତ ଉପରେ ବସିଥିବା ବେଳେ ବାଡ଼ିପଟୁ ଆସି ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଜ୍ୟୋସ୍ନା ରାଣୀ ସାହୁ। ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସପଦର ଛକ ନିକଟରେ ତାଙ୍କ ଘର। ସୂଚନା ଅନୁସାରେ, ଗତରାତିରେ ଜ୍ୟୋସ୍ନା ଛାତ ଉପରେ ବସିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଘରର ବାଡ଼ି ପଟୁ ଛାତ ଉପରକୁ ଚଢ଼ି ଧାରୁଆ ଅସ୍ତ୍ରରେ […]

  • Saturday, 03 July 2021
SUISIDE
ପରୀକ୍ଷା ଚିନ୍ତାରେ ଛାତ୍ରୀଙ୍କ ଆତ୍ମହତ୍ୟା

ବାରିପଦା: ମେଡିକାଲ ଏଣ୍ଟ୍ରାନ୍ସ ଚିନ୍ତାରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦା ସହରର ବୁଢ଼ୀଖମାରି ସାହିରୁ। ମୃତକ ହଲେ ବୁଢୀଖମାରୀ ସାହିର ଉପାସନା ସାହୁ। ପରିବାର ଲୋକଙ୍କ କହିବାନୁଯାୟୀ, ଗତକାଲି ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିବାବେଳେ ଆତ୍ମହତ୍ୟା କରିଛନ୍ତି। ପରିବାର ଲୋକେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ଜବତ ମଧ୍ୟ ହୋଇଛି। […]

  • Saturday, 03 July 2021
ganaja
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କାଶଲପୁରା ଜଙ୍ଗଲରୁ ପୋଲିସ ଆଜି ଏକ ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏହି ଘଟଣାରେ ସୁବଳୟା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏହି ଗଞ୍ଜେଇ ଜବତ କରି ପଡୋଶୀ ବୌଦ୍ଧ ଜିଲ୍ଲାରୁ ସୁବଳୟା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହୋଇଥାଆନ୍ତା। ଅଭିଯୋଗରୁ ପ୍ରକାଶ, ମାଫିଆମାନେ ଚୋରା ଗଞ୍ଜେଇକୁ ଟ୍ରକ୍‌ରେ ଭର୍ତ୍ତି କରି କାଶଲପୁରା ଜଙ୍ଗଲରେ ଲୁଚାଇ ରଖିଥିଲେ। କୌଣସି […]

  • Saturday, 03 July 2021
lighting
ବଜ୍ରାଘାତ ନେଲା ମହିଳାଙ୍କ ଜୀବନ

ଟିଟିଲାଗଡ଼: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ମହିଳାଙ୍କ ଜୀବନ। ଏମିତି ଏକ ଅଘଟଣ ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଭେରୁଆଁଭଟା ଗାଁରେ। ରେବତୀ ସାହୁ ନାମକ ଜଣେ ମହିଳା ନିଜ ୧୩ ବର୍ଷର ପୁଅ ସହ ମଧ୍ୟାହ୍ନ ୫ଟା ବେଳେ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରଘାତ ମାରିଥିଲା। ଯେଉଁଥିରେ ମହିଳା ଜଣକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଭୀମସେନ ସାହୁ ଗୁରୁତର ଆହତ ହୋଇଛନ୍ତି। ପୁଅ ଭୀମସେନକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି […]

  • Saturday, 03 July 2021
cloud
Weather Update In Odisha: ୨୪ ଘଣ୍ଟାରେ ୪ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା […]

  • Saturday, 03 July 2021
ପ୍ରବାସୀ ଶ୍ରମିକ ବସ୍ ଅଟକ

ସୋର: ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ତଥା କୋଭିଡ୍ ପାସ୍ ଓ ଅଧିକ ଯାତ୍ରୀ ଥିବାରୁ  ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଅଟକ ରଖିଲେ ସରପଞ୍ଚ। ବାଲେଶ୍ୱର ସୋର ଥାନା ଅଞ୍ଚଳ ଏକ ଗାଁ ନିକଟରେ ଗତକାଲି ରାତିରୁ ଏହି ବସ୍‌କୁ ଅଟକ ରଖାଯାଇଛି।  ପ୍ରବାସୀ ଶ୍ରମିକଙ୍କୁ ନେବାକୁ ତାମିଲନାଡୁରୁ ଆସିଥିବା ଏହି ବସ୍‌ଟି‌ ପାଖର ଗାଁରୁ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପାଖର ପଞ୍ଚାୟତ ଦୁର୍ଗାପୁର ନିକଟ ମଣ୍ଡପ ନିକଟରେ ପାଖର […]

  • Saturday, 03 July 2021
କଟକରେ ନକଲି ପୂଜା ଘିଅ ଫ୍ୟାକ୍ଟ୍ରି ଠାବ

ଚୌଦ୍ୱାର: କଟକ ଚୌଦ୍ୱାର ଥାନା ଅଞ୍ଚଳରୁ ଏକ ନକଲି ଫ୍ୟାକ୍ଟ୍ରି ଠାବ ହୋଇଛି। ପୌରପାଳିକା ୯ ନମ୍ବର ୱାର୍ଡ ବେଉରା ସାହିରୁ ଚୌଦ୍ୱାର ପୋଲିସ୍ ଆଜି‌ ଏହି ଫ୍ୟାକ୍ଟ୍ରିକୁ ଠାବ କରିଛି। ଏଠାରେ ନକଲି ପୂଜା ଘିଅ ଓ ଖାଇବା ସସ୍ ପ୍ରସ୍ତୁତ କରାଯାଇ‌ ବଜାରକୁ ଛଡାଯାଉଥିବା ନେଇ ପୋଲିସ୍‌କୁ‌ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହାପରେ ଚୌଦ୍ୱାର ପୋଲିସ୍ ଆଜି ଅପହରାହ୍ଣରେ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିଛି। ବିଭିନ୍ନ କମ୍ପାନୀର ଲୋଗ ଲଗାଯାଇ ଏଠାରୁ ନକଲି […]

  • Saturday, 03 July 2021
ମୋବାଇଲ୍‌ ପାଇଁ ପାଣିକୁ ଡେଇଁଲେ ଇଞ୍ଜିନିୟର, ହେଲେ ଆଉ ଫେରିଲେନି

ବୌଦ୍ଧ: ପାଣିରେ ବୁଡ଼ି ଇଞ୍ଜିନିୟରଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ପାଲଝରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଇଞ୍ଜିନିୟର ହେଲେ ତାମିଲନାଡୁର ଆର୍ ମୁକୁନ୍ଦମ୍। ସୂଚନା ଅନୁସାରେ, ପାଲଝର ନିକଟରେ ଥିବା ସାଲୁଙ୍କି ଡ୍ୟାମ୍‌କୁ ମୁକୁନ୍ଦମ୍ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁ ତାଙ୍କ ଫୋନ୍‌ ପାଣିରେ ପଡ଼ି ଯାଇଥିଲା। ଏହାପରେ ମୁକୁନ୍ଦମ୍ ମୋବାଇଲ୍ ଖୋଜିବାକୁ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ବହୁ ସମୟ ଧରି ମୁକୁନ୍ଦମ୍ ପାଣିରୁ ନ ବାହାରିବାରୁ ବୌଦ୍ଧ […]

  • Saturday, 03 July 2021
nadia
ପରଲୋକରେ ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତି

କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟା ବିହାରୀ ମହାନ୍ତିଙ୍କର ଆଜି ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ଲୋକପ୍ରିୟ କାର୍ଯ୍ୟକ୍ରମ ‘ଶିଶୁ ସଂସାର’ର ଉପସ୍ଥାପକ ବଡ଼ଭାଇ ନଦୀୟା ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହାସଲ କରିଥିଲେ। ସେ ଜଣେ ଜଣାଶୁଣା ଶିଶୁ ସାହିତ୍ୟିକ […]

  • Saturday, 03 July 2021
hemant-sharma
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ହେମନ୍ତ ଶର୍ମା

ଭୁବନେଶ୍ୱର: ଲୋକାୟୁକ୍ତଙ୍କ ପାଖରେ ହାଜର ହେଲେ ଆଇଏଏସ୍ ହେମନ୍ତ ଶର୍ମା ଓ ଯାମିନୀ ଷଡ଼ଙ୍ଗୀ। କୋଭିଡ୍ ମୁକାବିଲା ନେଇ ମାସ୍କ ଓ ପିପିଇ କିଣା ଦୁର୍ନୀତି ଅଭିଯୋଗରେ ପକ୍ଷ ରଖିବାକୁ ଉଭୟ ହାଜର ହୋଇଛନ୍ତି। ତତ୍କାଳୀନ କ୍ରୟ କମିଟିର ମୁଖ୍ୟ ଅଛନ୍ତି ବରିଷ୍ଠ IAS ହେମନ୍ତ ଶର୍ମା। ତାଙ୍କ ସହ ରାଜ୍ୟ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଛନ୍ତି। ଲୋକାୟୁଙ୍କ ଠାରେ ହାଜର ହୋଇ ଫେରିବା ପରେ ଆଇଏଏସ୍ ହେମନ୍ତ […]

  • Saturday, 03 July 2021
crocodile
ବାଇକ୍‌ରେ କୁମ୍ଭୀର ନେବା ଘଟଣା, ଡେପୁଟି ରେଞ୍ଜର ସସପେଣ୍ଡ୍

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ବାଇକ୍‌ରେ କୁମ୍ଭୀର ନେବା ଘଟଣାରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏହି ମାମଲାରେ ଦିଗପହଣ୍ଡି ବନବିଭାଗ ଡେପୁଟି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ସସପେଣ୍ଡ କରାଯାଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ସୂଚନା ଦେଇଛନ୍ତି। ତେବେ ଉକ୍ତ ଘଟଣାରେ ସଂପୃକ୍ତ ଅନ୍ୟ କର୍ମଚାରୀଙ୍କ ନାଁରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କିଭଳି ଓ କେଉଁ ପରିସ୍ଥିତିରେ କୁମ୍ଭୀରକୁ ବାନ୍ଧି ନିଆଗଲା ସେ ନେଇ ତଦନ୍ତ ହେଉଛି। କୁମ୍ଭୀରକୁ ଉଦ୍ଧାର […]

  • Saturday, 03 July 2021
bidhansava
୨୯ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: କରୋନା ମହାମାରୀ କଟକଣା ମଧ୍ୟରେ ଚଳିତମାସ ୨୯ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ। ଚଳିତ ଅଧିବେଶନ ମାତ୍ର ୮ଦିନ ଅର୍ଥାତ୍ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ବସିବ। ରବିବାର ଛୁଟିଦିନ ସତ୍ତ୍ୱେ ବିଧାନସଭା ଅଧିବେଶନ ଚାଲିବ। ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। ନଚେତ୍ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନ ବିଧାନସଭା ଅଧିବେଶନ ଚାଲିବ। […]

  • Saturday, 03 July 2021