ଭୁବନେଶ୍ୱର: ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟରେ ଦୟାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ସମ୍ପୃକ୍ତ ଯୁବକ ଜଣ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡ଼ିଥିଲେ। ଉକ୍ତ ଗାଡ଼ିରୁ ଏକ ଗାଡ଼ି ଡିକିରୁ ଏକ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। କପିଳପ୍ରସାଦର ମଧୁସୂଦନ ଖୁଣ୍ଟିଆଙ୍କ ନାଁରେ ରହିଛି ଲର୍ଣ୍ଣିଂ ଲାଇସେନ୍ସ। ତେବେ ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି […]
ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା। ସବୁ ଦେଖିବା ପରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିବା ଭଳି ଲାଗୁନାହିଁ। ପଞ୍ଚାନନ ପଚାରିଛନ୍ତି, ଇଂଜିନିୟରମାନେ ସେଦିନ ବନ୍ଧ ଜଗିଥିଲେ କି ବନ୍ଧ ନ ଜଗି ଭାଙ୍ଗିଥିବା ଲୋକକୁ ସହାୟତା କରିଥିବା ପରି ମନେ ହେଉଛି। ଜାଣିଶୁଣି ବନ୍ଧ […]
ଭୁବନେଶ୍ୱର: ଦୁଇଦିନ ଧରି ନିଖୋଜ ଥିବା ଇଂଜିନିୟର ପ୍ରତ୍ୟୁଷ କୁମାରଙ୍କ ମୃତଦେହକୁ ଡ୍ୟାମ ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ଭାବେ କାମ କରୁଥିବା ଇଂଜିନିୟର ପ୍ରତ୍ୟୁଷ କୁମାର ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ଥିଲେ। ଗତକାଲି ସନ୍ଧ୍ୟାରେ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ପାଖରେ ଥିବା […]
ଭୁବନେଶ୍ୱର: ଚଳିତମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି କହିଛନ୍ତି, ଆମ ବିଧାନସଭା ଆଇନ୍ ଓ ସମ୍ବିଧାନରେ ନିୟମ ଅଛି ଯେ ଥରେ ବିଧାନସଭା ବସିଲେ, ତା’ର ୬ ମାସ ଭିତରେ ହିଁ ପରବର୍ତ୍ତୀ ଅଧିବେଶନ ବସିବ। ଯେହେତୁ ମାର୍ଚ୍ଚ ୨୯ ତାରିଖରେ ଶେଷଥର ପାଇଁ ଆମର ବିଧାନସଭା ଅଧିବେଶନ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଅଭିଯୁକ୍ତ ଜଣଙ୍କ ବାଘ ଚମଡ଼ା ବିକ୍ରି କରିବାକୁ ନେବା ବେଳେ ଖବର ପାଇଥିଲା ବନବିଭାଗ। ଅଭିଯୁକ୍ତ ଲକ୍ଷ୍ମଣ ନାୟକଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏହି ମାଲମରା ଅନ୍ୟ ତିନି […]
ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ୍ଲାଇନରେ ଦାଖଲ କରୁଛି ପିଟିସନ। […]
ଭୁବନେଶ୍ୱର: ଅଧ୍ୟାପକଙ୍କ ବରିଷ୍ଠତା ଧାର୍ଯ୍ୟ କରିବା ପାଇଁ ଚାକିରି କରିବାର ଦିନ ବଦଳରେ ଜନ୍ମ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ମାନଦଣ୍ଡ କରିଥିବାରୁ ଏହାକୁ ବିରୋଧ କରିଛି ଅଧ୍ୟାପକ ସଂଘ। ୬୬୨ ବର୍ଗ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ନୂଆ ନିୟମ ଲାଗୁ ହେଲେ ୨୦୦୪, ୨୦୦୮, ୨୦୦୯ ଓ ୨୦୧୪ ର ସରକାରୀ ନିର୍ଦ୍ଦେଶନାମାରେ ଯେଉଁମାନେ ବରିଷ୍ଠତା ପାଇଛନ୍ତି, ସେମାନେ ବରିଷ୍ଠତା ହରାଇବା ସହିତ ପଦ ମଧ୍ୟ ହରାଇ ପାରନ୍ତି। ତା ଛଡ଼ା […]
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷାକୁ ନେଇ ଆସିଲା ଏସ୍ଓପି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବି ପରୀକ୍ଷା ପାଇଁ ଅନୁମତି ମିଳିବନି। ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ପରୀକ୍ଷା ଦେବା ପୂର୍ବରୁ […]
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ରାଜକନିକା ଥାନା ASI ବୈଷ୍ଣବ ଚନ୍ଦ୍ର ବେହେରା। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳ ମାମଲାରେ ଗୋକନେଶ୍ୱରପୁର ଗାଁର ଦିବାକର ସେଠୀଙ୍କ ପରିବାର ନାଁ ଏତଲାରୁ ହଟାଇବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଗିରଫ କରାଯିବ ବୋଲି ASI କହିଥିଲେ। ଦିବାକର ଏନେଇ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଆଗରୁ ପ୍ରସ୍ତୁତ ଥିବା ଭିଜିଲାନସ ଟଙ୍କା […]
ଭୁବନେଶ୍ୱର: ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ଇଡ୍କୋ। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇଡ୍କୋ। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ଶହେରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ […]
ସମ୍ବଲପୁର: ସମ୍ବଲପୁରରେ ଭାଇରାଲ୍ ହୋଇଛି ଅବକାରୀ କର୍ମଚାରୀଙ୍କ ମଦ୍ୟପାନର ଭିଡିଓ। ଗାଡ଼ିରେ ବସି ୟୁନିଫର୍ମରେ ଥିବା କିଛି ଅଧିକାରୀ ମଦ ପିଉଛନ୍ତି। ତେବେ ଏହି ଘଟଣା କେଉଁ ଅଞ୍ଚଳର ଏବଂ ଏହି ଅଧିକାରୀମାନେ କିଏ ସେ ନେଇ ଜଣାପଡ଼ିନି। ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଅବକାରୀ ଅଧିକ୍ଷକ ହରିଶଚନ୍ଦ୍ର ସେଠୀ। ଭିଡିଓରେ ନଜର ଆସୁଥିବା ଅଧିକାରୀ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନୁହଁନ୍ତି। ଏପରିକି ସେମାନେ ଯେଉଁ ଗାଡିରେ ବସିଛନ୍ତି […]
ଭୁବନେଶ୍ୱର: ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ବିମାନ ସେବା ହେବାକୁ ଯାଉଛି।। ସୁରତରୁ ଅପରାହ୍ନ ସାଢ଼େ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱର ପହଞ୍ଚିବ। ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର ସୋମବାର ଓ ବୁଧବାର ଏୟାର ଇଣ୍ଡିଆ ସେବା ଯୋଗାଇବ ବୋଲି ସୂଚନା ଦିଆଆଇଛି। ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ଼ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। OTVକୁ ବିଦ୍ୟାଶ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ ବ୍ରେକ୍ଅପ ହୋଇଥିଲା। ବାରମ୍ବାର ସେ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି ସଂପୃକ୍ତ ଯୁବତୀ କହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ। ଆଦିତ୍ୟଙ୍କୁ ସେ ତାଙ୍କ ଫ୍ୟାନ୍, […]
ଭୁବନେଶ୍ୱର: ରାଜ୍ୟରେ ଆଜି ୩ ହଜାର ୨୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗଞ୍ଜାମ- ୩୬୮, କଟକ- ୨୩୦, ଯାଜପୁରରୁ ୧୯୫ ସୁସ୍ଥ ହୋଇଛନ୍ତି। ରାୟଗଡ଼ା- ୧୮୭, ବରଗଡ଼- ୧୮୫, ବାଲେଶ୍ୱରରୁ ୧୨୪ ସୁସ୍ଥ ହୋଇଥିବା ବେଳେ ପୁରୀ- ୧୨୨, ନୟାଗଡ଼ ଜିଲ୍ଲାରୁ ୧୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ କୁହାଯାଉଥିବା ଯୁବତୀ ଜଣକ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି। ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ ମୁହଁ ଖୋଲିବା ପରେ ବାଲେଶ୍ୱର ଜିଲ୍ଳାର ଚିନ୍ମୟୀ ମହାପାତ୍ର ନାମକ ଜଣେ ଯୁବତୀ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ଆଦିତ୍ୟଙ୍କ ସହ ତାଙ୍କ ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ଚିନ୍ମୟୀ। କିନ୍ତୁ ଏକତରଫା ନୁହେଁ, ଉଭୟଙ୍କ ମଧ୍ୟରେ ନର୍ମାଲ ଓ ଡିଷ୍ଟାନ୍ସ ପ୍ରେମ ସଂପର୍କ ଥିଲା […]
ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍କୁ ନେଇ ରାଜନୀତି ଜୋର୍ ଧରିଛି। ବିବାଦ ତେଜୁଥିବାରୁ ସରକାର କେବଳ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟଙ୍କ RT-PCR ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଏପଟେ ରାଜ୍ୟରେ ବି ଅଧିକରୁ ଅଧିକ ବିଧାୟକ ଓ ମନ୍ତ୍ରୀ କୋଭିଡ୍ରେ ଆକ୍ରାନ୍ତ ହେଉଥିବାରୁ ଆଗାମୀ ବିଧାନସଭା ଅଧିବେଶନ କିପରି ଚାଲିବ ତାକୁ ନେଇ କସରତ ଚାଲିଛି। ତେବେ ସେପ୍ଟେମ୍ବର ୩୦ ପୂର୍ବରୁ […]
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱର Directorate Of Factories & Boilers ର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରା। ରମେଶ ଚନ୍ଦ୍ରଙ୍କ ପ୍ରାୟ ଦେଢ଼ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରରେ ୪୧ ଲକ୍ଷ ଟଙ୍କାର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷ ଟଙ୍କାର ବିଲ୍ଡିଂ, ପୁଡୁଚେରିରେ ବି ବିଲ୍ଡିଂ, ୬ ଶହ ଗ୍ରାମର ସୁନା ଓ ରୂପା ରହିଛି। ସୂଚନାଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି […]
ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁର କୋଳି ସାହିରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ନାଁ ନାଗା ଗୌଡ଼। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ନାଗାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ନାଗାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ଆସିକା SDPO ଓ ଆସିକା […]
ଯାଜପୁର: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରକୁ ମାଡ଼ିଗଲା ଟ୍ରକ୍। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଏକ ଟ୍ରକ୍ ଓଭରଟେକିଂ କରୁଥିବା ବେଳେ ଅନ୍ୟ ଏକ ଆଇରନ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଟ୍ରକ୍ଟି ମାଡ଼ି ଯାଇଥିଲା। ଫଳରେ […]
ବଲାଙ୍ଗିର: ବଲାଙ୍ଗିର ଉପଜିଲ୍ଲାପାଳଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା କର୍ମଚାରୀ। ଉପଜିଲ୍ଲାପାଳ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ ଜଣକ। ଏହି ଘଟଣାକୁ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ନିବେଦନ କରିଛନ୍ତି ସମ୍ପୃକ୍ତ ମହିଳା କର୍ମଚାରୀ। ଉପଜିଲ୍ଲାପାଳଙ୍କ ନାଁରେ ଉଠିଥିବା ଅଭିଯୋଗର ତଦନ୍ତ ପାଇଁ ଜଣେ ମହିଳା ଅଧିକାରୀଙ୍କ ନେତୃତ୍ୱରେ ୩ ଜଣିଆ […]
ଢେଙ୍କାନାଳ: ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍ ବାବୁ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧିକାରୀ ଜଣେ ଯୁବକଙ୍କ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ଫାଣ୍ଡି ଅଧିକାରୀ ଉକ୍ତ ଯୁବକଙ୍କ ପତ୍ନୀଙ୍କୁ ଟଣା ଓଟରା କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଯୁବକଙ୍କ ପରିବାର ଲୋକେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଫାଣ୍ଡି ଅଧିକାରୀ ଶିବ […]
ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ବିରୋଧ। ଏହି ପ୍ରସଙ୍ଗରେ ବିଜେପି ପ୍ରେସ୍ମିଟ କରି କହିଛି ଏହା ତରବରିଆ ଓ ଆବଶ୍ୟକ ବିହୀନ ନିଷ୍ପତ୍ତି ଓ ଅଗଣତାନ୍ତ୍ରିକ। ସିନେଟ ହଟାଇବା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ବିଜେପି ଅଭିଯୋଗ କରିଛି। ନିଯୁକ୍ତି, କୁଳପତି ଚୟନ ଓ ବିଶ୍ୱବିଦ୍ୟାଳୟ ପରିଚାଳନାକୁ ସରକାର ନିୟନ୍ତ୍ରଣକୁ ଆଣିବାକୁ ଯୋଜନା କରୁଥିବା ବିଜେପି ଅଭିଯୋଗ କରିବା ସହ ବିଶ୍ୱବିଦ୍ୟାଳୟକୁ ଅମଲାତନ୍ତ୍ରକରଣକୁ ବିରୋଧ କରାଯିବ ବୋଲି ବିଜେପି କହିଛି। ଉଚ୍ଚଶିକ୍ଷା ସପର୍କିତ […]
ଭୁବନେଶ୍ୱର: ଫ୍ୟାକ୍ଟ୍ରି ଓ ବଏଲର୍ସ ବିଭାଗ ଉପନିର୍ଦ୍ଦେଶକ ରମେଶ ବେହେରା ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରମେଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏନେଇ ଭିଜିଲାନ୍ସ ଡିଏସ୍ପି ଅକ୍ଷୟ ମିଶ୍ର ସୂଚନା ଦେଇଛନ୍ତି। ରମେଶଙ୍କ ଘରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା। ଭୁବନେଶ୍ୱରରେ ୪୧ ଲକ୍ଷର ଫ୍ଲାଟ୍, ଯାଜପୁରରେ ୨୯ ଲକ୍ଷର କୋଠା, ପୁଡୁଚେରିରେ କୋଠା, ୬ ଶହ ଗ୍ରାମର ସୁନା ଓ ରୁପା ଠାବ ହୋଇଥିଲା। ରମେଶ ବେହେରାଙ୍କ […]
ଭଦ୍ରକ: ଭଦ୍ରକ ଚାନ୍ଦବାଲି ବ୍ଲକରେ ଅଙ୍ଗନୱାଡ଼ି ଖାଦ୍ୟ ଯୋଗାଣରେ ବ୍ୟାପକ ଅନିୟମିତତା ଅଭିଯୋଗ। ପ୍ରେସମିଟ୍ କରି ଏଭଳି ଅଭିଯୋଗ କରିଛି ବିଜେପି। ଗର୍ଭବତୀ ଓ ଶିଶୁଙ୍କ ଖାଦ୍ୟ ପାଇଁ ଆସୁଥିବା ଟଙ୍କା ହଡ଼ପ କରାଯାଉଛି। ଏହି ଟଙ୍କା ଅଙ୍ଗନୱାଡି କେନ୍ଦ୍ର ଜରିଆରେ ଶିଶୁ, ଗର୍ଭବତୀ ମହିଳାମାନଙ୍କ ପୃଷ୍ଟି ସାଧନ ନିମନ୍ତେ ଛତୁଆ, ସୁଜି, ଅଣ୍ଡା ସମେତ ବିଭିନ୍ନ ପୃଷ୍ଟି କର ଖାଦ୍ୟ ଦେଉଛନ୍ତି। କିନ୍ତୁ ଏହି ପୃଷ୍ଟି ସାଧନ ପାଇଁ ଆସୁଥିବା ଟଙ୍କାକୁ ବାଟମାରଣା କରାଯାଉଛି। ଏମିତିକି […]