• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

presindent
ଗୁରୁଦିବସରେ ରାଷ୍ଟ୍ରପତି ପୁରସ୍କାର ପାଇଲେ ୨ ଓଡ଼ିଆ ଶିକ୍ଷକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ। ଆଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଖୋର୍ଦ୍ଧା ଦୃଷ୍ଟିବାଧିତ ଭୀମଭୋଇ ବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ତାପସ କୁମାର ମହାନ୍ତି। ଦୁଇ ଓଡ଼ିଆ ଶିକ୍ଷକଙ୍କ ସହ ଦେଶର ୪୭ ଜଣ ଶିକ୍ଷକଙ୍କୁ […]

  • Sunday, 04 July 2021
barsha-anubhab
ପିଟିସନ୍‌ରେ ଅନୁଭବଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବର୍ଷା

କଟକ: କୋର୍ଟ ପିଟିସନରେ ସ୍ୱାମୀ ସାଂସଦ ଅନୁଭବ ନାଁ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ କୋର୍ଟଙ୍କୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା। ୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା। ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ବହୁ ହରକତ କରିଥିଲେ। ବାହା ହେବାକୁ ରାଜି ନହେଲେ ଆତ୍ମହତ୍ୟା କରିଦେବେ ବୋଲି କହୁଥିଲେ। ଏମିତିକି ହାତ କାଟିଦେବା, ଛୁରିରେ ଛାତି କାଟି ରକ୍ତ ବୁହାଉଥିଲେ […]

  • Sunday, 04 July 2021
flood
ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ, ଭସାଇ ନେଇଛି ସବୁ ଖୁସି; ବନ୍ୟା ପରର ଦୃଶ୍ୟ ଏମିତି

ଭୁବନେଶ୍ୱର: ପ୍ରଳୟଙ୍କରୀ ବନ୍ୟା ଉଜାଡ଼ି ଦେଇଛି ସ୍ୱପ୍ନ। ଭସାଇ ନେଇଛି ସବୁ ଖୁସି। ଜଳ ପ୍ରଳୟର ସପ୍ତାହକ ପରେ ବି ଲିଭିନି ଦାଗ କି ଶୁଖିନି କ୍ଷତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସମୁଦ୍ର ଭଳି ମାଡ଼ି ଆସିଥିବା ମହାନଦୀ ଓ ପାଇକା ନଦୀର ପାଣି ସିନା ଶୁଖିଯାଇଛି, ହେଲେ ଶହ ଶହ ବିପନ୍ନଙ୍କ  ଆଖି ଆଜି ବି ଓଦା ଓଦା। କାରଣ ଦିନରାତି ମୁଣ୍ଡ ଗୁଞ୍ଜୁଥିବା ଅତି ଆପଣାର ବାସ ଏବେ ବିବର୍ଣ୍ଣ ହୋଇଯାଇଛି। ଅବସ୍ଥା […]

  • Sunday, 04 July 2021
political partu
ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ; ବିଜେପି, ବିଜେଡି ଓ କଂଗ୍ରେସ ଗୋଟି ଚାଳନାରେ ବ୍ୟସ୍ତ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ନଭେମ୍ବର ୨୯ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ ଆୟୋଗ କହିବା ପରେ ଆରମ୍ଭ ହୋଇଯାଇଛି କସରତ। କଂଗ୍ରେସ ଗ୍ରାଉଣ୍ଡକୁ ଯାଇ ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବିଜେଡି ଓ ବିଜେପି ଷ୍ଟ୍ରାଟେଜି କରିବାରେ ବ୍ୟସ୍ତ। ସବୁଠାରୁ ବଡ଼ ପ୍ରଶ୍ନ କେଉଁ ଦଳରୁ କିଏ ହେବେ ପ୍ରାର୍ଥୀ? ବାଲେଶ୍ୱର ସଦରକୁ ଦେଖିଲେ ୨୦୧୯ରେ ଏଠାରୁ ଜିତିଥିଲେ ବିଜେପିର […]

  • Sunday, 04 July 2021
OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଅଘଟଣ: ଶ୍ରମିକଙ୍କ ଉପରେ ପଡ଼ିଗଲା ତତଲା ପାଉଁଶ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଏକ ଅଘଟଣ ଘଟିଛି। ୩ ନମ୍ବର ୟୁନିଟରେ ଆସ୍ ହାଣ୍ଡଲିଂ ପ୍ଲାଣ୍ଟର ହପର୍‌ ଖସି ପଡ଼ିବାରୁ ୪ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ OPGC ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା […]

  • Sunday, 04 July 2021
ଗଞ୍ଜେଇ ଚାଲାଣକାରୀଙ୍କ ଆକ୍ରମଣରେ ହୋମଗାର୍ଡ ଗୁରୁତର

ମାଲକାନଗିରି: ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନାର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ପ୍ରାୟ ୭୦ରୁ ଅଧିକ ଲୋକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତାଦେଇ ଭାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ବାଲିମେଳା-ମାଥିଲି ରାସ୍ତାରେ ପୋଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ […]

  • Sunday, 04 July 2021
ବୋମା ତିଆରି ବେଳେ ବ୍ଲାଷ୍ଟ୍‌, ୨ ମୃତ

ଦେବଗଡ଼: ବୋମା ତିଆରି ବେଳେ ବିସ୍ଫୋରଣ ଘଟିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼  ଥାନା ଅନ୍ତର୍ଗତ କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ୨ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏମାନେ ସମ୍ପର୍କୀୟଙ୍କ ଘରକୁ ଯାଇ ବୋମା ପ୍ରସ୍ତୁତ କରୁଥିଲେ। ଏହି ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ଘଟିଥିଲା।‌ ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ […]

  • Sunday, 04 July 2021
ବର୍ଷାଙ୍କ ବିରୋଧରେ ଅନୁଭବଙ୍କ ପିଟିସନ୍‌

କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ୪୭ ପୃଷ୍ଠାର ଏହି ପିଟିସନ୍‌ରେ ଅନୁଭବ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଶାରୀରିକ ସମ୍ପର୍କ ପାଇଁ ବର୍ଷା ରାଜି ହେଉ ନ ଥିବା ନେଇ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଶାରୀରିକ ସଂପର୍କ ସ୍ଥାପନ ନ ହେବାରୁ ଅସହଜ, ଅସୁଖୀ ମନେ କରୁଥିଲି ବୋଲି ଅନୁଭବ ପିଟିସନ୍‌ରେ ଦର୍ଶାଇଛନ୍ତି। ପିଟିସନରେ […]

  • Sunday, 04 July 2021
anuvab1
ଅନୁଭବ-ବର୍ଷା ପ୍ରସଙ୍ଗ, ବିଜେଡିକୁ କଂଗ୍ରେସର ଟାର୍ଗେଟ୍

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି ପତ୍ନୀ ବର୍ଷା ପ୍ରିୟଦର୍ଶନୀ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଅନୁଭବ ମଧ୍ୟ ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଆଜି ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମାଆଙ୍କୁ ସମ୍ମାନ କଥା କହୁଥିବା ବେଳେ ତାଙ୍କ ସାଂସଦଙ୍କ ଘଟଣା ପ୍ରମାଣିତ କରିଛି, କିଭଳି ସେମାନେ ମାଆକୁ […]

  • Sunday, 04 July 2021
maha-prasad
ଶ୍ରୀମନ୍ଦିର ମହାପ୍ରସାଦ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ଅବଢା ଉପରେ କଟକଣା ଲାଗିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ଅବଢା ରନ୍ଧା ହେବ। ଆନୁମାନିକ ହଜାରେ କି ଦେଢ଼ହଜାର ଲୋକଙ୍କ ପାଇଁ ରନ୍ଧା ହେବ ମହାପ୍ରସାଦ। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସୂଚନା ଦେଇଛନ୍ତି। କରୋନା ସ୍ଥିତିକୁ ଦେଖିଲେ ପୁରୀ ଜିଲ୍ଲାରେ ଆଜି ସୁଦ୍ଧା […]

  • Sunday, 04 July 2021
anuvab11
ପ୍ରେସ୍ ବିଜ୍ଞପ୍ତି ଜାରି କରି ମୁହଁ ଖୋଲିଲେ ଅନୁଭବ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲା ଏବେ କୋର୍ଟରେ ପହଞ୍ଚିଲାଣି। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ଲଢେଇ ଜାରି ରହିଛି। ଏହାର ଭିତରେ ସାଂସଦ ଅନୁଭବ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଦୀର୍ଘ ଦିନ ଧରି ତାଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିଲା। ତେବେ ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ […]

  • Sunday, 04 July 2021
bmc
ଭୁବନେଶ୍ୱରରୁ ଆଉ ୪୮୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ ୨୦୫ କ୍ୱାରେଣ୍ଟାଇନ୍‌ରୁ ଓ ୨୭୮ ଜଣ ଲୋକାଲ୍‌ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ଏହାଛଡ଼ା ଆଜି ୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। Update on newly detected & cured #COVID19 cases in the last 24 hrs under the BMC area on 6th Sep 2020(till 9am). Further […]

  • Sunday, 04 July 2021
kendrapara
ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ତିନିମୁହାଁଣି ଛକଠାରେ ଆଜି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଜିଲ୍ଲା ମହିଳା ମୋର୍ଚ୍ଚା ଅନୁଭବଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା, ବିଧାୟକ ପ୍ରାର୍ଥୀ ସୁନାକର ବେହେରାଙ୍କ ସହ ଜିଲ୍ଲାର ବିଜେପି ନେତୃବୃନ୍ଦ ଓ ଦଳୀୟ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ। ପତ୍ନୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପାଇଁ ଅନୁଭବଙ୍କୁ ସାଂସଦ ପଦରୁ ତୁରନ୍ତ ବହିଷ୍କାର […]

  • Sunday, 04 July 2021
varsha-anubhav
ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ବର୍ଷା, କହିଲେ-‘ବଦନାମ କରିବା ପୂର୍ବରୁ...’

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ପାରିବାରିକ ହିଂସା ମାମଲାରେ ସୋସିଆଲ୍‌ ମିଡିଆରେ ମୁହଁ ଖୋଲିଲେ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ଟ୍ୱିଟ୍‌ କରି ସେ କହିଛନ୍ତି, ‘ସତ କେବେ ଲୁଚି ରହେନା। ଭୁଲ୍‌ ଏବଂ ମିଥ୍ୟା ଅଭିଯୋଗ ଆଣି ଜଣକୁ ବଦନାମ କରିବା ପୂର୍ବରୁ ଭଗବାନଙ୍କୁ ଡରିବା ଉଚିତ୍‌। ଭଗବାନଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି।’ ବର୍ଷା ଆହୁରି କହିଛନ୍ତି, ‘କେହି ଆଇନର ଉର୍ଦ୍ଧ୍ୱରେ ନୁହଁନ୍ତି। ମୁଁ ଯେଉଁ କଠିନ ସମୟ ଦେଇ ଗତି […]

  • Sunday, 04 July 2021
ହୀରା ଚୋରା ଚାଲାଣ ଅଭିଯୋଗରେ ଓଡ଼ିଶା ବ୍ୟବସାୟୀ ଗିରଫ

ନୂଆପଡ଼ା: ହୀରା ଚୋରା ଚାଲାଣ ଅଭିଯୋଗରେ ଛତିଶଗଡ଼ ଗରିଆବନ୍ଧ ପୋଲିସ୍ ରବିବାର‌ ଓଡ଼ିଶାର ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନାଁ ନୂତନ ପଟେଲ। ନୂତନଙ୍କ ନିକଟରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବବୋଲି  ଗରିଆବନ୍ଧ ପୋଲିସ୍‌ ସୂଚନା ଦେଇଛି। ସୂଚନା ଅନୁସାରେ, ଛତିଶଗଡ ମୈନପୁର ଅଞ୍ଚଳରୁ ହୀରା ଚୋରା ଚାଲାଣ ହେଉଥିବା ଖବର ପାଇ ଓଡିଶା ସୀମାରେ ଦେଭୋଗ ଥାନା […]

  • Sunday, 04 July 2021
anubhav-mohanty
ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଆଜି ହୋଇପାରେ ଶୁଣାଣି

କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଆଜି ହୋଇପାରେ ଶୁଣାଣି। ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି କରିପାରନ୍ତି କଟକ SDJMଙ୍କ କୋର୍ଟ। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଅନୁଭବଙ୍କ ବିରୋଧରେ ବର୍ଷା ଏହିସବୁ ଅଭିଯୋଗ ଆଣିଛନ୍ତି… ଅନୁଭବ ଜଣେ ଅଭ୍ୟାସଗତ ମଦ୍ୟପ। ମଦ ପିଇଲା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲି ଯାଆନ୍ତି […]

  • Sunday, 04 July 2021
anubhav
ସାଂସଦ ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା: ଘୁଞ୍ଚିଲା ବର୍ଷାଙ୍କ ପିଟିସନ୍‌ ଶୁଣାଣି

କଟକ: ଘୁଞ୍ଚିଲା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ। ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି ଅକ୍ଟୋବର ୧୨ରେ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଏହାସହ ବର୍ଷା ଅନୁଭବଙ୍କ ବିରୋଧରେ ଅନେକ […]

  • Sunday, 04 July 2021
anubhav
ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା

କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍‌ ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ଏ ନେଇ ସେ ସୁପ୍ରିମକୋର୍ଟରେ ଅପିଲ୍‌ କରିପାରନ୍ତି।  ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ ବର୍ଷା ଦାଖଲ କରିଥିବା ପିଟିସନ୍‌ର ଶୁଣାଣି […]

  • Sunday, 04 July 2021
ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ମୋବାଇଲ ସେବା। ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ା ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଯିବାକୁ ପଡ଼ୁଥିଲା। ମାଓବାଦୀଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ତେବେ ପ୍ରଶାସନ ଓ ପୋଲିସ୍‌ର ସୁରକ୍ଷା […]

  • Sunday, 04 July 2021
anubhav
ଅନୁଭବଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମାନବିକତା ଦୃଷ୍ଟିରୁ ଅନୁଭବ ଇସ୍ତଫା ଦିଅନ୍ତୁ ଓ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା […]

  • Sunday, 04 July 2021
beer
ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ

ଭୁବନେଶ୍ୱର: ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର। ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ। କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ମଦ ଦୋକାନ ଗୁଡ଼ିକ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲି ପାରିବ। ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ […]

  • Sunday, 04 July 2021
narendra-swain
ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ନରେନ୍ଦ୍ର ସ୍ୱାଇଁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।

  • Sunday, 04 July 2021
congress
'ସାଂସଦ ଅନୁଭବ ମହାନ୍ତି ଯୁକ୍ତ ଦୁଇ ଫେଲ୍'

ଭୁବନେଶ୍ୱର: ଅନୁଭବ ମହାନ୍ତିଙ୍କ ବିରୋଧରେ ଘରୋଇ ହିଂସା ମାମଲା ପରେ ସାଂସଦ ଭାବେ ସେ ଶିକ୍ଷାଗତ ଯୋଗ୍ୟତାର ମିଥ୍ୟା ସତ୍ୟପାଠ ପ୍ରସଙ୍ଗକୁ ପୁଣି ଉଠାଇଛି କଂଗ୍ରେସ। ଅନୁଭବ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ଫେଲ ହୋଇଥିବା ବେଳେ କନ୍ଦରପୁର କଲେଜରେ କେମିତି ନାମ ଲେଖାଇଲେ ବୋଲି ପୁରୁଣା ପ୍ରଶ୍ନକୁ ପୁଣି ଉଠାଇଛି କଂଗ୍ରେସ ଦଳ। ସାଂସଦଙ୍କ ବିରୋଧରେ ଯେତେସବୁ ଅଭିଯୋଗ ଆସିଛି, ତାକୁ ସରକାର ନିଜ ଦଳର ସାଂସଦ ହିସାବରେ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ […]

  • Sunday, 04 July 2021
ojee
ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍ଥଗିତ ହେଲା OJEE ଅନ୍‌ଲାଇନ ପରୀକ୍ଷା। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। OJEE ଅନ୍‌ଲାଇନ ପରୀକ୍ଷା ସେପ୍ଟେମ୍ୱର ୯ରୁ ୧୫ ତାରିଖ ଯାଏଁ ହେବା ପାଇଁ ସ୍ଥିର ହୋଇଥିଲା। ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ବାହାରେ ଅର୍ଥାତ୍ ରାଞ୍ଚି, କୋଲକାତା ଓ ପାଟନାରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ଏବେ ଆସନ୍ତାମାସରେ […]

  • Sunday, 04 July 2021