ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ। ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି। ଏବେ ଡ୍ୟାମକୁ ୮,୯୫, ୬୦୦ କ୍ୟୁସେକ୍ ପଶୁଛି, ୭, ୬୨, ୧୯୫ କ୍ୟୁସେକ୍ ବାହାରୁଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି ସେ କହିଛନ୍ତି। ମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢ଼େ ୧୦ […]
କଟକ: ସାଂଘାତିକ ହେଉଛି ମହାନଦୀରେ ବନ୍ୟା ସ୍ଥିତି। ଫଳରେ ମହାନଦୀ ବନ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍ର ୪୬ଟି ଗେଟ୍ ଖୋଲାଯିବା ପରେ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବସହ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ବାଙ୍କୀରୁ ବୈଦେଶ୍ୱରକୁ ମଧ୍ୟ ଯା’ଆସ ପ୍ରଭାବିତ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଫୁଲିବାରେ ଲାଗିଛି। ଫଳରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିବାବେଳେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ମହାନଦୀର ଶାଖାନଦୀରେ ବନ୍ୟା ଆସିବାରୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।ଘାଇ ସୃଷ୍ଟି ହେବା ଫଳରେ ବାଙ୍କୀ, ତୁଳସୀପୁର ହୋଇ ଉଷ୍ଣ ପ୍ରସ୍ରବଣରେ ବନ୍ୟା ଜଳ ପ୍ରବେଶ କରିଛି। ଅନ୍ୟପକ୍ଷେ, ଜଟଣୀର ତିରିମଲଠାରେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ଭୋର ସମୟରେ ଘାଇ ସୃଷ୍ଟି […]
ମାଲକାନଗିରି: ମହଙ୍ଗା ପଡ଼ିଲା ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା। ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାର ଜଣେ ASI ଓ ୨ ହୋମ୍ଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ଜଣେ SI ସସ୍ପେଣ୍ଡ ହୋଇଛନ୍ତି। ସୂଚନାଥାଉ କି, ୪ ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣା ଜଣାପଡ଼ିବା ପରେ […]
ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍ରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀର ତଳମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଶ୍ୱସ୍ତିର କଥା, ଆଜି ଛତିଶଗଡ଼ ପଟୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମୁଥିବା ଦେଖିବାକୁ ମିଳିଛି। ଆଜି ଭୋର ୪ଟାରୁ ଡ୍ୟାମ୍ ଭିତରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା କହିଛନ୍ତି। ଆଜି ସକାଳେ ଟ୍ୱିଟ୍ କରି SRC ଏହି ସୂଚନା ଦେଇଛନ୍ତି। ଆଗକୁ ଆହୁରି ମଧ୍ୟ ଜଳ ପ୍ରବେଶ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ହେବାକୁ ଥିବା JEE, NEET ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କରୁଛନ୍ତି। ତେଣୁ ପିଲାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ସବୁ ପିଲା ଆମ ପରିବାରର। ତେଣୁ ସେମାନଙ୍କ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି। ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଅନୁସାରେ, ହୀରାକୁଦରେ ଏବେ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ହେଲେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲା ଯାଇପାରେ। […]
ଭୁବନେଶ୍ୱର: JEE ପରୀକ୍ଷାର୍ଥୀଙ୍କ ପାଇଁ ରାଜଧାନୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। JEE ଓ ନିଟ୍ର ସୁପରିଚାଳନା ପାଇଁ ବିଏମ୍ସି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଥିବା ବିଏମ୍ସି ସୂଚନା ଦେଇଛି। ସେହିପରି ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍ ନିରୀକ୍ଷକ ରହିବେ। ପିଲାଙ୍କ ଯିବାଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ। ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ […]
ପୁରୀ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ପବିତ୍ର ସୁନିଆ ଉତ୍ସବ। ଉତ୍କଳୀୟ ଗଜପତି ପରମ୍ପରାରେ ଗତକାଲିଠୁ ନୂତନ ବର୍ଷ ଆରମ୍ଭ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୩ ଅଙ୍କ ପ୍ରଚଳନ ହୋଇଥିବାବେଳେ ୧୪୨୮ସାଲ ପ୍ରବେଶ କରିଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଆଦି କରାଯିବା ସହ ସୁନିଆର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ୧୬ ଶାସନି ବ୍ରାହ୍ମଣମାନେ ଗଜପତିଙ୍କୁ […]
ରାଜକନିକା: ଦ୍ୱୀପରେ ୪ ଦିନ ଧରି ଫସି ରହିଥିବା ପରିବାରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଯୋଦ୍ଧା। କେନ୍ଦ୍ରାପଡ଼ା ରାଜକନିକା କଇଥାପାଳ ଦ୍ୱୀପରେ ଫସି ରହିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି। ହଠାତ୍ ବନ୍ୟା ପାଣି ଆସିବା ଯୋଗୁଁ କଇଥାପାଳରେ ଗୋଟିଏ ପାରିବାର ଲୋକେ ଫସି ରହିଥିଲେ। ପାଣି ବଢ଼ିବା ସହ ଆଉ କୂଳକୁ ଆସିନପାରି ଭାଗ୍ୟକୁ ଆଦରି ରହିଥିଲେ। ଯାହା […]
ନୟାଗଡ଼: ଖୁଦୁରୁକୁଣୀ ପୂଜା ପାଇଁ ନଈରେ ଗାଧୋଇବା ହେଲା କାଳ। ବନ୍ୟା ଜଳରେ ଭାସି ଗଲେ ୪ ନାବାଳିକା। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ପଞ୍ଚାୟତ ବୁରୁ ସାହିରେ। ଖୁଦୁରୁକୁଣୀ ପୂଜା ପାଇଁ ୪ ଜଣ ନାବାଳିକା ନିକଟସ୍ଥ ବୃତଙ୍ଗ ନଦୀରେ ଗାଧୋଉ ଥିଲେ। କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିବା ସେମାନଙ୍କୁ ଅଜଣା ଥିଲା। ଜଳ ସ୍ରୋତରେ ସେମାନେ ଭାସିଯାଇଥିଲେ।ତେବେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦଶପଲ୍ଲା […]
ସମ୍ବଲପୁର: ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ। ପୋଲିସ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା ପୋଲିସ୍। ଝାରସୁଗୁଡ଼ାର ରାମପଦା ଛକରେ ଧରିଲା ରେଙ୍ଗାଳି ପୋଲିସ୍। ଏଥିରେ ଥିବା ୨୧ କେଜି ଗଞ୍ଜେଇକୁ ଜବତ କରିବା ସହ ପୋଲିସ୍ର ବୋଲେରୋ ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ିଟି GRP ପୋଲିସ୍ର ବୋଲି ଜଣାଯାଇଛି। ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏଥି ସହିତ ଏଥିରେ ଅନ୍ୟ […]
ଭୁବନେଶ୍ୱର: ବନ୍ୟାରେ ରାଜ୍ୟର ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ। ୩୨୫୬ ଗାଁ ପ୍ରଭାବିତ। ଏଯାବତ୍ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ SRC। ରାଜ୍ୟର ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ, ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, […]
ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍। ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତେବେ ହୀରାକୁଦ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଡ୍ୟାମ୍କୁ ଜଳ ପ୍ରବେଶ କମୁଛି। ଡ୍ୟାମ୍କୁ ୬ ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ ଲକ୍ଷ ୬୫ ହଜାର ୦୯୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦରେ ଜଳ ଧାରଣ କ୍ଷମତା ୬୩୦ […]
ଭୁବନେଶ୍ୱର: କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଅସିତ୍ ତ୍ରିପାଠୀ ଦେଇଛନ୍ତି। ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବ୍ରାହ୍ମଣୀ ସିଷ୍ଟମର ରେଙ୍ଗାଲି ଡ୍ୟାମର କେବଳ ୪ଟି ଗେଟ୍ ଖୋଲା ଯାଇଥିଲା। ମାତ୍ର ପ୍ରବଳ ବର୍ଷା ପାଇଁ ବରୀରେ ପ୍ରଭୂତ କ୍ଷତି ହୋଇଛି। ଲଗାତର ୩ଟି ଲଘୁଚାପ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ ରହିିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍କୁ ୪ ଲକ୍ଷ ୯୪ ହଜାର ୦୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡଳିରେ ୯ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସ୍ଥିତ ରାଜେନ୍ଦ୍ର ଜୁନିଅର କଲେଜର ଜଣେ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଓଡ଼ିଆ ଅଧ୍ୟାପକ ପ୍ରକାଶ ସାହୁଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଅଧ୍ୟାପକ ପ୍ରକାଶ କଲେଜ ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ। ତେବେ ଆଜି ସକାଳୁ ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ଖବରପାଇ ବଲାଙ୍ଗିର […]
ଭୁବନେଶ୍ୱର: ବନ୍ୟା ସ୍ଥିତିରେ ସୁଧାର ପାଇଁ ଆଉ ୪ ଦିନ ଲାଗିବ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ବନ୍ୟା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ। କାଲି ହୀରାକୁଦକୁ ୯ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା ଓ ୪୬ଟି ଗେଟ୍ ଖୋଲାଥିଲା। ଏବେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୬ ଗେଟ୍ରେ ୬ ଲକ୍ଷ କ୍ୟୁସେକ୍ […]
ଯାଜପୁର: ଯାଜପୁର ଜିଲ୍ଲା ରମାପୁର ଓ ବୁଦ୍ଧ ଲିଙ୍ଗ ଗାଁ ମଧ୍ୟରେ କେଲୁଅ ନଦୀରେ ୨ ଦିନ ତଳେ ଘାଇ ସୃଷ୍ଟି ହୋଇଥିଲା। ହେଲେ ଏହି ଘାଇ ପ୍ରାକୃତିକ ନ ଥିଲା। ଏଠାରେ ଘାଇ ସୃଷ୍ଟି କରାଯାଇଥିଲା। ଘାଇ ସୃଷ୍ଟି ପାଇଁ ସାଂଘାତିକ ଷଡ଼ଯନ୍ତ୍ର କରାଯାଇଥିଲା। ଏପରି ଅଭିଯୋଗ ଆଣିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଲେଖାଶ୍ରୀ ସାମନ୍ତସିଂହାର ଏପରି ଅଭିଯୋଗ ଆଣିବା ସହ ବିଜେଡ଼ି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ବନ୍ଧ ଆପେ […]
ଭୁବନେଶ୍ୱର: ୪ ମାସର ଅଗ୍ରୀମ ମଧୁବାବୁ ପେନସନ୍ ଟଙ୍କା ପାଇବେ ହିତାଧିକାରୀ। ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଟଙ୍କା ଆଗୁଆ ହିତାଧିକାରୀଙ୍କୁ ମିଳିବ। ସେପ୍ଟେମ୍ବରରେ ଏକକାଳୀନ ୪ ମାସର ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡାଏ ନେଇ ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ କାମଧନ୍ଦା ମିଳୁ ନ ଥିବାବେଳେ ସରକାରଙ୍କ ଏପରି ଘୋଷଣା ହିତାଧିକାରୀଙ୍କୁ ଆଶ୍ୱସ୍ତ କରିଛି।
ଭୁବନେଶ୍ୱର: ଭୁବନେଶ୍ୱର ଦୁର୍ଗାପୂଜାକୁ ନେଇ କମିଶନରେଟ ପୋଲିସ ଭସାଣି କମିଟି ସହିତ ବୈଠକ ହୋଇଛି। କରୋନା କଟକଣା ଭିତରେ ଏଥର କିପରି ଦୁର୍ଗାପୂଜା କରାଯାଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ଏଥର ନିରାଡ଼ମ୍ବର ଭାବେ ପୂଜା କରିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଭୁବନେଶ୍ୱର ଭସାଣ ସମିତିର ସଂପାଦକ ଦିଲୀପ ମହାନ୍ତି। ସେ କହିଛନ୍ତି, ଏଥର କମ୍ ଖର୍ଚ୍ଚ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ଯେତେ ଖର୍ଚ୍ଚ କରାଯାଉଥିଲା ତାଠାରୁ କମ୍ ଖର୍ଚ୍ଚ କରାଯିବ। ଘର ଘର ବୁଲି […]
କଟକ: ବାଲୁବଜାର ଦୁର୍ଗା ପୂଜାକୁ ହାଇକୋର୍ଟଙ୍କ ଅନୁମତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ଗାଇଡ୍ଲାଇନ୍ ମାନି ପୂଜା କରାଯାଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ମୂର୍ତ୍ତି ନିର୍ମାଣ, ପୂଜା ଓ ଭସାଣ ବେଳେ ଭିଡ଼ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂଜା କରାଯିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବାଲୁ ବଜାର ପୂଜା କମିଟି। ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ୍ କେଆର୍ ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି […]
ଭୁବନେଶ୍ୱର; ବନ୍ୟାଂଚଳ ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ଅନେକ ଅଂଚଳ ଜଳମଗ୍ନ ହୋଇଛି। କିଛି ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ପ୍ରଭାବିତ ଅଂଚଳ ପରିଦର୍ଶନ କରି ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି ଅପରାଜିତା। ଲୋକଙ୍କ ସମସ୍ୟା ବୁଝି ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହଯୋଗରେ ଏହାର ସମାଧାନ କରିଛନ୍ତି। ଲୋକଙ୍କ ଧନଜୀବନର ସୁରକ୍ଷା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଢ଼ଙ୍ଗୀ। ଏଥିରେ ଜିଲ୍ଲା ପ୍ରଶାସନର […]
ଭୁବନେଶ୍ୱର; ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ଅଛି। ଏହି ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ମୟୂରଭଂଜ ଓ ଗଜପତିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ କୁହାଯାଇଛି। ଏହି […]